• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବକ୍ସାଇଟ

ନାଲକୋ ପକ୍ଷରୁ ବକ୍ସାଇଟ ଖନନ ପୁନଃ ଆରମ୍ଭ

December 18, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୮(ଓଡିଶା ଡଟ୍ କମ୍)- କୋରାପୁଟ ଜିଲ୍ଲାର ପଞ୍ଚପଟ୍ଟମାଳୀ ବକ୍ସାଇଟ ଖଣିରେ ଖନନ କାର୍ଯ ଆରମ୍ଭ କରିବା ପାଇଁ ଅସ୍ଥାୟୀ କାର୍ଯ ଅନୁମତି ହାସଲ କରିବା ପରେ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ଗତ ସନ୍ଧ୍ୟାରୁ ଖନନ କାର୍ଯ ପୁନଃ ଆରମ୍ଭ କରାଯାଇଛି ।

Bauxite-mines-nalco

ଖଣି ଲିଜ ଅବଧି ସମାପ୍ତ ହେବା ପରେ ନାଲକୋର ଖଣି କାର୍ଯ୍ୟ ଗତ ମାସ ୧୭ ତାରିଖରୁ ବନ୍ଦ ରହିଥିଲା । ଯଦିଓ ଜଙ୍ଗଲ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ପାଇ ନଥିବାରୁ ଏହି ସମୟରେ କମ୍ପାନୀର ପଞ୍ଚପଟ୍ଟମାଳୀ ଖଣିରୁ ବକ୍ସାଇଟ ଖନନ ସ୍ଥଗିତ ରହିଥିଲା, ଏହାର ରିଫାଇନେରୀ ଓ ସ୍ମେଲ୍ଟରରେ କାର୍ଯ୍ୟ ବ୍ୟାହତ ହୋଇନଥିଲା ।

ପୂର୍ବରୁ ଗଚ୍ଛିତ ବକ୍ସାଇଟ ବ୍ୟବହାର କରି ଉଭୟ ୟୁନିଟରୁ ଉତ୍ପାଦନ କାର୍ଯ୍ୟ ଜାରୀ ରହିଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଖଣି ବନ୍ଦ ରହିଥିବା ସମୟରେ କମ୍ପାନୀ ବିଭିନ୍ନ ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ହାତକୁ ନେଇଥିଲା । ଉଦାହରଣ ସ୍ୱରୂପ, ଏହି ସମୟ ମଧ୍ୟରେ କନଭେୟର ବେଲ୍ଟର ମରାମତି କରାଯାଇଥିଲା, ଯାହା କି ଅନ୍ୟ ସମୟରେ କରିଥିଲେ, ୧୭ ଦିନ ପାଇଁ କାର୍ଯ୍ୟ ବନ୍ଦ କରିବାକୁ ପଡିଥାନ୍ତା ।

ଏହି ସମ୍ବନ୍ଧରେ ସୂଚନା ଦେଇ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ ଶ୍ର ଅଂଶୁମାନ ଦାସ କହିଲେ, “ବର୍ତମାନ ୧ ବର୍ଷ ପାଇଁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟରୁ ଏହି ଅସ୍ଥାୟୀ କାର୍ଯ୍ୟ ଅନୁମତି ମିଳିଛି ।

ମାତ୍ର, ଦୀର୍ଘକାଳୀନ ଖଣି ଲିଜ ନବୀକରଣ ପାଇଁ ଆମେ ଚେଷ୍ଟା କରୁଛୁ, ଯାହା କି ଏହି ଅନୁମତିର ଅବଧି ଶେଷ ହେବା ପୂର୍ବରୁ ଆମକୁ ମିଳିଯିବ ବୋଲି ଆମେ ଆଶା କରୁଛୁ ।”

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର Tagged With: ଆଲୁମିନିୟମ କମ୍ପାନୀ, ନାଲକୋ, ବକ୍ସାଇଟ

ଖୋଲିଲା ବେଦାନ୍ତ ପ୍ଳାଣ୍ଟ

October 22, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଳାହାଣ୍ଡି,ଅକ୍ଟୋବର ୨୨(ଓଡ଼ିଶା ଡ଼ଟ୍ କମ୍) –ଦଶଦିନ ବନ୍ଦ ରହିବାପରେ ପୁଣି ସୋମବାର ଠାରୁ ଖୋଲିଲା କଳାହାଣ୍ଡିର ଲାଞ୍ଜିଗଡସ୍ଥିତ ବେଦାନ୍ତ ଆଲୁମିନା ରିଫାଇନାରି ।

ଗତ ୧୨ ତାରିଖରେ କଂପାନୀ ପାଖରୁ ବକସାଇଟ୍ ସଂପୂର୍ଣ୍ଣ ସରିଯିବାପରେ ବେଦାନ୍ତ ରିଫାଇନାରି ପ୍ଳାଣ୍ଟକୁ ବନ୍ଦ କରିଦେଇଥିଲା । ବେଦାନ୍ତ ଗ୍ରୁଫର ବାଲ୍କୋ ଅଧିନସ୍ଥ ଛତିଶଗଡର କବାର୍ଦ୍ଧ ମାଇନ୍ସରୁ କଂପାନୀ ୩୦ ହଜାର ଟନ୍ ବକସାଇଟ ସଂଗ୍ରହ କରିଛି ।

ଏହା ସହିତ ଗୁଜୁରାଟ ମେନ୍ରାଲ ଡେଭଲପମେଣ୍ଟ କର୍ପୋରେସନରୁ କଂପାନୀ ଦୁଇଟି ପର୍ଯ୍ୟାୟରେ ୯୦ ହଜାର ଟନ୍ ବକ୍ସାଇଟ୍ ଆଣୁଛି ।

ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨୬ ତାରିଖରେ ୪୫ ହଜାର ଟନ୍ ବକ୍ସାଇଟ୍ ଲାଞ୍ଜିଗଡରେ ପହଞ୍ଚିବ । ପୁଣି ଡିସେମ୍ବର ୫ ପର୍ଯ୍ୟନ୍ତ ରିଫାଇନାରି କୌଣସି ମତେ ଚଳାଇ ରଖାଯିବ ବୋଲି କଂପାନୀ କତୃପକ୍ଷ ସୂଚନା ଦେଇଛନ୍ତି ।

ପ୍ଳାଣ୍ଟ ପାଇଁ ଦୈନିକ ୧୦ ହଜାର ଟନ୍ ବକ୍ସାଇଟ ଆବଶ୍ୟକ । ବକ୍ସାଇଟ୍ ମିଳିବାକୁ ଅସୁବିଧା ହେବାରୁ ଡିସେମ୍ବର ୫ ତାରିଖରେ ପ୍ଳାଣ୍ଟ ବନ୍ଦ କରିବାକୁ ଗତ ସେପ୍ଟେମ୍ବର ୬ ତାରିଖରେ ବେଦାନ୍ତ ରାଜ୍ୟ ଶ୍ରମବିଭାଗକୁ ନୋଟିସ୍ ପଠାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବକ୍ସାଇଟ, ବେଦାନ୍ତ ପ୍ଳାଣ୍ଟ, ଲାଞ୍ଜିଗଡ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ