• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବାଣ ବିସ୍ଫୋରଣ

କୁଜଙ୍ଗ ବାଣ ବିସ୍ଫୋରଣରେ ଆହତଙ୍କ ଆତ୍ମହତ୍ୟା

October 13, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କୁଜଙ୍ଗ,ଅକ୍ଟୋବର ୧୩ (ଓଡିଶା ଡଟ୍ କମ୍)- ନଭେମ୍ବର ୧୬ ତାରିଖରେ ବିଜୁ ଶ୍ରମିକ ସଂଘ ଶୋଭାଯାତ୍ରାବେଳେ ବାଣ ବିସ୍ଫୋରଣରେ ଆହତ ହୋଇଥିବା ପ୍ରମୋଦକୁମାର ଜେନା ବିଷପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଶାସକ ଦଳର କିଛି ମନ୍ତ୍ରୀ ଓ ବିଧାୟକଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଛାୟାଯୁଦ୍ଧ ଚାଲୁଥିବାବେଳେ ସେମାନେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କ୍ଷତିଗସ୍ତ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ଗତବର୍ଷ ନଭେମ୍ବର ୧୬ ତାରିଖରେ ବିଜୁଶ୍ରମିକ ସଂଘ ସମାବେଶର ଶେଭାଯାତ୍ରାରେ ଘଟିଥିବା ବହୁଚର୍ଚିତ କୁଜଙ୍ଗ ବାଣବିସ୍ଫୋରଣ ଘଟଣାରେ ୪ ଜଣଙ୍କ ମୃତ୍ୟୁହୋଇଥିବାବେଳେ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିଲେ ।

ମୃତ ପ୍ରମୋଦଙ୍କ ଶରୀରର ୭୫ଶତକଡା ପୋଡି ହୋଇ ଯାଇଥିବାବେଳେ ସେ ଏ ପର୍ଯ୍ୟନ୍ତ ସୁସ୍ଥ ହୋଇ କାର୍ଯ୍ୟକ୍ଷମ ହୋଇପାରିନଥିଲେ ।

ଏ ନେଇ ତାଙ୍କ ପରିବାର ଆର୍ଥିକ ଅନାଟନରେ ଥିବାବେଳେ ଔଷଧ ଖର୍ଚ୍ଚ ମଧ୍ୟ ପ୍ରମୋଦଙ୍କ ପାଇଁ ସାତସପନ ହୋଇପଡିଥିଲା । ଏପରିକି ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡୁଥିଲା ।

ବିଛଣାରେ ପଡିରହି ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଆର୍ଥିକ ଅନଟନ ଓ ଯନ୍ତ୍ରାଣ ସହିନପାରିବା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ପରିବାର ସୂତ୍ରରୁ ପ୍ରକାଶ ।

ଓଡିଶା ଡଟ୍ କମ୍

Filed Under: ଓଡିଶା ଖବର Tagged With: ଆତ୍ମହତ୍ୟା, ବାଣ ବିସ୍ଫୋରଣ

ବାଣ ବିସ୍ଫୋରଣ ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି

February 25, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ଫେବୃୟାରୀ ୨୫(ଓଡ଼ିଶା ଡ଼ଟ୍ କମ୍) ଢେଙ୍କାନାଳ ଜିଲ୍ଲାରେ ବାଣ ବିସ୍ଫୋରଣରେ ହୋଇଥିବା ଅଗ୍ନିକାଣ୍ଡରେ ଶନିବାର ମୃତ୍ୟୁସଂଖ୍ୟା ଚାରିକୁ ବୃଦ୍ଧି ପାଇଛି ।

ଗୁରୁତର ଅବସ୍ଥାରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଳେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଶୁକ୍ରବାର ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କଂସରା ଗାଁରେ ବାଣ ତଆରି ଚାଲିଥିବା ବେଳେ ହଠାତ୍ କୌଣସି କାରଣରୁ ବାରୁରେ ନିଆଁ ଲାଗିଯାଇ ଆଖପାଖର ପ୍ରାୟ ଦୁଇ ଶହରୁ ଉଦ୍ଧ୍ୱର୍ ଘର ପାଉଁଶ ହୋଇଯାଇଥିଲା ।

ଘଟଣା ସ୍ଥଳରେ ବାଣ ତିଆରି କରୁଥିବା ବ୍ୟକ୍ତି ଓ ତାଙ୍କ ପୁଅଙ୍କ ମୃତ୍ୟୁ ହେବା ସହ ୧୫ ଜଣ ଆହତ
ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଅଗ୍ନିକାଣ୍ଡ, ବାଣ ବିସ୍ଫୋରଣ

ବାଣ ବିସ୍ଫୋରଣରେ ଶତାଧିକ ଘରପୋଡ଼ି, ଦୁଇ ମୃତ

February 25, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଢେଙ୍କାନାଳ,ଫେବୃୟାରୀ ୨୫(ଓଡ଼ିଶା ଡ଼ଟ୍ କମ୍) ଢେଙ୍କାନାଳ ଜିଲ୍ଲାରେ ବାଣ ତିଆରି ସମୟରେ ବିସ୍ଫୋରଣ ହୋଇ ପ୍ରାୟ ଦୁଇ ଶହରୁ ଊଦ୍ଧ୍ୱର୍ ଘର ପୋଡ଼ିଯିବା ସହିତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।

ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କଂସରା ଗାଁରେ ଶୁକ୍ରବାର ବାଣ ତଆରି ଚାଲିଥିବା ବେଳେ ହଠାତ୍ କୌଣସି କାରଣରୁ ବାରୁରେ ନିଆଁ ଲାଗିଯାଇଥିଲା । ଫଳରେ ବିସ୍ଫୋରଣ ଘଟି ଘରେ ନିଆଁ ଲାଗିଯାଇଥିଲା ।

ବିସ୍ଫୋରଣରେ ବାଣ ତିଆରି କରୁଥିବା ବ୍ୟକ୍ତିଙ୍କ ଘର ଭାଙ୍ଗିଯିବା ସହ ସେଠାରେ ସଂପୃକ୍ତ ବ୍ୟକ୍ତି ଏବଂ ତାଙ୍କ ପୁଅଙ୍କ ମୃତ୍ୟୁ ହୋଇଥିଲା ।

ଏହି ନିଆଁ କ୍ରମଶଃ ଆଖପାଖ ଘରେ ଲାଗିଯାଇଥିଲା ଫଳରେ ଲୋକମାନେ ଭୟରେ ଘର ଦ୍ୱାର ଛାଡ଼ି ପଳାଇ ଯାଇଥିଲେ । ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ ହିନ୍ଦୋଳ, ରାସୋଳ ଓ ଖଜୁରିଆକଟାରୁ ମକଳ ବାହିନୀ ପହଂଚି ନିଆଁ ଲିଭାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଢେଙ୍କାନାଳ ଜିଲ୍ଲା, ବାଣ ବିସ୍ଫୋରଣ

କୁଜଙ୍ଗ ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

December 5, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୫(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଂଚଳରେ ନିକଟରେ ହୋଇଥିବା ବାଣ ବିସ୍ଫୋରଣରେ ଆହତ ଜଣେ ବ୍ୟକ୍ତିଙ୍କ ସୋମବାର ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାରେ ମୃତକଙ୍କ ସଂଖ୍ୟା ଚାରିକୁ ବୃଦ୍ଧି ପାଇଛି ।

ଆହତ ହୋଇ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାହାସ ଜେନାଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ଆହତ ପିତୁନା ଜେନା, ଫକୀର ପାତ୍ର ଏବଂ ବିଜନ ଜେନାଙ୍କ ମୃତ୍ୟୁ ହୋଇଥିଲା ।

ଗତ ୧୬ ତାରିଖରେ ବିଜୁ ଶ୍ରମିକ ସଂଗଠନ ଦ୍ୱାରା ପାରାଦୀପରେ ଆୟୋଜିତ ସଭାକୁ ଲୋକମାନେ ଶୋଭାଯାତ୍ରାରେ ଯାଉଥିବା ବେଳେ କୁଜଙ୍ଗ ନିକଟରେ ଏକ ଚଳନ୍ତା ଗାଡ଼ିରେ ବାଣ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ଆଠ ଜଣ ଆହତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ବାଣ ବିସ୍ଫୋରଣ

କୁଜଙ୍ଗ ବାଣ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

November 30, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରେ ନିକଟରେ ହୋଇଥିବା ବାଣ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି ।

ବିସ୍ଫୋରଣରେ ଆହତ ହୋଇ ଚିକିତ୍ସିତ ହେଉଥିବା ଘୋମରା ଗ୍ରାମର ୪୦ ବର୍ଷ ବୟସ୍କ ବିଜନ ଜେନାଙ୍କ ବୁଧବାର କଟକ ବଡ଼ ଡ଼ାକ୍ତରଖାନାରେ ମୃତ୍ୟୁ ହୋଇଛି ।

ଗତ ୧୬ ତାରିଖରେ ହୋଇଥିବା ବିସ୍ଫୋରଣରେ ଜେନାଙ୍କର ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଥିଲା । ପୂର୍ବରୁ ଆହତ ହୋଇ ଚିକିତ୍ସିତ ହେଉଥିବା ପିତୁନା ଜେନା ଏବଂ ଫକୀର ପାତ୍ରଙ୍କ ମୃତ୍ୟୁ ହୋଇଥିଲା ।

ମୃତକଙ୍କ ପରିବାର ବର୍ତମାନ ପର୍ଯ୍ୟନ୍ତ ଦାବି କରାଯାଇଥିବା କ୍ଷତିପୂରଣ ରାଶି ୫୦ ଲକ୍ଷ ଟଙ୍କା ଲେଖାଏଁ ପାଇ ନାହାନ୍ତି ବୋଲି ଗାଁ ମୁଖିଆ ମନୋଜ ପାତ୍ର ଅଭିଯୋଗ କରିଛନ୍ତି ।

“ବାଣ ବିସ୍ଫୋରଣରେ ମୋର ଏକମାତ୍ର ପୁତ୍ର ମୃତ୍ୟୁବରଣ କରିବାର ଏକ ସପ୍ତାହ ହୋଇଥିଲେ ମଧ୍ୟ କୌଣସି ପ୍ରକାର ସହାୟତା ମିଳି ନାହିଁ, ତେଣୁ ମୁଁ ବର୍ତମାନ ବଞ୍ଚିବା ପାଇଁ ଭିକ ମାଗୁଛି” ମୃତ ଫକୀର ପାତ୍ରଙ୍କ ବାପା ଧୀରେନ୍ଦ୍ର ପାତ୍ର କହିଛନ୍ତି ।

ବାଣ ବିସ୍ଫୋରଣରେ ସଂପୃକ୍ତ ବ୍ୟକ୍ତି ତଥା ଶାସକ ଦଳ ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିମାନେ ଫେରାର ଥିବାରୁ ସେମାନଙ୍କୁ ଗିରଫ କରାଯାଇପାରି ନାହିଁ ବୋଲି କୁଜଙ୍ଗ ଆଇଆଇସି ଗୁପ୍ତେଶ୍ୱର ଭୋଇ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ଗତ ୧୬ ତାରିଖରେ ବିଜୁ ଶ୍ରମିକ ସଂଠନ ଦ୍ୱାରା ପାରାଦ୍ଵୀପରେ ଆୟୋଜିତ ସଭାକୁ ଲୋକମାନେ ଶୋଭାଯାତ୍ରାରେ ଯାଉଥିବା ବେଳେ କୁଜଙ୍ଗ ନିକଟରେ ଏକ ଗାଡ଼ିରେ ଥିବା ବାଣ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ଆଠ ଜଣ ଆହତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଓଡ଼ିଶା ଖବର, ଜଗତସିଂହପୁର, ବାଣ ବିସ୍ଫୋରଣ

ବାଣ ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

November 19, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

କଟକ, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବଜାର ନିକଟରେ ହୋଇଥିବା ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି ।

ଗୁରୁତର ଆହତ ଅବସ୍ଥାରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଫକୀର ପାତ୍ରଙ୍କ ଶନିବାର ସକାଳେ ମୃତ୍ୟୁ ହୋଇଛି । ଗତକାଲି ବିସ୍ଫୋରଣରେ ଆହତ ଦଶ ବର୍ଷର ବାଳକର ମୃତ୍ୟୁ ହୋଇଥିଲା ।

ବିସ୍ଫୋରଣ ଯୋଗୁଁ ଫକୀରଙ୍କ ଶରୀରର ନବେ ପ୍ରତିଶତ ପୋଡ଼ି ଯାଇଥିଲା ଏବଂ ତାଙ୍କୁ ପ୍ଲାଷ୍ଟିକ ସର୍ଜରି ବିଭାଗରେ ଚିକିତ୍ସା କରାଯାଉଥିଲା ।

ଚିକିତ୍ସାଧିନ ଅନ୍ୟ ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ବର୍ତମାନ ମଧ୍ୟ ଗୁରୁତର ଥିବା ଡ଼ାକ୍ତରଖାନା ପକ୍ଷରୁ କୁହାଯାଇଛି । ବୁଧବାର ବିଜୁ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜିତ ଏକ ସମାବେଶରେ ଯୋଗବୋ ପାଇଁ ଶୋଭାଯାତ୍ରାରେ ଯାଉଥିବା ବେଳେ ବାଣବିସ୍ଫୋରଣ ଘଟି ଛଅ ଜଣ ଗୁରୁତର ଆହତ ହୋଇଥିଲେ ।

ଆହତଙ୍କ ଚିକିସôା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ମଂଜୁର କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଅପରାଧ, ବାଣ ବିସ୍ଫୋରଣ, ଶ୍ରମିକ

ବାଣ ବିସ୍ଫୋରଣରେ ଶିଶୁ ସମେତ ଛଅ ଆହତ

November 16, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ବୁଧବାର ଏକ ଗାଡ଼ିରେ ଥିବା ବାଣ ବିସ୍ଫୋରଣ ଘଟି ଜଣେ ଶିଶୁଙ୍କ ସମେତ ଛଅ ଜଣ ଆହତ ହୋଇଥିବା ପୋଲିସ କହିଛି ।

ବିଜୁ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜିତ ସମାବେଶରେ ଯୋଗ ଦେବା ପାଇଁ ଲୋକମାନେ କୁଜଙ୍ଗରୁ ପାରାଦ୍ଵୀପ ଏକ ଶୋଭାଯାତ୍ରାରେ ଯାଉଥିବା ସମୟରେ ଗାଡ଼ିରେ ଥିବା ବାଣ ବିସ୍ଫୋରଣ ହୋଇଛି ।

ଏହି ଶୋଭାଯାତ୍ରାରେ ଆୟୋଜକଙ୍କ ସହ ସ୍ଥାନୀୟ ବିଧାୟକ ବିଷ୍ଣୁ ଦାସ, କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ଯାଉଥିଲେ ।

ଗାଡ଼ିରେ ଥିବା ଜଣେ ଶିଶୁ ଓ ଅନ୍ୟ ଛଅ ଜଣ ବିସ୍ଫୋରଣରେ ଆହତ ହୋଇଥିବା ବେଳେ ସେମାନଙ୍କୁ କୁଜଙ୍ଗ ଡ଼ାକ୍ତରଖାନାରେ ଭର୍ତିି କରାଯାଇଥିଲା ଏବଂ ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି ।

ଆହତଙ୍କ ମଧ୍ୟରୁ ଛଅ ଜଣଙ୍କ ଶରୀରର ୭୫ ପ୍ରତିଶତ ପୋଡ଼ି ଯାଇଥିବାରୁ ସେମାନଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଜଣେ ଡ଼ାକ୍ତର କହିଛନ୍ତି ।

ଶୋଭାଯାତ୍ରାରେ ଯାଉଥିବା ସମୟରେ ସୁବାଷ ଜେନା ନାମକ ଜଣେ ବ୍ୟକ୍ତି ବାଣ ଫୁଟାଇଥିଲେ ଓ ଏହା ଚଳନ୍ତା ଗାଡ଼ିରେ ଥିବା ବାଣରେ ଲାଗିଯାଇଥିଲା ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ଏହି ଘଟଣା ପରେ ସେହି ସ୍ଥାନରୁ ବିଧାୟକ ଦାସ ଓ ସାମନ୍ତରାୟ ପଳାଇ ଆସିଥିଲେ ଏବଂ ଡ଼ାକ୍ତରଖାନାକୁ ମଧ୍ୟ ଯିବାକୁ ମନା କରିଦେଇଥିଲେ । ଏହାକୁ ନେଇ ଲୋକଙ୍କ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା ।

ଗ୍ରାମବାସୀମାନେ କୁଜଙ୍ଗ ବଜାର ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଆହତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଅପରାଧ, ଜଗତସିଂହପୁର, ବାଣ ବିସ୍ଫୋରଣ

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ