ଓଡିଶା ଡଟ କମ : ଶାନ୍ତନୁ ବିଶ୍ଵାଳ
ବରଗଡ, ସେପ୍ଟେମ୍ବର ୧୦ (ଓଡିଶା ଡଟ କମ) କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ଉଭୟ କେନ୍ଦ୍ରର ଏନଡିଏ ଓ ଓଡିଶାର ନବୀନ ସରକାରଙ୍କୁ ଚାଷୀ ବିରୋଧୀ କହି ତୀବ୍ର ସମାଲୋଚନା କରିଛନ୍ତି ।
ଦୁଇ ଦିନିଆ ରାଜ୍ୟ ଗସ୍ତର ପ୍ରଥମ ଦିନରେ ଗାନ୍ଧୀ ଏକ ସ୍ଵତନ୍ତ୍ର ବିମାନ ଯୋଗେ ଝାରସୁଗୁଡାରେ ପହଞ୍ଚିଥିଲେ ।
ସଡ଼କ ପଥରେ ବରଗଡ ଜିଲ୍ଲାର ଦେବାହାଲ ଗ୍ରାମରେ ପହଞ୍ଚି ମୃତ ଚାଷୀ ସାନନ୍ଦ କଠାରଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଏହା ପରେ ଉକ୍ତ ଗ୍ରାମରୁ କଂଗ୍ରେସ ଦ୍ଵାରା ଆୟୋଜିତ ଚାଷୀ ବଞ୍ଚାଅ ପଦଯାତ୍ରାର ଆରମ୍ଭ କରିଥିଲେ ।
ଦେବାହଲରୁ ଅତାବିରା ଯାଏଁ ହୋଇଥିବା ଏହି ପଦଯାତ୍ରାରେ ରାଜ୍ୟର ସମସ୍ତ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ହଜାର ହଜାର କର୍ମୀ ଓ କାର୍ଯ୍ୟକର୍ତ୍ତା ଭାଗନେଇଥିଲେ ।
ବିଭିନ୍ନ ସ୍ଥାନରେ ଆୟୋଜିତ ସଭାରେ କଂଗ୍ରେସର ଏହି ଯୁବ ନେତା ଲୋକଙ୍କୁ ଉଦ୍ବୋଧନ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚାଷୀ ବିରୋଧୀ ବୋଲି ଆକ୍ଷେପ କରିଥିଲେ ।
ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସେ କହିଥିଲେ ଚିଟ୍ଫଣ୍ଡ ସ୍କାମ୍ରେ ହଜାର ହଜାର ଲୋକଙ୍କ ସ୍ବାର୍ଥ ପ୍ରତି ସରକାର ଆଖି ବୁଜି ଦେଇଛନ୍ତି । ରାଜ୍ୟରେ ଖଣି ଓ ଜଙ୍ଗଲ ଲୁଟ୍ ହୋଇଥିବା ଦର୍ଶାଇ ରାଜ୍ୟ ସରକାରଙ୍କୁ ସେ ଏଥି ପାଇଁ ଦାୟୀ କରିଥିଲେ । ସେ କେନ୍ଦ୍ର ସହ ରାଜ୍ୟର ଭିତିରି ସମ୍ପର୍କ ଥିବା ମଧ୍ୟ ଅଭିଯୋଗ କରିଥିଲେ ।
ଶୁକ୍ରବାର ରାହୁଲ ଦଶଦିନ ଭିତରେ ଷାଠିଏ ରୁ ଅଧିକ ଶିଶୁ ମୃତ୍ୟୁ ଯୋଗୁଁ ଚର୍ଚାରେ ରହିଥିବା କଟକ ଶିଶୁ ଭବନ ଯାଇ ସେଠାକାର ପରିସ୍ଥିତି ଅନୁଧ୍ୟାନ କରିବା ସହ ଭୁବନେଶ୍ଵରରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ସେ ଦିଲ୍ଲୀ ଫେରିଯିବେ ।
ଗାନ୍ଧୀଙ୍କ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସରେ ବ୍ୟାପକ ଉତ୍ସାହ ପରିଲକ୍ଷିତ ହୋଇଛି ।
ଓଡିଶା ଡଟ କମ

ଦୁଇ ଗମାଙ୍ଗ ସାହାଙ୍କୁ ତାଙ୍କ ନୂଆ ଦିଲ୍ଲୀ ସ୍ଥିତ ବାସଭବନରେ ଭେଟି ପାର୍ଟିରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସାହଙ୍କା ସହ ସେମାନଙ୍କର ଘଣ୍ଟା ବ୍ୟାପୀ ଆଲୋଚନା ହୋଇଥିଲା ।
ବିଜେପି ବିଧାୟକ ତଥା ରାଜ୍ୟ ଜନଜାତି ମୋର୍ଚା ର ମୁଖ୍ୟ ରବି ନାୟକଙ୍କ ଅଧ୍ୟକ୍ଷତାରେ ପାର୍ଟି ରାଜ୍ୟ ମୁଖ୍ୟ କାର୍ଯ୍ୟ।ଳୟରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଦର୍ଶନ ଭଗତ ଉପସ୍ଥିତ ରହି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ ।
ଏହି ଚିଠା ପ୍ରସ୍ତାବରେ କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାର ହାତକୁ ନେଇଥିବା କାର୍ଯ୍ୟକ୍ରମ ଗୁଡିକୁ ପ୍ରଶଂସା କରାଯାଇଥିବା ବେଳେ, ରାଜ୍ୟର ନବୀନ ପଟ୍ଟନାୟକଙ୍କ ସରକାରକୁ ତୀବ୍ର ସମାଲୋଚନା କରାଯାଇଛି ।

