• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବନ୍ଦର

କଟକଣା ସତ୍ୱେ ଗାଡ଼ିରେ ନାଲିବତୀ ଲଗାଉଛନ୍ତି ଅଧିକାରୀ

March 29, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମାର୍ଚ୍ଚ ୨୯(ଓଡ଼ିଶା ଡ଼ଟ୍ କମ୍) ଗାଡ଼ିରେ ନାଲିବତୀ ଲଗାଇବା ନେଇ ହାଇକୋର୍ଟ ତଥା ରାଜ୍ୟ ସରକାରଙ୍କ କଟକଣା ସତ୍ୱେ ଆଇନ ଉଲଂଘନ କରି ଜଗତସିଂହପୁର ଜିଲ୍ଲାରେ କେତେକ ଅଧିକାରୀ ନିଜ ଗାଡ଼ିରେ ନାଲିବତୀ ଲଗାଉଥିବା ଅଭିଯୋଗ ହୋଇଛି ।

ପାରାଦ୍ଵୀପ ବନ୍ଦର ଅଧ୍ୟକ୍ଷ ଜି.ଜଗନ୍ନାଥ ରାଓଙ୍କ ସମେତ ତିର୍ତୋଲ, କୁଜଙ୍ଗ, ବାଲିକୁ ଆଦିର ତହସିଲଦାର ମଧ୍ୟ ଏହାର ଉଲଂଘନ କରୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ଏହି ଅଧିକାରୀମାନେ କେବଳ ପେଟ୍ରୋଲିଂ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ସମୟରେ ଏହା ଲଗାଇବା ପାଇଁ ନିୟମ ଥିବା ବେଳେ ସେମାନେ ବିଭିନ୍ନ ସଭା ସମିତି ତଥା ଅନ୍ୟ ଅଫିସକୁ ଯିବା ସମୟରେ ଗାଡ଼ିରେ ନାଲି ବତୀ ବ୍ୟବହାର କରୁଛନ୍ତି ।

ପୂର୍ବରୁ ବନ୍ଦର ଅଧ୍ୟକ୍ଷମାନେ ନାଲିବତୀ ଲଗାଉନଥିବା ବେଳେ ରାଓ ଆଇନ ଉଲଂଘନ କରି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଉଥିବା ଜଣେ ଶ୍ରମିକ ସଂଗଠନର ନେତା ଅଭିଯୋଗ କରିଛନ୍ତି । ପୋଲିସ ଓ ଜିଲ୍ଲା ପ୍ରଶାସନର ଜାଣତରେ ଅନ୍ୟମାନେ ମଧ୍ୟ ଗାଡ଼ିରେ ନାଲିବତୀ ବ୍ୟବହାର କରୁଥିବା ସେ କହିଛନ୍ତି ।

କେତେକ ସମୟରେ ସଂପୃକ୍ତ ଅଧିକାରୀଙ୍କ ପତ୍ନୀ, ସହ ଅଧିକାରୀ ତଥା କାର୍ଯ୍ୟାଳୟର ଅନ୍ୟମାନେ ଉକ୍ତ ଗାଡ଼ିରେ ଯିବା ଆସିବା କରୁଛନ୍ତି ଯାହାଦ୍ୱାରା ସ୍ଥାନୀୟ ଲୋକମାନେ ଦ୍ଵନ୍ଦରେ ରହୁଛନ୍ତି । ତେଣୁ ଏହାକୁ ତୁରନ୍ତ ବନ୍ଦ କରିବା ଉଚିତ୍ ବୋଲି ଲୋକମାନେ କହିଛନ୍ତି ।

ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି, ବିଚାରପତି, ଅଡ଼ିଟର ଜେନେରାଲ, ଆଡ଼ଭୋକେଟ ଜେନେରାଲ, ବିରୋଧୀ ଦଳ ନେତା, ସରକାରୀ ମୁଖ୍ୟ ସଚେତକ, ନିର୍ବାଚନ କମିଶନର, ମାନବାଧିକାର କମିଶନ, ମୁଖ୍ୟ ଶାସନ ସଚିବ ଏବଂ ଆର୍ଡ଼ିସିମାନ ନିଜ ଗାଡ଼ିରେ ନାଲିବତୀ ବ୍ୟବହାର କରିପାରିବେ ।

ଏହାବ୍ୟତୀତ ଜିଲ୍ଲା ମାଜିଷ୍ଟ୍ରେଟ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ସମସ୍ତ ଜିଲ୍ଲା ଜଜ୍, ପୋଲିସ ପେଟ୍ରୋଲିଂ ଭ୍ୟାନ, ଅଗ୍ନିଶମ ଗାଡ଼ିରେ ନାଲିବତୀ ଲଗାଇବା ପାଇଁ ଅନୁମତି ଦିଆଯାଇଥିବା ବେଳେ ରାଜ୍ୟ ପ୍ରଶାସନିକ ପ୍ରାଧିକରଣ ଅଧ୍ୟକ୍ଷଙ୍କୁ ଏଥିପାଇଁ ଅନୁମତି ିଆଯାଇ ନାହିଁ ।

କେବଳ ଅନୁମତି ପାଇଥିବା ବ୍ୟକ୍ତି ନାଲିବତୀ ଲଗାଇବା ଉପରେ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଏସ୍ପି ସ୍ପଷ୍ଟ କରିବାକୁ ଗତ ଦୁଇ ବର୍ଷ ତଳେ ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଆଇଏମ୍ କୁଦ୍ଧୁସି ଏବଂ ବିଚାରପତି ସଞ୍ଜୁ ପଣ୍ଡା ସରକାରଙ୍କୁ ନିଦେ୍ର୍ଧଶ ଦେଇଥିଲେ ।

ତେବେ ବନ୍ଦର ଅଧ୍ୟକ୍ଷ ଗାଡ଼ିରେ ନାଲିବତୀ ଲଗାଇବା ପାଇଁ ଅନୁମତି ପାଇନାହାନ୍ତି, ସେ ସରକାରଙ୍କ ନିଦେ୍ର୍ଧଶକୁ ବେଖାତିର କରି ଏହା ବ୍ୟବହାର କରୁଛନ୍ତି ବୋଲି ପାରାଦ୍ଵୀପ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ସୁରଜିତ୍ ଦାସ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ଢିଙ୍କିଆ, ପାରାଦ୍ଵୀପ, ବନ୍ଦର

ପୋସ୍କୋ: ପାରାଦ୍ଵୀପ ବନ୍ଦର ସର୍ଭେ ପାଇଁ କମିଟି

March 15, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାଦ୍ଵୀପ, ମାର୍ଚ୍ଚ ୧୫(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ ପ୍ରକଳ୍ପ ପାଇଁ ପାରାଦ୍ଵୀପ ବନ୍ଦର ବ୍ୟବହାର ନେଇ ସର୍ଭେ ନିମନ୍ତେ ଏକ ଛଅ ଜଣିଆ କମିଟି ଗଠନ କରିବାକୁ ନିଷ୍ପତି ନିଆଯାଇଛି ।

ବନ୍ଦରର ସୁବିଧା ସୁଯୋଗ ତଥା ଅନ୍ୟ ବିଷୟ ଉପରେ ସର୍ଭେ ପାଇଁ ଗଠିତ ଏହି କମିଟିରେ ବନ୍ଦରରତିନି ଜଣ ଏବଂ ପୋସ୍କୋ କମ୍ପାନୀର ତିନି ଜଣ ସଦସ୍ୟ ରହିବେ । ଆସନ୍ତା ଅପ୍ରେଲ ୨ରୁ ୧୪ ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ଚାଲିବ ବୋଲି କୁହାଯାଇଛି ।

ବନ୍ଦର କର୍ତୃପକ୍ଷଙ୍କ ପ୍ରସ୍ତାବ ଅନୁଯାୟୀ ଗୁରୁବାର ପୋସ୍କୋ ଉପ-ପରିଚାଳନା ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଦଳ ପାରାଦ୍ଵୀପରେ ପହଞ୍ଚି ବନ୍ଦର ଅଞ୍ଚଳ ବୁଲି ଦେଖିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ବନ୍ଦରର ବିଭିନ୍ନ କାର୍ଯ୍ୟ, ବର୍ଥ, କ୍ଷମତା ଏବଂ ଭବିଷ୍ୟତ ଯୋଜନା ବିଷୟରେ ଅଧିକାରୀମାନେ
ପୋସ୍କୋ ଅଧିକାରୀଙ୍କୁ ଅବଗତ କରାଇଥିଲେ ।

ଚାରି ମିଲିଅନ ଟନ୍ ବିଶିଷ୍ଟ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପାଇଁ କମ୍ପାନୀ ବନ୍ଦର ସାହାଯ୍ୟରେ ୨୫ ମିଲିଅନ୍
ଟନ୍ କଞ୍ଚାମାଲ ନେବା ଆଣିବା କରିବ ବୋଲି ଆଲୋଚନା ସମୟରେ ପୋସ୍କୋ ଅଧିକାରୀମାନେ କହିଛନ୍ତି ।

ଖୁବ୍ ଶୀଘ୍ର କମ୍ପାନୀ ତା’ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବ ଏବଂ ଏଥିପାଇଁ ପାରାଦ୍ବୀପ ବନ୍ଦର ସାହାଯ୍ୟରେ ଜାହାଜ ଚଳାଚଳ କରିବାକୁ ଯୋଜନା କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି ।

“ପ୍ରଥମ ଥର ପାଇଁ ପୋର୍ଟ ଟ୍ରଷ୍ଟ ଏବଂ ପୋସ୍କୋ ମଧ୍ୟରେ ଆଲୋଚନା ହୋଇଛି ଏବଂ କମ୍ପାନୀର ଏକ ଦଳ ବନ୍ଦରର ସୁବିଧା ସୁଯୋଗ ବିଷୟରେ ଅନୁଧ୍ୟାନ କରିଛନ୍ତି । ତେଣୁ ପ୍ରକଳ୍ପ କାର୍ଯ୍ୟ ପାଇଁ ବନ୍ଦର ବ୍ୟବହାର ଉପରେ ଆମେ ଆଶୀର୍ବାଦ ଅଛୁ” ବନ୍ଦର ଉପାଧ୍ୟକ୍ଷ ଅନନ୍ତ କୁମାର ବୋଷ କହିଛନ୍ତି ।

ପୋସ୍କୋ ପ୍ରକଳ୍ପ କାର୍ଯ୍ୟରେ ପାରାଦ୍ବୀପ ବନ୍ଦରକୁ ବ୍ୟବହାର କରିବା ପାଇଁ ଗତମାସରେ ବନ୍ଦର ଅଧ୍ୟକ୍ଷ ଜି.ଜଗନ୍ନାଥ ରାଓ ପୋସ୍କୋ କର୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପାରାଦ୍ବୀପ, ପୋସ୍କୋ, ବନ୍ଦର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ