• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଚାରପତି

ଜଷ୍ଟିସ୍ ସି.ନାଗପ୍ପାନ୍ ହାଇକୋର୍ଟର ମୁଖ୍ୟ ବିଚାରପତି

February 23, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ଫେବୃଆରୀ ୨୩ (ଓଡ଼ିଶା ଡ଼ଟ୍ କମ୍) ମାଡ଼୍ରାସ ହାଇକୋର୍ଟର ବରିଷ୍ଟ ବିଚାରପତି ଜଷ୍ଟିସ୍ ଚୋକଲିଙ୍ଗମ୍ ନାଗପ୍ପାନ୍ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । ଆସନ୍ତା ୨୭ତାରିଖରେ ସେ ଶପଥ ଗ୍ରହଣ କରିବେ ।

ଏହି ସଂକ୍ରାନ୍ତରେ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି କରାଯାଇଛି । ଜଷ୍ଟିସ୍ ନାଗପ୍ପାନ୍ ୧୯୫୧ ଅକ୍ଟୋବର ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ କେ.ପରାଶରନ୍ ଙ୍କ ଅଧୀନରେ ସେ୧୯୭୪ ମସିହାରେ ଓକିଲାତି ଆରମ୍ଭ କରିଥିଲେ ।

ଜ.ନାଗପ୍ପାନ୍ ୧୯୮୭ରେ ସିଧାସଳଖ ଜିଲ୍ଲା ଜଜ୍ ରୂପେ ମନୋନୀତ ହୋଇ ବିଭିନ୍ନ ସ୍ଥାନରେ ଜିଲ୍ଲା ଓ ଦୌରାଜଜ୍ ଭାବେ କାର୍ଯ୍ୟ କରିଥିଲେ । ରାଜ୍ୟ ପରିବହନ ଅପିଲ ଟ୍ରିବ୍ୟୁନାଲର ଅଧକ୍ଷ୍ୟ ଭାବେ ସେ କାର୍ଯ୍ୟ କରିଥିଲେ । ୨୦୦୦ମସିହାରେ ସେ ମାଡ଼୍ରାସ୍ ହାଇକୋର୍ଟର ଅତିରିକ୍ତ ବିଚାରପତି ରୂପେ ଦାୟିତ୍ୱ ଗ୍ରହଣ କରି ୨୦ସେପ୍ଟେମ୍ବର ୨୦୦୨ ମସିହାରେ ସ୍ଥାୟୀ ବିଚାରପତି ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବିଚାରପତି, ରାଷ୍ଟ୍ରପତି ଭବନ, ହାଇକୋର୍ଟ

ହାଇକୋର୍ଟର ନବ ନିର୍ମିତ ସୌଧ ଉଦ୍ଘାଟିତ

November 11, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍)-ଓଡିଶା ହାଇକୋର୍ଟର ନବ ନିର୍ମିତ ସୌଧ ରବିବାର କଟକରେ ଉଦ୍ଘାଟିତ ହୋଇଛି । ଏହି ଆଠ ମହଲା ବିଶିଷ୍ଟ ସୌଧରେ ରହିଛି ଅତ୍ୟାଧୁନିକ ସୁବିଧା ।

ଶୀତତାପ ନିୟନ୍ତ୍ରିତ ଏହି ଶୌଧରେ ମୁଖ୍ୟ ବିଚାରପତିଙ୍କ ଅଦାଲତ ସମେତ ରହିଛି ୨୩ଟି ଅଦାଲତ । ସମସ୍ତ ବିଚାରପତିଙ୍କ ଚାମ୍ବର,ରେଜିଷ୍ଟାରଙ୍କ ଚାମ୍ବର ତାହା ସହ କନ୍ଫରେନ୍ସ ହଲ ରହିଛି । ଏଥିସହ ୯୨ଟି ସ୍ଥାନରେ ସିସିଟିଭି ଖଞ୍ଜା ଯାଇଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଅଲଟମସ କବୀର ଓ ଓଡଶାର ରାଜ୍ୟପାଳ ଶ୍ରୀ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଏହାକୁ ଉଦ୍ଘାଟନ କରିଛନ୍ତି ।

୧୯୪୮ ମସିହା ଜୁଲାଇ ୨୬ ତାରିଖରେ ପାଟଣା ହାଇକୋର୍ଟ ଠାରୁ ଅଲଗା ହୋଇ କଟକରେ ସ୍ଥାପିତ ହୋଇଥିଲା ଓଡିଶା ହାଇକୋର୍ଟ । ଏହାପରେ ବଢି ଚାଲିଲା ମାମଲା ଏବଂ ତାହାସହ ଆଇନଜୀବିଙ୍କ ସଂଖ୍ୟା । ସୀମିତ ପରିସିମା ଭିତରେ ୬୪ ବର୍ଷର ପୁରୁଣା କୋଠାରେ ଚାଲୁଥିବା ହାଇକୋର୍ଟରେ ବିଭିନ୍ନ ସମସ୍ୟା ଉପୁଜିଥିଲା । ସେଥିପାଇଁ ନିର୍ମାଣ ହେଲା ନୂତନ ସୌଧ ।

ଏହି ଉଦ୍ଘାଟନ ଉତ୍ସବରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଓଡିଶା ହାଇକୋର୍ଟ, ବିଚାରପତି

ଆଇଏଫଏସ୍ ଅଧିକାରୀଙ୍କୁ ଦଣ୍ଡାଦେଶ

December 1, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ଏକ ଚେକ୍ ବାଉନ୍ସ ମାମଲାର ବିଚାର କରି ସ୍ଥାନୀୟ ଅଦାଲତ ଜଣେ ଭାରତୀୟ ବନସେବା ଅଧିକାରୀଙ୍କୁ ଗୁରୁବାର ଦଣ୍ଡାଦେଶ କରିଛନ୍ତି ।

ଭୁବନେଶ୍ୱର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସଂପୃକ୍ତ ଅଧିକାରୀ ଡମ୍ବରୁଧର ସାହୁଙ୍କୁ ସାତ ମାସ ଜେଲ ଦଣ୍ଡ ସହ୩ଲକ୍ଷ ୬୦ ହଜାର ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅର୍ଥ ପୈଠ ନକଲେ ଆଉ ୫ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ଦର୍ଶାଇଛନ୍ତି ।

ଗତ ୨୦୦୭ରେ ଡମ୍ବରୁଧର ତାଙ୍କ ସାଙ୍ଗ ପ୍ରମୋଦ କୁମାର ଅଧିକାରୀଙ୍କଠାରୁ ୨ଲକ୍ଷ ୯୬ ହଜାର ଟଙ୍କା କରଜ ଆଣି ବାରମ୍ବାର ମାଗିବା ସତ୍ୱେ ଫେରାଇନଥିଲେ । ଏନେଇ ପ୍ରମୋଦ ଗତ ୨୦୦୯ରେ ଭୁବନେଶ୍ୱର କୋର୍ଟରେ ମାମଲା କରିଥିଲେ । କୋର୍ଟ ଏହି ମାମଲାର ଶୁଣାଣି କରି ଦଣ୍ଡାଦେଶ କରିଛନ୍ତି ।

ଟଙ୍କା ନେବା ସମୟରେ ଡମ୍ବରୁଧର ଭୁବନେଶ୍ୱର ସ୍ଥିତ ଅରଣ୍ୟ ଭବନରେ କାର୍ଯ୍ୟ କରୁଥିବା ବେଳେ ବର୍ତମାନ ସେ ମୁଖ୍ୟ ବନସଂରକ୍ଷକ ଭାବେ ସମ୍ବଲପୁରରେ କାର୍ଯ୍ୟ କରୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବିଚାରପତି, ଭାରତୀୟ ବନସେବା

ଖଣି ଦୁର୍ନୀତି ମାମଲା: ହାଇକୋର୍ଟରେ ଶୁଣାଣି ଶେଷ

April 20, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଅପ୍ରେଲ ୧୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ହୋଇଥିବା ବହୁ କୋଟି ଟଙ୍କାର ଖଣି ଦୁର୍ନୀତି ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ଶେଷ ହୋଇଥିବା ବେଳେ ଅଦାଲତ ରାୟ ସଂରକ୍ଷିତ ରଖିଛନ୍ତି ।

ମୁଖ୍ୟ ବିଚାରପତି ଭି. ଗୋପାଳଗୌଡ ଓ ବିଚାରପତି ବିଶ୍ୱନାଥ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି ।

ଖଣି ଦୁର୍ନୀତି ସମ୍ପର୍କରେ ସିବିଆଇ ତଦନ୍ତ ତଥା ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହାଇକୋର୍ଟରେ ୯ଟି ମାମଲା ରୁଜୁ ହୋଇଥିଲା ।

ଦୁର୍ନୀତି ଯୋଗୁ ରାଜ୍ୟ ସରକାରଙ୍କ ଯେଉଁ କ୍ଷତି ଘଟିଛି ତାହା ଏଥିରେ ସଂପୃକ୍ତ ଥିବା ଅଧିକାରୀଙ୍କ ଅ।ଦାୟ କରିବା ପାଇଁ ଆବେଦନକାରୀମାନେ କୋର୍ଟକୁ ଅନୁରୋଧ କରିଥିଲେ । ମାମଲା ବହୁଦିନ ଧରି ଶୁଣାଣି ହେବା ପରେ ଖଣ୍ଡପୀଠ ଶୁଣାଣି ସମାପ୍ତ କରି ରାୟକୁ ସଂରକ୍ଷିତ ରଖିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ଼ଭୋକେଟ ଜେନେରାଲ ଅଶୋକ ମହାନ୍ତି ଓ ସ୍ୱତନ୍ତ୍ର ଭାବେ ନିୟୋଜିତ ସୁପ୍ରିମକୋର୍ଟ ଆଇନଜୀବୀ ଏହି ଦୁର୍ନୀତିର ସିବିଆଇ ତଦନ୍ତ କରାଯିବା ଯୁକ୍ତିକୁ ବିରୋଧ କରିଥିଲେ ।

ଆବେନକାରୀ ପକ୍ଷରୁ ଆଇନଜୀବୀ ନରସିଂହ ମିଶ୍ର ଓ ଦିଲୀପ ମହାପାତ୍ର ଖଣି ଦୁର୍ନୀତିର ସିବିଆଇ ତଦନ୍ତ କରିବାକୁ ଯୁକ୍ତି ଉପସ୍ଥାପନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଖଣି, ଦୁର୍ନୀତି, ବିଚାରପତି, ମୁଖ୍ୟ ଖବର

ବିରଞ୍ଚି ହତ୍ୟା ମାମଲା: ରାଜା, ଚଗଲାକୁ ଆଜୀବନ କାରାଦଣ୍ଡ

December 17, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ ଜୁଡ଼ୋ କୋଚ୍ ବିରଞ୍ଚି ଦାସ ହତ୍ୟା ମାମଲାରେ ସ୍ଥାନୀୟ ଏକ ଆଲତ ଶୁକ୍ରବାର ଅଭିଯୁକ୍ତ ରାଜା ଆଚାର୍ଯ୍ୟ ଓ ତାର ସହଯୋଗୀ ଚଗଲାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଭୁବନେଶ୍ୱର ଫାଷ୍ଟ ଟ୍ରାକ୍ କୋର୍ଟ-୩ ବିଚାରପତି ବିବେକାନନ୍ଦ ଦାସ ଉଭୟଙ୍କୁ ଏହି ଦଣ୍ଡାଦେଶ ସହ ଦଶ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ କରିଛନ୍ତି । ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ।

ସରକାରୀ ଓକିଲ ଉଭୟଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଯୁକ୍ତି ବାଢିଥିବା ବେଳେ ରାଜାର ଓକିଲ ଦଣ୍ଡ କୋହଳ କରିବାକୁ ଯୁକ୍ତି ବାଢିଥିଲେ । ଉଭୟ ଓକିଲଙ୍କ ଯୁକ୍ତି ଶୁଣିବା ପରେ ବିଚାରପତି ଏହି ଦଣ୍ଡାଦେଶ କରିଛନ୍ତି ।

ଏହି ମାମଲାର ବିଚାର କରି ବିଚିାରପତି ଗତ ୧୩ ତାରିଖରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ଗତ ୨୦୦୮ ଅପ୍ରେଲ ୧୩ରେ ପଣା ସଂକ୍ରାନ୍ତି ସଂଧ୍ୟାରେ କଳ୍ପନା ଛକ ସ୍ଥିତ ଜୁଡ଼ୋ ହଲରେ ବିରଞ୍ଚିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେତେବେଳେ ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

ହତ୍ୟାକାଣ୍ଡ ପରେ ଉଭୟେ ଫେରାର୍ ହୋଇଯାଇଥିଲେ । ପରେ ଚଗଲା ଓରଫ୍ ଅକ୍ଷୟ ବେହେରା ଅପ୍ରେଲ ୨୨ ତାରିଖରେ ଭୋପାଳ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା ।

ସେହିପରି ମଇ ୫ ତାରିଖରେ ରାଜା ଆଚାର୍ଯ୍ୟ ଗୋଆର ପାନାଜି ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ଭୁବନେଶ୍ୱର ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

୨୦୦୯ ଜାନୁୟାରୀ ୧ରୁ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା । ମୋଟ୍ ୨୯ ଜଣ ସାକ୍ଷୀ ଓ ପାଞ୍ଚ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ଼ କରାଯାଇଥିଲା ।

ଦଣ୍ଡାଦେଶ ପରିପ୍ରେକ୍ଷୀରେ କୋର୍ଟ ପରିସର, ବାହାରେ ଏବଂ ଜୁଡ଼ୋହଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କୋର୍ଟ, ଜୁଡ଼ୋ, ବିଚାରପତି, ବିରଞ୍ଚି, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ