• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିକାଶ

ଖେଳ ପଡିଆ ପିଛା ବିକାଶ ପାଇଁ ପାଞ୍ଚଲକ୍ଷ ଟଙ୍କା ଖର୍ଚ ନିଷ୍ପତ୍ତି

May 22, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୨୨(ଓଡିଶା ଡଟ କମ) ଖେଳ ପଡିଆ ପିଛା ପାଞ୍ଚ ଲକ୍ଷ ଟଙ୍କା ଖର୍ଚ କରି ପ୍ରତି ପଞ୍ଚାୟତରେ ଖେଳପଡିଆର ବିକାଶ କରାଯିବ ବୋଲି ରାଜ୍ୟ ସରକାର ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି ।

ସଚିବାଳୟରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି କ୍ରୀଡା ଓ ଯୁବସେବା ବିଭାଗର ମନ୍ତ୍ରୀଙ୍କୁ ପଞ୍ଚାୟତିରାଜ ବିଭାଗ ସହିତ ସମନ୍ୱୟ ରକ୍ଷା କରି ୨୦୧୭ ସୁଦ୍ଧା ସମସ୍ତ ୬୨୩୬ ପଞ୍ଚାୟତରେ ଖେଳ ପଡିଆର ବିକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହି ପରି ସଫଳ କ୍ରୀଡାବିତ ମାନଙ୍କୁ ରେକର୍ଡ ସମୟରେ ନିଯୁକ୍ତି ପ୍ରଦାନ କରିବାରେ ସଫଳ କାର୍ଯ୍ୟ ଦକ୍ଷତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ଯୁବ ସଂଗଠନ ଗୁଡିକ ପାଇଁ ଦିଆଯାଉଥିବା ସହାୟତା ରାଶିର ପରିମାଣ ବୃଦ୍ଧି କରିବା ଏବଂ ଏହାକୁ ନିୟମିତ ଭାବେ ପ୍ରଦାନ କରିବା ପାଇଁ ସେ ବିଭାଗକୁ କହିଥିଲେ ।

ଦେଶର ଅନ୍ୟ ସ୍ପୋର୍ଟସ ହଷ୍ଟେଲ ଗୁଡିକର ବ୍ୟବସ୍ଥାକୁ ଅନୁସରଣ କରି ତଦନୁରୂପ ବ୍ୟବସ୍ଥା ଓଡିଶା ରେ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହା ସହ ହକି, ତୀର ଚାଳନା ଆଦି କ୍ରୀଡାର ଅଞ୍ଚଳ ଭିତ୍ତିରେ ସେଣ୍ଟର ଅଫ ଏକ୍ସେଲେନ୍ସ ପ୍ରତିଷ୍ଠା କରିବା ପାଇଁ ସେ କହିଥିଲେ ।

ସଚିବାଳୟରେ ଅନୁଷ୍ଠିତ ହୋଇଥିବା ବୈଠକର ଆଲୋଚନାରୁ ସୂଚନା ମିଳିଛି ଯେ, ପ୍ରତ୍ୟେକ ବ୍ଲକରେ ଯେଉଁ ୬୫ଟି ମିନି ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା ତାହା ଏବେ କାର୍ଯ୍ୟରତ ଓ ଚଳିତ ବର୍ଷ ଆହୁରି ୫୦ ଟି ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଯୋଜନା କରାଯାଇଛି ।

ପ୍ରତ୍ୟେକ ଷ୍ଟାଡିୟମ ନିର୍ମାଣ ପାଇଁ ୨୫ ଲକ୍ଷ ଟଙ୍କା ବ୍ୟୟ କରାଯାଉଥିବାବେଳେ, ସେଥିରୁ ୨୦ ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କର ଅଂଶ ଏବଂ ଆଉ ୫ ଲକ୍ଷ ଟଙ୍କା ଏମପି ଓ ଏମଏଲଏ ଲାଡ ପାଣ୍ଠିରୁ ଖର୍ଚ ହେଉଛି।

ଠିକ ସେହି ପରି ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ସ୍ଵିମିଙ୍ଗ ପୁଲ ଏବଂ ଇନଡୋର ହଲ ନିର୍ମାଣ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବାର୍ଷିକ ଚାରି କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ଉତ୍ତମ ନାଗରିକତ୍ଵର ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ବ୍ୟବହାରରେ ପରିବର୍ତନ ପାଇଁ ଅଡିଓ ଭିଜୁଆଲ ଡ଼ିଭିଡ଼ି ପ୍ରସ୍ତୁତ କରାଯାଇ କଲେଜ ମାନଙ୍କରେ ପ୍ରଦର୍ଶନ କରାଯାଉଛି ।

ଏହି ଅଡିଓ ଭିଜୁଆଲ ଡ଼ିଭିଡ଼ିରେ “ମହିଳାମାନଙ୍କୁ ସମ୍ମାନ”, “ନିଶାଦ୍ରବ୍ୟ ସେବନ”, “ଭିନ୍ନକ୍ଷମଙ୍କ ପ୍ରତି ସମ୍ବେଦନ”, “ଦେଶଭକ୍ତି” ଓ “ସୁନାଗରିକତ୍ଵ” ଆଦି ବିଷୟ ଉପରେ ଗୁରୁତ୍ଵ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏହା ଏକ ହଜାର କଲେଜରେ ତିନି ଲକ୍ଷ ଛାତ୍ରଛାତ୍ରୀଙ୍କୁ ଦେଖାଯାଇଥିବା ବେଳେ ଏହାକୁ ଆହୁରି ସାଢେଚାରି ଲକ୍ଷ ଛାତ୍ରଛାତ୍ରୀଙ୍କୁ ଦେଖାଯିବାର ଲକ୍ଷ୍ୟ ରଖାଯାଇଛି ।

ଯୁବକ ଯୁବତୀଙ୍କ ପାଇଁ ଆରମ୍ଭ ହୋଇଥିବା ସାହସିକ କାର୍ଯ୍ୟକ୍ରମରେ ୨୦୧୪-୧୫ରେ ପାଞ୍ଚ ହଜାର ଯୁବକ ଯୁବତୀଙ୍କୁ ୨୫ଟି ସାହସିକ କାର୍ଯ୍ୟକ୍ରମରେ ସାମିଲି କରାଯାଇଥିବା ସୂଚନା ଦିଆଯାଇଥିଲା ।

ଏହି ବୈଠକରେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି, ଉନ୍ନୟନ କମିଶନର ଶ୍ରୀ ୟୁ ଏନ ବେହେରା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ, ପଞ୍ଚାୟତିରାଜ ପ୍ରମୁଖ ସଚିବ ଶ୍ରୀ ଦେବରଞ୍ଜନ କୁମାର ସିଂହ, କ୍ରିଡା ସଚିବ ଶ୍ରୀ ଶାଶ୍ଵତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ଖେଳ ପଡିଆ, ନବୀନ ପଟନାୟକ, ବିକାଶ

ପୂର୍ବ ତଟ ରେଳବାଇ ପକ୍ଷରୁ ରେଳ ସପ୍ତାହ ପାଳନ

April 21, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର,ଏପ୍ରିଲ ୨୧(ଓଡିଶା ଡଟ କମ) ୧୮୫୩ ମସିହାରେ ଭାରତ ମାଟିରେ ବମ୍ବେରୁ ଥାନେ ଯାଏ ପ୍ରଥମ ଟ୍ରେନ ଚାଳନ କୁ ସ୍ମରଣ କରି ପୂର୍ବ ତଟ ରେଳପଥ ପକ୍ଷରୁ ୬୦ ତମ ରେଳ ସପ୍ତାହ ସୋମବାର ପାଳିତ ହୋଇଛି ।

କିଟ୍ ଅଡିଟୋରିୟମ ଠାରେ ଆୟୋଜିତ ଏହି ରେଳ ସପ୍ତାହ ପାଳନ ଉତ୍ସବରେ ପୂର୍ବ ତଟ ରେଳପଥ ର ମହାପ୍ରବନ୍ଧକ ରାଜୀବ ବିଶୋଇ ମୁଖ୍ୟ ଅତିଥି ଏବଂ ପୂର୍ବ ତଟ ରେଳପଥ ର ମହିଳା କଲ୍ୟାଣ ସଂଗଠନର ଅଧକ୍ଷ୍ୟା ଶାଳିନୀ ବିଶୋଇ ସମ୍ମାନୀତ ଅତିଥିଭାବେ ଯୋଗଦାନ କରିଥିଲେ ।

ଉପସ୍ଥିତ ରେଳ କର୍ମଚାରୀ,ଅଧିକାରୀ,ଓ ପରିବାର ବର୍ଗଙ୍କୁ ଉଦବୋଧନ ଦେଇ ମହାପ୍ରବନ୍ଧକ ବିଶୋଇ ସମସ୍ତ ରେଳ କର୍ମଚାରୀଙ୍କ ସମର୍ପିତ କର୍ତ୍ତବ୍ୟ ଓ ପ୍ରଗତିଶୀଳ ଚିନ୍ତା ନେଇ ରେଳବାଇ ସେବାକରି ରେଳ ମନ୍ତ୍ରାଳୟରୁ ସମଗ୍ର ଭାରତୀୟ ରେଳପଥର ମାଲପରିବହନରେ ପ୍ରଥମ ସ୍ଥାନ ଅଧିକାର କରି ଟ୍ରାଫିକ ପରିବହନ ସିଲଡ ପାଇଥିବାରୁ ସାଧୁବାଦ ଜ୍ଞାପନ କରିଥିଲେ।

ପୂର୍ବତଟ ରେଳପଥ ବିକାଶର ବିଭିନ୍ନ ଦିଗ ଉପରେ ଆଲୋକପାଟ କରି ଶ୍ରୀ ବିଶୋଇ କହିଲେ ଚଲିତ ବର୍ଷ ସର୍ବାଧିକ ରାଜସ୍ଵ ବୋଝେଇ ୧୬୧.୯୦ ମେଟ୍ରିକ ଟନ କରି ରେକର୍ଡ ସୃଷ୍ଠି କରିଛି,ଯାହାକି ଗତ ବର୍ଷ ୨୦୧୩-୧୪ ବର୍ଷ ଠାରୁ ଶତକଡା ୮.୩୦ଭାଗ ଅଧିକ ।

୨୦୧୩-୧୪ ବର୍ଷରେ ୧୪୯.୫୦ ମେଟ୍ରିକ ଟନ ମାଲ ବୋଝେଇ ହୋଇଥିଲା । ଦେଶର ଟ୍ରାଫିକ ପରିବହନ ସେକ୍ଟର ବିଶେଷକରି ଭାରତୀୟ ରେଳବାଇ ବିଭିନ୍ନ ଆହ୍ଵାନ ର ସମ୍ମୁଖୀନ ହୋଇଥିବାବେଳେ, ଏହି ଭଳି ଚିତ୍ତାକର୍ଷକ କୃତ୍ତି ହାସଲ କରିପାରିଛି।

ସେହିପରି ପୂର୍ବତଟ ରେଳପଥ ୨୦୧୪-୧୫ ବର୍ଷରେ ୮୯.୮୪ ମିଲିଅନ ଯାତ୍ରୀ ପରିବହନ କରିଥିବାବେଳେ,୨୦୧୩-୧୪ ରେ ୮୮.୮୩ ମିଲିଅନଯାତ୍ରୀ ପରିବହନ କରିଥିବାର ଶ୍ରୀ ବିଶୋଇ କହିଛନ୍ତି ।

ଏକ ବ୍ୟତୀତ ଭାରତୀୟ ରେଳବାଇରେ ସର୍ବୋତ୍ତମ କର୍ମୀଙ୍କ ପରିଚାଳନରେ କୃତ୍ତି ହାସଲ କରି ପୂର୍ବତଟ ରେଳପଥ ରେଳମନ୍ତ୍ରାଳୟରୁ “କର୍ମିକ ପରିଚାଳନା ସିଲଡ ହାସଲ କରି ଗୋରବାନ୍ଵିତ ହୋଇଛି। ଏହା କେବଳ କର୍ମଚାରୀଙ୍କ ମିଳିତ ଓ ପ୍ରଶଂସନୀୟ କର୍ତ୍ତବ୍ୟ ସମ୍ପାଦନ ପାଇଁ ସମ୍ଭବ ହୋଇପଡ଼ିଛି ବୋଲି ସେ କହିଥିଲେ।

ଚଳିତ ବର୍ଷ ଖୋର୍ଦ୍ଧା ରୋଡ ରେଳ ମଣ୍ଡଲ କୁ ସାମଗ୍ରିକ ଦକ୍ଷିଣ ସିଲଡ ମିଳିଥିବା ବେଳେ ଅନ୍ୟ ସମସ୍ତ ରେଳ ଡିଭିଜନ କୁ ବିଭିନ୍ନ ବିଭାଗୀୟ ଦକ୍ଷତା ପାଇଁ ସିଲ୍ଡ ମିଳିଛି।

କର୍ମଚାରୀ ଓ ଅଧିକାରୀ ମାନଙ୍କୁ ସେମାଙ୍କ ପ୍ରଶଂସନିୟ କାର୍ଯ୍ୟ ପାଇଁ ମହା ପ୍ରବନ୍ଧକ ସ୍ଵର୍ଗୀୟ ଆୱାଡ ମିଳିଛି।

ପୂର୍ବତଟ ରେଳପଥର ବରିଷ୍ଠ ଉପ ମହାପ୍ରବନ୍ଧକ ଶ୍ରୀ ସଞ୍ଜୟ କୁମାର ମହାନ୍ତି ଏହି ଉତ୍ସବରେ ସ୍ଵାଗତ ଭାଷଣ ଦେବା ସହିତ ରେଳ ସପ୍ତାହ ପାଳନର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ ।

ଉପ ମହାପ୍ରବନ୍ଧକ ଶ୍ରୀ ଶୁସାନ୍ତ କୁମାର ପୁରୋହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ମୁଖ୍ୟାଳୟ ଓ ବିଭିନ୍ନ ରେଳମଣ୍ଡଳରୁ ଆସିଥିବା କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସଭା ସମିତି Tagged With: କିଟ୍, ପୂର୍ବତଟ ରେଳପଥ, ବିକାଶ

ଆରମ୍ଭ ହେଲା କଳିଙ୍ଗ ଟିଭି

April 19, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ଏପ୍ରିଲ ୧୮ (ଓଡିଶା ଡଟ କମ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଚବିଶ ଘଣ୍ଟିଆ ନ୍ୟୁଜ୍ ଟେଲିଭିଜନ ଚ୍ୟାନେଲ୍ କଳିଙ୍ଗ ଟିଭି ର ଉଦଘାଟନ ହୋଇଯାଇଛି ,ଯାହାର ଟ୍ୟାଗ୍ ଲାଇନ୍ ରହିଛି ” କଳିଙ୍ଗ ଟିଭି ‘କହେ ଠିକ ..ଦେଖାଏ ଠିକ..’ ।

ବିଶିଷ୍ଟ ସ୍ଵେଚ୍ଛାସେବୀ ତଥା କିଟ ଓ କିସ ସ୍ଥାପନ କରି ଦେଶ ବିଦେଶରେ ନିଜର ସ୍ଵତନ୍ତ୍ର ପରିଚୟ ସ୍ତୃଷ୍ଟି କରିଥିବା ଅଚ୍ୟୁତ ସାମନ୍ତଙ୍କ ଏହା ଆଉ ଏକ ନୂଆ ପ୍ରକଳ୍ପ ।

kalinga tvଚ୍ୟାନେଲର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ “ଓଡିଶାରେ ଗଣ ମାଧ୍ୟମର ବ୍ୟାପକ ବିକାଶ ଘଟିଛି । ବହୁ ସଂଖ୍ୟ।ରେ ଖବର କାଗଜ ଓ ଟିଭି ଚ୍ୟାନେଲ୍ର ରାଜ୍ୟରେ ପ୍ରସାରିତ ହେଉଥିବା ଏହା ପ୍ରମାଣିତ କରୁଛି । ଗଣମାଧ୍ୟମ ଯୋଗୁ ଦେଶବାସୀଙ୍କ ନିକଟରେ ସରକାର ସେବା ପହଞ୍ଚାଇ ପାରୁଛନ୍ତି । ଗଣମାଧ୍ୟମର ପ୍ରସାର ଗଣତନ୍ତ୍ର ପାଇଁ ଆବଶ୍ୟକ ।

ସେ କଳିଙ୍ଗ ଟିଭି ର ସଫଳତା କାମନା କରିଥିଲେ ଓ କହିଥିଲେ ଏହି ଚ୍ୟାନେଲ ରାଜ୍ୟର କଳା ସଂସ୍କୃତି ଓ ଲୋକଙ୍କ ସମସ୍ୟା ଏବଂ ବିକାଶମୂଳକ କାମପ୍ରତି ପ୍ରାଧାନ୍ୟ ଦେଇ ତାର ଦାୟିତ୍ୱ ନିଶ୍ଚିତ ପୂରଣ କରିବ ।

ଏଥିରେ ସମ୍ମାନୀୟ ଅତିଥି ଭାବେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସୂଚନା ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ଚ୍ୟାନେଲ ର ୱେବସାଇଟ୍ କୁ ଉଦଘାଟନ କରିଥିଲେ। ନିଜର ଅଭିଭାଷଣରେ କହିଥିଲେ ଯେ ,ତାଙ୍କର ଏହି ଚ୍ୟାନେଲ ଲୋକଙ୍କ ନିକଟରେ ନିର୍ଭୁଲ ଓ ନିରପେକ୍ଷ ଖବର ପହଞ୍ଚାଇବ ।

ଭୁବନେଶ୍ଵର ଏମପି ପ୍ରସନ୍ନ କୁମାର ପାଟ୍ଟଶାଣୀ ନିଜ ବକ୍ତବ୍ୟ ରେ କହିଥିଲେ,’କଳିଙ୍ଗ ନାମରେ ଓ ଜଗନ୍ନାଥଙ୍କ ନବକଳେବର ବର୍ଷ ରେ ଏହା ଆରମ୍ଭ ହୋଇଥିବାରୁ ଏହାକେବେ ବିଫଳ ହେବ ନାହି, ନିଶ୍ଚିତ ସଫଳତା ହାସଲ କରିବା ଯିବ ଓ ସଭିଙ୍କ ପ୍ରିୟ ହୋଇପାରିବ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ଭୁବନେଶ୍ଵର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ତାଙ୍କ ବକ୍ତବ୍ୟ ରେ କହିଥିଲେ ଗଣମାଧ୍ୟମ ହେଉଛି ଗଣତନ୍ତ୍ର ର ଏକ ସୁଦୃଢ ସ୍ତମ୍ଭ । ଅଚ୍ୟୁତ ସାମନ୍ତ ଜଣେ ଦୂରଦ୍ରଷ୍ଠା ବ୍ୟକ୍ତି ଅଟନ୍ତି, ତେଣୁ ତାଙ୍କର ଏହି କଳିଙ୍ଗ ଟିଭି ନିଶ୍ଚିତ ଲୋକ ପ୍ରିୟ ହେବ।

କଳିଙ୍ଗ ଟିଭିର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ନିଜର ଅଭିଭାଷଣରେ କହିଥିଲେ ଯେ ,ତାଙ୍କର ଏହି ଚ୍ୟାନେଲ ଲୋକଙ୍କ ନିକଟରେ ସକାରାତ୍ମକ ନିର୍ଭୁଲ ଓ ନିରପେକ୍ଷ ଖବର ପହଞ୍ଚାଇବ । କଳିଙ୍ଗ ଟିଭିର ପରିଚାଳନା ନିର୍ଦେଶକ ହିମାଂଶୁ ଶେଖର ଖଟୁଆ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସଭା ସମିତି Tagged With: କଳିଙ୍ଗ ଟିଭି, ଗଣମାଧ୍ୟମ, ବିକାଶ, ମୁଖ୍ୟମନ୍ତ୍ରୀ, ଲୋକାର୍ପଣ

ସାଧାରଣତନ୍ତ୍ର ଦିବସରେ ବିକାଶରେ ନିଆରା ପରମ୍ପରା

January 26, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜାନୁୟାରୀ ୨୬(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲା ବିକାଶ ଶିକ୍ଷାନୁଷ୍ଠାନ ପରିସରରେ ୬୩ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ।

ଗଂଗାଧର ମେହେର ସ୍ୱୟଂଶାସିତ କଲେଜର ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ଡ଼.ରାଜନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତୋଳନ କରିଥିଲେ ।

ଏହି ଅବସରରେ ଉଭୟ ସ୍କୁଲ ଓ କଲେଜର ଚାରୋଟି ହାଉସର ଛାତ୍ରଛାତ୍ରୀ ସହ ଇଂଜିନିୟରିଂ କଲେଜର ଛାତ୍ରୀମାନେ ପ୍ୟାରେଡ ପ୍ରର୍ଶନ କରିଥିଲେ । ପରେ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ଏହି ଅବସରରେ ବରଗଡ଼ ଶାରୀରିକ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସମ୍ବଲପୁରୀ, ଘୁଡ଼କା, ଘୁମରା ଆଦି ନୃତ୍ୟ ଗୀତ ପରିବେଷଣ କରି ପରିବେଶକୁ ମୁଖରିତ କରିଥିଲେ ।

ପରିଶେଷରେ ସେମାନଙ୍କୁ ବିକାଶ ସ୍କୁଲର ଛାତ୍ରଛାତ୍ରୀମାନେ ଉପହାର ସ୍ୱରୂପ ପେନ୍, ପେନ୍ସିଲ, ରବର, ବ୍ରସ ପ୍ରଦାନ କରି ଉତ୍ସାହିତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଅଧ୍ୟକ୍ଷ ଡି ମୁରଳୀ କ୍ରୀଷ୍ଣା, କଲେଜ ଅଧ୍ୟକ୍ଷ ସମରେନ୍ଦ୍ର ପଣ୍ଡା, ସ୍କୁଲ
ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ ପ୍ରମୁଖ ମଞ୍ଚାସୀନ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ବରଗଡ଼, ବିକାଶ, ସାଧାରଣତନ୍ତ୍ର ଦିବସ

ସମ୍ମିଳିତଭାବେ ସଂକଳ୍ପବଦ୍ଧ ହେଲେ ଓଡିଶାର ବିକାଶ ହେବ

June 26, 2005 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର,ଜୁନ ୨୬ (ଓଡିଶା ଡଟ୍ କମ୍)ଚୀନର ସଂଘାଇ ବିଶ୍ୱବିଦ୍ୟାଳୟର ଭିଜିଟିଂ ପ୍ରଫେସର ଓ ଆମେରିକାର ଟ୍ରୟ ଷ୍ଟେଟ୍ ବିଶ୍ୱବିଦ୍ୟାଳୟ ଓ ଇଂଲଣ୍ଡ କଉଣ୍ଟ୍ରି ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଥିବା ଓଡ଼ିଶାର ଡ଼ଃ. କୁମାର ଦାସଙ୍କ ସହ ଏକ ସାକ୍ଷାତକାର

ଡ଼ଃ. କୁମାର ଦାସ ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ଜଣେ ବରିଷ୍ଠ ପ୍ରଫେସର । ସିନେଟ ସଦସ୍ୟ, ବୋର୍ଡ ଅଫ୍ ଷ୍ଟଡିଜ୍, ତଥା ବିଶ୍ୱବିଦ୍ୟାଳୟର ଆପ୍ଲାଏଡ୍ ଇକୋନମିକ୍ସ ବିଭାଗର ମୁଖ୍ୟ ପଦବୀରେ କାର୍ଯ୍ୟ କରି ଆସିଥିବା ଦାସ ବିଶ୍ୱବିଦ୍ୟାଳୟରୁ ସାମୟିକ ଛୁଟି ନେଇ ଚୀନର ସଂଘାଇ ବିଶ୍ୱବିଦ୍ୟାଳୟର ଭିଜିଟିଂ ପ୍ରଫେସର ଓ ଆମେରିକାର ଟ୍ରୟ ଷ୍ଟେଟ୍ ବିଶ୍ୱବିଦ୍ୟାଳୟ ଓ ଇଂଲଣ୍ଡ କଉଣ୍ଟ୍ରି ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍ କୁ ନିକଟରେ ଓଡ଼ିଶା ର ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ଦେଇଥିବା ଏକ ସାକ୍ଷାତକାର ର ମୁଖ୍ୟ ଅଂଶ ।

ଓଡିଶାର ଆର୍ଥିକ ଦୁର୍ଦ୍ଧଶା ସମ୍ପର୍କରେ ସମସ୍ତେ ଆଲୋଚନା କରୁଛନ୍ତି । ବାସ୍ତବରେ ଏହି ସମସ୍ୟାର ମୂଳ ମଞ୍ଜି କେଉଁଠି?

ଆର୍ଥିକ ଅନିୟମିତତା ଏବଂ ଅତୀତରେ ଉଚ୍ଚ ସ୍ତରରେ ହୋଇଥିବା ଦୁର୍ନୀତି ହିଁ ଆଜି ପ୍ରାକୃତିକ ସମ୍ପଦରେ ଭରା ଓଡିଶା ପାଇଁ ଦୁର୍ଦ୍ଧଶାର କାରଣ ବୋଲି ମୋର ଦୃଢ ବିଶ୍ୱାସ । ଦୂରଦୃଷ୍ଟି ଏବଂ ମୁଖ୍ୟ ସମସ୍ୟାକୁ ବୁଝିବାର ଦକ୍ଷତାର ଅଭାବ ମଧ୍ୟ ଆମ ଭିତରେ ରହିଛି ।

ଯେଉଁମାନେ ରାଜ୍ୟ ନିମନ୍ତେ ଯୋଜନା ପ୍ରସ୍ତୁତ କରୁଛନ୍ତି ସେମାନେ ସମ୍ବେଦନଶୀଳ ନୁହନ୍ତି । ଓଡିଶାବାସୀ ପ୍ରତିବାଦର ସ୍ୱର ଉତ୍ତୋଳନ କରନ୍ତିନି । ଏତିକି ନୁହେଁ ସେମାନେ ଆବଶ୍ୟକତାଠାରୁ ଅଧିକ ସରଳ ।

ରାଜ୍ୟର ଦୃତ ଆର୍ଥିକ ଅଭିବୃଦ୍ଧି ନିମିତ୍ତ ଆପଣଙ୍କ ମତରେ କେଉଁ ଉଦ୍ୟୋଗକୁ ଅଧିକ ପ୍ରାଧାନ୍ୟତା ଦିଆଯିବା ଆବଶ୍ୟକ?

ଖଣି, ସାମୁଦ୍ରିକ ଏବଂ ଜଙ୍ଗଲ ଭିତ୍ତିକ କାର୍ଯ୍ୟକଳାପ ସାଙ୍ଗକୁ କୃଷିକୁ ଅଧିକ ଗୁରୁତ୍ୱ ଦିଆଯିବା ନିହାତି ଜରୁରୀ । ଆଖିଦୃଶିଆ ବିକାଶ ସକାଶେ ଅର୍ଥପୂର୍ଣ୍ଣ ଶିକ୍ଷା ତଥା ସ୍ୱାସ୍ଥ୍ୟ ଉଦ୍ୟୋଗର ସଂସ୍କାର ଆବଶ୍ୟକ ।

ରାଜ୍ୟର ସାମ୍ପ୍ରତିକ ଆର୍ଥିକ ଦୁର୍ଦ୍ଧଶା ନିମନ୍ତେ ଆପଣ କାହାକୁ ଦାୟୀ କରିବେ ଏବଂ କାହିଁକି?

ଦାୟିତ୍ୱ ଦୃଷ୍ଟିରୁ, ତିନି ଶ୍ରେଣୀର ନାଗରିକଙ୍କୁ ଦାୟୀ କରିବି । ସବୁ ଜାଣି ବି କିଛି ନଜାଣିବାର ଅଭିନୟ କରୁଥିବା ବ୍ୟୁରୋକ୍ରାଟ ଗୋଷ୍ଠୀ ହେଲେ ପ୍ରଥମ, ସମ୍ବେଦନହୀନ ଜୀବ ଭାବେ ପରିଚିତ ରାଜନୀତିଜ୍ଞ ଦ୍ୱିତୀୟ ଏବଂ ପ୍ରତିବାଦର ସ୍ୱର ଉତ୍ତୋଳନ କରିବାକୁ ପଛଘୁଞ୍ଚା ଦେଉଥିବା ଶିକ୍ଷିତ ଓ ପେଶାଦାର ଗୋଷ୍ଠୀ ତୃତୀୟ ।

ଅନ୍ୟ ଦେଶ ଓ ରାଜ୍ୟର ଯୋଜନା ପ୍ରକ୍ରିୟାରେ ଶିକ୍ଷାବିତମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ତଥା ରାଜ୍ୟର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡିକ ଏ କ୍ଷେତ୍ରରେ କାହିଁକି ପଛରେ ପଡିଛନ୍ତି ଓ ଏଥିଲାଗି ଦାୟୀ କିଏ?

ଅତୀତରେ ନିସ୍କ୍ରିୟତାର ପ୍ରଭାବ ବର୍ତ୍ତମାନ ସମଗ୍ର ରାଜ୍ୟରେ ଅନୁଭୂତ ହେଉଛି । ରାଜ୍ୟର ପ୍ରଶାସକ ଏବଂ ଶାସନ ବ୍ୟବସ୍ଥାକୁ ଦୁଷ୍କର୍ମ ଓ ସାମନ୍ତବାଦ ପ୍ରଥା ଏବେ ମଧ୍ୟ ଆଚ୍ଛାଦିତ କରି ରଖିଛି । ଇ-ଗଭର୍ଣ୍ଣାନ୍ସ ଆରମ୍ଭକରି ଆମେ ଅତ୍ୟନ୍ତ ବୁଦ୍ଧିଆ ବୋଲି ଦାବି କରୁଛୁ ।

ତେବେ ବିଭିନ୍ନ କ୍ଷେତ୍ରରେ ଲୋକମାନଙ୍କ ସମ୍ପୃକ୍ତିର ସ୍ୱପ୍ନ ଅଦ୍ୟାବଧି ସାକାର ହୋଇପାରିନାହିଁ । ଶିକ୍ଷାବିତମାନଙ୍କୁ ଗୋଟିଏ କାରଖାନାର କର୍ମଚାରୀ କିମ୍ବା ବେତନପ୍ରାପ୍ତ ଶିକ୍ଷକ ନତୁବା ସ୍ୱରହୀନ ଚାକର ବୋଲି ବିବେଚନା କରାଯାଉଛି ।

ବିଶ୍ୱବିଦ୍ୟାଳୟ ଗୁଡିକ ସଂକୁଚିତ ହୋଇ ଟିଉଟୋରିଆଲ୍ କଲେଜରେ ପରିଣତ ହୋଇଛି । ସ୍ୱୟଂ ଶାସିତ କଲେଜ ଓ ଡିମ୍ ବିଶ୍ୱବିଦ୍ୟାଳୟ ଗୁଡିକ ଶିକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣଭାବେ ନଷ୍ଟ କରି ସାରିଲେଣି । ବୟସ୍କ, ଅବସରପ୍ରାପ୍ତ ପ୍ରଫେସର ଓ ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ଅବହେଳା କରାଯାଉଛି ।

ଅଗ୍ରଣୀ ସମାଜରେ ପ୍ରଫେସରମାନଙ୍କୁ ସର୍ବୋଚ୍ଚ ଆସନ ମିଳିଥାଏ । ବୟସ ବିଚାରକୁ ନନେଇ ସେମାନଙ୍କ ଜ୍ଞାନ ଓ ଅଭଜ୍ଞତାକୁ ସରକାର ସମାଜ ବିକାଶ କାର୍ଯ୍ୟରେ ବିନିଯୋଗ କରିଥାନ୍ତି । ସମାଜ ସକାଶେ ଗୋଟିଏ ଡାକ୍ତରର ଭୂମିକା ଯାହା ସୂକ୍ଷ୍ମଭାବେ ବିଚାର କଲେ ଜଣେ ପ୍ରଫେସରର ଅବଦାନ ମଧ୍ୟ ତତୁଲ୍ୟ ।

ଶିକ୍ଷାବିତମାନଙ୍କୁ ଗଠନମୂଳକ କାର୍ଯ୍ୟରେ ବିନା ଦ୍ୱିଧାରେ ନିୟୋଜିତ କରାଯାଇପାରିବ । ତେବେ ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଆମ ରାଜ୍ୟରେ ଏଥିପ୍ରତି ଆଦୌ ଦୃଷ୍ଟି ଦିଆଯାଉନାହିଁ ।

ଦେଶର ଏକ ନମ୍ବର ରାଜ୍ୟ ରୂପେ ଓଡିଶାକୁ ଗଢି ତୋଳିବା ଲାଗି ଆପଣଙ୍କର କୌଣସି ନିର୍ଦ୍ଧିଷ୍ଟ ଦୃଷ୍ଟିକୋଣ ଅଛି କି?

ଏ ଦିଗରେ ମୁଁ ବ୍ୟକ୍ତିଗତଭାବେ ସଂପୂର୍ଣ୍ଣ ଆଶାଶୂନ୍ୟ । ନିଜର ସକରାତ୍ମକ ଚିନ୍ତାଧାରା ରହିଛି ବୋଲି କଦାପି ଛଳନା କରିବି ନାହିଁ । ଜଣେ ରାଜନେତା କିମ୍ବା ବ୍ୟୁରୋକ୍ରାଟ ଭଳି କିଛି କହିବି ନାହିଁ । ବାସ୍ତବ କଥା ବିଚାର କରିବା । ଦେଶର ଏକ ନମ୍ବର ରାଜ୍ୟ ହୋଇଯିବୁ ଭାବିବା କେବଳ ମରୀଚିକା ତୁଲ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ସରଳ ଭାଷାରେ କହିବାକୁ ଗଲେ, ଏଭଳି ଚିନ୍ତା କରିବା କେବଳ ଅତ୍ୟଧିକ ଆଶାବାଦୀ ବୋଲି କୁହାଯିବ ନାହିଁ ବରଂ ଲଜ୍ୟାକର ବିଷୟ ମଧ୍ୟ । ବର୍ତ୍ତମାନର ପରିସ୍ଥିତି ବଦଳାଇ ଦେବାପାଇଁ ଆମେ ରାଜ୍ୟବାସୀ ଯଦି ସମ୍ମିଳିତଭାବେ ସଂକଳ୍ପବଦ୍ଧ ହେବା ତେବେ ପରିସ୍ଥିତିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

ପ୍ରଥମେ ଆମେ ଆମର ମୌଳିକ ସମସ୍ୟା ଗୁଡିକର ସମାଧାନ ନିମିତ୍ତ ଉଦ୍ୟମ କରିପାରିଲେ ରାଜ୍ୟର ଦାରିଦ୍ର୍ୟ ମାନଚିତ୍ର ଆସ୍ତେ ଆସ୍ତେ ବଦଳିବ । ଗ୍ରାମ୍ୟ ଅର୍ଥନୀତି, ଗ୍ରାମ୍ୟ ଜୀବିକା ପଦ୍ଧତି, ସେଚ, ଅଣ କୃଷି ଉଦ୍ୟୋଗର ବିକାଶ ସାଧିତ ହୋଇପାରିଲେ ଆମେ ଅନେକ ବାଟ ଅଗ୍ରସର ହୋଇପାରିବା ।

ନଚେତ ଉପରେ ସମୃଦ୍ଧିର ଲକ୍ଷଣ ଦିଶିଲେ ମଧ୍ୟ ଭିତରେ ଫମ୍ପା ହୋଇ ରହିଥିବା ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡିଶା, ଡ଼ଃ. କୁମାର ଦାସ, ବିକାଶ, ସାକ୍ଷାତକାର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ