• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଜୟା ଦଶମୀ

ଆରଏସ୍ଏସ୍ ତରଫରୁ ବିଜୟା ଦଶମୀ ଉତ୍ସବ

October 24, 2012 by ଓଡିଶା ଡଟ କମ 1 Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୨୪(ଓଡ଼ିଶା ଡ଼ଟ୍ କମ୍) –ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନେ ହେଉଛନ୍ତି ଭାରତୀୟ ସଂସ୍କୃତିର ରକ୍ଷକ ଓ ବୀରତ୍ୱର ପ୍ରତୀକ ଓ ଧର୍ମ,ସଂସ୍କୃତି,ପରମ୍ପରା,ଏକତା ,ଅଖଣ୍ଡତା ଓ ସାର୍ବଭୌମତ୍ୱର ସୁରକ୍ଷା ଦାୟିତ୍ୱ ଏହିମାନଙ୍କ ଉପରେ ନ୍ୟସ୍ତ ବୋଲି ରାଜ୍ୟ ସାକ୍ଷରତା ମିଶନର ଉପଦେଷ୍ଟା ଉଦ୍ଧବ ଚରଣ ନାୟକ ପ୍ରକାଶ କରିଛନ୍ତି ।

ବୁଧବାର ଦିନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଭୁବନେଶ୍ୱର ମହାନଗର ତରଫରୁ ଅନୁଷ୍ଠିତ ବିଜୟା ଦଶମୀ ଉତ୍ସବରେ ମୁଖ୍ୟ ଅତିଥିରୂପେ ଯୋଗଦେଇ ରାଜ୍ୟ ପୌଢଶିକ୍ଷା ମିଶନର ପୂର୍ବତନ ଉପନିର୍ଦ୍ଦେଶକ ନାୟକ କହିଲେ ଭାରତୀୟ ସଂସ୍କୃତି ସାରା ବିଶ୍ୱକୁ ଦିଗ୍ଦର୍ଶନ ଦେଉଛି ଓ ଦେଉଥିବ ।

ଏହା ନୂତନ ମଙ୍ଗ ପ୍ରଦାନକାରୀ ସଂସ୍କୃତି । ଜାତୀୟ ସଂହତି ହେଉଛି ଭାରତର ବିଶ୍ୱକୁ ଅବଦାନ । ଏହା ବହୁପୁରାତନ କାଳରୁ ଭାରତରେ ବିଦ୍ୟମାନ । ତେଣୁ ସେହି ମହାନ୍ ସଂସ୍କୃତିକୁ ଉଜ୍ବିତକରି ରଖିବାକୁ ହେବ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

ପୁରୀ ବିଭାଗ ସହସଂଘ ଚାଳକ ସମୀର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରାଷ୍ଟ୍ରଦୀପର ସଂପାଦକ ଶ୍ରୀ ଜଗବନ୍ଧୁ ମିଶ୍ର ମୁଖ୍ୟବକ୍ତାରୂପେ ଯୋଗଦେଇ କହିଲେ ର୍ଦୁବଳ ହୋଇ ବଞ୍ଚି ରହିପାରିବା ନାହିଁ ।

ରାଷ୍ଟ୍ର ର୍ଦୁବଳ ହେଲେ ତିଷ୍ଠି ରହିପାରିବ ନାହିଁ । ସେଥିପାଇଁ ଉପାସନା ଦରକାର । ଆଜିର ଦେବୀ ଉପାସନା, ରାଷ୍ଟ୍ର ଉପାସନା ଓ ସମାଜ ଉପାସନା ।

ଆମ ଦେଶର ସଂସ୍କୃତି, ପରମ୍ପରା, ଧର୍ମ, ମହାପୁରୁଷ ଆଦି ସମସ୍ତେ ଉଦା । ଭାରତର ମାଟି, ପାଣି, ପବନ, ଗୋଡି ଶାଳଗ୍ରାମ ମହାନ୍ । ସମସ୍ତେ ଚନ୍ଦନ ପରି ଉଦା ବୋଲି ଯେତେବେଳେ ଭାବନା ଆସିବ ସେତେବେଳେ ଆମ ମଧ୍ୟରେ ଶତ ସଂହିର ବଳ ଜାଗି ଉଠିବ । ଆମର ପ୍ରଗତୀକୁ କେହି ଅଟକାଇ ପାରିବେ ନାହିଁ ।

ଆର୍ଥିକ ଯନ୍ତ୍ରରେ ଦେଶ ଆଜି ବାନ୍ଧି ହେବାକୁ ଯାଉଛି । ଭାରତର କୋଟି କୋଟି ଧନସଂପଦ କଳାଧନ ନାମରେ ବିଦେଶରେ ଜମା ହୋଇ ରହିଛି ।

ବହୁରାଷ୍ଟ୍ରୀୟ କମ୍ପାନୀମାନେ ଆମର ଅର୍ଥନୀତିକୁ କବ୍ଚା କରି ସାର୍ବଭୌମତ୍ୱକୁ ନଷ୍ଟ କରିବାକୁ ବସିଛନ୍ତି । ତେଣୁ ଜାଗ୍ରତ ସମାଜ ଠିଆହେଲେ ଏହାର ବିରୋଧ ହେବ । ବିନା ଶକ୍ତିରେ କିଛି ହେବ ନାହିଁ ।

ଶକ୍ତିଥିଲେ ସମସ୍ତେ ଭକ୍ତି କରିବେ । ଆମେରିକା ପାଖରେ ମୁଣ୍ଡ ନୁଆଁଇବାକୁ ପଡିବ ନାହିଁ କି ବିଦେଶରୁ ପୁଞ୍ଜି ଆଣିବାକୁ ପଡିବ ନାହିଁ । ଆତ୍ମ ସ୍ୱାଭିମାନ ଜାଗ୍ରତ ହେଲେ,ସ୍ୱାଭିମାନ ହୋଇ ବଢିଲେ ଜାତିର ଉନ୍ନତି ହେବ, ଦେଶ ଶ୍ରେଷ୍ଠ ହେବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ ।

ଏହି ଅବସରରେ ଏକ ଭବ୍ୟ ପଥ ସଂଚଳନ ସ୍ଥାନୀୟ ୟୁନିଟ ୮ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ବାହାରି ଡେଲଟାଛକ, ଶ୍ରୀରାମ ମନ୍ଦିର, ଗୋପବନ୍ଧୁ ସ୍କୋୟାର, ରଜାଭବନ ପଛ, ହନୁମାନ ମନ୍ଦିର, ବାହାଇଛକ ଦେଇ ସମଗ୍ର ୟୁନିଟ ୮ ଅଞ୍ଚଳ ପରିକ୍ରମା କରିଥିଲା ।

ପଥ ମଧ୍ୟରେ ମାଆ, ଭଉଣୀମାନେ ପୁଲ, ଚନ୍ଦନ, ଦୀପ ଓ ଧୂପ ଦେଇ ସଂଘର ଗୁରୁ ପବିତ୍ର ଗୈରିକ ପତାକାକୁ ବନ୍ଧାପନା କରିଥିଲେ । ଉତ୍ସବ ସ୍ଥାନରେ ସ୍ୱୟଂସେବମାନଙ୍କ ଦଦ୍ୱାରାସୂୂୂର୍ଯ୍ୟ ନମସ୍କାର, ନିୟୁଦ୍ଧ, ଦଣ୍ଡ, ବିଭିନ୍ନ ପ୍ରକାର ଆସନ୍ନ, ପତାକା ଯୋଗ ପଦର୍ଶନ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଜାତୀୟ ସଂହତି, ବିଜୟା ଦଶମୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ