• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବାଚସ୍ପତି

ବାଚସ୍ପତିଙ୍କ ଉପରକୁ ପେନଷ୍ଟାଣ୍ଡ ଫୋପାଡ଼ିଲେ ବିଧାୟକ

December 20, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ବିଧାନସଭା ଅଧିବେଶନ ଚାଲିଥିବା ବେଳେ ସୋମବାର ଜଣେ କଂଗ୍ରେସ ବିଧାୟକ ବାଚସ୍ପତି ପ୍ରଦୀପ ଅମାତଙ୍କ ଉପରକୁ ପେନଷ୍ଟାଣ୍ଡ ଫୋପାଡ଼ିଛନ୍ତି ।

କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବାଚସ୍ପତିଙ୍କ ପୋଡ଼ିୟମ ଉପରୁ ପେନଷ୍ଟାଣ୍ଡ ଆଣି ତାଙ୍କ ଉପରକୁ ଫୋପାଡ଼ିଥିଲେ କିନ୍ତୁ ଏହା ତାଙ୍କ ଉପରେ ବାଜିନଥିଲା । ଏହାପରେ ବାଚସ୍ପତି ତୁରନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ ।

ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏକ ଜଳସେଚନ ପ୍ରକଳ୍ପର ଟେଣ୍ଡର ଫିକ୍ସିଂରେ ବିରୋଧି ବିଧାୟକମାନେ ସଂପୃକ୍ତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ରଘୁନାଥ ମହାନ୍ତି କହିବା ପରେ ଏହି ଘଟଣା ଘଟିଥିଲା ।

ମନ୍ତ୍ରୀଙ୍କ ଏଭଳି ଉତ୍ତରକୁ ବିରୋଧ କରି କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଆସି ତାଙ୍କୁ ଜଣାଇଥିଲେ କିନ୍ତୁ ବାଚସ୍ପତିଙ୍କ ଠାରୁ କୌଣସି ପ୍ରତିକ୍ରିୟା ନମିଳିବାରୁ ଏଥିରେ ଉତ୍କକ୍ଷିପ୍ତ ହୋଇ ସାଲୁଜା ପେନଷ୍ଟାଣ୍ଡ ଫୋପାଡ଼ିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ଟେଣ୍ଡର, ବାଚସ୍ପତି, ମୁଖ୍ୟ ଖବର

ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଶୋଇଲେ କଂଗ୍ରେସ ବିଧାୟକ

December 14, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ବିଧାନସଭାରେ କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ ଯୋଗୁଁ ମଙ୍ଗଳବାର ଗୃହରେ କୌଣସି କାର୍ଯ୍ୟକ୍ରମ ସୂଚାରୁ ରୂପେ ସଂପାଦିତ ହୋଇପାରିନଥିବା ବେଳେ ଜଣେ ବିଧାୟକ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଶୋଇପଡ଼ିଥିଲେ ।

ବୈଠକ ଆରମ୍ଭ ହେବା ମାତ୍ରେ ବିରୋଧି ଦଳ ନେତା ପୂର୍ବିନ ଭଳି ଆଜି ମଧ୍ୟ କିଛି କହିବା ପାଇଁ ନିଜ ଆସନରେ ଛିଡ଼ା ହୋଇଥିଲେ । ମାତ୍ର ବାଚସ୍ପତି ସେଥିପ୍ରତି ଧ୍ୟାନ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ କରିଥିଲେ ।

ଏହାର ପ୍ରତିବାରେ ବିରୋଧି ସଦସ୍ୟ ମାନେ ପ୍ଲାକାର୍ଡ଼ ଧରି ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ହଟ୍ଟଗୋଳ ବେଳେ ବିଧାୟକ ରାଜେନ୍ଦ୍ର ଛତ୍ରିଆ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିଆସି ଶୋଇପଡ଼ିଥିବା ବେଳେ ଦୁଷ୍ମନ୍ତ ନାୟକ ପୋଡ଼ିୟମକୁ ଲାଗିଥିବା କାଠବାଡ଼ ଉପରେ ଛିଡ଼ା ହୋଇଯାଇଥିଲେ ।

ଏଭଳି ପରିସ୍ଥିତିରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଚାଲିପାରିନଥିଲା । ଫଳରେ ବାଚସ୍ପତି ୧୦ଟା ୪୩ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ଏହାପରେ ବାଚସ୍ପତି ପୁଣିଥରେ ଆସନକୁ ଆସି ସ୍ୱତନ୍ତ୍ର ଉଲେଖ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

ବିରୋଧି ସଭ୍ୟମାନେ ପୁଣି ହଟ୍ଟଗୋଳ ଆରମ୍ଭ କରିଥିଲେ ମଧ୍ୟ ବାଚସ୍ପତିଙ୍କ ନିଦେ୍ର୍ଧଶକ୍ରମେ ଶାସକ ବିଧାୟକମାନେ ନିଜ ଅଞ୍ଚଳର ସମସ୍ୟା ସଂପର୍କରେ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ ।

ହଟ୍ଟଗୋଳ ଯୋଗୁଁ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହୋଇପାରୁ ନାହିଁ । ପ୍ରଥମେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଚେଷ୍ଟା କରାଯାଉ ନଚେତ୍ ବିଧାନସଭାକୁ ସାଇନଡ଼ାଏ କରାଯାଉ ବୋଲି ଏନ୍ସିପି ବିଧାୟକ ଅମର ସତପଥି ଦାବି କରିଥିଲେ ।

ବିରୋଧି ବିଧାୟକମାନେ ପୁଣି ହଟ୍ଟଗୋଳ କରିବାରୁ ବାଚସ୍ପତି ୧୨ଟା ୪୫ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ଅପରାହ୍ନ ଅଧିବେଶନରେ ପୁଣି ଅନୁରୂପ ପରିସ୍ଥିତି ସୃଷ୍ଟି ହେବାରୁ ଆସନ୍ତାକାଲି ୧୦ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୋଡ଼ିୟମ, ବାଚସ୍ପତି, ବିଧାୟକ, ମୁଖ୍ୟ ଖବର

ବିରୋଧି ଦଳ ନେତାଙ୍କୁ କହିବାର ସୁଯୋଗ ନମିଳିବାରୁ ହଟ୍ଟଗୋଳ

December 6, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ଶନିବାର ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧି ଦଳ ନେତା କିଛି କହିବାକୁ ନିଜ ଆସନରେ ଛିଡ଼ା ହୋଇଥିଲେ ମଧ୍ୟ ବାଚସ୍ପତି ତାଙ୍କୁ କହିବାର ସୁଯୋଗ ନଦେବାରୁ ଏହାକୁ ନେଇ ବିରୋଧି ବିଧାୟକମାନେ ହଟ୍ଟଗୋଳ କରିଥିଲେ ।

ଏହାର ପ୍ରତିବାଦ କରି ସେମାନେ ପ୍ରବଳ ପାଟିତୁଣ୍ଡ କରିବା ସହ ସରକାର ହାଇକୋର୍ଟ ରାୟ ମାନିନିଅ, ବେଦାନ୍ତ
ଗୋବ୍ୟାକ୍ ଇତ୍ୟାଦି ସ୍ଲୋଗାନ ଦେଇଥିଲେ ।

ପାଟିତୁଣ୍ଡ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ଏକ ଘଣ୍ଟା ପାଇଁ ୧୧ଟା ୩୦ରୁ ୧୨ଟା ୩୦ ପର୍ଯ୍ୟନ୍ତ ମୁଲତବି କରିଥିଲେ ।

ମଧ୍ୟାହ୍ନ ୧୨ଟା ୩୦ରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧି ଦଳ ମୁଖ୍ୟ ସଚେତକ ଏସଂପର୍କରେ ବାଚସ୍ପତିଙ୍କୁ କହିଥିଲେ ଯେ ଆଜି ଯାହା ଘଟିଗଲା ତାହା ଅଭାବନୀୟ ଓ ଦୁର୍ଭାଗ୍ୟଜନକ ବୋଲି କହିଥିଲେ ।

ବିରୋଧି ଦଳର ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟ ଜାରି ରଖିଥିଲେ । ମାତ୍ର ଶୂନ୍ୟକାଳରେ ବିରୋଧି ଦଳ ନେତାଙ୍କୁ କହିବାକୁ ସୁଯୋଗ ଦିଆଯାଇ ନାହିଁ ।

ଯେଉଁ ଉଚ୍ଚସ୍ୱରରେ ବାଚସ୍ପତି ବିରୋଧି ଦଳ ନେତାଙ୍କୁ ତାଙ୍କ ଦଳର ସଦସ୍ୟ ମାନଙ୍କୁ ନିଜ ଆସନକୁ ଚାଲିଯିବାକୁ କହିଥିଲେ ତାହା ତାଙ୍କ ମୁହଁରେ ଶୋଭାପାଏ ନାହିଁ ବୋଲି ସେ କହିଥିଲେ ।

ତେବେ ବିଧାନସଭା ନିୟମାବଳୀ ଅନୁଯାୟୀ ବାଚସ୍ପତି ଗୃହକାର୍ଯ୍ୟ ଚଳାଇଥାନ୍ତି । ଠିକ୍ ନୀତି ମୁତାବକ ଗୃହ ଚାଲିଛି ।

ବାଚସ୍ପତି ଦେଇଥିବା ରୁଲିଂ ମଧ୍ୟ ଠିକ୍ ଓ ସେ କୌଣସି ପକ୍ଷପାତିତା କରିନାହାନ୍ତି ବୋଲି ସଂସୀୟ ବ୍ୟାପାର ମନ୍ତ୍ରୀ ରଘୁନାଥ ମହାନ୍ତି କହିଥିଲେ ।

ବିରୋଧି ଦଳ ନେତା ଓ ବିରୋଧି ଦଳଙ୍କ ପ୍ରତି ତାଙ୍କର ସରକାରଙ୍କ ଦାନ ରହିଛି । ଅତୀତରେ ବିରୋଧି ଦଳଯେତେବେଳେ କିଛି କହିବାକୁ ଚାହିଁଛନ୍ତି ତାଙ୍କୁ ସୁଯୋଗ ଦିଆଯାଇଛି ବୋଲି ବାଚିସ୍ପତି ତାଙ୍କ ମନ୍ତବ୍ୟ ଦେଇ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବାଚସ୍ପତି, ବ୍ୟାପାର ମନ୍ତ୍ରୀ, ମୁଖ୍ୟ ଖବର

  • « Go to Previous Page
  • Page 1
  • Page 2

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ