ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅପ୍ରେଲ ୨୦(ଓଡ଼ିଶା ଡ଼ଟ୍ କମ୍) ଶାସକ ବିଜୁ ଜନତା ଳର ଅପହୃତ ବିଧାୟକଙ୍କ ମୁକ୍ତି ପାଇଁ ଆସନ୍ତା ୨୫ରେ ପ୍ରଜାକୋର୍ଟରେ ନିଷ୍ପତି ହେବ ବୋଲି ଶୁକ୍ରବାର ମାଓବାଦୀମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି
ବର୍ତମାନ ପର୍ଯ୍ୟନ୍ତ ପ୍ରଜାକୋର୍ଟ କରାଯାଇ ନାହିଁ ବୋଲି ମାଓନେତ୍ରୀ ଅରୁଣା କେତେକ ଟିଭି ଚ୍ୟାନେଲକୁ ପଠାଇଥିବା ଅଡ଼ିଓ ଟେପ୍ ରେ କହିଛନ୍ତି ।
ସେମାନଙ୍କର ଦାବି ସଂପର୍କରେ ସରକାର କୌଣସି ନିଷ୍ପତି ନନେଇ ଅଧିକ ସମୟ ନେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ପ୍ରଜାକୋର୍ଟ ପାଇଁ ଆମେ ମଧ୍ୟ ସମୟ ନେବୁ । ହିକକା ସୁରକ୍ଷିତ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଭଲ ଅଛି, ସେ କହିଛନ୍ତି ।
ସେମାନେ ବିଧାୟକଙ୍କୁ ଇସ୍ତଫା ବୋକୁ କହିପାରନ୍ତି କିମ୍ବା ସରକାରଙ୍କ ନିକଟରେ ଅଧିକ ଦାବି ମଧ୍ୟ ରଖିପାରନ୍ତି ବୋଲି ଜଣେ ବିଶେଷଜ୍ଞ କହିଛନ୍ତି ।
ମାଓବାଦୀ ସଂଗଠନର ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ଗତ ମାର୍ଚ୍ଚ ୨୪ରେ ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକାଙ୍କୁ କୋରାପୁଟରୁ ଅପହରଣ କରିନେଇଥିଲେ ।
ବିଧାୟକଙ୍କ ମୁକ୍ତି ବଳରେ ୨୯ ଜଣ ବନ୍ଦୀଙ୍କୁ ଖଲାସ କରିବାକୁ ମାଓବାଦୀମାନେ ଦାବି କରିଥିବା ବେଳେ କେବଳ ୧୩ ଜଣଙ୍କୁ ମୁକ୍ତ କରାଯାଇ ପାରିବ ବୋଲି ସରକାର ଗତ କିଛିଦିନ ତଳେ କହିଥିଲେ ।
ତେବେ ସରକାରଙ୍କ ଏଭଳି ନିଷ୍ପତିକୁ ସେମାନେ ବିରୋଧ କରିବା ସହ ବିଧାୟକଙ୍କ ମୁକ୍ତି ପାଇଁ ପ୍ରଜାକୋର୍ଟରେ ନିଷ୍ପତି ନିଆଯିବ ବୋଲି କହିଥିଲେ ।
ବନ୍ଦୀ ମାନଙ୍କ ମଧ୍ୟରୁ ସାତ ଜଣ ଜାମିନ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଚାରି ଜଣ ଜାମିନ ପାଇ ସାରିଛନ୍ତି ଏବଂ ଅନ୍ୟ ଦୁଇ ଜଣ ମଧ୍ୟ ଖୁବ୍ଶୀଘ୍ର ମୁକ୍ତ ହେବେ ବୋଲି ଗୁରୁବାର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।
ଓଡ଼ିଶା ଡ଼ଟ୍ କମ୍