ଓଡିଶା ଡଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁଆରୀ ୨୨(ଓଡିଶା ଡଟ୍ କମ୍)-ମହିଳା କ୍ରିକେଟ ବିଶ୍ୱକପରେ ପାକିସ୍ତାନ ଖେଳ ଥିବାରୁ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଆୟୋଜନ କମିଟିର ସଦସ୍ୟ ପଦରୁ ଓହରି ଯାଇଛନ୍ତି ।
ସେ କହିଛନ୍ତି ତାଙ୍କ ସହିତ ବିନା ପରାମର୍ଶରେ ଓସିଏ କର୍ତୃପକ୍ଷ ତାଙ୍କ ନାଁ କମିଟିରେ ରଖିଛନ୍ତି । ତେବେ ତୁରନ୍ତ ତାଙ୍କ ନାଁ କମିଟିରୁ ବାଦ ଦେବାକୁ ସେ ଓସିଏ ସଂପାଦକଙ୍କୁ କହିସାରିଛନ୍ତି । ଶ୍ରୀ ସିଂହଦେଓ କହିଛନ୍ତି ତାଙ୍କ ପାଇଁ ଖେଳ ବଡ ନୁହେଁ, ଦେଶ ବଡ ।
ଆଗେ ଦେଶ ପରେ ଖେଳ । ଯେତେବେଳେ ଭାରତର ଦୁଇଜଣ ଯବାନଙ୍କ ମୁଣ୍ଡ ସୀମାରେ ପାକିସ୍ତାନ ସେନା ଦ୍ୱାରାକାଟି ନିଆଯାଇଛି, ସେତେବେଳେ ଏଭଳି ଖେଳ ହେବା ଉଚିତ୍ ନୁହେଁ ।
ଓଡିଶା ଡଟ୍ କମ୍