• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବାରବାଟୀ ଷ୍ଟାଡିୟମ

ବାରବାଟୀରେ ଅଭ୍ୟାସ ମ୍ୟାଚ: ସୁରକ୍ଷା ବ୍ୟବସ୍ଥା କଡାକଡି

January 30, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଜାନୁଆରୀ ୩୦(ଓଡିଶା ଡ଼ଟ୍ କମ୍)- ଆଇସିସି ମହିଳା ବିଶ୍ୱକପ ପୂର୍ବରୁ ବାରବାଟୀ ଷ୍ଟାଡିୟମରେ କମିଶନରେଟ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବନ୍ଦବୋସ୍ତ କରାଯାଇଛି ।

ମଙ୍ଗଳବାର ଡ୍ରେସ ରିହର୍ସଲ ଅର୍ଥାତ ଅଭ୍ୟାସ ମ୍ୟାଚ ଖେଳା ଯାଇଥିଲା । ଏହି ମ୍ୟାଚ କଡ଼ା ନିରାପତା ମଧ୍ୟରେ ଖେଳା ଯାଇଥିଲେ ମଧ୍ୟ ମ୍ୟାଚ ଦେଖିବା ପାଇଁ ପ୍ରାୟ ଶହେ ଦର୍ଶକ ଉପସ୍ଥିତ ଥିଲେ ।

କଟକ ଡିସିସି ଏସ୍ ପ୍ରବୀଣ କୁମାର କହିଛନ୍ତି କଟକରେ ଆଇସିସି ମହିଳା ବିଶ୍ୱକପ ପାଇଁ ଷ୍ଟାଡିୟମକୁ ପୁରା ସିଲ କରାଯାଇଛି । ବିଭିନ୍ନ ସେକ୍ଟର ଓ ଜୋନ ଅନୁସାରେ ବିଭାଜନକରି ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଆସନ୍ତା ଫେବୃୟାରୀ ୧ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଆଇସିସି ମହିଳା ବିଶ୍ୱକପ୍ ମ୍ୟାଚ ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ମଙ୍ଗଳବାର ଦିନ ଷ୍ଟାଡିୟମ ପରିସରରେ କଟକ କମିଶନର ପୋଲିସ ତରଫରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ କଟକ ଡିସିସି ଏସ୍ ପ୍ରବୀଣ କୁମାର,କଟକ କମିଶନରେଟ ପୋଲିସର ଅଧିନରେ ଥିବା ସମସ୍ତ ଏସ୍ପି,ଆଇଆଇସି ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଖେଳ ସମୟରେ ଷ୍ଟାଡିୟମ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ସହ ,ଖେଳ ଚାଲିଥିବା ସମୟରେ ଦର୍ଶକମାନେ କିପରି କୌଣସି ସାମଗ୍ରୀ ନପିଙ୍ଗନ୍ତି ତାଉପରେ କଡାକଡି ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଯୋଗ୍ୟଯେ,ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପାକିସ୍ତାନ ମହିଳା କ୍ରିକେଟ ଦଳ କଡ଼ା ସୁରକ୍ଷା ମଧ୍ୟରେ ରବିବାର ରାତିରେ ବାରବାଟୀ ଷ୍ଟାଡିୟମରେ ଆସି ପହଞ୍ଚିଥିଲା । ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ଦୀର୍ଘ ୩୦ କିଲୋମିଟର ରାସ୍ତା ଏକରକମ ପୁଲିସ ଛାଉଣିରେ ପରିଣତ ହୋଇଥିଲା ।

ରବିବାର ସନ୍ଧ୍ୟା ପ୍ରାୟ ୭ଟା୧୫ରେ ୨୩ ଜଣିଆ ଦଳକୁ ନେଇ ଏକ ସ୍ୱତନ୍ତ୍ର ବିମାନ ବିମାନବନ୍ଦରରେ ପହଞ୍ଚିଥିଲା । ସେଠାରୁ ପୁଲିସ ଘେରରେ ଏକ ସ୍ୱତନ୍ତ୍ର ବସରେ ଦଳ ୭ଟା ୩୫ରେ କଟକ ଅଭିମୁଖେ ଯାତ୍ରା କରିଥିଲା ।

ଏଜି ଛକ, ଆଚାର୍ଯ୍ୟ ବିହାର ଛକ ଓ ରସୁଲଗଡ଼ ଛକ ଦେଇ ଏହି ବସ କଟକରେ ପହଞ୍ଚିଥିଲା ।

ଖେଳାଳିଙ୍କ ସୁରକ୍ଷା ପାଇଁ ପ୍ରାୟ ୩୦ ପ୍ଲାଟୁନ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଥିଲା । ଖେଳାଳିଙ୍କୁ ନେଇ ଯାଉଥିବା ବସର ଆଗରେ ଦୁଇଟି ପାଇଲଟ ଭ୍ୟାନ ପଛରେ ଏକ ଏସଏସବି ବାଟାଲିଅନର କମାଣ୍ଡୋମାନେ ଏକ ଖୋଲା ଜିପରେ ଏସକଟ କରୁଥିଲେ । ସେହିପରି ବସର ଦୁଇ ପାଖରେ ଦୁଇଟି ଭ୍ୟାନ ଓ ପଛରେ ଏକ ଭ୍ୟାନରେ ମଧ୍ୟ କମାଣ୍ଡୋମାନେ ରହିଥିଲେ ।

ତେବେ ଗତ ସପ୍ତାହେ ହେଲା ଓଡ଼ିଶାରେ ପାକିସ୍ତାନ ଖେଳାଳିଙ୍କୁ ଖେଳିବାକୁ ଦିଆଯିବ ନାହିଁ ବୋଲି ହୁଙ୍କାର ଦେଉଥିବା କୌଣସି ବ୍ୟକ୍ତି ବା ସଂଗଠନଙ୍କୁ ଦେଖିବାକୁ ମିଳିନଥିଲା । କେଉଁଠାରେ ବି ପାକିସ୍ତାନୀ ବିରୋଧୀ ସ୍ଲୋଗାନ ମଧ୍ୟ ଦିଆଯିବା ଦେଖା ଯାଇନଥିଲା । ମୋଟ ଉପରେ କହିବାକୁ ଗଲେ; ଓଡ଼ିଶାମାଟିରେ ପାକିସ୍ତାନୀ କ୍ରିକେଟରଙ୍କୁ ବିରୋଧ କିମ୍ବା ବିଦ୍ୱେଷ ନୁହେଁ; ବରଂ ଆତିଥ୍ୟ ମିଳିଥିଲା ।

ଆଇିସିସି ବିଶ୍ୱକପରେ ଭାଗ ନେବାକୁ ଆସିଥିବା ପାକିସ୍ତାନ ମହିଳା କ୍ରିକେଟ ଖେଳାଳି ଓ ଦଳର ସପୋର୍ଟ ଷ୍ଟାଫଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।

କ୍ୟଟୋଂନମେଂଟ ରୋଡରୁ ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶ୍ୱର୍ରେ ପ୍ରାୟ ୫୦୦ କ୍ରୀଡାବିତ ହାତରେ ଫ୍ଲାଗକାର୍ଡ ଧରି ପାକିସ୍ତାନ ଖେଳାଳିଙ୍କୁ ସ୍ୱାଗତ କରିଥିଲେ । ସେହିପରି ବିମାନବନ୍ଦର ବାହାରେ ମଧ୍ୟବହୁ କ୍ରିକେଟର ଏହି ଦଳକୁ ସ୍ୱାଗତ କରିଥିଲେ ।

ଷ୍ଟାଡିୟମ ନବନିର୍ମିତ ଅତ୍ୟାଧୁନିକ ଓସିଏ କ୍ଲବରେ ପାକିସ୍ତାନ ଖେଳାଳି ଅବସ୍ଥାପନ କରିଛନ୍ତି । ସେମାନଙ୍କୁ ବ୍ୟାପକ ସୁରକ୍ଷା ଯୋଗାଇ ଦିିଆଯାଇଛି ।

ଶୁକ୍ରବାରଠାରୁ ଏଠାରେ ଗ୍ରୁପ ‘ବି’ର ପ୍ରଥମ ମ୍ୟାଚ ଖେଳିବା ପୂର୍ବରୁ ପାକିସ୍ତାନ ଦଳ ସେମାନଙ୍କ ରଣକ୍ଷେତ୍ର ବାରବାଟୀ ଷ୍ଟାଡିୟମରେ ସୋମବାର ପୂର୍ବାହ୍ନରେ ଓହ୍ଲାଇଥିଲେ । ସେମାନେ ପ୍ରାୟ ୩ ଘଣ୍ଟା ଧରି ନେଟ୍ ଅଭ୍ୟାସ କରିଥିଲେ । ମଙ୍ଗଳବାର ପାକିସ୍ତାନ ଦଳ ଘରୋଇ ଓଡ଼ିଶା ଏକାଦଶ ସହିତ ପ୍ରଥମ ଅଭ୍ୟାସ ମ୍ୟାଚ ଖେଳିଥିଲା ବୋଲି ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ସୂଚନା ଦେଇଛନ୍ତି ।

ଘରୋଇ ଓଡ଼ିଶା ମହିଳା ଏକାଦଶ ବିରୋଧରେ ଏହି ଅଭ୍ୟାସ ମ୍ୟାଚରେ ପାକିସ୍ତାନ ୯୫ ରନରେ ବିଜୟୀ ହୋଇଛି । ପାକିସ୍ତାନ ୪୮.୪ ଓଭରରେ ୨୪୦ ରନକରି ଅଲ୍‍ଆଉଟ ହୋଇ ଯାଇଥିଲା ।

୨୪୧ ରନ ବିଜୟଲକ୍ଷ୍ୟକୁ ପିଛାକରି ଓଡ଼ିଶା ଏକାଦଶ ୫୦ ଓଭର ଶେଷରେ ୮ ୱିକେଟରେ ୧୪୫ ରନ କରି ପାରିଥିଲା ।
ଏହି ମାଚରେ ପାକିସ୍ତାନ ଏକ ଆନ୍ତର୍ଜାତିକ ଦଳ ଭାବେ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା । ତେବେ ପାକିସ୍ତାନକୁ ୫୦ ଓଭର ପୂର୍ବରୁ ଅଲଆଉଟ କରିବା ଓଡ଼ିଆ ଖେଳାଳିଙ୍କ ପାଇଁ ଏକ ସଫଳତା ।

ଘରୋଇ ଅଧିନାୟିକା ମଧୁସ୍ମିତା ବେହେରା ୮ଟି ଚୌକା ସହ ସର୍ବାଧିକ ୫୩ ରନ କରିଥିଲେ । କାଦମ୍ବିନୀ ମହାକୁଡ଼ ୨୧, ଗଙ୍ଗୋତ୍ରୀ ବେହେରା ୩୧ ଓ ମାଧୁରୀ ମେହେଟ୍ଟା ୧୩ ରନ କରିଥିଲେ ।

ପାକିସ୍ତାନର ଆସମାଭିୟା ଇକବାଲ ୩ଟି ୱିକେଟ ନେଇଥିବା ବେଳେ ସାନା ମୀର ଓ ସାଦିଆ ୟୁସୁଫ ୨ଟି ଲେଖାଏଁ ୱିକେଟ ନେଇଥିଲେ ।

ପାକିସ୍ତାନ ଅଧିନାୟକ ସାନା ମୀର ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ । ୭ ରନରେ ଦଦୁଇ ଓପନର ସାନା ମୀର (୨) ଓ ନାହିଦା ଖାଁ (୨) ଆଉଟ ହୋଇଥିଲେ ସୁଦ୍ଧା ନୈନ ଆବିଦି ଓ ଉପଅଧିନାୟିକା ବିସମା ମାରୁଫ ୩ୟ ୱିକେଟ ପାଇଁ ୧୪୮ ରନ ଯୋଡ଼ିଥିଲେ ।

ଆବିଦି ୭ଟି ଚୌକା ଓ ଗୋଟିଏ ଛକା ସହ ୭୩ ଏବଂ ମାରୁଫ ୧୨ଟି ଚୌକା ସହ ୭୬ ରନ କରିଥିଲେ । ଜାଭେରିଆ ଖାଁ ୩୩ ଓ କ୍ୱାନିତା ଜଲିଲ ୨୫ ରନ କରିଥିଲେ । ଓଡ଼ିଶାର ସୁଜାତା ମଲ୍ଲିକ ଓ ଗଙ୍ଗୋତ୍ରୀ ବେହେରା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ସୁଶ୍ରୀ ପ୍ରଧାନ ୨ଟି ୱିକେଟ ପାଇଥିଲେ ।

ଓଡିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ପୋଲିସ, ବାରବାଟୀ ଷ୍ଟାଡିୟମ, ମ୍ୟାଚ

ଫେବୃୟାରୀରୁ ବିପିଏଲ ପରିବାରଙ୍କୁ ଏକ ଟଙ୍କାରେ କିଲେ ଚାଉଳ-ମୁଖ୍ୟମନ୍ତ୍ରୀ

January 27, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜାନୁଆରୀ ୨୬(ଓଡିଶା ଡଟ୍ କମ୍)-ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ଏଣିକି ବିପିଏଲ ପରିବାରକୁ ୨ ଟଙ୍କା ନୁହେଁ ୧ ଟଙ୍କାରେ ଚାଉଳ ଯୋଗାଇ ଦିଆଯିବ । ଆଜି ବାରବାଟୀ ଷ୍ଟାଡିୟମରେ ସାଧାରଣତନ୍ତ୍ର ଦିବସରେ ଏ ବିଷୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

19-1-2013=3naveen

ଶନିବାର ଦିନ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ପାଳିତ ହୋଇଛି ୬୪ତମ ସାଧାରଣତନ୍ତ୍ର ଦିବସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆସନ୍ତା ଫେବୃୟାରୀ ପହିଲାରୁ ସାରା ରାଜ୍ୟରେ ଥିବା ବିପିଏଲ ପରିବାରକୁ କିଲୋ ପିଛା ୧ଟଙ୍କାରେ ଚାଉଳ ଯୋଗାଇ ଦେବାକୁ ଘୋଷଣା କରିଥିଲେ । କେବଳ ବିପିଏଲ ପରିବାର ନୁହଁନ୍ତି କେବିକେ ଅଞ୍ଚଳର ଏପିଏଲ ପରିବାରକୁ ମଧ୍ୟ ୧ ଟଙ୍କାରେ କିଲୋ ହିସାବରେ ଚାଉଳ ଯୋଗାଇ ଦିଆଯିବ ।

ଅନ୍ତ୍ୟୋଦୟ ହିତାଧିକାରୀ,ଭିନ୍ନକ୍ଷମ ଏବଂ ଅନୁସେଚିତ ଜାତି ଓ ଜନଜାତି ଛାତ୍ରାବାସ ଏହି ଯୋଜନାରେ ସାମିଲ ହେବ । ରାଜ୍ୟର ୫୮ ଲକ୍ଷ ଉପଭୋକ୍ତା ଏହା ଦ୍ୱାରାଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ରାଜ୍ୟର ଅଭିବୃଦ୍ଧିହାର ଜାତୀୟ ଅଭିବୃଦ୍ଧିହାର ଠାରୁ ଆଗରେ ଅଛି । ରାଜ୍ୟରେ ପୃଷ୍ଠିହୀନତା ରୋକିବାରେ କାର୍ଯ୍ୟକ୍ରମ ସଫଳ ହୋଇଛି । ପ୍ରତି ଗାଁକୁ ବିଜୁଳି,ସଡକ ଓ ପାଣି ଯୋଗାଇ ଦେବାକୁ ସରକାର ବଦ୍ଧ ପରିକର ଅଛନ୍ତି ।

ଆଗକୁ ଉଦ୍ୟାନ କୃଷିର ବିକାଶ ସହିତ କୃଷି ଶିଳ୍ପକୁ ପ୍ରୋତ୍ସାହନ କରିବାକୁ ରାଜ୍ୟ ସରକାର ଖୁବ୍ ଶୀଘ୍ର ଏକ ଖାଦ୍ୟ ପ୍ରକ୍ରୀୟା କରଣ ନୀତି ପାଳନ କରିବାକୁ ଯାଉଛନ୍ତି । ଏଥିସହିତ କେନ୍ଦୁପତ୍ର ତୋଳାଳି,ବୁଣାକାର ଓ କାରୀଗରମାନଙ୍କର ସ୍ୱାର୍ଥରକ୍ଷା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତି ହେଉଥିବା ନବୀନ ସୂଚନା ଦେଇଛନ୍ତି ।

ଏଥର ସାଧାରଣତନ୍ତ୍ର ପ୍ୟାରେଡରେ ୫୬ଟି ଦଳ ଅଂଶଗ୍ରହଣ କରିଥିଲେ । ଉତ୍ସବ ଶେଷରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦଳ ସହିତ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ୧ ଟଙ୍କାରେ ଚାଉଳ, ଉଦ୍ୟାନ କୃଷି, ପ୍ୟାରେଡ, ବାରବାଟୀ ଷ୍ଟାଡିୟମ, ମୁଖ୍ୟମନ୍ତ୍ରୀ, ସାଧାରଣତନ୍ତ୍ର ଦିବସ

ବଜରଙ୍ଗ ଦଳର କଟକ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ

January 24, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜାନୁଆରୀ ୨୪(ଓଡିଶା ଡଟ୍ କମ୍)- ବଜରଙ୍ଗ ଦଳ ପକ୍ଷରୁ ମହିଳା ପାକିସ୍ଥାନ କ୍ରିକେଟ ଟିମ ଗସ୍ତକୁ ବିରୋଧ କରି ଗୁରୁବାର ୧୨ଘଣ୍ଟିଆ କଟକ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବନ୍ଦପାଳନରେ ହିନ୍ଦୁ ଜାଗରଣ ସାମ୍ମୁଖ୍ୟ, ବଜରଙ୍ଗଦଳ, ରାଷ୍ଟ୍ର ସୁରକ୍ଷା ମଞ୍ଚ, ଉତ୍କଳ ଭାରତ ଆଦି ସଂଗଠନ ସାମିଲ ହୋଇ ଟାୟାର ଜାଳି ବିକ୍ଷୋଭ କରିଥିଲେ । ଏହି ବନ୍ଦ ପାଳନ ବେଳେ ଦୋକାନ ବଜାର ବନ୍ଦ ରହିବା ସହିତ,ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବା ସହିତ ଜନଜୀବନ ଉପରେ ବ୍ୟାପକ ପ୍ରଭାବ ପଡିଥିଲା । ପିକେଟିଂକରି ବଜରଙ୍ଗ ଦଳର ଶହଶହ କର୍ମୀ ଗିରଫ ହୋଇଥିଲେ ।

ବଜରଙ୍କ ଦଳ ତରୁଫରୁ କୁହାଯାଇଛି ପାକିସ୍ତାନ କ୍ରିକେଟ ଟିମକୁ ଭାରତ ମାଟିରେ ଖେଳାଇ ନ ଦେବା ପାଇଁ କଟକ ବାସୀ ସରକାରକୁ ଜଣାଇ ଦେଇଛନ୍ତି । ସକାଳ ସାତଟାରୁ ସନ୍ଧ୍ୟା ୭ଟା ଯାଏ ବନ୍ଦ କଟକ ସହରକୁ ବନ୍ଦକରି ଏହା ପ୍ରମାଣିତ କରିଦେଇଛନ୍ତି ।

ନିକଟରେ ଭାରତୀୟ ଜବାନଙ୍କ ମୁଣ୍ଡକାଟି ନେବା ପରେ ଏହାର ପ୍ରତିବାଦରେ ପାକିସ୍ତାନ ଖେଳାଳିଙ୍କୁ ଭାରତରେ ପ୍ରବେଶ ପାଇଁ ଦଳ ବିରୋଧ କରୁଛି । ରାଜ୍ୟ ସରକାର ସେମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇଦେବା ସହିତ କଟକ ବାରବାଟୀ ଷ୍ଟାଡିୟମରେ ଖେଳିବାକୁ ଅନୁମତି ଦେଇଛନ୍ତି । ଏହି ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି କଟକ ବାସୀ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଟକ, ବଜରଙ୍ଗ ଦଳ, ବାରବାଟୀ ଷ୍ଟାଡିୟମ, ସରକାର

ବାରବାଟୀରେ ଆଇପିଏଲ୍ ମ୍ୟାଚ୍ ପାଇଁ ବ୍ୟାପକ ସୁରକ୍ଷା

April 21, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅପ୍ରେଲ ୨୧(ଓଡ଼ିଶା ଡ଼ଟ୍ କମ୍) ରବିବାର କଟକ ବାରବାଟୀ ଷ୍ଟାଡ଼ିୟମରେ ହେବାକୁ ଥିବା ଆଇପିଏଲ୍ କ୍ରିକେଟ୍ ମ୍ୟାଚ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ମ୍ୟାଚ ପାଇଁ ୩୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବା ସହ ସନ୍ଧାନୀ କୁକୁର, ବିସ୍ଫୋରଣ ନିରୋଧି ସ୍କ୍ୱାର୍ଡ଼, ଓଡ଼୍ରାଫ୍ ଟିମ୍ ଓ କୁଇକ ରିଆକ୍ସନ୍ ଟିମ୍କୁ ନିୟୋଜିତ କରାଯାଇଛି ।

ତିନି ଶହ ପୋଲିସ ଅଫିସରଙ୍କୁ ସୁରକ୍ଷା ତଦାରଖ ପାଇଁ ନିୟୋଜିତ କରାଯାଇଥିବା ବେଳେ ଷ୍ଟାଡ଼ିୟମ ଭିତରକୁ ଦର୍ଶକ ଖାଦ୍ୟ ସାମଗ୍ରୀ ଓ ପାଣି ପାଉଚ ଆଣିବା ଉପରେ କଟକଣା ଜାରି କରାଯାଇଛି ।

ଷ୍ଟାଡ଼ିୟମ ଭିତରେ ଓ ବାହାର ସହ ଖେଳାଳୀମାନେ ଅଭ୍ୟାସ ପାଇଁ ଭୁବନେଶ୍ୱରରୁ କଟକ ଆସି ଅଭ୍ୟାସ ଶେଷ କରି ଭୁବନେଶ୍ୱର ଫେରିବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜଷର ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ମ୍ୟାଚ ଆରମ୍ଭର ଚାରି ଘଂଟା ପୂର୍ବରୁ ସହରରେ ଟ୍ରାଫିକ୍ କଟକଣା ଜାରି କରାଯିବ । ବାରବାଟୀରେ ଅପ୍ରେଲ ୨୨ ଏବଂ ମଇ ୨ରେଦୁଇଟି ମ୍ୟାଚ ଅନୁଷ୍ଠିତ ହେବ ।

ଡେକାନ୍ ଚାର୍ଜର୍ସ ଓ କୋଲ୍କାତା ନାଇଟ୍ ରାଇଡ଼ର୍ସ ଦଳ ଶୁକ୍ରବାର ଭୁବନେଶ୍ୱରରେ ପହଂଚିଛନ୍ତି । ଉଭୟ ଦଳ ଆଜି ବାରବାଟୀରେ ଅଭ୍ୟାସ କରିବେ । ରବିବାର ରାତି ଆଠଟାରେ ମ୍ୟାଚ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଟକ, ବାରବାଟୀ ଷ୍ଟାଡିୟମ

ବିଜ୍ଞାନ ଯୋଗୁଁ ଜୀବନ ଧାରଣ ମାନରେ ଉନ୍ନତି: ନବୀନ

January 25, 2012 by admin Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜାନୁୟାରୀ ୨୬ (ଓଡିଶା ଡଟ୍ କମ୍) ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ଯୋଗୁଁ ଜୀବନ ଧାରଣ ମାନରେ ଉନ୍ନତି ହୋଇଛି, ଗୁରୁବାର ୬୩ତମ ସାଧାରଣତନ୍ତ୍ର ଦିବସ ଅବସରରେ କଟକ ବାରବାଟୀ ଷ୍ଟାଡ଼ିୟମରେ ପତାକା ଉତ୍ତେୋଳନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଆମ ଜୀବନରେ ସାଧାରଣତନ୍ତ୍ର ଦିବସର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । ଏହା ଦେଶ ପ୍ରତି ଆମର ଦ।ୟିତ୍ୱ ସଂପର୍କରେ ସଚେତନ କରିଥାଏ ଏବଂ ଗଣତନ୍ତ୍ର ପ୍ରତି ଲୋକଙ୍କର ଆସ୍ଥା ରହିଛି ବୋଲି ନବୀନ କହିଛନ୍ତି ।

ସଂସ୍କୃତି ଓ କଳା ଦେଶ ବିଦେଶରେ ଆମର ଗୌରବ ବଢାଇଛି । ସ୍ୱାଧିନତା ପରେ ଆମ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ବିକାଶ ହୋଇଛି, ସେ କହିଛନ୍ତି ।

କଟକର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ଏଠାରେ ପ୍ୟାରେଡ୍ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ସେହିପରି ଭୁବନେଶ୍ୱରରେ କଡ଼ା ସୁରକ୍ଷା ମଧ୍ୟରେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରି ପ୍ୟାରେଡ଼ରେ ଅଭିବାନ ଗ୍ରହଣ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବାରବାଟୀ ଷ୍ଟାଡିୟମ, ବିଜ୍ଞାନ

ବାରବାଟୀଦିନିକିଆ ପାଇଁ ଉଭୟ ଦଳ ଭୁବନେଶ୍ୱରରେ

November 27, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ୨୯ ତାରିଖ କଟକ ବାରବାଟୀ ଷ୍ଟାଡ଼ିୟମ୍ରେ ହେବାକୁ ଥିବା ପ୍ରଥମଦିନିକିଆ ମ୍ୟାଚ ପାଇଁ ରବିବାର ଭାରତ ଓ ୱେଷ୍ଟଇଣ୍ଡିଜ ଦଳର ଖେଳାଳିମାନେ ଭୁବନେଶ୍ୱରରେ ପହଂଚିଛନ୍ତି ।

ଖେଳାଳି ମାନଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମେ ଫେୟାର୍ ହୋଟେଲ୍କୁ ନିଆଯାଇଛି । ଭାରତୀୟ ଦଳର ଖେଳାଳିମାନେ ୨୮ ତାରିଖ ପୂର୍ବାହ୍ନ ଓ ୱେଷ୍ଟଇଣ୍ଡିଜ୍ ଦଳ ଖେଳାଳିମାନେ ଅପରାହ୍ନରେ ବାରବାଟୀ ଷ୍ଟାଡ଼ିୟମ୍ରେ ଅଭ୍ୟାସ କରିବେ ।

ଅଭ୍ୟାସ ମ୍ୟାଚ ପାଇଁ ଉଭୟ ଦଳ କଟକ ଯିବା ବେଳେ ରାସ୍ତାର ଉଭୟ ପାଶ୍ୱର୍ରେ ସୁରକ୍ଷା କର୍ମୀ ଯିବା ସହ ସାର୍ପସୁଟରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

ମ୍ୟାଚ୍କୁ ସଂପୂର୍ଣ୍ଣ ଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଯାନବାହାନ ଚଳାଚଳ ପାଇଁ ଟ୍ରାଫିକ ବ୍ୟବସ୍ଥାରେ ପରିବର୍ତନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ବାରବାଟୀ ଷ୍ଟାଡିୟମ

ଭାରତ-ୱେଷ୍ଟଇଣ୍ଡିଜଦିନିକିଆ ପାଇଁ ଟିକେଟ ବିକ୍ରି

November 25, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୨୬(ଓଡ଼ିଶା ଡ଼ଟ୍ କମ୍) କଟକ ସ୍ଥିତ ବାରବାଟୀ ଷ୍ଟାଡ଼ିୟମରେ ୨୯ ତାରିଖରେ ହେବାକୁଥିବା ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ୍ ମ୍ୟାଚ୍ ପାଇଁ ଶନିବାର ସକାଳୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି ।

ଟିକେଟ୍ ପାଇଁ ଗତକାଲି ରାତିରୁ ଷ୍ଟାଡ଼ିୟମ ସମ୍ମୁଖରେ ଦର୍ଶକଙ୍କ ଭିଡ଼ ଲାଗି ରହିଛି । ଦର୍ଶକମାନେ ଶାନ୍ତିଶୃଙ୍ଖାର ସହ ଟିକେଟ୍ ପାଇବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଷ୍ଟାଡ଼ିୟମ ପରିସରରେ ଥିବା ତିନୋଟି କାଉନ୍ଟରରେ ଟିକେଟ୍ ବିକ୍ରି ଚାଲିଛି । ଟିକେଟ୍ ଶେଷ ହେବା ପର୍ଯ୍ୟନ୍ତ ବିକ୍ରି ଚାଲିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି ।

ଟିକେଟ୍ କଳାବଜାରିକୁ ରୋକିବା ପାଇଁ କାଉନ୍ଟର ଗୁଡ଼ିକରେ କ୍ଲୋଜ ସର୍କିଟ କ୍ୟାମେରା ଲଗା ଯାଇଥିବା ବେଳେ ପ୍ରତ୍ୟେକ ବ୍ୟକ୍ତିଦୁଇଟି ଟିକେଟ୍ ନେଇ ପାରିବେ ବୋଲି କୁହାଯାଇଛି ।

ହର୍ସ ଗେଟ୍ ନିକଟରେ ଥିବା ପ୍ରଥମ କାଉନ୍ଟରରେ କର୍ପୋରେଟ୍ ବକ୍ସ ପାଇଁ ଟିକେଟ୍ ମୂଲ୍ୟ ୮ ହଜାର ଟଙ୍କା, ଏସି ବକ୍ସ ୫ ହଜାର ଟଙ୍କା, ନିଉ ପାଭିଲିୟନ ତିନି ହଜାର ଟଙ୍କା ଏବଂ ସ୍ପେସାଲ  ଏନ୍କ୍ଲୋଜର ପାଇଁ ଟିକେଟ୍ ମୂଲ୍ୟ ୧୫୦୦ ଟଙ୍କା ରଖାଯାଇଛି ।

୨ ଓ ୩ ନମ୍ବର କାଉନ୍ଟରରେ ଗ୍ୟାଲେରୀ ୧, ୨, ୩, ୪, ୬ ଓ ୭ ପାଇଁ ଟିକେଟ୍ ମୂଲ୍ୟ ଚାରିଶହ ଟଙ୍କାରେ ବିକ୍ରି କରାଯିବ ।

ଚଳିତ ବର୍ଷ ଷ୍ଟାଡ଼ିୟମରେ ୪୪ ହଜାର ୫୭୦ ଜଣ ଦର୍ଶକ ମ୍ୟାଚ ଖେିବାର ବ୍ୟବସ୍ଥା କରାଯାଇଛି । ଏଥିମଧ୍ୟରୁ କମ୍ପ୍ଲିମେଂଟାରୀ ପାସ୍ ଆକାରରେ ୧୧ ହଜାର ୯୦ଟି ଟିକେଟ୍ ବଂଟନ କରାଯାଇଛି ।

ସେହିପରି ୧୨ ହଜାର ୬୪୦ଟି ଟିକେଟ୍ ବିସିସିଆଇ ଏବଂ ଓସିଏ ଅନୁବନ୍ଧିତ ୟୁନିଟ୍ ଓ ବିଭିନ୍ନ ପ୍ରାୟୋଜକଙ୍କ ପାଇଁ ଗତ ୨୩/୨୪ ତାରିଖରେ ବିକ୍ରି ହୋଇଥିବା ବେଳେ ଅନ୍ଲାଇନ ମାଧ୍ୟମରେ ୩ ହଜାର ୬୯୪ଟି ଟିକେଟ୍ ବିକ୍ରି ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କ୍ରିକେଟ୍ ମ୍ୟାଚ୍, ବାରବାଟୀ ଷ୍ଟାଡିୟମ

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ବାରବାଟୀ ସିଲ୍

November 23, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ଚଳିତ ମାସ ୨୯ ତାରିଖରେ ହେବାକୁ ଥିବା ଭାରତ -ୱେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ୍ ମ୍ୟାଚ ପାଇଁ କଟକ ବାରବାଟୀ ଷ୍ଟାଡ଼ିୟମକୁ ସିଲ୍ କରିିଆଯାଇଛି ।

ଷ୍ଟାଡ଼ିୟମ ପରିସର ତଥା ପିଚ୍କୁ ସୁରକ୍ଷାକର୍ମୀ ଜଗି ରହିଥିବା ବେଳେ ଓଡ଼ିଶା କ୍ରିକେଟ୍ଆ ସୋସିଏସନ(ଓସିଏ) କାର୍ଯ୍ୟାଳୟକୁ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି ।
ଏଥିପାଇଁ ପୋଲିସ ସହ ଘରୋଇ ସୁରକ୍ଷା କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

ଅନୁବନ୍ଧିତ ସ୍କୁଲ, କଲେଜ ଓ ଜିଲ୍ଲା ଗୁଡ଼ିକ ପାଇଁ ବୁଧବାର ପ୍ରଥମଦିନରେ ୫୪୪୪ ଟିକେଟ ବିକ୍ରି ହୋଇଥିବା ବେଳେ ୨୬ ତାରିଖ ସକାଳ ୯ଟାରୁ ସାଧାରଣ ଦର୍ଶକଙ୍କ ପାଇଁ ବିକ୍ରି ହେବ ବୋଲି
ଓସିଏ ପକ୍ଷରୁ କୁହାଯାଇଛି ।

ଅନ୍ଲାଇନରେ ବର୍ତମାନ ପର୍ଯ୍ୟନ୍ତ ତିନି ହଜାରରୁ ଉଦ୍ଧ୍ୱର୍ ଟିକେଟ ବିକ୍ରି ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କ୍ରିକେଟ୍ ମ୍ୟାଚ, ବାରବାଟୀ ଷ୍ଟାଡିୟମ, ଭାରତ-ୱେଷ୍ଟଇଣ୍ଡିଜ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ