• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଜୁ ଜନତା ଳ

ବିଧାୟକଙ୍କ ମୁକ୍ତି ନେଇ ୨୫ରେ ମାଓବାଦୀଙ୍କ ପ୍ରଜାକୋର୍ଟ

April 20, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୦(ଓଡ଼ିଶା ଡ଼ଟ୍ କମ୍) ଶାସକ ବିଜୁ ଜନତା ଳର ଅପହୃତ ବିଧାୟକଙ୍କ ମୁକ୍ତି ପାଇଁ ଆସନ୍ତା ୨୫ରେ ପ୍ରଜାକୋର୍ଟରେ ନିଷ୍ପତି ହେବ ବୋଲି ଶୁକ୍ରବାର ମାଓବାଦୀମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି

ବର୍ତମାନ ପର୍ଯ୍ୟନ୍ତ ପ୍ରଜାକୋର୍ଟ କରାଯାଇ ନାହିଁ ବୋଲି ମାଓନେତ୍ରୀ ଅରୁଣା କେତେକ ଟିଭି ଚ୍ୟାନେଲକୁ ପଠାଇଥିବା ଅଡ଼ିଓ ଟେପ୍ ରେ କହିଛନ୍ତି ।

ସେମାନଙ୍କର ଦାବି ସଂପର୍କରେ ସରକାର କୌଣସି ନିଷ୍ପତି ନନେଇ ଅଧିକ ସମୟ ନେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ପ୍ରଜାକୋର୍ଟ ପାଇଁ ଆମେ ମଧ୍ୟ ସମୟ ନେବୁ । ହିକକା ସୁରକ୍ଷିତ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଭଲ ଅଛି, ସେ କହିଛନ୍ତି ।

ସେମାନେ ବିଧାୟକଙ୍କୁ ଇସ୍ତଫା ବୋକୁ କହିପାରନ୍ତି କିମ୍ବା ସରକାରଙ୍କ ନିକଟରେ ଅଧିକ ଦାବି ମଧ୍ୟ ରଖିପାରନ୍ତି ବୋଲି ଜଣେ ବିଶେଷଜ୍ଞ କହିଛନ୍ତି ।

ମାଓବାଦୀ ସଂଗଠନର ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ଗତ ମାର୍ଚ୍ଚ ୨୪ରେ ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକାଙ୍କୁ କୋରାପୁଟରୁ ଅପହରଣ କରିନେଇଥିଲେ ।

ବିଧାୟକଙ୍କ ମୁକ୍ତି ବଳରେ ୨୯ ଜଣ ବନ୍ଦୀଙ୍କୁ ଖଲାସ କରିବାକୁ ମାଓବାଦୀମାନେ ଦାବି କରିଥିବା ବେଳେ କେବଳ ୧୩ ଜଣଙ୍କୁ ମୁକ୍ତ କରାଯାଇ ପାରିବ ବୋଲି ସରକାର ଗତ କିଛିଦିନ ତଳେ କହିଥିଲେ ।

ତେବେ ସରକାରଙ୍କ ଏଭଳି ନିଷ୍ପତିକୁ ସେମାନେ ବିରୋଧ କରିବା ସହ ବିଧାୟକଙ୍କ ମୁକ୍ତି ପାଇଁ ପ୍ରଜାକୋର୍ଟରେ ନିଷ୍ପତି ନିଆଯିବ ବୋଲି କହିଥିଲେ ।

ବନ୍ଦୀ ମାନଙ୍କ ମଧ୍ୟରୁ ସାତ ଜଣ ଜାମିନ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଚାରି ଜଣ ଜାମିନ ପାଇ ସାରିଛନ୍ତି ଏବଂ ଅନ୍ୟ ଦୁଇ ଜଣ ମଧ୍ୟ ଖୁବ୍ଶୀଘ୍ର ମୁକ୍ତ ହେବେ ବୋଲି ଗୁରୁବାର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଝିନ୍ନ ହିକକା, ବିଜୁ ଜନତା ଳ, ବିଧାୟକ, ମାଓବାଦୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ