• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପ୍ରାକୃତିକ ବିପର୍ଯ୍ୟୟ

ଆଠ ଦୁର୍ବିପାକ ସ୍ଵତନ୍ତ୍ର ପ୍ରାକୃତିକ ବିପର୍ଯ୍ୟୟ ତାଲିକା ଭୁକ୍ତ ରେ ଅନ୍ତର୍ଭୁକ୍ତ

June 30, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ୩୦ ଜୁନ (ଓଡିଶା ଡଟ୍ କମ୍): ବଜ୍ରପାତ, ଘୂର୍ଣ୍ଣିବାତ୍ୟା, ଟର୍ନାଡୋ, ପ୍ରବଳ ବୃଷ୍ଟିପାତ, ନୌକା ଦୁର୍ଘଟଣା, ବୁଡିଯିବା ଜନିତ ମୃତ୍ୟୁ ଏବଂ ସର୍ପାଘାତ ସମେତ ଆଠଟି ଦୁର୍ବିପାକକୁ ସରକାର ସ୍ଵତନ୍ତ୍ର ପ୍ରାକୃତିକ ବିପର୍ଯ୍ୟୟରେ ମଙ୍ଗଳବାର ଅନ୍ତର୍ଭୁକ୍ତ କରିଛନ୍ତି ।

ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍ଵତନ୍ତ୍ର ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପାଇଁ କ୍ଷତିପୂରଣ ରାଶିକୁ ଚାରି ଲକ୍ଷକୁ ବୃଦ୍ଧି କରିବା ପାଇଁ ମଧ୍ୟ ସ୍ଥିର କରାଯାଇଛି ।

ପ୍ରାକୃତିକ ବିପର୍ଯ୍ୟୟ ଗୁଡିକର ମୁକାବିଲା ଓ ମୃତ୍ୟୁ କ୍ଷେତ୍ରରେ ସହାୟତା ପ୍ରଦାନ ପାଇଁ ସବୁ ବିଭାଗକୁ ଆପାତକାଳୀନ ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଦୁର୍ବଳ ନଦୀବନ୍ଧର ସୁଦୃଢୀକରଣ ଓ ସମସ୍ତ ଘାଇର ମରାମତି କରିବାପାଇଁ ଜଳସମ୍ପଦ ବିଭାଗକୁ ସେ କହିଛନ୍ତି।

ସେହିପରି ବନ୍ୟା ସମୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ଓଡ୍ରାଫ ଓ ଅଗ୍ନିଶମ ସେବାସଂସ୍ଥାକୁ ପ୍ରସ୍ତୁତ ରଖିବାପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ବିଜୟଶ୍ରୀ ରାଉତରାୟ, ସମବାୟ ମନ୍ତ୍ରୀ ଡଃ ଦାମୋଦର ରାଉତ, ଅର୍ଥମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ୍, ବିରୋଧୀ ଦଳ ନେତା ଶ୍ରୀ ନରସିଂହ ମିଶ୍ର, ବିଭିନ୍ନ ବିଭଗର ମନ୍ତ୍ରୀ, ସାସଂଦ, ବିଧାୟକ, ମୁଖ୍ୟଶାସନ ସଚିବ, ଉନ୍ନୟନ କମିଶନର ଏବଂ ବିଭିନ୍ନ ବିଭଗର ପ୍ରମୁଖ ଶାସନ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ମୁଖ୍ୟ ଖବର, ରାଜନୀତି Tagged With: ପ୍ରାକୃତିକ ବିପର୍ଯ୍ୟୟ

ପ୍ରାକୃତିକ ବିପର୍ଯ୍ୟୟ ପାଇଁ ମେଶିନ ଦେବ ସତର୍କ ସୂଚନା

February 6, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଫେବୃୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖିନ ହେଉଥିବା ରାଜ୍ୟବାସୀଙ୍କୁ ପୂର୍ବ ସୂଚନା ପ୍ରଦାନ କରିବା ପାଇଁ ମେଶିନର ବ୍ୟବହାର କରିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।

ପାଣିପାଗ ପରିବର୍ତନ, ମହାବାତ୍ୟା, ସୁନାମୀ ଭଳି ବିପର୍ଯ୍ୟୟର ପୂର୍ବରୁ ଲୋକଙ୍କ ନିକଟରେ ସୂଚନା ପହଞ୍ଚାଇବା ପାଇଁ ସୋମବାର ପୁରୀରେ ମଲ୍ଟି ପରପଜ୍ ୱାର୍ଣ୍ଣି ସିଷ୍ଟମ ଦ୍ୱାରା ପ୍ରାଥମିକ ପରୀକ୍ଷା କରାଯାଇଛି ।

ଯୁକ୍ତରାଷ୍ଟ୍ର ଆମେରିକାରୁ ଆସିଥିବା ଏହି ମେଶିନକୁ ଗୁଣ୍ଡିଚା ମନ୍ଦିର, ନୋଳିଆ ସାହି ଅଞ୍ଚଳରେ ପରୀକ୍ଷା କରାଯାଇଥିବା ବେଳେ ଏହି ସମୟରେ ଦିଆଯାଇଥିବା ସୂଚନା ସାତ ଶହରୁ ଆଠ ଶହ ମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା ।

ଜନସାଧାରଣଙ୍କ ପାଇଁ ସରକାର କୌଣସି ସୂଚନା ଦେବାକୁ ଚାହିଁଲେ ଏହି ମେଶିନ ସାହାଯ୍ୟରେ ଦେଇପାରିବେ ଏବଂ ଏଥିରେ ବିଭିନ୍ନ ବିପର୍ଯ୍ୟୟ ପାଇଁ ଅଲଗା ଅଲଗା ଶବ୍ଦ ରହିଛି । ଏହାଦ୍ୱାରା ଲୋକମାନେ ବିପର୍ଯ୍ୟୟ ପୂର୍ବରୁ ସୂଚନା ପାଇ ନିଜକୁ ସୁରକ୍ଷିତ ରଖିପାରିବେ ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପୁରୀ, ପ୍ରାକୃତିକ ବିପର୍ଯ୍ୟୟ, ୱାର୍ଣ୍ଣି ସିଷ୍ଟମ

ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ

December 17, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡ଼ାକ୍ତର ମାନଙ୍କୁ ପରାମର୍ଶ ଦିଆଯାଇଛି ।

ଶନିବାର ଅନୁଷ୍ଠିତ ସହକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମୀକ୍ଷା ବୈଠକ ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ପରାମର୍ଶ ଦେବା ସହ ଗତ ପ୍ରଳୟଙ୍କାରୀ ବନ୍ୟା ସମୟରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ କାର୍ଯ୍ୟ ପାଇଁ ସେମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି ।

ଗତ ବନ୍ୟା ସମୟରେ ଏବଂ ବନ୍ୟା ପରବର୍ତ୍ତି ସମୟରେ ଜନସହଯୋଗ ଓ ଜନ ସଚେତନତା ମାଧ୍ୟମରେ କୌଣସି ସ୍ଥାନରେ କୌଣସି ପ୍ରକାର ମହାମାରୀ ଦେଖା ଦେଇ ନାହିଁ । ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ନିୟୋଜିତ କର୍ମଚାରୀ ମାନଙ୍କ କର୍ତ୍ତବ୍ୟନିଷ୍ଠା ପାଇଁ ଏହା ସମ୍ଭବପର ହୋଇ ପାରିଛି ବୋଲି ସେ କହିଛନ୍ତି ।

ତେବେ ସତର୍କ ରହିବା ସତ୍ୱେ ବିଭିନ୍ନ ସମୟରେ ସାମାନ୍ୟ କଥାରେ ବିଭାଗର ଭାବମୂର୍ତ୍ତିରେ ଆଂଚ
ଆସୁଛି । ତେଣୁ ସମସ୍ତେ ସେଥି ପ୍ରତି ଧ୍ୟାନ ଦେବା ଆବଶ୍ୟକ, ସେ କହିଛନ୍ତି ।

ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଜରିଆରେ ସଂପୃକ୍ତ ଜିଲ୍ଲାର ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି ।

ଏହି ଅବସରରେ ରାଜ୍ୟ ସର୍ବେକ୍ଷଣ ୟୁନିଟ୍ର ନୋଡାଲ ଅଫିସର ଡାଃ ବିକାଶ ପଟ୍ଟନାୟକଙ୍କୁ ବିଭିନ୍ନ ମହାମାରୀ ସମୟରେ ସମନ୍ୱୟ ରକ୍ଷାକରି ପରିସ୍ଥିତିର ମୁକାବିଲା ପାଇଁ ତାଙ୍କର ନିଷ୍ଠା , କର୍ମକ୍ଷତା ପାଇଁ ସ୍ୱତନ୍ତ୍ରଭାବେ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍’

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପ୍ରାକୃତିକ ବିପର୍ଯ୍ୟୟ, ସ୍ୱାସ୍ଥ୍ୟ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ