• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବାଲୁକା ଶିଳ୍ପୀ

ବିଧାୟକ, ଜିଲ୍ଲାପାଳଙ୍କ ମୁକ୍ତି ପାଇଁ ବାଲୁକାଶିଳ୍ପୀଙ୍କ ନିବେଦନ

April 24, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଅପ୍ରେଲ ୨୪(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକା ଏବଂ ଛତିଶଗଡ଼ ସୁକମା ଜିଲ୍ଲାପାଳଙ୍କୁ ଶୀଘ୍ର ମୁକ୍ତ କରିବାକୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ମାଓବାଦୀଙ୍କୁ ନିବେଦନ କରିଛନ୍ତି ।

ପଟ୍ଟନାୟକ ମଙ୍ଗଳବାର ପୁରୀ ବେଳାଭୂମିରେ ବିଧାୟକ ଏବଂ ଜିଲ୍ଲାପାଳଙ୍କ ବାଲୁକା କୃତି ତିଆରି କରି “ବିଧାୟକ ଓ ଜିଲ୍ଲାପାଳଙ୍କୁ ଦୟାକରି ମୁକ୍ତ କର” ବାର୍ତା ଦେଇଛନ୍ତି ।

ମାନବିକତା ଦୃଷ୍ଟିରେ ମାଓବାଦୀମାନେ ଉଭୟଙ୍କୁ ମୁକ୍ତ କରିବାକୁ ମୁଁ ନିବେଦନ କରିଛି ବୋଲି ସୁଦର୍ଶନ କହିଛନ୍ତି । ଅପହରଣ ପରିବର୍ତେ ଆଲୋଚନା ମାଧ୍ୟମରେ ସେମାନଙ୍କର ସମସ୍ୟା ସମାଧାନ କରନ୍ତୁ,ସେ କହିଛନ୍ତି ।

ଏହି ଅବସରରେ ବହୁ ପର୍ଯ୍ୟଟକ ଏବଂ ଲୋକମାନେ ବାଲୁକା କଳାକୃତି ଦେଖିବା ସହ ଉଭୟଙ୍କ ମୁକ୍ତି କରିବା ପାଇଁ ନିବେଦନ କରିଛନ୍ତି ।

ଚାରି ଫୁଟ ଉଚ୍ଚତା ବିଶିଷ୍ଟ ଏହି କଳାକୃତି କରିବା ପାଇଁ ସୁଦର୍ଶନ ଏବଂ ତାଙ୍କ ଛାତ୍ରଛାତ୍ରୀଙ୍କୁ ପାଂଚ ଘଂଟା ସମୟ ଲାଗିଥିବା ବେଳେ ଏଥିରେ ଚାରି ଟନ୍ ବାଲି ବ୍ୟବହାର ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଜିଲ୍ଲାପାଳ, ବାଲୁକା ଶିଳ୍ପୀ, ବିଧାୟକ, ମାଓବାଦୀ

“ଇମାଜିନେସନ୍ସ ଇନ୍ ସ୍ୟାଣ୍ଡ୍”ପ୍ରଦର୍ଶନୀ ଆରମ୍ଭ

April 14, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୫(ଓଡ଼ିଶା ଡ଼ଟ୍ କମ୍) ଲଳିତକଳା ଏକାଡ଼େମୀ ଠାରେ ପ୍ରଥମ ଥର ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରାବିିଭିନ୍ନ ସ୍ଥାନରେ କରାଯାଇଥିବା କଳାକୃତି ନେଇ “ଇମାଜିନେସନ୍ସ ଇନ୍ ସ୍ୟାଣ୍ଡ୍”ନାମରେ ଚାରିିଦିନିଆ ପ୍ରଦର୍ଶନୀ ଆରମ୍ଭ ହୋଇଛି ।

୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରଦର୍ଶନୀକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଉଦଘାଟନ କରି ବିଭିନ୍ନ ଚିତ୍ର ଗୁଡ଼ିକୁ ବୁଲି ଦେଖିଥିଲେ ।

ପଟ୍ଟନାୟକଙ୍କ ଦ୍ୱାରାନିର୍ମିତ ୧୦୦ରୁ ଉଦ୍ଧ୍ୱର୍ ପ୍ରସିଦ୍ଧ ବାଲୁକାକୃତି ଗୁଡ଼ିକର ଫଟୋଚିତ୍ର କାନ୍ଭାସ୍ରେ ପ୍ରଦର୍ଶୀତ ହୋଇଛି । ସେଥିମଧ୍ୟରୁ ପ୍ରାୟ ୨୦ଟି ଚିତ୍ରକୁ ବାଲି ସାହାଯ୍ୟରେ ବିଭିନ୍ନ ରଂଗ ଓ ତୂଳୀର ସାହଯ୍ୟରେ ବିଭିନ୍ନ ସୂକ୍ଷ୍ମ କଳାକୃତି ମାଧ୍ୟମରେ କାନ୍ଭାସ୍ରେ ଅଙ୍କାଯାଇଛି ।

ଏହାଦ୍ୱାରାଗୋଟିଏ ସ୍ଥାନରେ ଲୋକମାନେ ସମସ୍ତ ବାଲୁକା କଳାକୃତି ଗୁଡିକୁ ଦେଖିପାରିବେ ବୋଲି ସୁଦର୍ଶନ କହିଛନ୍ତି । ସକାଳ ୧୧.୩୦ରୁ ସଂଧ୍ୟା ୭.୩୦ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଏହା ଖୋଲା ରହିବ ।

ଉଦଘାଟନୀ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସାଂସଦ
ତଥାଗତ ଶତପଥୀ, ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରିୟମ୍ବଦା ମହାନ୍ତି ହେଜ୍ମାି ପ୍ରମୁଖ
ଉପସ୍ଥିତ ଥିଲେ ।

ସୁଦର୍ଶନ ୫୦ରୁ ଉଦ୍ଧ୍ୱର୍ ଅନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରି ଦେଶ ପାଇଁ ବିଭିନ୍ନ ପୁରସ୍କାର ଜିତିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବାଲୁକା ଶିଳ୍ପୀ, ଲଳିତକଳା ଏକାଡେମୀ

କାନ୍ଭାସ୍ରେ ସୁଦର୍ଶନଙ୍କ ବାଲୁକା କଳା

April 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୩(ଓଡ଼ିଶା ଡ଼ଟ୍ କମ୍) “ଇମାଜିନେସନ୍ସ ଇନ୍ ସ୍ୟାଣ୍ଡ୍” ଭୁବନେଶ୍ୱରରେ ହେବାକୁ ଥିବା ଏହି ଅଭିନବ ପ୍ରଦର୍ଶନୀରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରାନିର୍ମିତ ବାଲୁକା କଳାକୃତି ଗୁଡ଼ିକ ପ୍ରଥମଥର ପାଇଁ କାନଭାସ୍ରେ ପ୍ରଦର୍ଶିତ ହେବ ।

ରାଷ୍ଟ୍ରୀୟ ଲଳିତ କଳା ଏକାଡ଼େମୀ ଗ୍ୟାାଲେରୀରେ ଅପ୍ରେଲ ୧୪ରୁ ୧୭ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

କାନ୍ଭାସ୍ ଉପରେ ପ୍ରଦର୍ଶିତ ହେବାକୁ ଥିବା ଶ୍ରେଷ୍ଠ କଳାକୃତି ଗୁଡିକ ଉପରେ ବାଲୁକା ସ୍ଥାପନା ତଥା ରଙ୍ଗ ବ୍ୟବହାର କରି ଏହାକୁ ଅଧିକ ଜୀବନ୍ତ କରିବା ପାଇଁ ସୁଦର୍ଶନଙ୍କ ଯୋଜନା ରଖିଛନ୍ତି ।

ସାଧାରଣତଃ ବାଲୁକା କୃତି ଗୁଡ଼ିକ କ୍ଷଣସ୍ଥାୟୀ ହୋଇଥିବାରୁ, ଏହି ଆନ୍ତର୍ଜାତୀୟ ପ୍ରଦର୍ଶନୀ ମାଧ୍ୟମରେ କଳାପ୍ରେମୀ ମାନେ ଦୀର୍ଘବର୍ଷ ଧରି ସୁଦର୍ଶନଙ୍କ ଦ୍ୱାରାନିର୍ମିତ ସମସ୍ତ ପ୍ରମୁଖ ବାଲୁକା କୃତିଗୁଡିକୁ ଗୋଟିଏ ସ୍ଥାନରେ ଏକତ୍ର ଦେଖିବାର ସୁଯୋଗ ପାଇପାରିବେ ।

ଏଥିରେ ପଟ୍ଟନାୟକଙ୍କ ଦ୍ୱାରାନିର୍ମିତ ୧୦୦ରୁ ଉଦ୍ଧ୍ୱର୍ ପ୍ରସିଦ୍ଧ ବାଲୁକାକୃତି ଗୁଡ଼ିକର ଫଟୋଚିତ୍ର କାନ୍ଭାସ୍ରେ ପ୍ରଦର୍ଶୀତ ହେବ ।

“ମୋର ସମସ୍ତ ପ୍ରମୁଖ ବାଲୁକା କଳାକୃତି ଗୁଡ଼ିକୁ କାନ୍ଭାସ୍ରେ ସାଧାରଣ ଜନତା ଏବଂ
କଳାପ୍ରେମୀଙ୍କ ପାଇଁ ଏକତ୍ରିତ କରି ପ୍ରଦର୍ଶନ କରି ବାଲୁକା ଏବଂ ବାଲୁକା କଳାକୃତିକୁ ସମ୍ମାନ
ଜଣାଇବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ” ସୁଦର୍ଶନ କହିଛନ୍ତି ।

ଏହାଦ୍ୱାରାଗୋଟିଏ ସ୍ଥାନରେ ସାଧାରଣ ଜନତାମାନେ ମୋର ସମସ୍ତ ବାଲୁକା କଳାକୃତିଗୁଡିକୁ ଦେଖିପାରିବେ ବୋଲି ସେ କହିଛନ୍ତି ।

ସୁଦର୍ଶନ ୫୦ରୁ ଉଦ୍ଧ୍ୱର୍ ଅନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରି ଦେଶ ପାଇଁ ବିଭିନ୍ନ ପୁରସ୍କାର ଜିତିଛନ୍ତି । ଏହି ଚାରିଦିନିଆ ପ୍ରଦର୍ଶନୀ ସାଧାରଣ ଜନତାଙ୍କ ପାଇଁ ସକାଳ ୧୧.୩୦ରୁ ସଂଧ୍ୟା ୭.୩୦ ପର୍ଯ୍ୟନ୍ତ ଖୋଲା ରହିବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବାଲୁକା ଶିଳ୍ପୀ, ଭୁବନେଶ୍ୱର

ସୁଦର୍ଶନଙ୍କୁ ଗେ।ଦାବରୀ ଗୌରବ ପୁରସ୍କାର

March 11, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନାସିକ୍, ମାର୍ଚ୍ଚ ୧୨(ଓଡ଼ିଶା ଡ଼ଟ୍ କମ୍) ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ୨୦୧୨ ବର୍ଷ ପାଇଁ ସମ୍ମାନଜନକ ଗେ।ଦାବରୀ ଗୌରବ ପୁରସ୍କାର ପ୍ରଦାନ କରାଯାଇଛି ।

ଶନିବାର ନାସିକ୍ ଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର କୃଷି ମନ୍ତ୍ରୀ ଶରଦ ପାୱାର ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ସୁଦର୍ଶନଙ୍କ ବ୍ୟତୀତ ସମାଜସେବୀ ସଦୟ ଭାଇ, ଭାରତନାଟ୍ୟମ ନୃତ୍ୟଶିଳ୍ପୀ ପଦ୍ମ ସୁବ୍ରମଣ୍ୟମ୍ ଏବଂ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଧନରାଜ ପିଲ୍ଲେଙ୍କୁ ମଧ୍ୟ ଏହା ପ୍ରଦାନ କରାଯାଇଛି ।

ସମାଜସେବା, ସଂଗୀତ, ନୃତ୍ୟ, ଚଳଚ୍ଚିତ୍ର, ବିଜ୍ଞାନ, କ୍ରୀଡ଼ା,ଦୁସାହସିକତା ତଥା କଳା ଭାସ୍କର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମହାରାଷ୍ଟ୍ରର କୁସୁମାଗରାଜ ପ୍ରତିଷ୍ଠାନ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଗେ।ଦାବରୀ, ବାଲୁକା ଶିଳ୍ପୀ

ଅମିତାଭଙ୍କ ଆରୋଗ୍ୟ କାମନା କରି ବାଲୁକା କଳା

February 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଫେବୃୟାରୀ ୧୯(ଓଡ଼ିଶା ଡ଼ଟ୍ କମ୍) ଅସୁସ୍ଥ ହୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ହିନ୍ଦୀ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ଅମିତାଭ ବଚ୍ଚନଙ୍କ ଶୀଘ୍ର ଆରୋଗ୍ୟ କାମନା କରି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସୋମବାର ପୁରୀରେ ବାଲୁକା କଳାକୃତି କରିଛନ୍ତି ।

ସୁଦର୍ଶନ ବେଳାଭୂମିରେ ଚଳଚ୍ଚିତ୍ର ରିଲ୍ ସହ ଏକ ଚାରି ଫୁଟ୍ ଉଚ୍ଚର ଅମିତାଭଙ୍କ କଳାକୃତି କରିଥିବା
ବେଳେ ଏଥିରେ “”ଗେଟ୍ ୱେଲ ସୁନ୍” ବାର୍ତା ଲେଖିଛନ୍ତି । ଏହି ଅବସରରେ ବହୁତ ଲୋକ ଅମିତାଭଙ୍କ
ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

“”ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ଥାନ, ତେଣୁ ବଚ୍ଚନଙ୍କ ଆରୋଗ୍ୟ ପାଇଁ ଏହି କଳାକୃତି ତିଆରି କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି” ସୁଦର୍ଶନ କହିଛନ୍ତି ।

ଏହା ତିଆରି କରିବାକୁ ତାଙ୍କୁ ଛଅ ଘଂଟା ସମୟ ଲାଗିଥିବା ବେଳେ ଏଥିରେ ଦଶ ଟନ୍ ବାଲି ବ୍ୟବହାର ହୋଇଛି । ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟରେ ସହଯୋଗ କରିଥିବା ସୁଦର୍ଶନ କହିଛନ୍ତି ।

ସୁଦର୍ଶନ ବର୍ତମାନ ପର୍ଯ୍ୟନ୍ତ ୪୮ଟି ଆନ୍ତର୍ଜାତୀୟ ବାଲୁକା କଳା ଚମ୍ପିୟାନସିପ୍ରେ ଅଂଶ ଗ୍ରହଣ କରି ବହୁ ପୁରସ୍କାର ହାସଲ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବାଲୁକା ଶିଳ୍ପୀ, ସୁଦର୍ଶନ ପଟ୍ଟନାୟକ

ଗେ।ଦାବରୀ ପୁରସ୍କାର ପାଇଁ ସୁଦର୍ଶନ ମନୋନୀତ

January 20, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୦(ଓଡ଼ିଶା ଡ଼ଟ୍ କମ୍) ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ୨୦୧୨ ବର୍ଷ ପାଇଁ ସମ୍ମାନଜନକ ଗେ।ଦାବରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

ସମାଜସେବା, ସଂଗୀତ, ନୃତ୍ୟ, ଚଳଚ୍ଚିତ୍ର, ନାଟକ, ବିଜ୍ଞାନ, କ୍ରୀଡ଼ା, ଚିତ୍ର,ଦୁଃସାହସିକତା ତଥା ଭାସ୍କର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

ହକି ତାରକା ଧନରାଜ ପିଲ୍ଳେ, ନୃତ୍ୟଶିଳ୍ପୀ ପଦ୍ମ ଶୁବ୍ରମଣ୍ୟମ୍, ଚଳଚ୍ଚିତ୍ର ସାମ୍ବାଦିକ ଇସକ୍ ମୁଜାବର, ସମାଜସେବୀ ମେହେମୁ ସୟ ପ୍ରମୁଖ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

ପୂର୍ବରୁ ୧୯୯୨ରେ ଅଶୋକ କୁମାର, ୧୯୯୪ରେ ଗୁଲଜାର, ୧୯୯୬ରେ ଆନ୍ନା ହଜାରେ ଏବଂ
୧୯୯୮ରେ ଆର୍.କେ ଲକ୍ଷ୍ମଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ମହାରାଷ୍ଟ୍ରର କୁସୁମାଗରାଜ ପ୍ରତିଷ୍ଠାନ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୦ରେ ନାସିକ୍ ଠାରେ ଏହା ପ୍ରଦାନ କରାଯିବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗେ।ଦାବରୀ ପୁରସ୍କାର, ବାଲୁକା ଶିଳ୍ପୀ

ବଡ଼ଦିନ ଅବସରରେ ବେଳାଭୂମିରେ ବୃହତ୍ ବାଲୁକା ସାନ୍ତାକ୍ଲଜ

December 24, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଡ଼ିସେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ବଡ଼ଦିନ ପାଳନ ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଶନିବାର ପୁରୀ ବେଳାଭୂମିରେ ବାଲିରେ ବିଶ୍ୱର ବୃହତମ ସାନ୍ତାକ୍ଲଜ ତିଆରି କରିଛନ୍ତି ।

୩୫ ଫୁଟ୍ ଉଚ୍ଚର ଏହି ବାଲୁକା ପ୍ରତିମୂର୍ତିରେ ସୁଦର୍ଶନ “”ଶାନ୍ତି ଓ ସମୃଦ୍ଧି ଏବଂ ସ୍ୱାସ୍ଥ୍ୟ ଓ ସୁଖ” ବାର୍ତା ଉଲ୍ଲେଖ କରିଛନ୍ତି ।

ଗତ ୨୨ ତାରିଖରୁ ତାଙ୍କ ଦ୍ୱାରାପରିଚାଳିତ ବାଲୁକା କଳା ଅନୁଷ୍ଠାନର ୧୫ ଜଣ ଛାତ୍ରଛାତ୍ରୀଙ୍କ ସହ ଏହି କଳାକୃତି ତିଆରି କରିଥିବା ସୁଦର୍ଶନ କହିଛନ୍ତି ।

“”୧୮୦୦ ଟନ୍ ବାଲିରେ ନିର୍ମିତ ଏହି କଳାକୃତି ପାଇଁ ପ୍ରତିଦିନ ଆମେ ୧୨ ଘଣ୍ଟା ପରିଶ୍ରମ କରିଛୁ”
ସେ କହିଛନ୍ତି । ଏହାସହ ବେଳାଭୂମିରେ ଯୀଶୁ ଖ୍ରୀଷ୍ଟ ଏବଂ ମର ମେରୀଙ୍କ ବାଲୁକା କଳାକୃତି ମଧ୍ୟ
ତିଆରି କରାଯାଇଛି ।

ଲିମ୍କା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ଼ କର୍ତୃପକ୍ଷଙ୍କ ଠାରୁ ଅନୁମତି ମିଳିବା ପରେ ବିଶ୍ୱର ବୃହତ୍ ସାନ୍ତାକ୍ଲଜ ତିଆରି କରିବାକୁ ଯୋଜନା କରିଥିବା ସୁଦର୍ଶନ କହିଛନ୍ତି ।

ସୁଦର୍ଶନ ୪୭ରୁ ଅଧିକ ଅନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦେଶ ପାଇଁ ବହୁ ପୁରସ୍କାର ହାସଲ କରିଛନ୍ତି । ଗତ ବର୍ଷ ମଧ୍ୟ ସେ ସବୁଜ ବାଲିରେ ସାନ୍ତାକ୍ଲଜ ତିଆରି କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବଡଦିନ, ବାଲୁକା ଶିଳ୍ପୀ

ଜନ୍ମଦିନରେ ସଚିନଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା

April 23, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଅପ୍ରେଲ ୨୩(ଓଡ଼ିଶା ଡ଼ଟ୍ କମ୍) ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ରବିବାର ୩୮ ବର୍ଷ ବୟସରେ ପଦାର୍ପଣ କରୁଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଶନିବାର ବାଲୁକା କଳାକୃତି କରିଛନ୍ତି ।

ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ପ୍ରସଂଶକମାନେ ଅପେକ୍ଷା କରି ରହିଥିବା ବେଳେ ସୁଦର୍ଶନ କଳାକୃତି ଜରିଆରେ ଭିନ୍ନ ପ୍ରକାରରେ ଶୁଭେଚ୍ଛା ଜଣାଇଛନ୍ତି । ସେ ବାଲିରେ ରଙ୍ଗବିରଙ୍ଗର ବହୁତ କେକ୍ ସହ ୩୮ଟି ବାଲୁକା ବ୍ୟାଟ୍ ତିଆରି କରିଛନ୍ତି ।

“”୨୦ ଟନ୍ ବାଲିରେ ତିଆରି ହୋଇଥିବା କଳାକୃତିକୁ ମୁଁ ସଚିନଙ୍କ ନାମରେ ଉତ୍ସର୍ଗ କରିବାକୁ ଚାହେଁ । ଏହାର ଫଟୋ ମୁଁ ସଚିନଙ୍କ ପାଖକୁ ପଠାଇବି” ସୁଦର୍ଶନ କହିଛନ୍ତି । ଏହା ତିଆରି କରିବାକୁ ତାଙ୍କୁ ଓ ତାଙ୍କର ଗୋଲ୍ଡ଼େନ ସ୍ୟାଣ୍ଡ ଆର୍ଟ ଇନ୍ଷ୍ଟିଚ୍ୟୁଟର ଛାତ୍ର ମାନଙ୍କୁ ୨୦ ଘଣ୍ଟା ସମୟ ଲାଗିଥିଲା ।

୧୯୯୯ ବିଶ୍ୱକପ୍ ସମୟରେ ଇଂଲଣ୍ଡରେ ଭାରତୀୟ ଦୂତାବାସ ଦ୍ୱାରା ଆୟୋଜିତ ଏକ ନୈଶ ଭୋଜିରେ ସଚିନଙ୍କ ସହ ମୋର ସାକ୍ଷାତ ହୋଇଥିଲା, ସେ କହିଛନ୍ତି ।

ସୁଦର୍ଶନ ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିୟନସିପ୍ରେ ଅଂଶଗ୍ରହଣ କରି ବହୁ ପୁରସ୍କାର ହାସଲ କରିଛନ୍ତି । ଆସନ୍ତା ମଇ ୩ରେ ମସ୍କୋରେ ହେବାକୁ ଥିବା ବିଶ୍ୱ ବାଲୁକା କଳା ଚମ୍ପିୟାନ ପାଇଁ ସେ ମନୋନୀତ ହୋଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କ୍ରିକେଟ ଦଳ, ବାଲୁକା ଶିଳ୍ପୀ, ମୁଖ୍ୟ ଖବର, ସୁଦର୍ଶନ ପଟ୍ଟନାୟକ

ବିଶ୍ୱ ଏଡ୍ସ ଦିବସ ଅବସରରେ ବାଲୁକା ଆନିମେଶନ ପ୍ରଦର୍ଶିତ

December 1, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ବୁଧବାର ବିଶ୍ୱ ଏଡ୍ସ ଦିବସ ପାଳନ ଅବସରରେ ଭୁବନେଶ୍ୱରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ପ୍ରସ୍ତୁତ ଏକ ବାଲୁକା ଆନିମେଶନ ପ୍ରଦର୍ଶିତ ହୋଇଛି ।

ଓଡ଼ିଶା ସରକାର ଓ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସେଲ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର ହୋଇଥିବା ଜଣେ ଯୁବ ଶ୍ରମିକଙ୍କ ଉପରେ ଏହା ଆଧାରିତ । ଏହି ଦଶ ମିନିଟ ବିଶିଷ୍ଟ ଆନିମେଶନରେ ପାଞ୍ଚ ଟନ୍ ବାଲି ବ୍ୟବହୃତ ହୋଇଥିବା ସୁଦର୍ଶନ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ଏଡ୍ସ ଦିବସ କୁ ଉଦଘାଟନ କରି ସୁଦର୍ଶନଙ୍କ ପ୍ରଶଂସା କରିବା ସହ ତାଙ୍କୁ ସରକାର ସମ୍ମାନୀତ କରିଥିଲେ । ଏଡ଼୍ସ ସଂପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗତକାଲି ମଧ୍ୟ ପୁରୀ ବେଳାଭୂମିରେ ସୁଦର୍ଶନ ବାଲିରେ କଳାକୃତି କରିଥିଲେ ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଏଡ୍ସ ଦିବସ, ପୁରୀ ବେଳାଭୂମି, ବାଲୁକା ଶିଳ୍ପୀ, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ