• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବାର୍ଡ଼ ଫ୍ଲୁ

ଚିଲିକାରେ ବାର୍ଡ଼ ଫ୍ଲୁ ଭୂତାଣୁ ଚିହ୍ନଟ

February 23, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃଆରୀ ୨୩,(ଓଡ଼ିଶା ଡ଼ଟ୍ କମ୍), ଚିଲିକା ହ୍ରଦକୁ ପ୍ରତିବର୍ଷ ଆସୁଥବା ବିଦେଶୀ ପକ୍ଷୀଙ୍କ ମଧ୍ୟରୁ ସପ୍ତାହକ ମଧ୍ୟରେ ତିନିଜଣଙ୍କ ଠାରେ ବାର୍ଡ଼ ଫ୍ଲୁ ଭୂତାଣୁ ଚିହ୍ନଟ କରାଯାଇଛି ।

ଏହି ତିନୋଟି ପକ୍ଷୀଙ୍କ ଲାଳ,ମଳ,ରକ୍ତ ନମୁନାରୁ ଏହି ଭୂତାଣୁ ଚିହ୍ନଟ କରାଯାଇଛି । ବିରଳ ପ୍ରଜାତିର ପକ୍ଷୀ ବିଣ୍ଟେଲ,ସକଲାର,ଗଡ଼ୱିଲ ପକ୍ଷୀଙ୍କ ରକ୍ତ ନମୁନା ଭୋପାଲସ୍ଥିତ ପ୍ରୟୋଗଶାଳାକୁ ପଠାଯାଇଥିଲା ।

ଯାହାଫଳରେ ଏବେ ସେଠାରେ ଥିବା ପ୍ରାୟ ୫ଲକ୍ଷ ପକ୍ଷୀଙ୍କ ଜୀବନ ଏବେ ବିପଦ ରେ ଅଛି । ଚିଲିକାରୁ ଉଡ଼ି ଆସି ଏକ ବିରଳ ପ୍ରଜାତିର କୁରୁବଳ ପକ୍ଷୀଟି ଅସୁସ୍ଥତା କାରଣରୁ ନିକଟସ୍ଥ ସାହାଜାନପୁର ଜଙ୍ଗଲରେ ଆସି ପଡ଼ିଯାଇଥିଲା ।

ତାକୁ ଗ୍ରାମବାସୀମାନେ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ଦେଇଥିଲେ । ଉଦ୍ଧାର ହୋଇଥିବା ଏହି ପକ୍ଷୀର ଲାଳ,ରକ୍ତ ଓ ମଳ ନମୁନା ସଂଗ୍ରହ କରାଯାଇଛି । ପକ୍ଷୀଟି ଥରିବା ସହ ଏହାର ବେକ ଫୁଲି ଯାଇଛି ବୋଲି ପଶୁ ଡ଼ାକ୍ତର ଅକ୍ଷୟ ଜେନା କହିଛନ୍ତି ।

ବାର୍ଡ଼ ଫ୍ଲୁ ରୋଗ ସଂକ୍ରମଣର ଆଭାସ ମିଳିବା ପରେ ଏଠାରେ ଶୁକ୍ରବାର ପଶୁ ଡ଼ାକ୍ତର ମାନଙ୍କର ଏକ ବୈଠକ ହୋଇଥିଲା । ଏହି ବୈଠକରେ ପକ୍ଷୀ ତଥା ବିଭିନ୍ନ କୁକୁଡ଼ା ଫାର୍ମରୁ ରକ୍ତ ନମୁନା ସଂଗ୍ରହ କରିବାକୁ ନିର୍ଦ୍ଧେଶ ଦିଆଯାଇଛି । ବ୍ରହ୍ମଗିରି ଓ କୁଷ୍ଣପ୍ରସାଦ ବ୍ଲକ୍ କୁ ପ୍ରାୟ୨୪୦୦ପକ୍ଷୀଙ୍କ ଲାଳ,ରକ୍ତ ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଉଭୟ ବ୍ଲକ୍ ରେ ରେଡ଼ ଆଲର୍ଟ ଜାରି ଜାରି କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଚଳିତବର୍ଷ ଚିଲିକାକୁ ପ୍ରାୟ ସାଢେ ଆଠଲକ୍ଷ୍ୟ ବିଦେଶୀ ପକ୍ଷୀ ଆସିଥିଲେ । ସେଥିରୁ ପ୍ରାୟ ୪ଲକ୍ଷ୍ୟ ପକ୍ଷୀ ଫେରି ସାରିଲେଣି । ଏବେ ମଧ୍ୟ ସେଠାରେ ପ୍ରାୟ ୪ଲକ୍ଷ୍ୟ ବିଦେଶୀ ପକ୍ଷୀ ଅଛନ୍ତି । ବାର୍ଡ଼ ଫ୍ଲୁ ଭୂତାଣୁ ଚିହ୍ନଟ ହେବା ପରେ ଏବେ ପୁରୀ ଜିଲ୍ଲାରେ ରୋଗ ପ୍ରତିକାର ପାଇଁ ପ୍ରତିଷେଧକ ଇଂଜେକ୍ସନ୍ ଯୋଗାଡ଼ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଚିଲିକା, ବାର୍ଡ଼ ଫ୍ଲୁ

ବାର୍ଡ଼ଫ୍ଲୁ :ଖୋର୍ଦ୍ଧାରେ କୁକୁଡ଼ା ମରା ଅଭିଯାନ ଶେଷ

January 16, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଖୋର୍ଦ୍ଧା, ଜାନୁୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ଖୋର୍ଦ୍ଧା ଜିଲ୍ଲା କେରଙ୍ଗ ଓ ଆଖପାଖ ଅଂଚଳରେ ବାର୍ଡ଼ ଫ୍ଲୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଚାଲିଥିବା କୁକୁଡ଼ା ମରା ଅଭିଯାନ ଶେଷ ହୋଇଛି ।

ଗତ ପାଂଚଦିନ ଧରି ପର୍ଯ୍ୟାୟକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୯ଟି ଗ୍ରାମରେ ଥିବା କୁକୁଡ଼ା ଓ ବତକଙ୍କୁ ମାରିିଆଯାଇଛି । ତେବେ ମୋଟ୍ ୩୧ ହଜାର ୯୧୨ଟି କୁକୁଡ଼ା ଓ ବତକ ମରାଯାଇଥିବା କୁହାଯାଇଛି ।

ଅଭିଯାନର ଶେଷଦିନ ସୋମବାରରେ ମାତ୍ର ୨୬ଟି କୁକୁଡ଼ା, ୩୪ ହଜାର ୧୧୦ଟି ଅଣ୍ଡା ଓ ୮ ହଜାର ୭୫୦ କିଗ୍ରା କୁକୁଡ଼ା ଖାଦ୍ୟ ପୋତା ଯାଇଥିବା ଜଣେ ଅଧିକାରୀ କହିଛନ୍ତି ।

କ୍ଷତିଗ୍ରସ୍ତ ଲୋକଙ୍କୁ ଅର୍ଥ ପ୍ରଦାନ କରିବା ପାଇଁ ପ୍ରଶାସନ ପକ୍ଷରୁ ଶିବିରର ବ୍ୟବସ୍ଥା କରାଯାଇଛି । କମ୍ କ୍ଷତିପୂରଣ ପାଇବାକୁ ଥିବା ଲୋକଙ୍କୁ ଅଧିକାରୀମାନେ ଘରକୁ ଯାଇ ସହାୟତା ଅର୍ଥ ପ୍ରଦାନ କରିବେ ।

ଖୋର୍ଦ୍ଧା ଜିଲ୍ଲା କେରଙ୍ଗରେ ବାର୍ଡ଼ଫ୍ଲୁ ଭୂତାଣୁ ଚିହ୍ନଟ ହେବା ପରେ ଗତ ଗୁରୁବାର ଠାରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଖୋର୍ଦ୍ଧା, ବାର୍ଡ଼ ଫ୍ଲୁ

ବରଗଡ଼, ଭଦ୍ରକରେ ବାର୍ଡ଼ ଫ୍ଲୁ ଆତଙ୍କ

January 15, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ/ସ୍ନିଗ୍ଧା ରାୟ

ବରଗଡ଼/ଭଦ୍ରକ, ଜାନୁୟାରୀ ୧୬(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ଦୁଇଟି ଜିଲ୍ଲାରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଏବେ ବରଗଡ଼ ଏବଂ ଭଦ୍ରକ ଜିଲ୍ଲାରେ ମଧ୍ୟ ଏନେଇ ଆତଙ୍କ ଦେଖାଦେଇଛି ।

ବରଗଡ଼ରେ ବାର୍ଡ ଫ୍ଲୁ ଆତଙ୍କ ଯୋଗୁଁ କୁକୁଡ଼ା ମାଂସ, ଅଣ୍ଡା, ଢାବା ହୋଟେଲ ବ୍ୟବସାୟ ଉପରେ ଏହାର ବ୍ୟାପକ ପ୍ରଭାବ ପଡ଼ିଛି । ଲୋକେ ଏବେ କୁକୁଡ଼ା ମାଂସ ତଥା ଅଣ୍ଡା ଖାଇବା ପ୍ରାୟ ବନ୍ଦ କରିଦେଇଛନ୍ତି ।

ବିଭିନ୍ନ କୁକୁଡ଼ା ବିକ୍ରୟ କେନ୍ଦ୍ର ଓ ଫାର୍ମ ଗୁଡ଼ିକର ମାଲିକମାନେ ଏନେଇ ସତର୍କ ରହିଥିବା କହିଥିଲେ ହେଁ ଏ ରୋଗନେଇ ସେମାନେ ବି ଆତଙ୍କିତ ଅଛନ୍ତି ।

ବରଗଡ଼ ଜିଲ୍ଲାର ଜନସାଧାରଣଙ୍କୁ ବାର୍ଡ ଫ୍ଲୁ ରୋଗରୁ ରକ୍ଷା କରିବା ପାଇଁ ଆଗୁଆ ପ୍ରତିଷେଧକ ବ୍ୟବସ୍ଥା କରାଯିବା ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖା ଯାଇଥିବା ଜିଲ୍ଲା ପଶୁଧନ ନୀରୀକ୍ଷକ ଶୋଭନ କୁମାର ନାୟକ କହିଛନ୍ତି ।

ସେହିପରି ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ ବହୁ ସଂଖ୍ୟକ କାଉ ମୃତ୍ୟୁ ଘଟଣା ସର୍ବସାଧାରଣରେ ଆତଙ୍କର ବାତାବରଣ ସୃଷ୍ଟି କରିଛି । ଜିଲ୍ଲାରେ ବାର୍ଡ଼ଫ୍ଲୁ ଆଶଙ୍କା କରି ଜିଲା ପଶୁ ଚିକିତ୍ସାଧିକାରୀ ଜିଲା ବ୍ୟାପୀ କୁକୁଡ଼ା ମାନଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରିବା ଆରମ୍ଭ କରିଛନ୍ତି ।

ମୃତ କାଉମାନଙ୍କୁ ପୋତି ଦିଆଯାଉଥିବା ବେଳେ କୁକୁଡ଼ା ଫାର୍ମ ଗୁଡ଼ିକ ଉପରେ ତୀକ୍ଷ୍ଣ ଦୃଷ୍ଟି ଦିଆଯାଇଛି । ନଛିପୁର ଠାରେ କେତେକ କୁକୁଡ଼ା ମରିଥିବା ସୂଚନା ମିଳିଥିଲେ ମଧ୍ୟ ତାହା ବାର୍ଡ଼ ଫ୍ଲୁ ଜନିତ କି ନୁହେଁ ତାହା ଜଣାପଡ଼ି ନାହିଁ ।

ଜିଲା ପ୍ରଶାସନ ପକ୍ଷରୁ ୭ଟି ବ୍ଲକ ପାଇଁ ୭ଟି ଭ୍ରାମ୍ୟମାଣ ଟିମ୍ ଗଠନ କରାଯାଇ ସେମାନଙ୍କୁ ଏ ଦିଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଜନସାଧାରଣଙ୍କ ମନରୁ ଆତଙ୍କ ଦୂର ହୋଇନାହିଁ ।

ବର୍ତମାନ କେରଙ୍ଗ ଅଞ୍ଚଳରେ ବ୍ୟାପକ ଭାବେ କୁକୁଡ଼ା ମରା ଅଭିଯାନ ଚାଲିଥିବା ବେଳେ ସେହି ଅଂଚଳରୁ ଅସାଧୁ କୁକୁଡ଼ା ଚାଷୀ ନିଜର କୁକୁଡ଼ାଙ୍କୁ ଅନ୍ୟ ସ୍ଥାନରେ ବିକ୍ରି କରୁଛନ୍ତି ।

ତେଣୁ ଜିଲ୍ଲା ପ୍ରଶାସନ ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବାର୍ଡ଼ ଫ୍ଲୁ ଆତଙ୍କ ଦୂର କରିବାକୁ ଦାବି ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ବରଗଡ଼, ବାର୍ଡ଼ ଫ୍ଲୁ, ଭଦ୍ରକ

ବାର୍ଡ଼ ଫ୍ଲୁ ପାଇଁ ଚିଲିକାରେ ସତର୍କତା

December 29, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଚିଲିକା, ଡ଼ିସେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ବାର୍ଡ଼ ଫ୍ଲୁର ସନ୍ଧାନ ମିଳିବା ପରେ ଓଡ଼ିଶାରେ ସତର୍କତା ଅବଲମ୍ବନ କରାଯାଇଛି ।

ଖୋର୍ଦ୍ଧା ଜିଲ୍ଲା ଚିଲିକା ହ୍ରଦରେ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ସତର୍କତା ଗ୍ରହଣ କରାଯାଇଥିବା ଶୁକ୍ରବାର ଜଣେ ଅଧିକାରୀ କହିଛନ୍ତି ।

ଚିଲିକାରେ ମରିଯାଇଥିବା ଗୋଟିଏ ପକ୍ଷୀର ରକ୍ତ ନମୂନା ପରୀକ୍ଷା ପାଇଁ ଭୋପାଲ ପଠାଯାଇଥିବା ବେଳେ ଅନ୍ୟ ୬୨ଟି ପକ୍ଷୀର ରକ୍ତ ଓ ମଳ ନମୂନା ପରୀକ୍ଷା ପାଇଁ କଲିକତା ପଠାଯାଇଥିବା ସେ କହିଛନ୍ତି ।

ବର୍ତମାନ ଚିଲିକାହ୍ରଦରେ ସାତ ଲକ୍ଷରୁ ଉଦ୍ଧ୍ୱର୍ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି । ଗତ
ସୋମବାର ଏକ ପକ୍ଷୀର ମୃତ ଦେହ ମିଳିବା ପରେ ଏନେଇ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ
ପାଇଛି ।

ଗତ ନଭେମ୍ବର ମାସରେ ଜାମସେପୁରରେ ବହୁତ ଗୁଡ଼ିଏ କାଉଙ୍କ ବାର୍ଡ଼ ଫ୍ଲୁରେ ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ପଡ଼ୋଶୀ ରାଜ୍ୟ ଗୁଡ଼ିକ ସତର୍କ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଚିଲିକା ହ୍ରଦ, ବାର୍ଡ଼ ଫ୍ଲୁ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ