• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପ୍ରାର୍ଥୀ

ଆକ୍ରମଣରେ ଜିଲ୍ଲାପରିଷଦ ପ୍ରାର୍ଥୀ ଗୁରୁତର, ୨ ଗିରଫ

February 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର, ଫେବୃୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍)ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହେବା ପୂର୍ବରୁ ବଲାଙ୍ଗୀର ଜିଲ୍ଲାରେ ନିର୍ବାଚନୀ ହିଂସାକାଣ୍ଡରେ ଜଣେ ଜିଲ୍ଲାପରିଷଦ ପ୍ରାର୍ଥୀ ଗୁରୁତର ଆହତ ହୋଇଥିବା ବେଳେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।

ଟିଟିଲାଗଡ଼ ୭ ନମ୍ବର ଜୋନ୍ ବିଜେଡ଼ି ପ୍ରାର୍ଥୀ ଭକ୍ତ ମାଝୀଙ୍କୁ କେତେକ ଲୋକ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିବା ପୋଲିସ କହିଛି । ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।

ରବିବାର ରାତିରେ ସେ ଘରଘର ବୁଲି ପ୍ରଚାର କରୁଥିବା ବେଳେ ତାଙ୍କ ପ୍ରତିପକ୍ଷ ଏହାକୁ ବିରୋଧ କରି
ତାଙ୍କୁ ଆକ୍ରମଣ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ନିର୍ବାଚନ ପୂର୍ବରୁ ମଧ୍ୟ ଜିଲ୍ଲାରେ ଜଣେ ୱାର୍ଟମେମ୍ବର ପ୍ରାର୍ଥୀଙ୍କୁ ହତ୍ୟା କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜିଲ୍ଲାପରିଷଦ, ପ୍ରାର୍ଥୀ

ଆଚରଣବିଧି ଉଲଂଘନ ଯୋଗୁଁ ଉଦ୍ବେଗ

January 29, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜାନୁୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ନିର୍ବାଚନ ପ୍ରଚାର ସମୟରେ ଜଗତସିଂହପୁର ଜିଲ୍ଲାରେ ଆଚରଣବିଧି ଉଲଂଘନ ହେଉଥିବା ନେଇ ଉଦ୍ବେଗ ପ୍ରକାଶ ପାଇଛି ।

ନିର୍ବାଚନ କମିଶନଙ୍କ କଟକଣା ସତ୍ୱେ ପ୍ରାର୍ଥୀମାନେ ଦଳର ନାମ, ଦଳୀୟ ସଂକେତ ଏବଂ ନେତାଙ୍କ ଫଟୋ ଚିତ୍ର ଲଗାଇ ପ୍ରଚାର କରୁଥିବା ଅଭିଯୋଗ ହୋଇଛି ।

ପ୍ରାର୍ଥୀମାନେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିଆରା ଭାବରେ ପ୍ରଚାର କରି ଭୋଟର୍ ମନ ଜିଣିବାକୁ ପ୍ରୟାସ କରୁଛନ୍ତି । ସେମାନେ ସର୍ବସାଧାରଣ ସ୍ଥାନ ଗୁଡ଼ିକରେ ପ୍ରାର୍ଥୀଙ୍କ ନାଁ ଏବଂ ଦଳର ସଂକେତ ଲଗାଇଛନ୍ତି ।

ଶାସକ ବିଜେଡ଼ି ଦଳର ପ୍ରାର୍ଥୀମାନେ ଦଳର ସଂକେତ ଏବଂ ଦଳର ନାଁ ବ୍ୟବହାର କରି ପ୍ରଚାର କରୁଥିବା ବିରୋଧୀ ବିଜେପି ଏବଂ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

ଶାସକ ଦଳ ପ୍ରାର୍ଥୀମାନେ ଆଚରଣବିଧି ଉଲଂଘନ କରୁଥିବା ସତ୍ୱେ ଜିଲ୍ଲା ପ୍ରଶାସନ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସେମାନେ କହିଛନ୍ତି ।

ଜିଲ୍ଲାପରିଷଦ ପ୍ରାର୍ଥୀ ବ୍ୟତୀତ ଅନ୍ୟମାନେ ଦଳର ନାମ, ସଂକେତ ବ୍ୟବହାର କରିପାରିବେ ନାହିଁ ଏବଂ ଏହା ଉଲଂଘନ କଲେ କାର୍ଯ୍ୟକାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ କମିଶନ ନିର୍ଦ୍ଦେଶ ଦେଇଥିବା ବେଳେ ଏନେଇ ଜିଲ୍ଲାପାଳ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି ।

“ଯଦି ଜିଲ୍ଲାପରିଷଦ ସଭ୍ୟଙ୍କ ବ୍ୟାନରରେ ପଞ୍ଚାୟତ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରଚାର କରୁଛନ୍ତି ତେବେ ଏହା ଆଚରଣବିଧି ଉଲଂଘନ କରୁଛି, ଅଭିଯୋଗ ଆସିବା ପରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ” ଅତିରିକ୍ତ ଜିଲ୍ଲାପାଳ ମିହିର ଚାନ୍ଦ ମଲ୍ଲିକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଆଚରଣବିଧି, ନିର୍ବାଚନ, ପ୍ରାର୍ଥୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ