ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ଵର, ସେପ୍ଟେମ୍ବର ୨୭ (ଓଡିଶା ଡଟ କମ) ସୁନାମୀ ଆସିଲେ କିପରି ତାର ମୁକାବିଲା କରାଯିବ ସେ ସମ୍ପର୍କରେ ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲାରେ ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ବିଭାଗ ଶନିବାର ମକ ଡ୍ରିଲ ର ଆୟୋଜନ କରିଥିଲା ।
ସମୁଦ୍ର ଠାରୁ ଦେଢ କିମି ଦୂର ମଧ୍ୟରେ ରହିଥିବା ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତ୍ସିଂହପୁର,ପୁରୀ ଓ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ ରେ ହୋଇଥିବା ଏହି ମକ୍ ଡ୍ରିଲରେ ଜାତୀୟ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ, ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଵତନ୍ତ୍ର ରିଲିଫ କମିଶନର କାର୍ଯ୍ୟ।ଳୟ ଅଧିକାରୀ ସମେତ ବହୁ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।
ପ୍ରଥମେ ରାଜ୍ୟ ଆପାତକାଳିନ ଅପରେସନ ସେଣ୍ଟର ,ଇଣ୍ଡିଆନ ସେଣ୍ଟର ଫର ଓସେନ ଇନଫରମେସନ ସର୍ଭିସେସ୍ ବା ଇନ୍କଏସ ସଂସ୍ଥା ବିପର୍ଯ୍ୟୟ ସମ୍ପର୍କିତ ବୁଲେଟିନ ଜାରି କରିଥିଲେ ।
ଏହି ବୁଲେଟିନ ସଙ୍ଗେସଙ୍ଗେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ପାଖକୁ ପଠାଯାଇଥିଲା ।
ସତର୍କତା ଅବଲମ୍ବନ କରିବାପାଇଁ ଓ ପ୍ରଭାବିତ ଲୋକଙ୍କୁ ଅନ୍ୟସ୍ଥାନକୁ ନେଇଯିବାପାଇଁ ଇନ୍କଏସ୍ ପକ୍ଷରୁ ପ୍ରାୟ ୬ ଟି ଏଲର୍ଟ ବା ୱାରନିଂ ମ୍ୟାସେଜ୍ ପଠାଯାଇଥିଲା ଯାହା ଜିଲ୍ଲାପାଳଙ୍କ ପାଖକୁ ତୁରନ୍ତ ପଠାଯାଇଥିଲା ।
୧୯୯୯ ମସିହାରେ ଓଡିଶା ଭୟଙ୍କର ମହାବାତ୍ୟାର ସମ୍ମୁଖୀନ ହୋଇଥିଲା। କେବଳ ଜଗତସିଂହପୁର ଜିଲ୍ଲାରେ ପ୍ରାୟ ୮୦୯୦ ଜଣ ଲୋକ ପ୍ରାଣ ହରାଇଥିଲେ । ଏହା ପରଠାରୁ ସରକାର ବାତ୍ୟା ଓ ସୁନାମୀ ଆସିଲେ କିପରି ତାର ମୁକାବିଲା କରାଯିବ ସେ ସମ୍ପର୍କରେ ପ୍ରତିବର୍ଷ ବ୍ୟାପକ ପ୍ରସ୍ତୁତି କରିଥାନ୍ତି ।
ଓଡିଶା ଡଟ କମ