• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପ୍ରଶ୍ନପତ୍ର

ଅପ୍ରେଲ ୧୭ରୁ ମ୍ୟାଟ୍ରିକ ପରୀକ୍ଷା

March 27, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୭(ଓଡ଼ିଶା ଡ଼ଟ୍ କମ୍) ପ୍ରଶ୍ନପତ୍ର ଚୋରି ପରେ ବାତିଲ ହୋଇ ଯାଇଥିବା ମ୍ୟାଟ୍ରିକ ପରୀକ୍ଷା ଆସନ୍ତା ଅପ୍ରେଲ ୧୭ରୁ ଆରମ୍ଭ ହୋଇ ୨୬ ପର୍ଯ୍ୟନ୍ତ ଚାଲିବ ବୋଲି ମଙ୍ଗଳବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।

ପରିଷଦ ଦ୍ୱାରାପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ କାକଟପୁର ବ୍ଲକ ଅଧିନସ୍ଥ ବାଜପୁର ଭଗବତୀ ବିଦ୍ୟାପୀଠରୁ ରେଗୁଲାର ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ଚୋରି ହୋଇଥିଲା ।

ପ୍ରଥମଦିନ ରେଗୁଲାର ପରୀକ୍ଷାର୍ଥୀଙ୍କ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହାପରେ ସରକାର ପରୀକ୍ଷା ବାତିଲ କରିଥିଲେ ।

ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ୪ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା
ବେଳେ କ୍ରାଇମବ୍ରାଂଚ ଏହାର ତଦନ୍ତ କରୁଛି । ପରୀକ୍ଷା ବାତିଲକୁ ନେଇ ରାଜ୍ୟବ୍ୟାପୀ ଛାତ୍ରଛାତ୍ରୀ ଅଭିଭାବକ ତଥା ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପ୍ରଶ୍ନପତ୍ର, ମ୍ୟାଟ୍ରିକ ପରୀକ୍ଷା

ପ୍ରଶ୍ନପତ୍ର ଚୋରୀ: କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ

March 26, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ମାର୍ଚ୍ଚ ୨୬(ଓଡ଼ିଶା ଡ଼ଟ୍ କମ୍) ମ୍ୟାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଚୋରୀ ଘଟଣାରେ ଦାୟୀ ଅଧିକାରୀ ତଥା କର୍ତୃପକ୍ଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ସୋମବାର କଟକ ଠାରେ ଅଲ୍ ଇଣ୍ଡିଆ ଡ଼ିଏସ୍ଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପ୍ରଶ୍ନ ପତ୍ରକୁ ସୁରକ୍ଷିତ ରଖିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା, ଠିକ୍ ଭାବରେ ପରୀକ୍ଷା ତଥା ଉପଯୁକ୍ତ ପଦ୍ଧତିରେ ମୂଲ୍ୟାୟନ କରି ତ୍ରୁଟିଶୂନ୍ୟ ପରୀକ୍ଷା ଫଳ ପ୍ରକାଶନର ବ୍ୟବସ୍ଥା କରିବାକୁ
ସେମାନେ ଦାବି କରିଛନ୍ତି ।

ଏହାସହ ପୁନଃ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କ ଆବଶ୍ୟକୀୟ ସମସ୍ତ ଆନୁଷଙ୍ଗିକ ଖର୍ଚ୍ଚ ସରକାର ବହନ କରିବା ଦାବିରେ ଡ଼ିଏସ୍ଓ ଓଡ଼ିଶା ପରିଷଦ ପକ୍ଷରୁ କଟକ ବୋର୍ଡ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପ୍ରଶ୍ନପତ୍ର ଚୋରୀ ଓ ପରୀକ୍ଷା ଘୁଂଚିବା ଫଳରେ ୫ ଲକ୍ଷରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ମାନସିକ ଚାପର ଶିକାର ହେବା ସହ ସେମାନଙ୍କର ଅଭିଭାବକମାନେ ଅଯଥା ଖର୍ଚ୍ଚାନ୍ତ ହେବେ ବୋଲି ସେମାନେ କହିଛନ୍ତି ।

ପ୍ରଶ୍ନପତ୍ର ପ୍ରସ୍ତୁତି ଠାରୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ର ନିର୍ଦ୍ଧାରଣ, ପରୀକ୍ଷା ପରିଚାଳନା, ଖାତା ଦେଖା,ପରୀକ୍ଷା ଫଳ ପ୍ରକାଶନରେ ବ୍ୟାପକ ଅନିୟମିତତା ଫଳରେ ବହୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡୁଛି ।

ଉପରୋକ୍ତ ଦାବି ପୂରଣ ପାଇଁ ଆନ୍ଦୋଳନକୁ ବ୍ୟାପକ କରିବାକୁ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ବୁଦ୍ଧିଜୀବୀ ଓ ଶିକ୍ଷାପ୍ରେମୀଙ୍କୁ ଆହ୍ୱାନ ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପ୍ରଶ୍ନପତ୍ର, ମ୍ୟାଟ୍ରିକ ପରୀକ୍ଷା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ