• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଜେପି

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରମୁଖ ନେତାଙ୍କ ନିର୍ବାଚନ ପ୍ରଚାର

February 6, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ଆଗାମୀ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ତିନି ରାଜନୈତିକ ଦଳର ପ୍ରମୁଖ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜୋର୍ ସୋର୍ରେ ପ୍ରଚାର ଚଳାଇଛନ୍ତି ।

ଏହି କ୍ରମରେ ବିଜେପି ରାଜ୍ୟ ସଭାପତି ଜୁଏଲ ଓରାମ ସୋମବାର ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ।

ଜୁଏଲ ପାଇକପୁର ପଞ୍ଚାୟତରେ ଦଳୀୟ କର୍ମୀଙ୍କ ଗହଣରେ ଏକ ପଦଯାତ୍ରାରେ ଘରଘର ବୁଲି ପ୍ରଚାର କରିବା ସହ ବିଜେପି ପ୍ରାର୍ଥୀଙ୍କୁ ବହୁ ସଂଖ୍ୟାରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି ।

ସେହିପରି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରଚାର କରିଥିବା ବେଳେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଜଗଦିଶ ଟାଇଟଲର ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯାଜପୁରରେ ପ୍ରଚାର କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ରାଜନୀତି Tagged With: କଂଗ୍ରେସ, ପଞ୍ଚାୟତ ନିର୍ବାଚନ, ବିଜେଡ଼ି, ବିଜେପି

ବିଜେଡ଼ିର ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ବିଜେପିରେ

January 5, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୫(ଓଡ଼ିଶା ଡ଼ଟ୍ କମ୍) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିକଟତର ହୋଇଆସୁଥିବା ବେଳେ ବିଜେଡ଼ିର ପୂର୍ବତନ ଭଦ୍ରକ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି ।

ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସଭାପତି ଅକ୍ଷୟ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ତିହିଡ଼ି ବ୍ଲକ ୭ନମ୍ବର ଜୋନ୍ ରେ ପୂର୍ବତନ ବିଜେଡ଼ି ଜିଲ୍ଲା ପରିଷଦ ସଦସ୍ୟା ତଥା ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଅପର୍ଣ୍ଣା ସ୍ୱାଇଁ ତାଙ୍କର ବହୁ ସମର୍ଥକଙ୍କ ଯୋଗ ଦେଇଛନ୍ତି ।

ସେହିପରି ଧାମନଗର ବ୍ଲକ କଟସାହି ଗ୍ରାମ ପଞ୍ଚାୟତର ସୁକାନ୍ତ ମିଶ୍ର ଉତ୍କଳ ଭାରତ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିବାବେଳେ ବାସୁଦେବପୁର ବ୍ଲକ ଜଗନ୍ନାଥପ୍ରସାଦ ଗ୍ରାମ ପଞ୍ଚାୟତର କଂଗ୍ରେସ ନେତା ସୁଧାକର ବଦଳ ତାଙ୍କର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପଞ୍ଚାୟତ ନିର୍ବାଚନ, ବିଜେଡ଼ି, ବିଜେପି

ଶାନ୍ତିପୂର୍ଣ୍ଣ ଶିଳ୍ପାୟନ ଭାଷଣ ଭୁଲ ପ୍ରମାଣିତ: ଜୁଏଲ

December 19, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଶାନ୍ତିପୂର୍ଣ୍ଣ ଶିଳ୍ପାୟନ କଥା କହୁଥିବା ବେଳେ ପୋସ୍କୋ ଅଞ୍ଚଳରେ ହୋଇଥିବା ସଂଘର୍ଷରୁ ଏହା ଭୁଲ ପ୍ରମାଣିତ ହୋଇଛି ବୋଲି ସୋମବାର ଢିଙ୍କିଆ ଠାରେ ରାଜ୍ୟ ବିଜେପି ସଭାପତି ଜୁଏଲ ଓରାମ କହିଛନ୍ତି ।

ବିଜେପିର ଆଦର୍ଶ ଅନୁସାରେ ବାମ ଦଳସହ ଆମର କୌଣସି ସଂପର୍କ ନାହିଁ କିନ୍ତୁ ସଂପୃକ୍ତ ଅଞ୍ଚଳରୁ ପୋସ୍କୋକୁ ହଟାଇବା ପାଇଁ ଆମେ ସମସ୍ତେ ଏକାଠି ହୋଇଛୁ, ଆୟୋଜିତ ଏକ ସଭାରେ ସେ କହିଛନ୍ତି ।

ଓରାମ ଢିଙ୍କିଆ ଗସ୍ତ କରି ପୋଲିସ ଏବଂ ନିର୍ମାଣ କମ୍ପାନୀ କର୍ମଚାରୀଙ୍କ ଦ୍ୱାରା ଭୟଭୀତ ହୋଇ
ରହିଥିବା ଲୋକଙ୍କ ସହ ଆଲୋଚନ କରିଛନ୍ତି । ଏହି ଅଞ୍ଚଳରେ ଶାନ୍ତିପୂଣ୍ଣ ଶିଳ୍ପାୟନ ହେବାର ଆଶା
ଦେଖାଯାଉନଥିବା ବେଳେ ପୋଲିସ ଓ ଗୁଣ୍ଡା ବଳରେ ଜମି ଅଧିଗ୍ରହଣ ଏବଂ ପାନବରଜ ଭଙ୍ଗା ଚାଲିଛି ।

ଏହି ପ୍ରକଳ୍ପକୁ ବିରୋଧ କରି ତିନୋଟି ପଞ୍ଚାୟତର ଲୋକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ତଥାପିସରକାର ବଳପୂର୍ବକ ପ୍ରକଳ୍ପ କାମ କରିବାକୁ ଯୋଜନା କରୁଛନ୍ତି ଯାହା ବେଆଇନ ଓ ଅମାନବିକତା, ସେ କହିଛନ୍ତି ।

ପୋସ୍କୋ କମ୍ପାନୀ ସହ ହୋଇଥିବା ବୁଝାମଣାପତ୍ରର ସମୟସୀମା ଶେଷ ହୋଇଯାଇଥିବା ସତ୍ୱେ ଏହି ଚୁକ୍ତି ନବୀକରଣ ନକରି ସରକାର ଜମି ଅଧିଗ୍ରହଣ କରୁଛନ୍ତି, ଏହା ବେଆଇନ । ପୋସ୍କୋ, ବେଦାନ୍ତ
ଓ ଖଣି କାରବାର ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ଦଳ ସବୁବେଳେ ସମର୍ଥନ ଦେବ,
ଓରାମ କହିଛନ୍ତି ।

ପ୍ରକଳ୍ପ ବିରୋଧରେ ଆନ୍ଦୋଳନ ଚଳାଇଥିବା ଢିଙ୍କିଆ ଗ୍ରାମବାସୀଙ୍କ ପ୍ରତି ଏସ୍ୟୁସିଆଇର ସମର୍ଥନ ରହିଛି । ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ ସରକାର ଚାରି ହଜାର ଏକର ଚାଷ ଜମି ଉକ୍ତ କମ୍ପାନୀକୁ ହସ୍ତାନ୍ତର କରିଛନ୍ତି ।

ଏହାଦ୍ୱାରାଲୋକଙ୍କ ଜୀବନ ଜୀବୀକା ପ୍ରଭାବିତ ହେବ ବୋଲି ଏଥିରେ ଯୋଗ ଦେଇ ଏସ୍ୟୁସିଆଇ ନେତା ସମ୍ଭୁନାଥ ନାୟକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜୁଏଲ, ପୋସ୍କୋ, ବିଜେପି

ପୋସ୍କୋ ପ୍ରସଙ୍ଗ ଉଠାଇବା ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପତ୍ର

December 16, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ଡ଼ିସେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ପ୍ରସ୍ତାବିତ ପୋସ୍କୋ ଅଞ୍ଚଳରେ ଦେଖାଦେଇଥିବା ଅରାଜକତା ପ୍ରସଙ୍ଗ ଉପସ୍ଥାପନ କରିବା ପାଇଁ ଓଡ଼ିଶାର ବିଜେପି ସାଂସଦ ରୁଦ୍ର ନାରାୟଣ ପାଣି ରାଜ୍ୟସଭା ଅଧ୍ୟକ୍ଷ ହମି୍ଦ ଆନ୍ସାରୀଙ୍କ ଅନୁମତି ଲୋଡ଼ିଛନ୍ତି ।

ପର୍ଯ୍ୟାବରଣ, କୃଷି ଏପରିକି ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ପ୍ରସ୍ତାବିତ ପ୍ରକଳ୍ପକୁ ସ୍ଥାନାନ୍ତରିତ କରାଯିବା ପାଇଁ ଉଲ୍ଲେଖ କରି ଏହି ସଂପର୍କରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବା ଉଚିତ୍ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି ।

ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଚପାଇ ଦେବା ପାଇଁ ରାଜ୍ୟ ସରକାର ଅତ୍ୟାଚାର କରୁଥିବା ସେ ପତ୍ରରେ ଦର୍ଶାଇଛନ୍ତି ।

ଗତ ବୁଧବାର ସଂପୃକ୍ତ ଅଞ୍ଚଳରେ ସଂଘର୍ଷରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବାସହ ୨୫ ଜଣ ଆହତ ହୋଇଥିବାରୁ ଏହି ପ୍ରସଙ୍ଗ ଉଠାଇବାକୁ ଶୁକ୍ରବାର ସେ ଅଧ୍ୟକ୍ଷଙ୍କ ଅନୁମତି ଲୋଡ଼ିଥିବା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୋସ୍କୋ ପ୍ରକଳ୍ପ, ବିଜେପି, ରାଜ୍ୟସଭା ଅଧ୍ୟକ୍ଷ

ଉମରକୋଟ ଉପ ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା

November 21, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପନିର୍ବାଚନ ତାରିଖ ନିକଟତର ହୋଇଆସୁଥିବା ବେଳେ ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି ।

ଏହି ଆସନ ଦଖଲ ପାଇଁ ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପ୍ରାଣମୁର୍ଚ୍ଛା ଉଦ୍ୟମ ଆରମ୍ଭ କରିଥିବା ବେଳେ ସଂପୃକ୍ତ ଦଳର ବରିଷ୍ଠ ନେତାମାନେ ବର୍ତମାନ ନିର୍ବାଚନମଣ୍ଡଳୀରେ ରହି ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ହାସଲ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ।

ବିଜେପି ପ୍ରାର୍ଥୀ ଧର୍ମୁ ଗଣ୍ଡଙ୍କ ସପକ୍ଷରେ ପ୍ରଚାର ପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆସୁଥିବା ବେଳେ ବିଜେଡ଼ିର ବରିଷ୍ଠ ନେତା ପ୍ୟାରୀମୋହନ ମହାପାତ୍ରଙ୍କ ନେତୃତ୍ୱରେ ଦଳର ମନ୍ତ୍ରୀ ଓ ବିଧାୟକମାନେ ନିଜ ପ୍ରାର୍ଥୀ ସପକ୍ଷରେ ପ୍ରଚାର କରୁଛନ୍ତି ।

ସେହିପରି ବିରୋଧୀ କଂଗ୍ରେସ ଦଳ ମଧ୍ୟ ଆସନ ଦଖଲ କରିବା ନେଇ ଆଶାବାଦୀ ଥିବା ବେଳେ ଦଳର
କେନ୍ଦ୍ରୀୟ ନେତା ଓ ସ୍ଥାନୀୟ ସାଂସଦ ଏବଂ କର୍ମୀମାନେ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ବାହାରିଛନ୍ତି ।

ଶାସକ ଦଳ ବିଜେଡ଼ିରୁ ସ୍ୱର୍ଗତ ଜଗବନ୍ଧୁ ମାଝିଙ୍କ ଘନିଷ୍ଠ ସହଯୋଗୀ ସୁବାସ ଗଣ୍ଡ, ବିଜେପିରୁ ପୂର୍ବତନ ବିଧାୟକ ଧର୍ମୁ ଗଣ୍ଡ ଓ କଂଗ୍ରେସରୁ ଯତୀନ୍ଦ୍ର ଗଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

ଏହି ଆସନକୁ ପୁନର୍ବାର ଦଖଲ କରିବା ବିଜେଡ଼ିର ଆତ୍ମସମ୍ମାନର ପ୍ରଶ୍ନ ନୁହେଁ, ବରଂ ବିଭିନ୍ନ କାରଣରୁ ବିରୋଧୀ କଂଗ୍ରେସ ଓ ବିଜେପି ପାଇଁ ମର୍ଯ୍ୟଦାର ପ୍ରଶ୍ନ ହୋଇଛି ।

ତେବେ ନିର୍ବାଚନକୁ ନେଇ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ଥିବାରୁ ଏହାକୁ ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଦୁର୍ବୃତଙ୍କ ଗୁଳିମାଡ଼ରେ ଗତ ସେପ୍ଟେମ୍ବର ୨୪ରେ ବିଜେଡ଼ି ବିଧାୟକ ଜଗବନ୍ଧୁ ମାଝୀଙ୍କ ମୃତ୍ୟୁ ପରେ ଏହି ଆସନଟି ଖାଲିପଡ଼ିଥିଲା । ଆସନ୍ତା ୩୦ ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ, ବିଜେପି, ରାଜନୀତି

କେନ୍ଦ୍ରାପଡ଼ା ପୌର ନିର୍ବାଚନରେ ବିଜେଡ଼ିର ବାଜିମାତ୍

November 16, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ପୌର ନିର୍ବାଚନ ଫଳାଫଳ ବୁଧବାର ଘୋଷଣା ହୋଇଥିବା ବେଳେ ଏଥିରେ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀମାନେ ଅଧିକ ୱାର୍ଡ଼ରେ ବିଜୟୀ ହୋଇ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି ।

ଫଳାଫଳ ଅନୁଯାୟୀ ବିଜେଡ଼ି ପ୍ରାର୍ଥୀ ୧୩ଟି ୱାର୍ଡ଼ରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୫ଟି ଏବଂ ବିଜେପି, ଏନ୍ସିପି ଓ ସ୍ୱାଧିନ ପ୍ରାର୍ଥୀ ଗୋଟିଏ ଲେଖାଏଁ ୱାର୍ଡ଼ରେ ବିଜୟୀ ହୋଇଛନ୍ତି ।

୨୧ଟି ୱାର୍ଡ଼ ପାଇଁ ମଙ୍ଗଳବାର ଭୋଟ୍ ଗ୍ରହଣ ହୋଇଥିଲା ଓ ୬୯ ଜଣ ପ୍ରାର୍ଥୀ ଏହି ନିର୍ବାଚନରେ ପ୍ରତିଦ୍ଵନ୍ଦ୍ୱିତା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଏନ୍ସିପି, କଂଗ୍ରେସ, ନିର୍ବାଚନ, ବିଜେଡ଼ି, ବିଜେପି, ସ୍ୱାଧିନ ପ୍ରାର୍ଥୀ

ଡ଼ାଲି ଦୁର୍ନୀତି: ସ୍ୱତନ୍ତ୍ର ସଂସ୍ଥା ଦ୍ୱାରାତନ୍ତ ଦ।ବି

February 18, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦ।ତା

ଭୁବନେଶ୍ୱର, ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ହୋଇଥିବା ବହୁ କୋଟି ଟଙ୍କାର ଡ଼ାଲି ଦୁର୍ନୀତିର ତନ୍ତ ଏକ ସ୍ୱତନ୍ତ୍ର ସଂସ୍ଥା ଦ୍ୱାରା କରିବା ପାଇଁ ବିଜେପି ପକ୍ଷରୁ ଦ।ବି କରାଯାଇଛି ।

ଏ ସଂପର୍କରେ ରାଜ୍ୟ ସଭାପତି ଜୁଏଲ ଓରାମଙ୍କ ନେତୃତ୍ୱରେ ବୁଧବାର ଏକ ପ୍ରତିନିଧି ଦଳ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କୁ ସାକ୍ଷାତ କରି ଦ।ବି ପତ୍ର ପ୍ରଦାନ କରିଛନ୍ତି ।

ସେମାନେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦ।ବି କରିଥିବା ବେଳେ ଦୁର୍ନୀତିରେ ସଂପୃକ୍ତ ବିଭାଗୀୟ ମନ୍ତ୍ରୀ, ଉଚ୍ଚପସ୍ଥ ଅଧିକାରୀ ଓ ଡ଼ାଲି ଯୋଗାଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଫୌଜଦାରି ମାମଲା ରୁଜୁ କରିବାକୁ ଦ।ବି କରିଛନ୍ତି ।

ରାଜ୍ୟର ଛୋଟ ଛୋଟ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ନାମରେ ପୋକରା ଡ଼ାଲି ଯୋଗାଣ କେବଳ ଦୁର୍ନୀତି ନୁହେଁ ବରଂ ଏହା ଏକ ଅକ୍ଷମଣୀୟ ଅପରାଧ ବୋଲି ସେମାନେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ନିଜ ସ୍ତରରେ ଏ ସଂପର୍କରେ ଅତି ଶୀଘ୍ର ପଦକ୍ଷେପ ନେବେ ବୋଲି ରାଜ୍ୟପାଳ ପ୍ରତିନିଧି ଦଳଙ୍କୁ ପ୍ରତିଶୃତି ଦେଇଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଡାଲି ଦୁର୍ନୀତି, ବିଜେପି, ମୁଖ୍ୟ ଖବର

ଡ଼ାଲି ଦୁର୍ନୀତି ବିରୁଦ୍ଧରେ ଲଢ଼େଇ ଜାରି ରହିବ: ବିଜେପି

February 16, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭଦ୍ରକ, ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଡ଼ାଲି ଦୁର୍ନୀତି ତଥା ଭ୍ରଷ୍ଟାଚାରୀ ନବୀନ ସରକାର ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ତାର ଆନ୍ଦୋଳନ ସବୁ ସ୍ତରରେ ଜାରି ରଖିବ ବୋଲି ଏକ ସମାବେଶରେ ଦଳର ନେତାମାନେ କହିଛନ୍ତି ।

ଖଣି, ପାଣି, ଜମି ଓ କୋଇଲା ଆଦି ମହାଦୁର୍ନୀତିରେ ଛନ୍ଦି ହୋଇପଡ଼ିଥିବା ବିଜେଡ଼ି ସରକାର ଶେଷରେ ଛୋଟଛୋଟ ପିଲାଙ୍କ ମଧ୍ୟାହ୍ନ ଭୋଜନ ଓ ଗର୍ଭବତୀ ମହିଳାମାନଙ୍କ ପାଇଁ ଯୋଗାଇ ଦିଆଯାଉଥିବା ଡ଼ାଲିରେ ବ୍ୟାପକ ଦୁର୍ନୀତି କରିଛନ୍ତି, ସୋମବାର ଭଦ୍ରକ ଠାରେ ଆୟୋଜିତ ସମାବେଶରେ ସେମାନେ କହିଛନ୍ତି ।

ଭଦ୍ରକର ଆର୍ଏମ୍ସି ଛକ ଠାରୁ କର୍ମୀମାନେ ଏକ ର୍ୟାଲି ବାହାରି ନବୀନ ପଟ୍ଟନାୟକ ହାଏ ହାଏ, ବିଜେଡ଼ି ସରକାର ଡ଼ାଉନ ଡ଼ାଉନ୍, ନବୀନ ପଟ୍ଟନାୟକ ଇସ୍ତଫା ଦିଅନ୍ତୁ ଆଦି ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିବା ବେଳେ ଶତାଧିକ ମହିଳା ହାତରେ ଝାଡ଼ୁ ଧରି ର୍ୟାଲିରେ ଯୋଗ ଦେଇଥିଲେ ।

କେନ୍ଦ୍ରର କଂଗ୍ରେସ ଓ ରାଜ୍ୟର ବିଜେଡ଼ି ସରକାର ସଲାସୁତୁରାର ଶାସନ ଚଳାଇଛନ୍ତି । ଦୁର୍ନୀତି କରିବାରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି ବୋଲି ରାଜ୍ୟ ସଭାପତି ଜୁଏଲ ଓରାମ ଉ୍ବୋଧନ ଦେଇ କହିଥିଲେ ।

ଡ଼ାଲି ଯୋଗାଣରେ ବ୍ୟାପକ ଅନିୟମିତତା ହେଉଛି ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବରୁ ଅବଗତ କରାଇଥିଲେ ସୁଦ୍ଧା ତାଙ୍କ କଥାକୁ ସେ ଗୁରୁତ୍ୱ ଦେଇନଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଡ଼ାଲି ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ନିଜେ ସଂଶ୍ଳିଷ୍ଟ ବୋଲି ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଉ୍ବୋଧନ ଦେଇ କହିଥିଲେ । ସମାବେଶରେ ଦଳର ବହୁ ବରିଷ୍ଠ ନେତା ଓ ପଦାଧିକାରୀମାନେ ଯୋଗ ଦେଇଥିଲେ

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଡାଲି ଦୁର୍ନୀତି, ବିଜେପି, ଭଦ୍ରକ, ମୁଖ୍ୟ ଖବର

ଡ଼ାଲି ଦୁର୍ନୀତି: ବିଜେପି କେନ୍ଦ୍ରୀୟ କମିଟିର ଓଡ଼ିଶା ଗସ୍ତ

February 5, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦ ଦାତା

ଭୁବନେଶ୍ୱର, ଫେବୃୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାରେ ସଂପ୍ରତି ହୋଇଥିବା ମଧ୍ୟାହ୍ନ ଭୋଜନ ଡ଼ାଲି ଦୁର୍ନୀତି ସମସ୍ତ ରାଜ୍ୟବାସୀଙ୍କୁ ହତଚକିତ କରିଦେଇଥିବା ବେଳେ ଏହାର ତନ୍ତ ପାଇଁ ବିଜେପି କେନ୍ଦ୍ରୀୟ କମିଟି ଓଡ଼ିଶା ଗସ୍ତ କରିବ ବୋଲି ରାଜ୍ୟ ଶାଖା ପକ୍ଷରୁ କୁହାଯାଇଛି ।

ଦଳର କେନ୍ଦ୍ରୀୟ ସଂପାଦକ କିରୀଟ୍ ସୋମାୟା ଚଳିତ ମାସ ୭ ତାରିଖରେ ଓଡ଼ିଶା ଆସି ଏହି ଦୁର୍ନୀତିର ସରଜମିନ୍ ତନ୍ତ କରି ରିପୋର୍ଟ ପ୍ରଦାନ କରିବେ । ସେ ରାଜ୍ୟର ଅନ୍ୟ ନେତା ମାନଙ୍କ ସହ ଆସନ୍ତା ୭ ଓ ୮ ତାରିଖ ଦୁଇ ଦିନ ଧରି ବିଭିନ୍ନ ଜିଲ୍ଲା ଗସ୍ତ କରିବେ ।

ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ଯୋଗାଯାଉଥିବା ନିମ୍ନମାନର ଡ଼ାଲି କେବଳ ରାଜ୍ୟବାସୀଙ୍କୁ ନୁହେଁ ସମଗ୍ର ଦେଶବାସୀଙ୍କୁ ଧାର୍ଯ୍ୟ କରିଛି ।

ସ୍ୱଚ୍ଛ ସରକାର ବୋଲି ଦ।ବି କରୁଥିବା ନବୀନ ସରକାରଙ୍କର “ଭାନୁମତି’ର ପେଡ଼ି ଖୋଲିଲା ଭଳି ବିଭିନ୍ନ ଦୁର୍ନୀତିର ପେଡ଼ି ଖୋଲିବାରେ ଲାଗିଛି ।

ତିନି ହଜାର କୋଟି ଟଙ୍କାରୁ ଉଦ୍ଧ୍ୱର୍ ଏହି ଦୁର୍ନୀତି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋମଳମତି ଶିଶୁ ଏବଂ ଗର୍ଭବତୀ ମହିଳା ମାନଙ୍କୁ ପ୍ରତାରଣା କରିଛନ୍ତି ବୋଲି ରାଜ୍ୟ ସଭାପତି ଜୁଏଲ ଓରାମ ଅଭିଯୋଗ କରିଛନ୍ତି ।

ଏହି କମିଟିରେ କେନ୍ଦ୍ରୀୟ ସମ୍ପାଦକ କିରୀଟ୍ ସୋମୟା, ସଭାପତି ଜୁଏଲ ଓରାମଙ୍କ ସମେତ ଅନ୍ୟ ନେତା ଓ ସଂପୃକ୍ତ ଜିଲ୍ଲାର ସ୍ଥାନୀୟ ନେତୃତ୍ୱ ସାମିଲ ଅଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଡାଲି ଦୁର୍ନୀତି, ବିଜେପି, ମୁଖ୍ୟ ଖବର

ବିଜେପି ଯୁବମୋର୍ଚ୍ଚାର ବିଧାନସଭା ଘେରାଉ

December 7, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସଂବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ବେଦାନ୍ତ ବିଶ୍ୱବ୍ୟିାଳୟ କ୍ଷେତ୍ରରେ ସରକାର ସମସ୍ତ ଆଇନ୍ ଉଲଙ୍ଘନ କରି ଜମି ଅଧିଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ମଙ୍ଗଳବାର ଭୁବନେଶ୍ୱର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ କରାଯାଇଛି ।

ପୂର୍ବାହ୍ନରେ ପ୍ରାୟ ୧୫ ହଜାରରୁ ଉଦ୍ଧ୍ୱର୍ ଯୁବମୋର୍ଚ୍ଚା କର୍ମୀ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଏକ ବିରାଟ ରାଲିରେ ‘ନବୀନ ପଟ୍ଟନାୟକ-ହାଏ, ହାଏ,’ ବେଦାନ୍ତ ପ୍ରୀତି ଚଳିବ ନାହିଁ, ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅ ଧ୍ୱନୀ ଦେଇ ଲୋୟର ପିଏମଜିରେ ଏକତ୍ରୀତ ହୋଇଥିଲେ ।

ଏ ସରକାର କେବଳ ବେଦାନ୍ତ କ୍ଷେତ୍ରରେ ନୁହେଁ, ଅନେକ ଶିଳ୍ପ କ୍ଷେତ୍ରରେ, ଖଣି ମହାୁର୍ନୀତି, କୋଇଲା ଦୁର୍ନୀତି,
ଜଳସେଚନ ଦୁର୍ନୀତି ସମେତ ବ୍ୟାପକ ଦୁର୍ନୀତିରେ ଲିପ୍ତ ହୋଇ ଓଡ଼ିଶାର ସର୍ବନାଶ କରିବାରେ ଲାଗିଛି ।

ପୂର୍ବରୁ ଛୋଟ ଛୋଟ ଦୁର୍ନୀତିରେ ଲିପ୍ତ ଥିବା ମନ୍ତ୍ରୀମାନଙ୍କୁ ବାହାର କରି ନିଜକୁ ସ୍ୱଚ୍ଛ ଖୋଉଥିବା ନବୀନ ପଟ୍ଟନାୟକ ଆଜି ୩୦୦୦ ହଜାର କୋଟି ଟଙ୍କା ଦୁର୍ନୀତିରେ ଜଡ଼ିତ ବୋଲି ଆୟୋଜିତ ପ୍ରତି ସଭାରେ ଉଦ୍ଧବୋଧନ ଦେଇ ବିଜେପି ରାଜ୍ୟ ସଭାପତି ଜୁଏଲ ଓରାମ କହିଥିଲେ ।

ବେଦାନ୍ତ ବିଶ୍ୱବ୍ୟିାଳୟ ଉପରେ ମାନ୍ୟବର ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ଅସଲ ଚେହେରା ଲୋକଲୋଚନକୁ ଆସିଯାଇଛି । ହାଇକୋର୍ଟର କଟୁ ମନ୍ତବ୍ୟ ପରେ ସେ ତାଙ୍କ ଉପରୁ ଇସ୍ତଫା ଦେବା ଉଚିତ ବୋଲି ପୂର୍ବତନ ସଭାପତି ସୁରେଶ ପୂଜାରୀ କହିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଓ
ବହୁଦଳୀୟ ନେତା ସରକାରଙ୍କୁ କଟୁ ସମାଲୋଚନା କରିଥିଲେ ।

ପ୍ରତି ସଭା ଶେଷରେ ଶତାଧିକ ଯୁବମୋର୍ଚ୍ଚା କର୍ମୀ କଡ଼ିଅର ଭାଙ୍ଗି ବିଧାନସଭା ଆଡ଼କୁ ଅଗ୍ରସର ହେବା ବେଳେ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା ଓ ପ୍ରାୟ ଦୁଇ ହଜାରରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଗିରଫ କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଦୁର୍ନୀତି, ବିଜେପି, ବେଦାନ୍ତ, ମୁଖ୍ୟ ଖବର

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ