ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ,
ଆବଶ୍ୟକ ସାମଗ୍ରୀ:
ବେସନ-୧୫୦ ଗ୍ରାମ, ସୁଜି-୫୦ ଗ୍ରାମ, ମଇା-୫୦ ଗ୍ରାମ, ଗାଜର- ୫୦ ଗ୍ରାମ, କ୍ୟାପସିକମ୍-୫୦ ଗ୍ରାମ, ବିନ୍- ୨୫ ଗ୍ରାମ, ପିଆଜ ଦୁଇଟା ବଡ଼, କଟା ଧନିଆ ପତ୍ର- ଅଳ୍ପ କିଛି, କଟା କଞ୍ଚାଲଙ୍କା-୨ ଚାମଚ(ଛୋଟ), ଭୃଷଙ୍ଗ ପତ୍ର ଅଳ୍ପ କିଛି, କଟା ଅଦା ଦୁଇ ଚାମଚ (ଛୋଟ), କରି ପାଉଡ଼ର ୧ ଚାମଚ (ଛୋଟ), ବଟର କିମ୍ବା ଘିଅ- ୪ ଚାମଚ(ବଡ଼) ଓ ସ୍ୱାଦ ଅନୁସାରେ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ:
ଉପରେ ଦିଆଯାଇଥିବା ସମସ୍ତ ପରିବାକୁ ଚୁନାଚୁନା କରି କାଟି ରଖନ୍ତୁ । ପିଆଜକୁ ମଧ୍ୟ ସେହିଭଳି ଭାବରେ କାଟି ରଖନ୍ତୁ । ସୁଜି,ମଇଦା,ବେସନ,ହଳଦି, ଲୁଣକୁ ଏକାଠି ଅଳ୍ପ ପାଣି ଦେଇ ଭଲ ଭାବରେ ମିଶାନ୍ତୁ ।

କାଟି ରଖିଥିବା ପରିବା, ପିଆଜ, କଟା ଅଦା, କଟା କଞ୍ଚା ଲଙ୍କା, କଟା ଧନିଆ ପତ୍ର, ଭୃଷଙ୍ଗ ପତ୍ର, କରି ପାଉଡ଼ର ପକାଇ ଭଲ ଭାବରେ ଗୋଳାନ୍ତୁ ଯଦି ଆବଶ୍ୟକ ହୁଏ ଅଳ୍ପ ପାଣି ଦେଇ ବହଳିଆ ଆଣ ପ୍ରସ୍ତୁତ କରି ରଖନ୍ତୁ ।
ତାୱାକୁ ଚୂଲିରେ ବସାଇ ଅଳ୍ପ ବଟର କିମ୍ବା ଘିଅ ପକାନ୍ତୁ । ଆଣରୁ ଦୁଇ ଚାମଚ ଦେଇ ଗୋଲ ପିଠା ଆକାରର ପ୍ରସ୍ତୁତ କରନ୍ତୁ ।
କଡ଼ାଇରେ ବଟର ଦେଇ ପିଠାକୁ ଓଲଟାଇ ବାଦାମି ରଂଗ ହେବା ପର୍ଯ୍ୟନ୍ତ ଭାଜନ୍ତ । ସସ୍ କିମ୍ବା ଚଟଣି ସହିତ ଗରମ ଗରମ ପପରିବେଷଣ କରନ୍ତୁ ଭେଜିଟେବୁଲ ପ୍ୟାନକେକ୍ ।
ଓଡ଼ିଶା ଡ଼ଟ୍ କମ୍


ଚିଙ୍ଗୁଡ଼ିରୁ ଚୋପା ଛଡ଼ାଇ ଧୋଇ ଲୁଣ ଓ ଲେମ୍ବୁରସ ଗୋଳାଇ ରଖନ୍ତୁ । ଚାଉଳକୁ ଧୋଇ ରଖନ୍ତୁ । ପିଆଜ ଓ ଆକୁ ପତଳା ପତଳା ଲମ୍ବା ଲମ୍ବା କାଟି ରଖନ୍ତୁ । ଗାଜର ଓ କ୍ୟାପସିକମ୍ କୁ ଲମ୍ବା ଲମ୍ବା କାଟି ଧୋଇ ରଖନ୍ତୁ ।
ଶାଗକୁ ଧୋଇ ଲମ୍ବା ଲମ୍ବା କାଟି ରଖନ୍ତୁ । ପିଆଜ,ରସୁଣ, ଅଦା ଓ କଞ୍ଚା ଲଙ୍କା ଲମ୍ବା ଲମ୍ବା କାଟି ରଖନ୍ତୁ । ଗୋଟିଏ ବଡ଼ ପାତ୍ରରେ ପାଳଙ୍ଗ ଶାଗ, କଟା ପିଆଜ, କଟା ରସୁଣ, କଟା ଅଦା,କଟା କଞ୍ଚାଲଙ୍କା ଓ କଟା ଧନିଆପତ୍ର ନିଅନ୍ତୁ ।
ସ୍ରେଡ଼େଡ଼୍ ଚିକେନ ବା ସ୍ରେଡ଼େଡ଼୍ ଜିଞ୍ଜରର ଅର୍ଥ ଚୋପାଛଡ଼ା ହୋଇ ପତଳା ପତଳା ଲମ୍ବା ଲମ୍ବା କଟାଯାଇଥିବା ଚିକେନ୍ ବା ଅଦା । ପ୍ରଥମେ ଛତୁ, ଟମାଟୋ ଓ ଚିକେନ୍ ଲମ୍ବାଲମ୍ବା ପତଳାପତଳା କାଟି ରଖନ୍ତୁ ।
ପରିବା ଗୁଡିକୁ ଲମ୍ବାଲମ୍ବା କାଟି ଧୋଇ ରଖନ୍ତୁ । ଚାଉଳକୁ ଧୋଇ ରଖନ୍ତୁ । ପିଆଜକୁ ବଡ ବଡ ଚାରିକୋଣିଆ, ଖଣ୍ଡ କରି କାଟି ରଖନ୍ତୁ । ପନିରକୁ ଛୋଟ ଛୋଟ ଖଣ୍ଡ କରି କାଟି ତେଲରେ ଭାଜି ରଖନ୍ତୁ । କଡାଇରେ ତେଲ ଦେଇ ପରିବା ଗୁଡିକୁ ଭାଜି ରଖନ୍ତୁ । ଅଦା, ରସୁଣ, କଞ୍ଚାଲଙ୍କାକୁ ଛେଚି ରଖନ୍ତୁ ।
ବଟରକୁ ଗରମ କରି ସେଥିରେ ଚିନି ମିଶାଇ ଭଲ ଭାବରେ ଗୋଳାନ୍ତୁ । ଅଣ୍ଡାକୁ ଭାଙ୍ଗି ଅଲଗା ଭଲ ଭାବରେ ଫେଣ୍ଟି ଚିନି ଓ ବଟର ସହିତ ମିଶାନ୍ତୁ ।
ବନ୍ଧାକୋବିକୁ ପତଳା ପତଳା ଲମ୍ବା ଲମ୍ବା କାଟି ଧୋଇ ରଖନ୍ତୁ । ପିଆଜ, ଅଦା ଓ କଞ୍ଚାଲଙ୍କାକୁ ଲମ୍ବା ଲମ୍ବା କାଟି ରଖନ୍ତୁ । ବଡ଼ ପାତ୍ରରେ କଟା ବନ୍ଧା କୋବି, ପିଆଜ କଟା, ଅଦା କଟା, କଞ୍ଚାଲଙ୍କା ଏକାଠି ନିଅନ୍ତୁ ।
ବର୍ତ୍ତମାନ ଏଥିରେ କଟା ଧନିଆପତ୍ର ଅଳ୍ପ କିଛି ଓ ଗୋଳମରିଚ ଗୁଣ୍ଡ ଏକ ଚାମଚ ଗୋଳାଇ ରଖନ୍ତୁ ।