ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଉମରକୋଟ, ନଭେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଉମରକୋଟ୍ ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଲୋକଙ୍କୁ ଆହ୍ୱାନ କରିଛନ୍ତି ।
ଉପନିର୍ବାଚନ ପାଇଁ ପ୍ରଚାରର ଶେଷଦିନରେ ସୋମବାର ସେ ବିଜେପି ପ୍ରାର୍ଥୀ ଧର୍ମୁ ଗଣ୍ଡଙ୍କ ସପକ୍ଷରେ ପ୍ରଚାର କରି ଆୟେଜିତ ସଭାରେ ଉ୍ବୋଧନ ଦେଇଛନ୍ତି ।
ଧର୍ମୁ ନିର୍ବାଚିତ ହେଲେ ଆପଣ ମାନଙ୍କ ସମସ୍ୟା ବିଧାନସଭାରେ ଉପସ୍ଥାପନ କରିବେ ବୋଲି ସିଂହ ଉ୍ବୋଧନ ଦେଇ ଲୋକଙ୍କୁ କହିଛନ୍ତି ।
ଆଜି ପ୍ରଚାରର ଶେଷଦିନ ହୋଇଥିବାରୁ ବିଜେପି, ବିଜେଡ଼ି ଓ କଂଗ୍ରେସ ଦଳର ନେତାମାନେ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ଆସନ୍ତା ୩୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।
ଓଡ଼ିଶା ଡ଼ଟ୍ କମ୍