• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବରପାଲି

ଯୁକ୍ତଦୁଇ କଳା: ୨୦ଜଣଙ୍କ ମଧ୍ୟରେ ବରପାଲିର ୨ ଛାତ୍ରୀ

May 30, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରପାଲି, ମଇ ୩୦(ଓଡ଼ିଶା ଡ଼ଟ୍ କମ୍) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଥିବା ବେଳେ ପ୍ରଥମ ୨୦ ଜଣଙ୍କ ମଧ୍ୟରେ ବରପାଲି ଜଗବନ୍ଧୁ ଦାଶ ମହିଳା କଲେଜରଦୁଇଜଣ ଛାତ୍ରୀ ସ୍ଥାନ ପାଇଛନ୍ତି ।

ଉକ୍ତ କଲେଜର ଛାତ୍ରୀ ଲିସା ଭୋଇ ୪୮୯ ନମ୍ବର ରଖି ୧୨ନମ୍ବରରେ ଓ ଭାଗ୍ୟଶ୍ରୀ ପ୍ରଧାନ ୪୮୦ ନମ୍ବର ରଖି ୧୯ନମ୍ବର ସ୍ଥାନରେ ରହିଛନ୍ତି ।

ପ୍ରଥମ ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇବାକୁ ଆଶା ରଖିଥିଲି ଓ ଏହି ଖବର ପ୍ରଥମେ ବାପାଙ୍କଠୁଁ ପାଇ ଅତ୍ୟନ୍ତ ଖୁସି ଅନୁଭବ କରିଥିଲି ବୋଲି ଲିସା କହିଛନ୍ତି ।

ଏହି ସଫଳତା ପାଇଁ ସେ ତାଙ୍କ ଅଧ୍ୟାପକ ତଥା କୋଚିଂ ଶିକ୍ଷକଙ୍କ ଅବଦାନ ବୋଲି କହିଛନ୍ତି । ବ୍ୟାଙ୍କିଙ୍ଗ ଲାଇନରେ ଯିବାକୁ ଚାହୁଁ ଥିଲେ ମଧ୍ୟ ଘରର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିବାରୁ ପରିବାର ଲୋକେ ତାଙ୍କୁ ସିଟି ଟ୍ରେନିଂ କରିବାକୁ ସ୍ଥିର କରିଥିବା ସେ କ୍ଷୋଭର ସହ କହିଛନ୍ତି ।

ସେହିପରି ଏହି କଲେଜର ଅନ୍ୟତମ ଛାତ୍ରୀ ଭାଗ୍ୟଶ୍ରୀ ପ୍ରଧାନ ବରପାଲି ତହସିଲ ଛକ ନିବାସୀ ଚୁଡାମଣି ପଧାନ ଓ ଅଂଜଳୀ ପ୍ରଧାନଙ୍କ କନ୍ୟା କୌଣସି ଟ୍ୟୁସନ ନକରି କଲେଜ ଅଧ୍ୟାପକଙ୍କ ସାହାଯ୍ୟ ନେଇ ଏହି ସଫଳତା ପାଇଥିବା ବେଳେ ଆହୁରି ଅଧିକ ମାର୍କ ଆଶା କରିଥିଲି ବୋଲି କହିଛନ୍ତି

ଭବିଷ୍ୟତରେ ଡିଫେନସ୍ ରେ ଯୋଗ ଦେଇ ବିମାନ ଚଳାଇବାରେ ପ୍ରବଳ ଆଗ୍ରହ ଅଛି ବୋଲି କହିଛନ୍ତି । ଭାଗ୍ୟଶ୍ରୀ ପାଠପଢା ବ୍ୟତୀତ କ୍ରୀଡା,ଚାରୁକଳା ଓ ନାଟ୍ୟ ଅଭିନୟରେ ମଧ୍ୟ ରୁଚି ରଖିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅଭିନୟ, ଡିଫେନସ୍, ବରପାଲି, ବ୍ୟାଙ୍କିଙ୍ଗ

ଗ୍ରାମବାସୀଙ୍କ ଦ୍ୱାରା ତହସିଲାର, ବିଡ଼ିଓ ଅଟକ

December 29, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଡ଼ିସେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲା ବରପାଲି ଠାରେ ହୋଇଥିବା ଚାଷୀ ଆତ୍ମହତ୍ୟା ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏହି ଘଟଣାର ଅନୁଧ୍ୟାନ କରିବାକୁ ଯାଇଥିବା ସ୍ଥାନୀୟ ତହସିଲଦାର ଓ ବିଡ଼ିଓଙ୍କୁ ଗ୍ରାମବାସୀମାନେ ଅଟକ ରଖିଥିଲେ ।

ବରପାଲି ତହସିଲଦାର ଓ ବିଡ଼ିଓ ତଦନ୍ତ ପାଇଁ ମଙ୍ଗଳବାର ଧିରପୁର ଗ୍ରାମକୁ ଯାଇଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ପ୍ରଶାସନିକ ଅବହେଳା ଅଭିଯୋଗ କରି ସେମାନଙ୍କୁ ଘେରାଉ କରି ରଖିଥିଲେ । ଫଳରେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

ଅିନିଆ ବର୍ଷା ଯୋଗୁଁ ହୋଇଥିବା ଫସଲ ହାନୀ ସଂପର୍କରେ ଚାଷୀମାନେ ତହସିଲାରଙ୍କୁ ଜଣାଇବା ସହ ଏକ ସପ୍ତାହ ମଧ୍ୟରେ କ୍ଷତିପୂରଣ ଦିଆନଗଲେ ଗ୍ରାମବାସୀମାନେ ସମୂହ ଆତ୍ମାହୁତି ଦେବେ ବୋଲି ସେମାନେ ତାଙ୍କୁ ଲିଖିତ ଜଣାଇଥିଲେ ।

ମୃତ ଚାଷୀଙ୍କ ପରିବାରକୁ ଉଚିତ କ୍ଷତିପୂରଣ ସହ ସମସ୍ତ ଚାଷୀଙ୍କ ଧାନ ଉଚିତ ମୂଲ୍ୟରେ ବିକ୍ରୀ ବ୍ୟବସ୍ଥା କରିବାକୁ ଅଧିକାରୀ ଦ୍ୱୟ ପ୍ରତିଶୃତି ଦେବା ପରେ ଚାଷୀମାନେ ସେମାନଙ୍କୁ ଛାଡ଼ି ଦେଇଥିଲେ ।

ଅିନିଆ ବଷାଁ ଯୋଗୁଁ ଧାନ ଚାଷ କ୍ଷତିଗ୍ରସ୍ତ ହେବାରୁ ଏହି ଗ୍ରାମର ଚାଷୀ ଅଶୋକ ଖଟୁଆ ଓ ତାଙ୍କ ପୁଅ ସୁଜିତ ଖଟୁଆ ଆତ୍ମହତ୍ୟା କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଚାଷୀ, ଧାନ, ବରଗଡ଼, ବରଗଡ ଜିଲ୍ଲା, ବରପାଲି, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ