• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବାଲେଶ୍ୱର ଜିଲ୍ଲା

ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷଣ

March 30, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର, ମାର୍ଚ୍ଚ ୩୦(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟୀରୁ ଶୁକ୍ରବାର ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ବ୍ରହ୍ମୋସ କ୍ଷପଣାସ୍ତ୍ରର ପରୀକ୍ଷଣ କରାଯାଇଛି ।

କ୍ଷେପଣାସ୍ତ୍ର ଘାଟୀର ତିନି ନମ୍ବର ଲଂଚ ପ୍ୟାଡ଼ରୁ ଏହାର ପରୀକ୍ଷଣ କରାଯାଇଥିବା ବେଳେ ୩୦୦ କିଗ୍ରା ଓଜନର ଯୁଦ୍ଧାସ୍ତ୍ର ବହନ କରିବା ସହ ୨୯୦ କିମି ପର୍ଯ୍ୟନ୍ତ ଲକ୍ଷଭେ କରିବାର ଏହାର କ୍ଷମତା ରହିଛି ।

ଭାରତ ଓ ଋଷିଆର ମିଳିତ ଉ୍ୟମରେ ଏହା ପ୍ରସ୍ତୁତ କରାଯାଇଥିବା ବେଳେ ୨୦୦୬ରୁ ଏହାକୁ ସେନା ବାହୀନୀରେ ସାମିଲ କରାଯାଇଛି । ତିନି ହଜାର କିଗ୍ରା ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ଲମ୍ବ ୮.୪ ମିଟର ଓ ଗୋଲେଇ ୦.୬ ମିଟର ।

ଗତ ବୁଧବାର ମଧ୍ୟ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଚାନ୍ଦିପୁର କ୍ଷେପଣାସ୍ତ୍ର, ବାଲେଶ୍ୱର ଜିଲ୍ଲା

ହତ୍ୟା ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ 

February 25, 2012 by admin

ଓଡ଼ିଶା ଡଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର,ଫେବୃୟାରୀ ୨୫(ଓଡ଼ିଶା ଡଟ୍ କମ୍) ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳରେ ପାଂଚ ବର୍ଷ ତଳେ ହୋଇଥିବା ଏକ ହତ୍ୟା ମାମଲାର ବିଚାର କରି ସ୍ଥାନୀୟ ଅଦାଲତ ଅଭିଯୁକ୍ତକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଫାଷ୍ଟଟ୍ରାକ୍ କୋର୍ଟ-୨ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ରାଜ କୁମାର ସାହୁ ଶୁକ୍ରବାର ଅଭିଯୁକ୍ତ ରଞ୍ଜନ ସିଂକୁ ଫାଶୀ ଦଣ୍ଡାଶେ ଶୁଣାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ନିର୍ଦ୍ଦେଶରେ ଖଲାସ କରିଦେଇଛନ୍ତି ।

ଗତ ୨୦୦୭ ଅଗଷ୍ଟ ମାସରେ ନୀଳଗିରି ଥାନା ପ୍ରତାପପୁର ଗ୍ରାମର କୋହ୍ଲା ସାହିରେ ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ଚାରିଜଣଙ୍କୁ ହତ୍ୟା କରାଯାଇଥିଲା ।

ସେପ୍ଟେମ୍ବର ୧ରେ ଏକ ବସ୍ତାରେ ବନ୍ଧା ହୋଇଥିବା ଏହି ଚାରୋଟି ମୁଣ୍ଡକୁ ପୋଲିସ ସୋମ ନଦୀରୁ ଗଳିତ ଅବସ୍ଥାରେ ଉଦ୍ଧାର କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଫାଷ୍ଟଟ୍ରାକ୍ କୋର୍ଟ, ବାଲେଶ୍ୱର ଜିଲ୍ଲା

ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ପରୀକ୍ଷଣ ସ୍ଥଗିତ

December 21, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର, ଡ଼ିସେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବୁଧବାର ହେବାକୁଥିବା ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ପରୀକ୍ଷଣ ସ୍ଥଗିତ ରଖାଯାଇଛି ।

କେତେକ ବୈଷୟିକ ତୃଟି ଯୋଗୁଁ ଏହି ପରୀକ୍ଷଣ ସ୍ଥଗିତ କରାଯାଇଥିବା ପରୀକ୍ଷଣ କେନ୍ଦ୍ରରନିର୍ଦ୍ଦେଶକ ଏସ୍.ପି.ଦାଶ ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି  କ୍ଷେପଣାସ୍ତ୍ର ୩୫୦ କିମି ପର୍ଯ୍ୟନ୍ତ ଲକ୍ଷଭେଦ କରିପାରିବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୃଥୀ-୨ କ୍ଷେପଣାସ୍ତ୍ର, ବାଲେଶ୍ୱର ଜିଲ୍ଲା

ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ଦୁଇ ଥର ସଫଳ ପରୀକ୍ଷଣ

December 22, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ହେମନ୍ତ ରାଉତ

ବାଲେଶ୍ୱର, ଡ଼ିସେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ବୁଧବାର ଆଣବିକ କ୍ଷମତା ସଂପନ୍ନ ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ଦୁଇ ଥର ସଫଳ ପରୀକ୍ଷଣ କରାଯାଇଛି ।

ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ପ୍ରଥମେ ୮.୧୬ରେ ଓ ପରେ ୯.୧୫ରେ ପରୀକ୍ଷଣ କରାଯାଇଥିବା ପ୍ରତିରକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି । ଭାରତୀୟ ସେନାବାହୀନୀରେ ପୂର୍ବରୁ ଏହା ସାମିଲ ହୋଇସାରିଛି ।

ମଧ୍ୟମ ଦୂରଗାମୀ ଏହି କ୍ଷେପଣାସ୍ତ୍ରର ୩୫୦ କିମି ପର୍ଯ୍ୟନ୍ତ ଲକ୍ଷଭେଦ କରିବାର କ୍ଷମତା ଥିବା ବେଳେ ୫୦୦ କିଗ୍ରା ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ଗତ ସେପ୍ଟେମ୍ବର ୨୪ରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ବିଫଳ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କ୍ଷେପଣାସ୍ତ୍ର, ଚାନ୍ଦିପୁର, ପୃଥ୍ୱୀ-୨, ବାଲେଶ୍ୱର ଜିଲ୍ଲା, ମୁଖ୍ୟ ଖବର

ଲୋକପ୍ରିୟ ନୃତ୍ୟ କାର୍ଯ୍ୟକ୍ରମର ଫାଇନାଲରେ ଭାଇ, ଭଉଣୀ

November 19, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ହେମନ୍ତ ରାଉତ

ବାଲେଶ୍ୱର, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ଲୋକଙ୍କ ମଧ୍ୟରେ ଅପରିଚିତ ଥିବା ବାଲେଶ୍ୱର ଜିଲ୍ଲାର ଭାଇ ଭଉଣୀ ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ମନୋରଂଜନ କାର୍ଯ୍ୟକ୍ରମର ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରବେଶ କରିଥିବା ଘୋଷଣା ହେବା ପରେ ସେମାନେ ସମସ୍ତଙ୍କ ନିକଟରେ ପରିଚିତ ହୋଇପାରିଛନ୍ତି ।

ରୋହିତ ଚୌଧୁରୀ, ୧୧ ଓ ତାଙ୍କ ଭଉଣୀ ଅଭିପ୍ସା, ୧୩ ଓଡ଼ିଶାର ଲୋକପ୍ରିୟ ନୃତ୍ୟ କାର୍ଯ୍ୟକ୍ରମ ଝୁମ୍ ଓଡ଼ିଶା ଝୁମ୍(ଜୁନିୟର) ପ୍ରତିଯୋଗୀତାର ଚରମ ପର୍ଯ୍ୟାୟରେ ଅଂଶ ଗ୍ରହଣ କରିଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ସେମାନଙ୍କ ପାଖକୁ ନିମନ୍ତ୍ରଣର ସୁଅ ଛୁଟିଛି ।

ଫାଇନାଲରେ ଅଂଶ ଗ୍ରହଣ କରିଥିବା ଛଅ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଏମାନେ ଦୁଇ ଜଣ କେବଳ ଭାଇ ଓ ଭଉଣୀ । ଏହା ପୂର୍ବରୁ ଉଭୟେ କୌଣସି ମଞ୍ଚରେ ଅଭିନୟ ନକରି ଏଭଳି ସଫଳତା ପାଇଥିବାରୁ ସେମାନଙ୍କ ବାପା ମା’ ଗର୍ବଅନୁଭବ କରିଛନ୍ତି ।

“ଗତ ବର୍ଷ ନଭେମ୍ବର ୨୮ରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ହୋଇଥିବା ଅଡ଼ିସନ୍ ଦିନଠାରୁ ସେମାନେ ଭଲ ପ୍ରଦର୍ଶନ କରିଆସିଛନ୍ତି । ସେମାନଙ୍କ ସଫଳତାରେ ଆମେ ବେଶ୍ ଗର୍ବିତ । ସମଗ୍ର ରାଜ୍ୟରେ ଆମକୁ ସେମାନେ ପରିଚିତ କରାଇଛନ୍ତି” ବାପା ରାଜେଶ କୁମାର ଚୌଧୁରୀ କହିଛନ୍ତି ।

ବାଲେଶ୍ୱର ସ୍ଥିତ ମହର୍ଷୀ ବିଦ୍ୟାମନ୍ଦିରରେ ଅଭିପ୍ସା ଷ୍ଟାଣ୍ଡାର୍ଡ଼ ୮ରେ ପଢୁଥିବା ବେଳେ ରୋହିତ ଷ୍ଟାଣ୍ଡାର୍ଡ଼ ୭ରେ ପଢୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ବାଲେଶ୍ୱର, ଭଦ୍ରକ, ଯାଜପୁର, ବାରିପଦା, କଟକ, ଢେଙ୍କାନାଳ, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଓ ବାଣିବିହାର, କୃପାଜଳ ଇଂଜିନିୟରିଂ କଲେଜ ପରିସରରେ ମଧ୍ୟ ନୃତ୍ୟ ପରିବେଷଣ କରିଛନ୍ତି, ମା’ ମୌସୁମୀ ଚୌଧୁରୀ କହିଛନ୍ତି ।

ହିନ୍ଦୁସ୍ଥାନୀ ସଂଗୀତରେ ଦ୍ଵୀତୀୟ ବର୍ଷର ଛାତ୍ରୀ ଅଭିପ୍ସା ଆଇଏଏସ୍ ଅଫିସର ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ରୋହିତ କ୍ରିକେଟ ଖେଳିବାକୁ ଭଲ ପାଆନ୍ତି । ଏହି ସଫଳତା ପାଇଁ ସେମାନେ ବିକେ ଡ଼୍ୟାନ୍ସ ଗୃପର ରାଜେଶ ପ୍ରଧାନଙ୍କୁ ଶ୍ରେୟ ଦେଇଛନ୍ତି ।

“ଆମେ କଠିନ ପରିଶ୍ରମ କରି ନିୟମିତ ଅଭ୍ୟାସ ଜାରି ରଖିଥିଲୁ ଏବଂ ବିଚାରକ ମଣ୍ଡଳୀଙ୍କ ଉପଦେଶ ଅନୁସାରେ କଳା ପ୍ରଦର୍ଶନ କରିଥିଲୁ । ଆମେ ଆମର କାର୍ଯ୍ୟ କରିଛୁ ବର୍ତ୍ତମାନ ଲୋକଙ୍କ ଏସ୍ଏମ୍ଏସ୍ ଭୋଟ୍ ଉପରେ ଏହା ନିର୍ଭର କରୁଛି । ଆମକୁ ଭୋଟ୍ ଦେବା ପାଇଁ ଲୋକଙ୍କୁ ଅନୁରୋଧ କରୁଛୁ” ସେମାନେ କହିଛନ୍ତି ।

ରାଜ୍ୟରେ ଥିବା ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାରେ ଚ୍ୟାନେଲ କର୍ତ୍ତୃପକ୍ଷଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରୁଛୁ, ବାପା ମା’ କହିଛନ୍ତି । ଉଭୟଙ୍କୁ ଭୋଟ୍ ଦେଇ ଏହି କାର୍ଯ୍ୟକ୍ରମରେ ବିଜୟୀ କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି ।

ଏମାନଙ୍କ କୋଡ଼୍ ୦୬ ଓ ମୋବାଇଲରେ ଜେଓଜେଆର୍ ରେ ଟାଇପ କରି ୫୪୯୯୯୨୩କୁ ଏସ୍ଏମ୍ଏସ୍ କରିବାକୁ ଅନୁରୋଧ କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଝୁମ୍ ଓଡ଼ିଶା ଝୁମ୍, ବାଲେଶ୍ୱର ଜିଲ୍ଲା, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ