• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଜେପି

କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲାରେ ୨୭୬୧ ବାଂଲାଦେଶୀ ଅନୁପ୍ରବେଶକାରୀ

March 31, 2015 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ମାର୍ଚ ୩୧ (ଓଡିଶା ଡଟ କମ)- ଓଡ଼ିଶାରେ ରହିଥିବା ୩,୯୮୭ ଜଣ ଅନୁପ୍ରବେଶକାରୀଙ୍କ ମଧ୍ୟରେ ସର୍ବାଧିକ ୨୭୬୧ ଜଣ ରାଜ୍ୟର କେନ୍ଦ୍ରପଡା ଓ ଜଗତସିଂହପୁର ଜିଲାରେ ରହିଛନ୍ତି ଓ ଏମାନେ ସମସ୍ତେ ବାଂଲାଦେଶୀ ।

ବିଜେପି ବିଧାୟକ ଦିଲୀପ କୁମାର ରାୟଙ୍କ ଲିଖିତ ପ୍ରଶ୍ନ ଉପରେ ସୋମବାର ବିଧାନସଭାରେ ତଥ୍ୟ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟ ସରକାର ଅନୁପ୍ରବେଶକାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି କେନ୍ଦ୍ର ସହ ଯୋଗାଯୋଗ ରଖିଛନ୍ତି ।

ଅନ୍ୟାନ୍ୟ ଜିଲାରେ ଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ହେଲା ମାଲକାନଗିରି-୬୬୫, ଭଦ୍ରକ-୩୧୩, ବାଲେଶ୍ୱର-୧୫୦, ନବରଙ୍ଗପୁର-୧୦୬ ଓ ବରଗଡ଼-୨।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ରାଜନୀତି Tagged With: କେନ୍ଦ୍ରପଡା, ଜଗତସିଂହପୁର, ବିଜେପି

ଓଡିଶା ବିଜେପି ନିର୍ବାଚନ: ରାଜନାଥଙ୍କ ସହ ସାକ୍ଷାତ କଲେ ଜୁଏଲ

February 1, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ପେବୃୟାରୀ ୧ (ଓଡିଶା ଡଟ୍ କମ୍)- ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ରାଜନାଥ ସିଂହଙ୍କ ସହିତ ଓଡିଶା ରାଜ୍ୟ ସଭାପତି ଶ୍ରୀ ଜୁଏଲ ଓରାମ ଆଜି ପୂର୍ବାହ୍ନରେ ଅଶୋକ ରୋଡ୍ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ସୌହାର୍ଦ୍ଧ୍ୟମୂଳକ ସାକ୍ଷାତ କରିଛନ୍ତି ।

DSC_0417

ଉକ୍ତ ଆଲୋଚନା ସମୟରେ ଓଡିଶାରେ ଘଟିଥିବା ବିଭିନ୍ନ ଦୁର୍ନୀତି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା ହ୍ରାସ ହେବା ସଂପର୍କରେ ବିଷୟମାନ ଉଠିଥିଲା ।

କେନ୍ଦ୍ରରେ ଦେଶର ଆଭ୍ୟନ୍ତରିଣ ତଥା ବର୍ହିଃସୁରକ୍ଷା କ୍ଷେତ୍ରରେ, ଦରଦାମ୍ ବୃଦ୍ଧି, ବିଭିନ୍ନ ସ୍କାମ୍ ଏବଂ ଉପାସରକାରର ମେଣ୍ଟ ଅଂଶିଦାରଙ୍କ ମଧ୍ୟରେ ମନମାଳିନ୍ୟକୁ କେନ୍ଦ୍ରକରି ବାହାରେ ଯେଉଁ ଦୁର୍ବଳତା ପ୍ରକାଶ ପାଇଛି ତଦଦ୍ୱାରାଓଡିଶାରେ ମଧ୍ୟ ଦୁର୍ବଳ ସ୍ଥିତି ତାହା ସଂପର୍କରେ ଆଲୋଚନା ହୋଇଥିଲା ।

ଓଡିଶାର ଭାଜପା କାର୍ଯ୍ୟକର୍ତାଙ୍କ ମଧ୍ୟରେ ତୃଣମୂଳସ୍ତରରେ ଉତ୍ସାହ ଏବଂ ଅଗାମୀ ନିର୍ବାଚନରେ ଦକ୍ଷତାର ସହ ସଫଳତା ହାସଲ କରିବା ସଂପର୍କରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ସିଂହଙ୍କୁ ଶ୍ରୀ ଜୁଏଲ୍ ଓରାମ ଅବଗତ କରାଇଥିଲେ ।

ଶେଷରେ ଓଡିଶାରେ ବହୁ୍ରତିକ୍ଷିତ ରାଜ୍ୟ ସଭାପତି ନିର୍ବାଚନ ଅତିଶୀଘ୍ର ସମାହିତ ହେବବୋଲି ଶ୍ରୀ ସିଂହ ପ୍ରତିଶୃତି ଦେଇଥିଲେ । ଏ ପ୍ରସଙ୍ଗରେ ଶ୍ରୀ ଓରାମ ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ଦାୟୀତ୍ୱରେ ଥିବା ଶ୍ରୀ ରାମଲାଲଙ୍କ ସହ ଆଉଏକ ଆଲୋଚନା ପରେ ତାରିଖ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ଚୁଡାନ୍ତ ହେବ ବୋଲି ସୂଚନା ଦେଇଛନ୍ତି ।

ଏ ସମସ୍ତ କାର୍ଯ୍ୟ ପେବୃୟାରୀ ୧୫ ତାରିଖ ପୂର୍ବରୁ ତଥା ଜାତୀୟ ପରିଷଦର ନିର୍ଦ୍ଧାରିତ ବୈଠକ ପୂର୍ବରୁ ସମାପ୍ତ ହେବବୋଲି ରାଷ୍ଟ୍ରୀ୍ରୟ ଅଧ୍ୟକ୍ଷ ଶ୍ରୀ ରାଜନାଥ ସିଂହ ପ୍ରତିଶୃତି ଦେଇଛନ୍ତି ।

ଓଡିଶା ଡଟ୍କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ଓଡିଶା, ବିଜେପି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ଶ୍ରୀ ଜୁଏଲ ଓରାମ, ଶ୍ରୀ ରାଜନାଥ ସିଂହ

କଟକରେ ବିଜେପିର ପ୍ରତିବାଦ ଶୋଭାଯାତ୍ରା

January 31, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜାନୁଆରୀ ୩୧(ଓଡିଶା ଡଟ୍ କମ୍)-ଓଡିଶାରେ ପାକିସ୍ତାନ ମହିଳା ଦଳ ବିଶ୍ୱକପ୍ କ୍ରିକେଟ ମ୍ୟାଚ ଖେଳିବାକୁ ବିଭିନ୍ନ ମହଲରେ ବିରୋଧ କରାଯାଇ ଆସୁଥିବାବେଳେ ବିଜେପି ବିରୋଧ ପ୍ରଦର୍ଶନ ପୂର୍ବକ ରାସ୍ତାକୁ ଓହ୍ଲାଇଛି ।

bjp

ଓଡିଶା ମାଟିରୁ ପାକିସ୍ତାନ ଦଳ ଫେରିଯାଅ । ପାକିସ୍ତାନ ଗୋବ୍ୟାକର ସ୍ଲୋଗାନ ଦେଇ ବିଜେପି ପକ୍ଷରୁ ସ୍ଥାନୀୟ ବକ୍ସିବଜାର ସ୍ଥିତ ଗୋପବନ୍ଧୁ ପାର୍କ ନିକଟରୁ ଏକ ଶୋଭାଯାତ୍ରା ଷ୍ଟାଡିୟମ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲା ।

କମିଶନରେଟ ପୋଲିସ ପକ୍ଷରୁ ୨ ହଜାରରୁ ଅଧିକ ବିଜେପି କର୍ମୀଙ୍କୁ ଗିରଫ କରାଯାଇଛି । ବିଜେପି ନେତା ଅଶୋକ ସାହୁ ଓ ବିଜେପି ରାଜ୍ୟ ସଂପାଦକ ନୟନ କିଶୋର ମହାନ୍ତିଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଓଡିଶାରେ ପାକିସ୍ତାନ କ୍ରିକେଟ ଦଳ ଖେଳିବାକୁ ତୀବ୍ର ବିରୋଧ କରିଥିଲେ ।

ଷ୍ଟାଡିୟମକୁ ସଂପୂର୍ଣ୍ଣ ସୁରକ୍ଷା ବଳୟରେ ରଖାଯାଇଥିବାରୁ ଗୁରୁବାର ବିଜେପି ପକ୍ଷରୁ ଅନୁଷ୍ଠିତ ଶୋଭାଯାତ୍ରାକୁ ପ୍ରତିହତ କରିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ବିଜେପି ନେତା ନୟନ କିଶୋର ମହାନ୍ତି କହିଥିଲେ ଯେ ଆମେ ବିଶ୍ୱକପକୁ ବିରୋଧ କରୁ ନାହୁଁ କିନ୍ତୁ ପାକିସ୍ତାନ ଦଳ ଏଠାରେ ମ୍ୟାଚ ଖେଳିବାକୁ ତୀବ୍ର ବିରୋଧ କରୁଛୁ । ପାକିସ୍ତାନ ସେନା ଭାରତୀୟ ଜବାନଙ୍କ ମୁଣ୍ଡ କାଟ କରିବ । ଘଟଣା ନିନ୍ଦନୀୟ । ଏହାସତ୍ୱେ ପାକିସ୍ତାନ ସହ କ୍ରିକେଟ ସଂପର୍କକୁ ବିଜେପି ପକ୍ଷରୁ ଗୁରୁବାର ଏଠାରେ ବିରୋଧ କରାଯାଇଛି ।

ବିଜେପି ନେତା ଅଶୋକ ସାହୁ କହିଛନ୍ତି ଯେ ମହାରାଷ୍ଟ୍ରରେ ସରକାର ଖେଳ କରିନଥିବା ବେଳେ ଓଡିଶାରେ ପାକିସ୍ତାନ ଦଳକୁ ଖେଳିବାକୁ ରାଜ୍ୟ ସରକାର ସୁରକ୍ଷା ଯୋଗାଇବା ଦୁର୍ଭାଗ୍ୟ ଜନକ । ପାକିସ୍ତାନ ଦଳ ଏହି ମାଟିରୁ ଫେରିଯାଉ ବୋଲି ଶ୍ରୀ ସାହୁ କହିଛନ୍ତି ।

ଓଡିଶା ଡଟ୍କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: କଟକ, ପୋଲିସ ଫୋର୍ସ, ବକ୍ସିବଜାର, ବିଜେପି, ଶୋଭାଯାତ୍ରା, ଷ୍ଟାଡିୟମ

କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରତିବାଦରେ ବିଜେପିର ରାଜ୍ୟରେ ବିକ୍ଷୋଭ

January 24, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୪(ଓଡିଶା ଡଟ୍ କମ୍)-କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ ଜୟପୁରରେ କଂଗ୍ରେସର ଚିନ୍ତନ ବୈଠକରେ , ଦେଶରେ ଗୈରିକ ଆତଙ୍କବାଦ ବିଜେପି ଓ ସଂଘ ତାଲିମରେ ଚାଲିଛି ।

ଦେଶରେ ଏଭଳି ଆତଙ୍କବାଦର ବିସ୍ତାର ଲାଗି ଉଭୟ ବିଜେପି ଓ ସଂଘ ‘ଉଗ୍ରବାଦୀ ଶିବିର’ ଚଳାଇଛନ୍ତି ବୋଲି ମନ୍ତବ୍ୟ ଦେଇଥିଲେ । ଗୃହମନ୍ତ୍ରୀଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଯୋଗୁ ଗୁରୁବାର ଦିନ ଦେଶବ୍ୟାପୀ ଯୋରଦାର ବିକ୍ଷୋଭ କରିଛି ବିଜେପି । ଆଜି ରାଜ୍ୟରେ ମଧ୍ୟ ବିକ୍ଷୋଭ କରାଯାଇଛି । ରାଜରାସ୍ତାକୁ ଓହ୍ଲାଇଛନ୍ତି ନେତା ଓ କର୍ମୀ ।

ରାଜଧାନୀ ଭୁବନେଶ୍ୱରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ରାମ ମନ୍ଦିର ଛକରେ ବିକ୍ଷୋଭ କରିଥିଲେ । କର୍ମୀ ସେଠାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଥିଲେ ।

ଗୃହମନ୍ତ୍ରୀ ତାଙ୍କର ମନ୍ତବ୍ୟ ଫେରାଇ ନନେଲେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଓ ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ବିଜେପି ଧମକ ଦେଇଛି ।

ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଭାରତର ଆଧ୍ୟାତ୍ମ ଓ ଧାର୍ମିକ ଐତିହ୍ୟର ପଥପ୍ରଦର୍ଶକ ତଥା ପ୍ରତୀକ ହେଉଛି ଗୈରକ । ଗୈରକକୁ ଉଗ୍ରବାଦ ସହ ତୁଳନା କରି ଭାରତୀୟ ସାଧୁସନ୍ଥଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀ ସିନ୍ଦେ ଅପମାନିତ କରିଛନ୍ତି । ତେଣୁ ସେ ତାଙ୍କ ପଦରୁ ପଦରୁ ଇସ୍ତଫା ଦିଅନ୍ତୁ ଏବଂ କ୍ଷମାମାଗନ୍ତୁ ବୋଲି ସେ ଦାବୀ କରିଛନ୍ତି ।

ବ୍ରହ୍ମପୁର ମଧ୍ୟ ବିରୋଧ କରାଯିବା ସହିତ ଗୃହମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଛି । ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଜୟ ସ୍ୱାଇଁ କହିଛନ୍ତି ଗୃହମନ୍ତ୍ରୀଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ପାକିସ୍ତାନ ପାୟୋଜିତ ଆତଙ୍କବାଦକୁ ଅଧିକ ପ୍ରୋତ୍ସାହିତ କରିବ ।

ଏଭଳି ମନ୍ତବ୍ୟ ଦେଇ ପ୍ରକୃତ ଉଗ୍ରବାଦୀଙ୍କୁ ଗୃହମନ୍ତ୍ରୀ ସିନ୍ଦେ ପ୍ରକାରାନ୍ତରେ କ୍ଲିନଚିଟ ଦେଇଛନ୍ତି । ଏହା ଭାରତ ବିରୋଧୀ ଉଗ୍ରବାଦୀ ଗୋଷ୍ଠୀକୁ ଶକ୍ତିଶାଳୀ କରିବ । ଅନେକ ସମୟରେ କଂଗ୍ରେସ ପକ୍ଷରୁ ଆସୁଥିବା ଏଭଳି ମନ୍ତବ୍ୟକୁ ଶୁଣିବା ପରେ କଂଗ୍ରେସ ଯେ ଏକ କାପୁରଷ ଗୋଷ୍ଠୀରେ ପରିଣତ ହୋଇଛି ତାହା ସେ ବେଳେବେଳେ ଅନୁଭବ କରୁଥିବା ସ୍ୱାଇଁ ସମାଲୋଚନା କରିଛନ୍ତି ।

ପାରଳାଖେମୁଣ୍ଡିରେ ମଧ୍ୟ ବନ୍ଦ ପାଳନ କରାଯାଇଛି । ଫାୟାରଷ୍ଟେସନ ଛକରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ କୁଶପୁତଳିକା ମଧ୍ୟ ଦାହ କରାଯାଇଛି । ଅନୁଗୁଳ ଜିଲ୍ଲାରେ ମଧ୍ୟ ବିଜେପି ନେତା ଓ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବାଇପାସ୍ ଛକଠାରେ ବିକ୍ଷୋଭ ପଦର୍ଶନ କରାଯାଇଛି ।

କଳାହାଣ୍ଡି ଜିଲ୍ଲା ବିଜେପି ଶାଖା ପକ୍ଷରୁ ପ୍ରତିବାଦ ସଭା କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯାଜପୁର,କେନ୍ଦ୍ରାପଡା ଆଦି ରାଜ୍ୟର ଅନେକ ସ୍ଥାନରେ ମଧ୍ୟ ଯୋରଦାର ବିରୋଧ କରାଯାଇଛି ।

 

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆତଙ୍କବାଦ, କେନ୍ଦ୍ର ଗୃହମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ବିଜେପି, ରାମ ମନ୍ଦିର

କଂଗ୍ରେସ ଓ ବିଜେପି ସହ ବିଜେଡିର ଭିତିରିଆ ବୁଝାମଣା ରହିଛି-ପ୍ୟାରୀ

January 20, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ,୨୦(ଓଡିଶା ଡଟ୍ କମ୍)-କଂଗ୍ରେସ ଓ ବିଜେପି ସହ ବିଜେଡିର ଭିତିରିଆ ବୁଝାମଣା ରହିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶା ଜନମୋର୍ଚ୍ଚାର ଅଧ୍ୟକ୍ଷ ପ୍ୟାରୀମୋହନ ମହାପାତ୍ର ଅଭିଯୋଗ କରିଛନ୍ତି ।

pyari

ଜୟପୁର ସମାବେଶରୁ ଫେରିବାପରେ ଭୁବନେଶ୍ୱରର ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ପ୍ୟାରି କହିଛନ୍ତି ଯେ, ଖଣି ଦୁର୍ନୀତିରେ ନବୀନ ସରକାରର ସଂପୃକ୍ତି ରହିଛି । ଏଥିରୁ ରକ୍ଷାପାଇବା ପାଇଁ ସେ କଂଗ୍ରେସ ସହ କେନ୍ଦ୍ରରେ ଭିତିରିଆ ବୁଝାମଣା କରିଛି । ତେଣୁ ସୁପ୍ରୀମକୋର୍ଟ ନିର୍ଦ୍ଦେଶ ସତ୍ୱେ କୋଇଲାବ୍ଲକ ଆବଣ୍ଟନ ଦୁର୍ନୀତିର ତଦନ୍ତ ମନ୍ଥର ଗତିରେ ଚାଲିଛି ।

ସେହିପରି ବିଜେପିକୁ ନିୟନ୍ତ୍ରଣ କରିବାକୁ ନବୀନ ଉଦ୍ୟମ କରୁଛନ୍ତି । ଯେଉଁଥିପାଇଁ କି ଦଳର ସଭାପତି ଚୟନ ବିଳମ୍ବ ହେଉଛି । ବ୍ଲକ ଗ୍ରାଣ୍ଟ ଅନୁଦାନ ଠାରୁ ବେବାର ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ନବୀନଙ୍କ ନିର୍ବାଚନୀ ଧୁଆଁବାଣ ବୋଲି ସେ ଅଭିଯୋଗ ଆଣିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: କଂଗ୍ରେସ, ପ୍ୟାରୀମୋହନ ମହାପାତ୍ର, ବିଜେଡ଼ି, ବିଜେପି, ସାମ୍ବାଦିକ ସମ୍ମିଳନୀ

କଂଗ୍ରେସ କିମ୍ବା ବିଜେପି ସହିତ ବୁଝାମଣାର ସମ୍ଭାବନା ନାହିିଁ :ନବୀନ

January 20, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୦(ଓଡିଶା ଡଟ୍ କମ୍)- ଆଗାମୀ ନିର୍ବାଚନରେ କଂଗ୍ରେସ କିମ୍ବା ବିଜେପି ସହିତ କୌଣସି ପ୍ରକାର ବୁଝାମଣାର ସମ୍ଭାବନା ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

19-1-2013=3naveen

କଂଗ୍ରେସ ବିଜେଡି ଏବଂ ଜେଡି(ୟୁ) ଭଳି ସମଭାବାପନ୍ନ ଦଳ ସହିତ କଥାବାର୍ତା ପାଇଁ ଦ୍ୱାର ଉନ୍ମୁକ୍ତ ରହିଛି ବୋଲି ଜୟପୁରଠାରେ ଅନୁଷ୍ଠିତ କଂଗ୍ରେସର ଚିନ୍ତନ ଶିବିରରେ ଯୋଗଦେବା ଅବସରରେ କେନ୍ଦ୍ର ମନ୍ତ୍ରୀ କମଳନାଥ ଗଣମାଧ୍ୟମକୁ ବିବୃତି ଦେଇଥିଲେ ।

ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ପୂର୍ବରୁ ଏ ସମ୍ପର୍କରେ ସ୍ପଷ୍ଟ ମତରଖିସାରିଛନ୍ତି । ତେଣୁ କଂଗ୍ରେସ କିମ୍ବା ବିଜେପି ସହିତ କୌଣସି ପ୍ରକାର ବୁଝାମଣାର ସମ୍ଭାବନା ନାହିଁ ବୋଲି ଶ୍ରୀ ପଟ୍ଟନାୟକ ସାମ୍ବାଦିକମାନଙ୍କୁ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: କଂଗ୍ରେସ, ନିର୍ବାଚନ, ବିଜେପି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ସାମ୍ବାଦିକମାନେ

ସାଇକେଲ ବଣ୍ଟନରେ ନିୟମ ଉଲ୍ଲଘନ: ବିରୋଧୀ ଦଳ

December 22, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୨(ଓଡିଶା ଡଟ୍ କମ୍)-ଓଡିଶା ଖଣି ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଇଥିବା ୯୫ କୋଟି ଟଙ୍କାକୁ ସରକାର ମାଗଣା ସାଇକେଲ ବଣ୍ଟନ କାର୍ଯ୍ୟକ୍ରମରେ ବିନିଯୋଗ କରିଥିବା ନେଇ ବିରୋଧୀ ଦଳ ତରଫରୁ ଏହାର ପ୍ରତିବାଦ କରାଯିବା ସହ ସମାଲୋଚନା କରାଯାଇଛି । ଏହା ଉପରେ ସେମାନେ ସରକାରଙ୍କ ଠାରୁ ଜବାବ ଚାହିଁଛନ୍ତି ।

ଶୁକ୍ରବାର ଦିନ ବିଧାନସଭାର ପ୍ରଶ୍ନୋତର କାଳରେ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ସ୍ପଷ୍ଟୀକରଣ ଚାହିଁଥିଲେ ଯେ,ଚିକିତ୍ସା ପାଇଁ ଗରିବ ରୋଗୀ ସହାୟତା ପାଉନାହାନ୍ତି ଅଥଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସାଇକେଲ ପାଇଁ ୯୫ କୋଟି ଟଙ୍କା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସାଇକେଲ ବାବଦରେ କିଭଳି ଅର୍ଥ ଦିଆଗଲା ବୋଲି ସେ ପ୍ରଶ୍ନ ରଖିଥିଲେ ।

ଏହାର ଉତର ରଖି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ରାଉତ କହିଥିଲେ, କେବଳ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସାଇକେଲ ନୁହେଁ; ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଯେକୌଣସି ପ୍ରକାର ରିଲିଫ ଦିଆଯାଇପାରିବ । ଏହା ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନଥିଲା ।

ଅପରାହ୍ଣ ଅଧିବେଶନରେ କଂଗ୍ରେସ ଓ ବିଜେପି ପୁନର୍ବାର ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଠାରୁ ଉତର ଦାବି କରିଥିଲେ । ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଅର୍ଥରୁ ସାଇକେଲ କିଣା ଯାଇଥିବା ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରି ସରକାରଙ୍କୁ ସମାଲୋଚନା କରିଥିଲେ ।

ସେ କହିଥିଲେ, ସରକାର ଯଦି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପାଇଁ ଥିବା ଗାଇଡ ଲାଇନରେ ସଂଶୋଧନ ଆଣିଛନ୍ତି, ତେବେ ଗୃହକୁ ଅବଗତ କରାନ୍ତୁ ।
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ କହିଥିଲେ, ଓଡିଶା ଖଣିି ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯେଉଁ ଅର୍ଥ ଦେଇଥିଲେ ତାର ସିଧାସଳଖ ଦୁରୂପଯୋଗ କରାଯାଇଛି ।

ବିରୋଧୀ ଦଳ ନେତା ଶ୍ରୀ ସିଂହ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଅର୍ଥ ପ୍ରଦାନ ପାଇଁ ଥିବା ନିୟମାବଳୀକୁ ଉଲ୍ଲଘଂନ କରାଯାଇ ଏଭଳି ସାଇକେଲ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଅର୍ଥ ଉପଯୁକ୍ତ ଲୋକଙ୍କୁ ମିଳିବା ଦରକାର । ସ୍ୱାସ୍ଥ୍ୟମନ୍ତ୍ରୀ ରଖିଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ । ଆମେ ଏହା ଉପରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିବୁ କି ବୋଲି ସେ ପ୍ରଶ୍ନ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ, ବିଜେପି, ମୁଖ୍ୟମନ୍ତ୍ରୀ, ରିଲିଫ ପାଣ୍ଠି, ସାଇକେଲ ବଣ୍ଟନ

ବରମୁଣ୍ଡା ବସଷ୍ଟାଣ୍ଡ ଜମି ଲିଜ୍ ଚୁକ୍ତି ହାଇକୋର୍ଟରେ ରଦ୍ଧ

December 20, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୦(ଓଡିଶା ଡଟ୍ କମ୍)-ଭୁବନେଶ୍ୱର ବସଷ୍ଟାଣ୍ଡ ଘରୋଇ କରଣ ସଂପର୍କରେ ଓଏସ୍ଆରଟିସି ଓ ଏଆରଏସ୍ଏସ୍ ମଧ୍ୟରେ ହୋଇଥିବା ଚୁକ୍ତିକୁ ଓଡିଶା ହାଇକୋର୍ଟ ଗୁରୁବାର ରଦ୍ଧ କରିଦେଇଛନ୍ତି । ଫଳରେ ରାଜ୍ୟ ସରକାରଙ୍କୁ ଶକ୍ତ ଧକ୍କା ଲାଗିଛି ।

ମୁଖ୍ୟ ବିଚାରପତି ଭି.ଗୋପାଳ ଗୌଡା ଓ ବିଚାରପତି ସଂଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତ ରୁଜୁ ହୋଇଥିବା ଦୁଇଟି ପୃଥକ ପୃଥକ ମାମଲାର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି ।

ଆଜି ମାନ୍ୟବର ଖଣ୍ଡପୀଠ ତାଙ୍କ ରାୟରେ ରାଜ୍ୟ ସରକାର ସମ୍ବିଧାନର ୨୯୯ଧାରା ଉଲଙ୍ଘନକରି ଲିଜ୍ ପ୍ରଦାନ କରିଥିବାରୁ ଏହି ଦୁଇଟି ଚୁକ୍ତିକୁ ବାତିଲ କରିଦେଇଛନ୍ତି । ସେହିପରି ଜମି ହସ୍ତାନ୍ତର ଆଇନ୍ ୧୦୫ ଓ ୧୦୭କୁ ରଜ୍ୟ ସରକାର ଉଲଙ୍ଘନ କରିଛନ୍ତି ବୋଲି ଖଣ୍ଡପୀଠ ରାୟରେ ସ୍ପଷ୍ଟ କରିଦେଇଛନ୍ତି ।

ସରକାରଙ୍କର ଏହା ଅଧିକାରଭୁକ୍ତ ହୋଇନଥିବା ବେଳେ ବେଆଇନ ଭାବେ ଘରୋଇ କଂପାନୀ ସହ ଲିଜ୍ ସଂକ୍ରାନ୍ତିୟ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ମାନ୍ୟବର ଅଦାଲତ ପୂର୍ବରୁ ଚଳିତ ବର୍ଷ ଗତ ମାର୍ଚ୍ଚ ୩୦ ତାରିଖରେ ଏହି ମାମଲା ଉପରେ ସ୍ଥିତାବସ୍ଥା ଜାରି କରିଥିଲେ ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଏଆରଏସ୍ଏସ୍ ନାମକ ଏହି ଘରୋଇ କମ୍ପାନୀକୁ ଭୁବନେଶ୍ୱର ବସଷ୍ଟାଣ୍ଡର ଜମିକୁ ୯୩ ବର୍ଷ ପାଇଁ ଲିଜ୍ ସୂତ୍ରରେ ପ୍ରଦାନ କରିଥିଲେ । ଏହାକୁ ବେଆଇନ ବୋଲି ଦର୍ଶାଇ ବିଜେପି ନେତା ସମୀର ମହାନ୍ତି ହୋଇକାର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର Tagged With: ବରମୁଣ୍ଡା ବସଷ୍ଟାଣ୍ଡ, ବିଜେପି, ରାଜ୍ୟ ସରକାର, ସମ୍ବିଧାନ, ହାଇକୋର୍ଟ

ପଲ୍ଲୀସଭା ଓ ଗ୍ରାମ ସଭା କାର୍ଯ୍ୟକ୍ରମରେ ଦୁର୍ନୀତି ଅଭିଯୋଗ

December 11, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୧(ଓଡିଶା ଡଟ୍ କମ୍)-ପଲ୍ଲୀସଭା ଓ ଗ୍ରାମ ସଭା କାର୍ଯ୍ୟକ୍ରମ ପ୍ରଚାର ପ୍ରସାରରେ ଯେଉଁ ୧୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ସେଥିରେ ବ୍ୟାପକ ଦୁର୍ନୀତି କରାଯାଇଛି ବୋଲି ମଙ୍ଗଳବାର ଦିନ ବିଧାନ ସଭାରେ ଅଭିଯୋଗ କରିଛନ୍ତି ଉଭୟ କଂଗ୍ରସ ଓ ବିଜେପି ।

ବିଧାନସଭାର ପ୍ରଶ୍ନୋତର କାଳରେ ତାରକା ପ୍ରଶ୍ନ ମାଧ୍ୟମରେ ଅଭିଯୋଗ ଆଣିଥିଲେ ବିଜେପି ବିଧାୟକ କରେନ୍ଦ୍ର ମାଝି । ଗାଁ ଲୋକଙ୍କୁ ସଶକ୍ତି କରଣ ଉଦ୍ଦେଶ୍ୟରେ ଗତ ଅକ୍ଟୋବର ମାସରେ ପଲ୍ଲୀସଭା ଓ ଗ୍ରାମ ସଭା ପାଇଁ ପ୍ରଚାର ପ୍ରସାର କାର୍ଯ୍ୟକ୍ରମରେ ବଡଧରଣର ଦୁର୍ନୀତି ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ପ୍ରଚାର ପ୍ରସାର ପାଇଁ ଯେଉଁ ସବୁ ପ୍ରିଟିଂ କରାଯାଇଛି ତାହା ସରକାରୀ ଛାପାଖାନାରେ କାହିଁକି କରାଗଲା ନାହିଁ , ଘରୋଇ ଛାପାଖାନାରେ କାହିଁକି ଛପା ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ପଞ୍ଚାୟତିରାଜ ମନ୍ତ୍ରୀ କଳ୍ପତରୁ ଦାସ କହିଛନ୍ତି ପଲ୍ଲୀସଭା ଓ ଗ୍ରାମ ସଭାପାଇଁ ବ୍ଲକ ସ୍ତରରେ ୧୫ କୋଟି ୧୦ ଲକ୍ଷ ଟଙ୍କା ଏବଂ ପ୍ରଚାର ପ୍ରସାର ବାବଦରେ ରାଜ୍ୟସ୍ତରରେ ୨କୋଟି ୩୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ।

ପଲ୍ଲୀସଭା ଓ ଗ୍ରାମ ସଭା ପାଇଁ ପ୍ରତି ପଂଚାୟତକୁ ସାମିଏନା ବାବଦକୁ ୧୦ ହଜାର ଟଙ୍କା ଦିଆଯାଇଥିଲା । ମାଇକ,ଭିଡିଓ ରେକଡିଂ ଓ ଅନ୍ୟାନ୍ୟ ବାବଦରେ ୧୭ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି ।

ଯୋଜନା ଓ ଶିକ୍ଷା ବାବଦରେ ଯେଉଁ ଅର୍ଥ ବରାଦ କରାଯାଇଛି ସେହି ଅର୍ଥ ଏଠାରେ ଖର୍ଚ୍ଚ କରାଯାଇଛି । ଗତ ଅକ୍ଟୋବର ୨ ତାରିଖରୁ ୧୭ ତାରିଖ ମଧ୍ୟରେ ରାଜ୍ୟର ୬୨୩୮ପଞ୍ଚାୟତରେ ପଲ୍ଲୀସଭା ଓ ଗ୍ରାମ ସଭା କରାଯାଇଥିଲା । ଏଥିରେ ପାଖାପାଖି ୧ଲକ୍ଷ ୭୨ ହଜାର କର୍ମଚାରୀ ନିୟୋଜିତ ହୋଇଥିଲେ ।

କାର୍ଯ୍ୟକ୍ରମ ତଦାରଖ ଲାଗି ପ୍ରତି ପଞ୍ଚାୟତ ପାଇଁ ଜିଲ୍ଲା ସ୍ତରରେ ୪ ହଜାର ୫ଶହ ଏବଂ ବ୍ଲକ ସ୍ତରରେ ୧୫ ହାଜରା ଟଙ୍କା ଖର୍ଚ୍ଚ କରାଯାଇଛି । ଏହା ସହ ସଚେତନତା ପାଇଁ ପାଲା,ଦାସକାଠିଆ ଓ ଲୋକନୃତ୍ୟ ପରିବେଷଣ ହୋଇଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ ସଫେଇ ଦେଇ କହିଛନ୍ତି କିଛି ଦୁର୍ନୀତି ହୋଇ ନାହିଁ । ଯାହାକିଛି ହୋଇଛି ସରକାରୀ ନୀତି ନିୟମ ଅନୁସାରେ ହୋଇଛି ।

ମାତ୍ର ଅନେକ ସ୍ଥାନରେ ଏଭଳି କାର୍ଯ୍ୟକ୍ରମ ହୋଇନଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ପ୍ରଫୁଲ ମାଝି । ସେ କହିଛନ୍ତି ଏ କାର୍ଯକ୍ରମ ମାଧ୍ୟମରେ କୋଟି କୋଟି ଟଙ୍କା ଚଳୁ କରାଯାଇଛି । କୋଉଠି ଦାସକାଠିଆ,ପାଲା ହୋଇଛି ତାହା ସରକାର କହିପାରିବେ କି ?

ଆଜି ବିଧାନସଭାରେ ପଞ୍ଚାୟତ ରାଜ ମନ୍ତ୍ରୀଙ୍କୁ ଘେରିଥିଲେ ବିରୋଧି । ଏ ବଷୟକୁ ନେଇ ମନ୍ତ୍ରୀ ସଫେଇ ଦେଇ କହିଛନ୍ତି କିଛି ଦୁର୍ନୀତି ହୋଇ ନାହିଁ । ଯାହାକିଛି ହୋଇଛି ସରକାରୀ ନୀତି ନିୟମ ଅନୁସାରେ ହୋଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରସ, ପଞ୍ଚାୟତିରାଜ, ପଲ୍ଲୀସଭା, ବିଜେପି

ବିଧାନସଭାରେ ଏଫ୍ଡିଆଇ ତାତି

December 5, 2012 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର,ଡିସେମ୍ବର ୫(ଓଡିଶା ଡଟ୍ କମ୍)-ଖାଉଟି କ୍ଷେତ୍ରରେ ବିଦେଶୀ ପୁଞ୍ଜି ବିନିଯୋଗ ପ୍ରସଙ୍ଗକୁ ନେଇ ଲୋକସଭାରେ ଉପା ସରକାର ବିଜୟ ହୋଇଥିବା ବେଳେ ବୁଧବାର ଦିନ ବିଧାନସଭାରେ ଜୋରଦାର ଆଲୋଚନା ହୋଇଛି ।

ଏହି ପ୍ରସଙ୍ଗକୁ ନେଇ ବିଜେଡି,ବିଜେପି ଓ ସିପିଆଇ ସଦସ୍ୟ କେନ୍ଦ୍ରକୁ ସମାଲୋଚନା କରିଛନ୍ତି । ଅନ୍ୟ ପକ୍ଷରେ କଂଗ୍ରେସ ଏଫଡିଆଇ ସମର୍ଥନରେ ଦୃଢ ଯୁକ୍ତି ବାଢିଛି ।

ଶୂନ୍ୟକାଳରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରଫୁଲ ଘଡାଇ ଏହି ପ୍ରସଙ୍ଗ ଉତ୍ଥାପନ କରିଥିଲେ । ସେ କହିଲେ ଏଫ୍ଡିଆଇକୁ ବିଜେଡି ସମେତ ବହୁ ଦଳ ବିରୋଧ କରୁଛନ୍ତି ।

ବିଧାନସଭାରେ ମଧ୍ୟ ଏହା ବିରୋଧରେ ପ୍ରସ୍ତାବ ଗ୍ରହଣ କରାଯିବା ଦରକାର । ଓଡିଶାବାସୀ କଦାପି କଂଗ୍ରେସ ସରକାରର ଏହି ନିଷ୍ପତିକୁ ଗ୍ରହଣ କରିବେ ନାହିଁ ।

ଯେଉଁ ମନମୋହନ ସିଂହ ରାଜ୍ୟ ସଭାରେ ବିରୋଧିଦଳର ନେତା ଥିବାବେଳେ ଏଫିଡିଆଇକୁ ବିରୋଧ କରୁଥିଲେ,ସେ ଏବେ ପ୍ରଧାନମନ୍ତ୍ରୀ ଭାବେ ଏହାକୁ ସ୍ୱାଗତ କରୁଛନ୍ତି ।

ଏହା କାର୍ଯ୍ୟକାରୀ ହେଲେ ୧୨ କୋଟି ଲୋକ ବେକାର ହୋଇଯିବେ । ଦେଶର ଗରିବ ଲୋକ ଅଧିକ ଗରିବ ହେବେ । କ୍ଷୁଦ୍ର ବ୍ୟବସାୟୀଙ୍କ ବେଉସା ବୁଡିଯିବ ।

ବିଜେଡିର ପ୍ରଦୀପ ମହାରଥୀ କହିଥିଲେ ଯେ, କଂଗ୍ରେସ ଏବେ ବିଦେଶୀ ହାତରେ ବନ୍ଧା ପଡିଛି । ସୋନିଆ ଗାନ୍ଧୀ ବିଦେଶରୁ ଆସି ସୁଇସ ବ୍ୟାଙ୍କରେ ଟଙ୍କା ରଖିବା ପାଇଁ ଭାରତର ଗରିବ ଲୋକଙ୍କୁ ପଙ୍ଗୁ କରି ଦେଉଛି । ଲୋକେ କିନ୍ତୁ କଂଗ୍ରେସିଆଙ୍କ ବଦନ ଚିହ୍ନିଗଲେଣି ।

ଏମାନେ ଲୁଟପାଇଁ ଚନ୍ଦନମାରି ଲୋକଙ୍କୁ ଏଫ୍ଡିଆଇ ଲଣ୍ଠନ ଦେଖାଉଛନ୍ତି । କଂଗ୍ରେସ ପକ୍ଷରୁ ବିରୋଧିଦଳ ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ କହିଲେ ଯେ, ବୈଦେଶିକ ପୁଞ୍ଜି କ୍ଷେତ୍ରରେ ବିଜେଡି ଦୋମୁହାଁ ନୀତି ଅବଲମ୍ବନ କରୁଛି । ରାଜ୍ୟ ସରକାର ସବୁ କ୍ଷେତ୍ରରେ ବୈଦେଶିକ ପୁଞ୍ଜି ଖଟାଉଛନ୍ତି ।

କେବଳ ବଡ ଶିଳ୍ପ ନୁହେଁ,ଚାଷ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର ବୈଦେଶିକ ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରୁଛନ୍ତି । ବିଦେଶୀ ସହରରେ ମେଳା କରାଯାଇ ବିଦେଶୀ କଂପାନୀକୁ ଡାକି ଅଣାଯାଉଛି । ଏପଟେ କିନ୍ତୁ ବିରୋଧ କରାଯାଉଛି ।

କଂଗ୍ରେସର ସନ୍ତୋଷ ସିଂ ସାଲୁଜା, ନବକିଶୋର ଦାସ କହିଥିଲେ ଏଫ୍ଡିଆଇକୁ ବିରୋଧ କରାଯିବା ଠିକ୍ ନୁହେଁ । ଏହା ସ୍ୱାଗତ ଯୋଗ୍ୟ । ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ,ଡା ପ୍ରଫୁଲ ମାଝି ଏହାକୁ ସମର୍ଥନ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଏଫ୍ଡିଆଇ, କେନ୍ଦ୍ର, ବିଜେଡ଼ି, ବିଜେପି, ବିଧାନସଭା, ଲୋକସଭା, ସିପିଆଇ, ସୁଇସ ବ୍ୟାଙ୍କ

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ