• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବନ୍ୟା

ବନ୍ୟା ପରିସ୍ଥିତିରେ ସୁଧାର

August 1, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୧ ଅଗଷ୍ଟ (ଓଡିଶା ଡଟ୍ କମ୍): ଉପରମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବୈତରଣୀ, ବ୍ରାହ୍ମଣୀ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ହୋଇଥିବା ବନ୍ୟା ପରିସ୍ଥିତିରେ ଏବେ ସୁଧାର ଆସିଛି ।

ଜଳ ସମ୍ପଦ ସଚିବ ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ ଯାଜପୁର ଜିଲ୍ଲାର ଗଣେଷପୁରଠାରେ ଓ ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ୍କର ଦହମୁଣ୍ଡାଠାରେ ସୃଷ୍ଟି ହୋଇଥିବା ଘାଇର ମରାମତି କାର୍ଯ୍ୟ ସମ୍ପନ୍ନ ହୋଇଛି ।

ଠିକ ସେହି ପରି ଯାଜପୁର, କେନ୍ଦ୍ରପଡା, ବାରିପଦା, ବାଲେଶ୍ଵର ଓ ରାଜ୍ୟର ଅନ୍ୟ କେତକ ଅଞ୍ଚଳ ଏବେବି ଜଳ ମଗ୍ନ ଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ, ବାଲେଶ୍ଵର ଜିଲ୍ଲାର ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ୱର ସମେତ ପ୍ରାୟ ୧୭ଟି ପଞ୍ଚାୟତର ୫୦ଟି ଗାଁରେ, ଭଦ୍ରକ ଜିଲ୍ଲାର ୩୫ଟି ପଞ୍ଚାୟତର ୧୫୦ଟି ଗାଁରେ ଓ କେନ୍ଦ୍ରପଡା ଜିଲ୍ଲାର ଆଳି, ରାଜକନିକା ଓ ପଟ୍ଟାମୁଣ୍ଡାର ବ୍ଲକ ଏବେ ବି ଜଳ ଘେରର ରହିଥିବା ବେଳେ ଶହ ଶହ ଏକର ଚାଷ ଜମି ବୁଡି ଯାଇଛି।

ଜଳ ଘେରରେ ଥିବା ଲୋକମାନେ ଯୋଗାଯୋଗ ପାଇଁ ଡଙ୍ଗା ଉପରେ ନିର୍ଭର କରିଥିବା ବେଳେ ପ୍ରଶାସନ ପକ୍ଷରୁ ରିଲିଫ୍ ତଥା ଖାଦ୍ୟ ସାମଗ୍ରୀ ପହଞ୍ଚି ପାରି ନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପରିବେଶ Tagged With: ବନ୍ୟା

ଉତ୍ତର-ପଶ୍ଚିମ, ଉପକୂଳ ଓଡ଼ିଶାରେ ବନ୍ୟା, ଶତାଧିକ ସ୍ଥାନାନ୍ତର

July 29, 2015 by ନିଉଜ ଡେସ୍କ Leave a Comment

ଉତ୍ତର-ପଶ୍ଚିମ, ଉପକୂଳ ଓଡ଼ିଶାରେ ବନ୍ୟା, ଶତାଧିକ ସ୍ଥାନାନ୍ତର

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର ,୨୯ ଜୁଲାଇ (ଓଡିଶା ଡଟ୍ କମ୍): ଉପରମୁଣ୍ଡରେ ଲଗାଣ ବର୍ଷାଯୋଗୁଁ ବୈତରଣୀ, ବ୍ରାହ୍ମଣୀ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଉତ୍ତର-ପଶ୍ଚିମ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବନ୍ୟା ହୋଇଛି ଫଳରେ ଶତାଧିକ ଲୋକଙ୍କୁ ପ୍ରଶାସନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ।

ମିଳିଥିବା ସୂଚନା ମୁତାବକ ଯାଜପୁର, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳ ଏବେ ବନ୍ୟାଜଳ ଘେରରେ ।

ବୁଧବାର ସକାଳ ସୁଦ୍ଧା ବୈତରଣୀ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ହେତୁ ଯାଜପୁର ଜିଲ୍ଲାର ଗଣେଷପୁରଠାରେ ଘାଇ ସୃଷ୍ଟି ହୋଇଛି ।

ଏହି ଘାଇ ଯୋଗୁଁ ଯେପରି ଯାଜପୁର ସହରରେ ପାଣି ନ ପଶେ ସେଥିପାଇଁ ଯୁଦ୍ଧକାଳୀନ ଭିତିରେ ଏହାର ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିବା ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ଅନୁଷ୍ଠିତ ବୈଠକରେ ସୂଚନା ଦିଆଯାଇଛି।

ସେହିପରି ବୁଢାବଳଙ୍ଗ ନଦୀରେ ବନ୍ୟା ଯୋଗୁଁ ବାରିପଦା ସହର ଓ ସାରକଣା ଅଞ୍ଚଳର କିଛି ସ୍ଥାନ ପ୍ରଭାବିତ ହୋଇଥିବାରୁ ସେହି ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ସେମାନଙ୍କୁ ରିଲିଫ ଯୋଗାଇ ଦିଆଯାଉଥିବା ବୈଠକର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସୁବର୍ଣ୍ଣରେଖାରେ ବନ୍ୟା ଯୋଗୁଁ ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ୍କର ଦହମୁଣ୍ଡାଠାରେ ଘାଇ ସୃଷ୍ଟି ହୋଇ ମନନଗର ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି।

ସୁବର୍ଣ୍ଣରେଖାର ବନ୍ୟା ପରିସ୍ଥିତିକୁ ସାମ୍ନାରେ ରଖି ମୁଖ୍ୟମନ୍ତ୍ରୀ ଘାଇଟିର ମରାମତି କରିବା, ବାଲିଆପାଳ, ଭୋଗରାଇ ଓ ବସ୍ତା ଅଞ୍ଚଳରେ ସତର୍କ ଦୃଷ୍ଟି ରଖିବା ସହ ବାଲେଶ୍ଵର ଜିଲ୍ଲାକୁ ଏକ ଓଡ୍ରାଫ ଟିମ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବୈତରଣୀ ନଦୀରେ ବନ୍ୟା ସୃଷ୍ଟି ହେବା ଯୋଗୁଁ ବୁଧବାର ରେଙ୍ଗାଲି ଡ୍ୟାମରୁ ଯେଉଁ ବନ୍ୟାଜଳ ଛଡ଼ା ଯିବାର ନିଷ୍ପତିକୁ ଗୋଟେ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ କ୍ରମଶଃ ଏହା ଗଭୀର ଲଘୁଚାପରେ ପରିଣତ ହେବାରୁ ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ରାଜ୍ୟର କେତକ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ପକ୍ଷରୁ ସୁଚନା ମିଳିଛି।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପରିବେଶ Tagged With: ବନ୍ୟା, ବର୍ଷା

ବନ୍ୟା ପ୍ରଭାବିତଙ୍କୁ ଜରୁରୀ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ

June 22, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୨୨ ଜୁନ (ଓଡିଶା ଡଟ୍ କମ୍): ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ବନ୍ୟା ପ୍ରପୀଡିତଙ୍କୁ ତୁରନ୍ତ ଜରୁରୀ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଏକ ଭିଡିଓ କନଫରେନସିଂ ମାଧ୍ୟମରେ ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କୁ ସୋମବାର ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ କନଫରେନସିଂରେ ଭାଗ ନେଇ ମାଲକାନଗିରି ଜିଲ୍ଲାପାଳ ଜିଲ୍ଲାର ବନ୍ୟା ଉପରେ ସୂଚନା ଦେଇ କହିଥିଲେ ଯେ ଯଦିଓ ବର୍ଷାର ପ୍ରକୋପ ଧୀରେ ଧୀରେ କମିବାରେ ଲାଗିଛି ରିଲିଫ କ୍ୟାମ୍ପରେ ପ୍ରାୟ ୬୦୦ଜଣ ଲୋକ ଏବେ ବି ରହିଛନ୍ତି ଓ ତାଙ୍କୁ ଚୁଡା, ଗୁଡ, ଡାଲି ଆଦି ରିଲିଫ ସାମଗ୍ରୀ ପ୍ରଦାନ କରାଯାଇଛି ।

ଜିଲ୍ଲାରେ ଦୁଇଟି ଓଆରଡ଼ିଏଏଫ ଟିମକୁ ନିୟୋଜିତ କରାଯାଇଛି। ଏବଂ ମାଲକାନଗିରି ଓ କାଲିମେଳା ମଧ୍ୟରେ ଯୋଗାଯୋଗ ପାଣି ଯୋଗୁଁ ବିଚ୍ଛିନ୍ନ ହୋଇଥିବାବେଳେ ନବରଙ୍ଗପୁରରେ ଇନ୍ଦ୍ରାବତୀ ଓ ଭସ୍କେଲ ନଦୀର ଜଳସ୍ତର ବିପଦ ସଂକେତ ତଳେ ରହିଛି ଏବଂ ଯୋଗାଯୋଗରେ ବିଚ୍ଛିନ୍ନ ହୋଇନାହିଁ ।

ସେହିପରି ୪୨୩ଟି ଘର ଭାଙ୍ଗିଛି ଏବଂ ଅନ୍ୟାନ୍ୟ କ୍ଷୟକ୍ଷତିର ଆକଳନ କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ତେବେ ପାଣି କମିବା ପରେ କ୍ଷତିଗ୍ରସ୍ତ ରାସ୍ତା ଗୁଡିକର ତୁରନ୍ତ ମରାମତି କରାଇବା ସହ କ୍ଷୟକ୍ଷତିର ଆକଳନ କରି ପ୍ରପୀଡିତ ମାନଙ୍କୁ ସହାୟତା ପ୍ରଦାନ କରିବା ଉପରେ ଗୁରୁତ୍ଵ ଆରୋପ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚଦ୍ର ପତି, ଉନ୍ନୟନ କମିଶନର, ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ଜି.ଭି.ଭି ଶର୍ମା ଓ ଜଳ ସମ୍ପଦ ପ୍ରମୁଖ ସଚିବ ଶ୍ରୀ ପି.କେ. ଜେନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଏହି ସମୟରେ ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗତ ତିନିଟି ଦିନ ଧରି ଲଗାଣ ବର୍ଷା ଯୋଗୁଁ ମାଲକାନାଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ସହ ସହରରୁ କେତେକ ଅଞ୍ଚଳକୁ  ଯୋଗାଯୋଗ ବିଚ୍ଛିନ୍ନ ଘଟିଛି ।

ବିଶେଷ କରି ବନ୍ୟା ଯୋଗୁଁ ଜିଲ୍ଲାର କାଲିମେଳା, ପୋଟେରୁ, କାଙ୍ଗୁରୁକୋଣ୍ଡା, ତମସା, ତର୍ଲାକୋଟି ଆଦି ଅଞ୍ଚଳ ପ୍ରଭାବିତ ହୋଇଛି । ଏହି ଅଞ୍ଚଳଗୁଡିକର ରାସ୍ତା ଉପର ଦେଇ ପାଣି ଚାଲୁଛି । ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାସହ ଗମନାଗମନ ବ୍ୟବସ୍ଥା ଏକ ପ୍ରକାର ଠପ ହୋଇଯାଇଛି।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ରାଜନୀତି Tagged With: ବନ୍ୟା

ବର୍ଷାପୂର୍ବରୁ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳରେ ମକ ଡ୍ରିଲ

June 13, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର,୧୩ ଜୁନ(ଓଡିଶା ଡଟ୍ କମ୍): ବର୍ଷା ପୂର୍ବରୁ ରାଜ୍ୟର ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ମକ ଡ୍ରିଲ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଯଦି ବନ୍ୟା ହୁଏ ତେବେ ବନ୍ୟା ନିୟନ୍ତ୍ରଣରେ ନିଯୁକ୍ତ ଥିବା ସମସ୍ତ ବିଭାଗ ଇ-ମେଲ ଜରିଆରେ ବନ୍ୟାର ବିସ୍ତ୍ରୁତ ବିବରଣୀ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ (ଏସଆରସି)ଙ୍କୁ ପ୍ରତ୍ୟେକ ଦିନ ଜଣାଇବେ। ଠିକ ସେହିପରି ବିଭାଗରେ ନିଯୁକ୍ତି ପାଇଥିବା ନୋଡାଲ ଅଫିସରଙ୍କ ଠିକଣା ଓ ଫୋନ ନମ୍ବର ମଧ୍ୟ ତାଙ୍କ ନିକଟରେ ଅତି ଶୀଘ୍ର ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପାଣିପାଗ ବିଭାଗ ତରଫରୁ ବନ୍ୟାର ସମସ୍ତ ସତର୍କ ସୂଚନା ଗଣମାଧ୍ୟମ ଓ ସରକାରୀ କର୍ତ୍ତୁପକ୍ଷଙ୍କ ନିକଟକୁ ପଠାଯିବ। ପାରାଦୀପରେ ଓ ଗୋପାଳପୁରରେ ପାଣିପାଗ ବିଭାଗ ପକ୍ଷରୁ ନିର୍ମଣାଧୀନ ଡପ୍ଲାର ରାଡ଼ାରକୁ ଅତିଶୀଘ୍ର କାର୍ଯ୍ୟକ୍ଷମ କରାଯିବ । ସେହିପରି ବିଭିନ୍ନ ନଦୀରେ ସୃଷ୍ଟି ହୋଇଥବା ଘାଇର ମରାମତି କରାଯାଇଥିବା ବେଳେ ବିଭିନ୍ନ ନଦୀର ଦୁର୍ବଳ ଓ ସଙ୍କଟ ପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରାଯାଇଥିବା ସରକାର କହିଛନ୍ତି।

ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟଳାୟ ସମେତ ୧୬ ଟି ସ୍ଥାନରେ ସିଗନାଲଏସପିଙ୍କ ପକ୍ଷରୁ ଭିଏଚଏଚ ପ୍ରତିଷ୍ଠା କରାଯିବ ଓ ୧୦ ୟୁନିଟ ଓଡ୍ରାଫ ଓ ୧୨ ଟିମ ଏନଡ଼ିଆରଏଫ ବନ୍ୟା ପାଇଁ ପ୍ରସ୍ତୁତ କରି ରଖାଯାଇଥିବା ସ୍ଵତନ୍ତ୍ର ରିଲିଫ କମିଶନର ଜିଭିଭି ଶର୍ମାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଏକ ପ୍ରାକ ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି ।

ଏଠାରେ ଉଲ୍ଲେଖ ଯୋଗ୍ୟଯେ ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟ ବ୍ୟାପୀ ପ୍ରବଳ ବର୍ଷା ହେବା ସହ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: ବନ୍ୟା, ବାତ୍ୟା, ମକ ଡ୍ରିଲ, ମୁକାବିଲା

ରାଜ୍ୟରେ ବନ୍ୟା ଆଶଂକା ନାହିଁ: ସରକାର

August 6, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୬(ଓଡ଼ିଶା ଡ଼ଟ୍ କମ୍) ଛତିଶଗଡ଼ ଓ ଝାଡ଼ଖଣ୍ଡରେ ବର୍ଷା କମିଥିବା ବେଳେ ରାଜ୍ୟରେ ମଧ୍ୟ ବିଶେଷ ବର୍ଷା ହୋଇ ନାହିଁ ତେଣୁ ବନ୍ୟା ଆସିବାର କୌଣସି ଆଶଂକା ନାହିଁ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏସଂପର୍କରେ କୁହାଯାଇଛି । ରାଜ୍ୟର ସାମ୍ପ୍ରତିକ ବୃଷ୍ଟିପାତ ଏବଂ ବିଭିନ୍ନ ନୀର ଜଳ ପ୍ରବାହ ସଂପର୍କରେ ସମୀକ୍ଷା କରାଯାଇଛି ।

ଗତ କିଛିଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି । ତେବେ ମହାନୀ ଓ ସୁବର୍ଣ୍ଣରେଖା ନଦୀ ବ୍ୟତୀତ ଅନ୍ୟ ସମସ୍ତ ନଦୀରେ ଜଳ ପ୍ରବାହ ହ୍ରାସ ପାଇଛି ବୋଲି ବୈଠକରେ କୁହାଯାଇଛି ।

ମଣ୍ଡୁଳି ଠାରେ ସୋମବାର ୬ ଲକ୍ଷ ୧୪ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ବର୍ଷା ଯୋଗୁଁ ଇନ୍ଦ୍ରାବତୀ, ଅପରକୋଲାବ, ବାଳିମେଳା ଓ ହୀରାକୁ ଆଦି ଜଳ ଭଣ୍ଡାରେ ଜଳ ପତ୍ତନ ବୃଦ୍ଧି ପାଇଛି ।

ହୀରାକୁଦ ଜଳ ଭଣ୍ଡାରର ଜଳ ପତ୍ତନ ୬୧୨ ଫୁଟ୍ ରହିଥିବା ବେଳେ ଏହାର ୧୯ଟି ଗେଟ୍ ଦେଇ ୩ ଲକ୍ଷ ୧୩ ହଜାର ୪୦୬ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ଏବଂ ଜଳଭଣ୍ଡାରକୁ ୪ ଲକ୍ଷ ୩୭ ହଜାର ୭୮୬ କ୍ୟୁସେକ୍ ଜଳ ପ୍ରବେଶ କରୁଛି ।

ସେହିପରି ଖଇରମାଳ ଦେଇ ୫ ଲକ୍ଷ ୪ ହଜାର କ୍ୟୁସେକ୍ ଜଳ, ବରମୂଳ ଦେଇ ୫ ଲକ୍ଷ ୬୫ ହଜାର ୫ ଶହ ଏବଂ ମୁଣ୍ଡୁଳି ଦେଇ ୬ ଲକ୍ଷ ୨୫ ହଜାର ୯୭୫ କ୍ୟୁସେକ୍ ଜଳ ମହାନଦୀ ମଧ୍ୟଦେଇ ପ୍ରବାହତ ହେଉଛି ।

କଳାହାଣ୍ଡି ଜିଲ୍ଲାରେ ହାତୀ ନଦୀରେ ବନ୍ୟା ଯୋଗୁଁ ପାଞ୍ଚଟି ପଞ୍ଚାୟତରେ ପାଣି ପଶିବା ଆଶଂକା କରିଦୁଇଟି ପଞ୍ଚାୟତର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇ ଥିବା ବେଳେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଓ ଲଙ୍କାଗଡ଼ ପଞ୍ଚାୟତର ଲୋକମାନେ ବନ୍ୟା ଦ୍ୱାରାପ୍ରଭାବିତ ହୋଇଥିବାରୁ ସେଠାରେ ତିନିଦିନ ପାଇଁ ରିଲିଫ ଦିଆଯାଇଛି ।

ଆବଶ୍ୟକତା ଅନୁଯାୟୀ ଅଧିକଦିନ ରିଲିଫ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜଳ ନିଷ୍କାସନ, ବନ୍ୟା, ମହାନଦୀ

ରାଜ୍ୟକୁ ବନ୍ୟା ସହାୟତା ୯୧୮ କୋଟି ଟଙ୍କା

December 28, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) ଗତ ସେପ୍ଟେମ୍ବର ମାସରେ ରାଜ୍ୟରେଦୁଇଟି ପର୍ଯ୍ୟାୟରେ ହୋଇଥିବା ବନ୍ୟାରେ କ୍ଷୟକ୍ଷତି ବାବଦକୁ କେନ୍ଦ୍ର ସରକାର ବୁଧବାର ଓଡ଼ିଶା ପାଇଁ ୯୧୮କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଭରଣା ପାଇଁ ରାଜ୍ୟ ସରକାର ୩୨୬୫ କୋଟି ଟଙ୍କା ସହାୟତା ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ ।

ବନ୍ୟା ଯୋଗୁଁ ରାଜ୍ୟର ୨୧ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ କମ୍ ସହାୟତା ପ୍ରଦାନ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ବନ୍ୟା ଅଂଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ସରକାର ନିଜସ୍ୱ ପାଣ୍ଠିରୁ ୧୨ଶହ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିବା ବେଳେ ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ କେନ୍ଦ୍ର ସରକାର ମଞ୍ଜୁର କରିଥିବା ସହାୟତା ରାଶି ବହୁତ କମ୍ ବୋଲି କୁହାଯାଇଛି ।

ନିକଟରେ କେନ୍ଦ୍ର ସରକାର ପଶ୍ଚିମବଙ୍ଗକୁ ୭୭୫୦କୋଟି ଟଙ୍କାର ସହାୟତା ପ୍ରଦାନ କରିଥିବା ବେଳେ ବିହାର କୋଶୀ ନଦୀ ବନ୍ୟା ବେଳେ ୧୦ହଜାର କୋଟି ଟଙ୍କା ସହାୟତା ଦିଆଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବନ୍ୟା, ରାଜ୍ୟ

ବନ୍ୟା କ୍ଷତିଗ୍ରସ୍ତ ପଞ୍ଚାୟତ ପାଇଁ ସ୍ୱତନ୍ତ୍ର ସହାୟତା

November 18, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ଗତ ସେପ୍ଟେମ୍ବର ମାସରେ ହୋଇଥିବା ଦୁଇଥର ବନ୍ୟାରେ କ୍ଷତିଗ୍ରସ୍ତ ପଞ୍ଚାୟତ ଗୁଡ଼ିକ ପାଇଁ ସ୍ୱତନ୍ତ୍ର ସହାୟତା ଦେବାକୁ ସରକାର ନିଷ୍ପତି ନେଇଛନ୍ତି ।

ଏହି ପଂଚାୟତ ଗୁଡ଼ିକରେ ପେନ୍ସନ୍ ପାଉଥିବା ବିଧବା ମହିଳା, ବୃଦ୍ଧ, ବୃଦ୍ଧା ତଥା ଭିନ୍ନକ୍ଷମ ମାନଙ୍କୁ ଅତିରିକ୍ତ ଏକ ମାସର ସହାୟତା ଦେବା ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ।

ହିତାଧିକାରୀମାନେ ପାଉଥିବା ମାସିକ ସହାୟତା ଅନୁରୂପ ଏହି ଅତିରିକ୍ତ ସହାୟତା ପାଇବେ । ଆସନ୍ତା ଡ଼ିସେମ୍ବର ମାସରେ ଏହି ସହାୟତା ପ୍ରଦାନ କରାଯିବ ଓ ଏହି ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବ ।

ଏହାଦ୍ୱାରା ସାତ ଲକ୍ଷ ହିତାଧିକାରୀ ଲାଭବାନ ହେବେ ଓ ଏଥିପାଇଁ ୧୪ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ବନ୍ୟାରେ ତଦନ୍ତ ଓ କଞ୍ଚାମାଲ ହରାଇଥିବା ବୁଣାକାର ମାନଙ୍କ ପାଇଁ ୨ କୋଟି ୨୮ ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି ।

ଏହାଦ୍ୱାରା୨୨୫୮ ଜଣ ବୁଣାକାର ଏବଂ ୩୭୭ ଜଣ ରେଶମ ଚାଷୀ ଉପକୃତ ହେବେ । ବନ୍ୟାରେ ଡ଼ଙ୍ଗା
ଭାଙ୍ଗିଯାଇଥିବା ଧିବର ମାନଙ୍କ ପାଇଁ ମଧ୍ୟ ୨ କୋଟି ୬୩ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ଡ଼ଙ୍ଗା ପାଇଁ ୭୫୦୦ ଟଙ୍କା ଓ ଆଂଶିକ ଭାଙ୍ଗି ଯାଇଥିବା ଡ଼ଙ୍ଗା ପାଇଁ ୨୫୦୦ ଟଙ୍କା ପ୍ରଦାନ କରାଯିବ ।

ଏହାବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ଟି ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଡଙ୍ଗା, ଧିବର, ବନ୍ୟା, ମୁଖ୍ୟମନ୍ତ୍ରୀ

ବନ୍ୟା: ସ୍ୱାଧୀନ କମିଟି ଦ୍ୱାରାତଦନ୍ତ ପାଇଁ ମତ

October 16, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୧୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେଦୁଇଟି ପର୍ଯ୍ୟାୟରେ ହୋଇଥିବା ବନ୍ୟାର ପ୍ରକୃତ କାରଣ ଖୋଜି ବାହାର କରିବା ପାଇଁ ଏକ ସ୍ୱାଧୀନ ବିଶେଷଜ୍ଞ କମିଟି ଦ୍ୱାରାତଦନ୍ତ ହେବା ଆବଶ୍ୟକ ବୋଲି ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଶୁକ୍ରବାର କହିଛନ୍ତି ।

ବନ୍ୟାର କାରଣ ଜଣାପଡ଼ିଲେ ଏହା ଭବିଷ୍ୟତ ପାଇଁ ସତର୍କ ରହିବାରେ ସହାୟକ ହେବ ବୋଲି ସେ କହିଛନ୍ତି ।  ଏହାସହ ଇନ୍ଦିରା ଆବାସ ଅନୁଦାନ ପରିମାଣ ୩୫ ହଜାର ଟଙ୍କାରୁ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯିବା  ଆବଶ୍ୟକ ବୋଲି ସେ କହିଛନ୍ତି ।

ହୀରାକୁର ଜଳ ପରିଚାଳନାରେ ତ୍ରୁଟି ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିରୋଧି ଦଳ  ଗୁଡ଼ିକ ପକ୍ଷରୁ ଅଭିଯୋଗ କରାଯାଇ ଏ ସଂପର୍କରେ ତଦନ୍ତ କରାଇବାକୁ ରାଜ୍ୟପାଳଙ୍କୁ ଅନୁରୋଧ  କରାଯାଇଥିଲା ।

ରାଜ୍ୟପାଳ ଏହି ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମାଗିଥିଲେ ଏବଂ ସିଡବ୍ଳୁସିର  ଜଣେ ସଭ୍ୟଙ୍କ ନେତୃତ୍ୱରେ ଏକ କମିଟି ଗଠନ କରି ଏହା ଉପରେ ତଦନ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ ।

ତେବେ ହୀରାକୁ ଜଳଭଣ୍ଡାରର ଜଳ ପରିଚାଳନାରେ କୌଣସି ତ୍ରୁଟି ହୋଇନାହିଁ ଏବଂ ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ଜଳସଂପଦ ବିଭାଗ ପକ୍ଷରୁ ବୁଧବାର  ରାଜ୍ୟପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବନ୍ୟା, ରାଜ୍ୟ, ରାଜ୍ୟପାଳ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ