• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବସ ଭଡା ବୃଦ୍ଧି

ବସ ଭଡା ବୃଦ୍ଧି ନ ହେଲେ ନଭେମ୍ବର ୧ରୁ ଧର୍ମଘଟ

October 12, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୨ (ଓଡିଶା ଡଟ୍ କମ୍)-ଘରୋଇ ବସ୍ ମାଲିକ ସଂଘ ଆସନ୍ତା ୧୪ ତାରିଖରେ ଡାକରା ଦେଇଥିବା ଧର୍ମଘଟ ଘୁଞ୍ଚି ଯାଇଛି । ଯଦି ଆସନ୍ତା ୩୧ ତାରିଖ ସୁଦ୍ଧା ବସ ଭଡା ବୃଦ୍ଧି କରାନଯାଏ ତେବେ ନଭେମ୍ବର ୧ ତାରିଖରେ ପୁଣି ଆନ୍ଦୋଳନ ହେବ ବୋଲି ମାଲିକ ସଂଘ କହିଛନ୍ତି ।

ଆଜି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ସୁବ୍ରତ ତରାଇଙ୍କ ସହ ମାଲିକ ସଂଘର କର୍ମକର୍ତାଙ୍କ ବୈଠକ ସଚିବାଳୟରେ ହେବାପରେ ପ୍ରସ୍ତାବିତ ଧର୍ମଘଟ ଘୁଞ୍ଚାଇବାକୁ ନିଷ୍ପତି ହୋଇଛି । ଦଶହରା ଦୃଷ୍ଟିରୁ ଧର୍ମଘଟ ଘୁଞ୍ଚାଇବା ନିମନ୍ତେ ସରକାର ଅନୁରୋଧ କରିଥିଲେ ।

ସରକାରଙ୍କ ଅନୁରୋଧପରେ ମାଲିକ ସଂଘର ଏକ ବୈଠକ ଡକାଯାଇ ୧୪ ତାରିଖ ଧର୍ମଘଟକୁ ସ୍ଥଗିତ ରଖା ଯାଇଛି । ଡିଜେଲ ଦର ବୃଦ୍ଧିହେବାପରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଟିକସ ହ୍ରାସ ଓ ଭଡା ବୃଦ୍ଧି ଲାଗି ସରକାରଙ୍କ ନିକଟରେ ଦାବିକରିଥିଲେ ।

ଆଜିର ଏହି ବୈଠକରେ ବସ୍ ଭଡା ବୃଦ୍ଧି କରାଯିବ ବୋଲି ନିଷ୍ପତି ନିଆ ଯାଇଛି । ତେବେ ଚୁଡାନ୍ତ ନିଷ୍ପତି ନେବାକୁ ସମୟ ଲାଗିବ ।

ଯେପରି ଯାତ୍ରୀମାନଙ୍କୁ ନବାଧିବ ଓ ବସ୍ ମାଲିକମାନେ ବିଶେଷ କ୍ଷତିଗ୍ରସ୍ତ ହେବନାହିଁ ସେଥିପ୍ରତି ଦୃଷ୍ଟିଦେଇ ସରକାର ନିଷ୍ପତି ନେବେ ବୋଲି ବସମାଲିକ ସଂଘର କୋଷାଧକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବସ ଭଡା ବୃଦ୍ଧି, ସଚିବାଳୟ, ସରକାର

ଯାତ୍ରୀବାହୀ ବସ ଭଡା ୩ ରୁ ୮ପଇସା ବୃଦ୍ଧି ସୁପାରିସ

October 7, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ଅକ୍ଟୋବର ୭(ଓଡ଼ିଶା ଡ଼ଟ୍ କମ୍)- ରାଜ୍ୟରେ ଯାତ୍ରୀବାହୀ ବସ ଭଡା ଅତି କମରେ ୩ ପଇସାରୁ ୮ପଇସା ବୃଦ୍ଧି କରିବାକୁ ବୈଷୟିକ କମିଟି ରାଜ୍ୟ ସରକାରଙ୍କୁ ସୁପାରିସ କରିଛି ।

ଘରୋଇ ବସ ମାଲିକ ମହାସଂଘ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ସଂସ୍ଥାର ଅଧିକାରୀଙ୍କ ସହ ପରିବହନ କମିଶନର ତଥା ବୈଷୟିକ କମିଟିର ଅଧ୍ୟକ୍ଷ ସୁରେନ୍ଦ୍ରକୁମାରଙ୍କ ଶନିବାର ଆଲୋଚନା ହୋଇଥିଲା ।

କମିଶନରଙ୍କ କାର୍ଯ୍ୟାଳୟରେ ବସମାଲିକ ମହାସଂଘର କର୍ମକର୍ତା, ଓ ଏସଆରଟିସିର ଜେନେରାଲ ମ୍ୟାନେଜର, ଡେପୁଟି ଜେନେରାଲ ମ୍ୟାନେଜର, ବୈଷୟିକଯନ୍ତ୍ରୀଙ୍କ ସମେତ ବୈଷୟିକ କମିଟିର ଉପସଚିବ, ଯୁଗ୍ମ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

ଆଲୋଚନା ସମୟରେ ଡିଜେଲ ମୂଲ୍ୟ ବୃଦ୍ଧି ସହ ଟାୟାର, ମୋବିଲ ଓ ଅନ୍ୟ ଆନୁଷଙ୍ଗିକ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିଥିବା ମହାସଂଘର କର୍ମକର୍ତାମାନେ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଘରୋଇ ଯାତ୍ରୀବାହୀ ବସ ଭଡା ବୃଦ୍ଧି କରାନଗଲେ ଘରୋଇ ବସ ମାଲିକ ସଂଘ ୧୪ରୁ ଚକାବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବସ ଭଡା ବୃଦ୍ଧି, ରାଜ୍ୟ ସରକାର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ