• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବରଗଡ ଜିଲ୍ଲା

ପଦ୍ମପୁରରେ ବନ୍ଦ ଶାନ୍ତିପୂର୍ଣ୍ଣ

September 10, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବରଗଡ,ସେପ୍ଟେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)-ବରଗଡ ଜିଲ୍ଲା ପଦ୍ମପୁର ଠାରେ ପଦ୍ମପୁର ଟାଉନ କଂଗ୍ରେସ କମିଟ ପକ୍ଷରୁ ବନ୍ଦ ଡାକରା ଦିଆଯାଇ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରାଯାଇଛି ।

ପଦ୍ମପୁର ଭେଉଁରିଆ ଛକଠାରେ ପୂବତନ କଂଗ୍ରେସ ବିଧାୟକ ସତ୍ୟଭୂଷଣ ସାହୁଙ୍କ ନେତୃତ୍ୱରେ ରାସ୍ତାରୋକ କରାଯାଇଥିବାବେଳେ ସମସ୍ତ ଯାନବାହନ ବନ୍ଦ କରାଯାଇଥିଲା । ସ୍କୁଲ, କଲେଜ, ଦୋକାନ ବଜାର, ଅଫିସ,ବ୍ୟାଙ୍କ ସମେତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଆଦି ବନ୍ଦ କରାଯାଇଛି ।

ପଦ୍ମପୁର କୋର୍ଟ ଆଗରେ ପିକେଟିଂ କରାଯାଇ କୋର୍ଟ ବନ୍ଦ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ପଦ୍ମପୁର ଟାଉନ, ବରଗଡ ଜିଲ୍ଲା

ମାଧୋବାବାଙ୍କ ବ୍ରହ୍ମଲୀନ ଦିବସ ପାଳିତ

January 3, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ, ଜାନୁୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ବରଗଡ ଜିଲ୍ଲାର ଭଟଲି ସ୍ଥିତ ଶ୍ରୀ ଶ୍ୟାମ ବିହାରୀ ମନ୍ଦିରର ମୂଖ୍ୟ ଉ୍ୟାଦେକ୍ତା ତଥା ସିଦ୍ଧଯୋଗୀ ମାଧୋବାବାଙ୍କ ବ୍ରହ୍ମଲୀନ ଦିବସ ମଙ୍ଗଳବାର
ମହାସମାରୋହରେ ପାଳିତ ହୋଇଯାଇଛି ।

ଏହି ଅବସରରେ ବାବାଙ୍କ ପ୍ରତିକୃତୀକୁ ତାଙ୍କ କୁସନପୁରୀ ସ୍ଥିତ ଆଶ୍ରମରୁ ଏକ ବର୍ଣ୍ଣାଢ଼୍ୟ
ଶୋଭାଯାତ୍ରାରେ ଭଟଲି ସ୍ଥିତ ଶ୍ୟାମ ବିହାରୀ ମନ୍ଦିର ପରିସରରେ ଥିବା ସମାଧି ସ୍ଥଳରେ ପଂହଁଚିଥିଲା ।

ବାବାଙ୍କ ସମାଧି ସ୍ଥଳରେ ଥିବା ତାଙ୍କ ପୀଠରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ମନ୍ଦିର ନିର୍ମାଣରେ ଥିବା ତାଙ୍କ ଅବାନକୁ ଉପସ୍ଥିତ ଭକ୍ତ ଓ ଶ୍ରଦ୍ଧାଳୁମାନେ ଅବଲୋକିତ କରିଥିଲେ । ଅପରାହ୍ନରେ ବାବାଙ୍କ ଆଶ୍ରମରେ ଭଜନ ଓ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଶ୍ୟାମ ବିହାରୀଙ୍କ ପ୍ରଥମ ମନ୍ଦିର ରାଜସ୍ଥାନ ରାଜ୍ୟର ଖାଟୁ ଠାରେ ଥିବାବେଳେ ଜିଲ୍ଲାର ଭଟଲି ଠାରେ ଅଛି ଭାରତରଦ୍ୱିତୀୟ ଶ୍ୟାମ ବିହାରୀଙ୍କ ଭବ୍ୟ ମନ୍ଦିର ।

ସମାରୋହରେ ଓଡ଼ିଶା ତଥା ପଡ଼ୋଶୀ ଛତିଶଗଡ଼ ରାଜ୍ୟର ଶ୍ରଦ୍ଧାଳୁମାନେ ମଧ୍ୟ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବରଗଡ ଜିଲ୍ଲା, ଶ୍ୟାମ ବିହାରୀ

ଗ୍ରାମବାସୀଙ୍କ ଦ୍ୱାରା ତହସିଲାର, ବିଡ଼ିଓ ଅଟକ

December 29, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଡ଼ିସେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲା ବରପାଲି ଠାରେ ହୋଇଥିବା ଚାଷୀ ଆତ୍ମହତ୍ୟା ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏହି ଘଟଣାର ଅନୁଧ୍ୟାନ କରିବାକୁ ଯାଇଥିବା ସ୍ଥାନୀୟ ତହସିଲଦାର ଓ ବିଡ଼ିଓଙ୍କୁ ଗ୍ରାମବାସୀମାନେ ଅଟକ ରଖିଥିଲେ ।

ବରପାଲି ତହସିଲଦାର ଓ ବିଡ଼ିଓ ତଦନ୍ତ ପାଇଁ ମଙ୍ଗଳବାର ଧିରପୁର ଗ୍ରାମକୁ ଯାଇଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ପ୍ରଶାସନିକ ଅବହେଳା ଅଭିଯୋଗ କରି ସେମାନଙ୍କୁ ଘେରାଉ କରି ରଖିଥିଲେ । ଫଳରେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

ଅିନିଆ ବର୍ଷା ଯୋଗୁଁ ହୋଇଥିବା ଫସଲ ହାନୀ ସଂପର୍କରେ ଚାଷୀମାନେ ତହସିଲାରଙ୍କୁ ଜଣାଇବା ସହ ଏକ ସପ୍ତାହ ମଧ୍ୟରେ କ୍ଷତିପୂରଣ ଦିଆନଗଲେ ଗ୍ରାମବାସୀମାନେ ସମୂହ ଆତ୍ମାହୁତି ଦେବେ ବୋଲି ସେମାନେ ତାଙ୍କୁ ଲିଖିତ ଜଣାଇଥିଲେ ।

ମୃତ ଚାଷୀଙ୍କ ପରିବାରକୁ ଉଚିତ କ୍ଷତିପୂରଣ ସହ ସମସ୍ତ ଚାଷୀଙ୍କ ଧାନ ଉଚିତ ମୂଲ୍ୟରେ ବିକ୍ରୀ ବ୍ୟବସ୍ଥା କରିବାକୁ ଅଧିକାରୀ ଦ୍ୱୟ ପ୍ରତିଶୃତି ଦେବା ପରେ ଚାଷୀମାନେ ସେମାନଙ୍କୁ ଛାଡ଼ି ଦେଇଥିଲେ ।

ଅିନିଆ ବଷାଁ ଯୋଗୁଁ ଧାନ ଚାଷ କ୍ଷତିଗ୍ରସ୍ତ ହେବାରୁ ଏହି ଗ୍ରାମର ଚାଷୀ ଅଶୋକ ଖଟୁଆ ଓ ତାଙ୍କ ପୁଅ ସୁଜିତ ଖଟୁଆ ଆତ୍ମହତ୍ୟା କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଚାଷୀ, ଧାନ, ବରଗଡ଼, ବରଗଡ ଜିଲ୍ଲା, ବରପାଲି, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ