• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଦେଶୀ ପୁଞ୍ଜି

ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜି ନିବେଶକୁ ବିରୋଧ

January 28, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜାନୁଆରୀ ୨୮(ଓଡିଶା ଡଟ୍ କମ୍ )-ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜି ନିବେଶ ଶୀର୍ଷକ ଏକ ରାଜ୍ୟସ୍ତରୀୟ ସେମିନାର ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲା ସଂଯୋଜକ ସୁଭାଶିଷ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚୌଧୁରୀ ବଜାରସ୍ଥିତ ଶ୍ରୀରାମଚନ୍ଦ୍ର ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

FDI Seminar at Cuttack

ଆରମ୍ଭରେ ମଞ୍ଚର ବିଭାଗ ସଂଯୋଜକ ଆଇ ସୁବ୍ରମଣ୍ୟମ୍ଙ୍କ ଅତିଥି ପରିଚୟ ପ୍ରଦାନ ପରେ ଏହି ଆଲୋଚନା ଚକ୍ରର ଉଦ୍ଦେଶ୍ୟ ସଂପର୍କରେ କହିଲେ ଦେଶର ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ବିଦେଶୀ ପୁଞ୍ଜି ନିବେଶର ଆବଶ୍ୟକତା ବୁଦ୍ଧିଜିବୀ ମହଲରେ ଆଲୋଚନା ହେବା ଉଚିତ୍ ।

ମୁଖ୍ୟ ଅତିଥି ଭାବରେ ମଞ୍ଚର ରାଷ୍ଟ୍ରୀୟ ସହସଂଯୋଜକ ସରୋଜ ମିତ୍ର ଯୋଗଦେଇ କହିଲେ ଦେଶର ଆର୍ଥିକ ଅଭିବୃଦ୍ଧି ନାମରେ ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜି ନିବେଶ କରିବା ଦ୍ୱାରାକେନ୍ଦ୍ର ସରକାର କୃଷକ, ଦରିଦ୍ର, ଖଟିଖିଆ ଓ ସାଧାରଣ ଜନତାଙ୍କୁ ମରଣ ମୁହଁକୁ ଠେଲିଦେଇଛନ୍ତି । ଏହାଦ୍ୱାରା ଦେଶର ଆର୍ଥିକ ଅଭିବୃଦ୍ଧି ନହୋଇ ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିବ ।

ସ୍ତମ୍ଭକାର ତଥା ଅର୍ଥନୀତି ବିଶେଷଜ୍ଞ ସନ୍ତୋଷ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଲେ ରିଟେଲ ମାର୍କେଟ ଭଳି ଏକ ସ୍ପର୍ଶକାତର କ୍ଷେତ୍ରକୁ ବିଦେଶୀମାନଙ୍କ ହାତକୁ ଟେକିଦେବା ଦ୍ୱାରାଭାରତ ଭଳି ଏକ କୃଷି ପ୍ରଧାନ ଦେଶର ଚାଷୀ, ଉତ୍ପାଦନକାରୀ ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନେ କ୍ଷତିଗ୍ରସ୍ତ ହୋଇ ଏହି ବିଦେଶୀ କମ୍ପାନୀମାନଙ୍କ ଦ୍ୱାରାଶୋଷିତ ହେବେ ।

ଦେଶରେ ବେକାର ସମସ୍ୟା ବୃଦ୍ଧି ଘଟିବ ଏବଂ ଅନେକ ଲୋକ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିବାକୁ ବାଧ୍ୟ ହେବେ ।

ଓଡିଶା ବ୍ୟବସାୟୀ ମହାସଙ୍ଘର ରାଜ୍ୟ ସମ୍ପାଦକ ସୁଧାକର ପଣ୍ଡା ଯୋଗଦେଇ କହିଲେ ବିଦେଶୀ ବ୍ୟବସାୟୀମାନେ ସ୍ଥାନୀୟ ଅଞ୍ଚଳରୁ ଏକକାଳୀନ ସମସ୍ତ ସାମଗ୍ରୀ କିଣିନେବା ଯୋଗୁଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗୁଜୁରାଣ ମେଣ୍ଟାଉଥିବା ଦେଶର ଚାରି କୋଟି ଖୁଚୁରା ବ୍ୟବସାୟୀ ତଥା କର୍ମଚାରୀମାନେ ନିଜର ଜୀବିକା ହରାଇବେ ଯାହାଦଦ୍ୱାରା ସେମାନଙ୍କ ଉପରେ ନିର୍ଭରଶୀଳ ୨୦ କୋଟି ଲୋକଙ୍କ ପରିବାର କ୍ଷତିଗ୍ରସ୍ତ ହେବ, ନିଜ ଦେଶରେ ଉତ୍ପାଦିତ ହୋଇ ମଧ୍ୟ ଅନେକ ଜିନିଷର ଦର ଆକାଶ ଛୁଆଁ ହେବ ।

ନୂତନ ସୁବିଧା ସୁଯୋଗ ଆଦି ପାଇବାକୁ ଚାହୁଁଥିବା ସ୍ଥାନୀୟ ଅଧିବାସୀମାନେ ପୁଞ୍ଜି ଓ ଆବଶ୍ୟକୀୟ ବୁଦ୍ଧି ଅଭାବରୁ କେବଳ ଚାକର ଓ ସାମାନ୍ୟ ଉପଭୋକ୍ତା ହୋଇ ରହି ଠକାମି ଏବଂ ଶୋଷଣର ଶିକାର ହେବେ ବୋଲି ଯୁକ୍ତି ଦର୍ଶାଇଥିଲେ ।

ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରାନ୍ତ ବିଚାର ପ୍ରମୁଖ ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦ ଯୋଗଦେଇ କହିଲେ ଆମ ରାଜନେତାମାନଙ୍କ ଅପରିଣାମ ଦର୍ଶିତା ହିଁ ଦେଶର ବିକାଶରେ
ଅନ୍ତରାୟ ସୃଷ୍ଟି କରିଛି । ଦେଶ ଓ ଜନତାର ସ୍ୱାର୍ଥକୁ ଏମାନେ ଅଣଦେଖା କରିଚାଲିଛନ୍ତି ।

ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରି କେନ୍ଦ୍ର୍ର ସରକାର ନିଜର ସହଯୋଗୀ ଦଳ ଓ ବିରେଧି ଦଳକୁ ବିଶ୍ୱାସକୁ ନ ନେଇ ଅତ୍ୟନ୍ତ
ତରବରିଆ ଭାବରେ ଖୁଚୁରା ବ୍ୟବସାୟରେ ମଲ୍ଟିବ୍ରାଣ୍ଡରେ ୫୧% ଓ ସିଙ୍ଗଲ୍ ବ୍ରାଣ୍ଡ୍ରେ ୧୦୦% ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି ଦେବା ଏକ ଦେଶ ବିରୋଧି କାର୍ଯ୍ୟ ବୋଲି
କହିଥିଲେ ।

ଏହି ଆଲୋଚନାଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ପ୍ରାନ୍ତ ସମ୍ପର୍କ ପ୍ରମୁଖ ନିର୍ମଳ ଚନ୍ଦ୍ର ଷଡଙ୍ଗୀ, ସର୍ବେଶ୍ୱର ବେହେରା, ବସନ୍ତ ସାହୁ, ପ୍ରଭାତ ପାଢୀ, ପ୍ରେମ କୁମାର ମହାନ୍ତି,
ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆର୍ଥିକ ଅଭିବୃଦ୍ଧି, ଉତ୍ପାଦନକାରୀ, ଖୁଚୁରା ବ୍ୟବସାୟ, ବିଦେଶୀ ପୁଞ୍ଜି

ଏଫ୍ଡିଆଇକୁ ବିରୋଧକରି ବିଜେପିର ଧାରଣା

November 21, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨୧ (ଓଡିଶା ଡଟ୍ କମ୍)- କେନ୍ଦ୍ର ସରକାର ଖୁଚୁରା ବ୍ୟବସାୟ କ୍ଷେତ୍ରରେ ୫୧% ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ଅଗ୍ରାଧିକାର ଦେଇଥିବାରୁ ଏହାକୁ ବିରୋଧକରି ରାଜଭବନ ସମ୍ମୁଖରେ ବିଜେପି ପକ୍ଷରୁ ଆଜି ଧାରଣା ଅନୁଷ୍ଠିତ ହୋଇଯାଇଛି ।

ଏହି ନିସ୍ପତି ଦ୍ୱାରାଚାଷୀ, କ୍ଷୁଦ୍ର ବ୍ୟବସାୟୀ ଏବଂ କ୍ଷୁଦ୍ର ଶିଳ୍ପସଂସ୍ଥାମାନେ ପ୍ରଭାବିତ ହେବେ ବୋଲି କହି ସରକାର ଏହି ନିସ୍ପତି ପ୍ରତ୍ୟାହାର କରନ୍ତୁ ବୋଲି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ବିଜେପି ତରଫରୁ ପ୍ରଦାନ କରାଯାଇଛି ।

ପାର୍ଟିର ରାଜ୍ୟ ସଭାପତି ଶ୍ରୀ ଜୁଏଲ ଓରାମ କହିଛନ୍ତି ଦରଦାମ ବୃଦ୍ଧି ସରକାର ବନ୍ଦ କରନ୍ତୁ । ଭ୍ରଷ୍ଟାଚାର ବନ୍ଦ କରାଯାଉ । ଆସନ୍ତାକାଲି ବିଜେପିର ସାଂସଦମାନେ ଏଫ୍ଡିଆଇକୁ ପାଲ୍ୟାମେଣ୍ଟରେ ବିରୋଧ କରିବେ । ସେଥିପାଇଁ ଦଳର ନିସ୍ପତି ଅନୁସାରେ ଆଜି ସାରା ଦେଶରେ ୬୦୦ଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତଥା କିଛି ପ୍ରମୁଖ ସହରମାନଙ୍କରେ ଏହି ଏକ ଦିବସୀୟ ଧାରଣା ଅନୁଷ୍ଠିତ ହୋଇଛି ।

ସେହି କ୍ରମରେ ଓଡିଶାର ୪୦ଟି ସ୍ଥାନରେ ଏହି ପ୍ରକାର ଧାରଣା ଅନୁଷ୍ଠିତ ହୋଇଛି । ଭାରତ ସରକାର ଖୁଚୁରା ବ୍ୟବସାୟରେ ୫୧% ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି ଦେଲେ ଦେଶର ଚାରି କୋଟି ଛୋଟ ଛୋଟ ଓ ନାମକୁ ମାତ୍ର କ୍ଷୁଦ୍ର ବ୍ୟବସାୟୀମାନେ ନିଜର ଜୀବିକା ହରାଇ ବସିବେ ।

ଭାରତ ଭଳି କୃଷି ପ୍ରଧାନ ଦେଶର ଚାଷୀ, ଉତ୍ପାଦନ କାରୀ ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନେ କ୍ଷତିଗ୍ରସ୍ତ ହୋଇ ଏହି କମ୍ପାନୀମାନଙ୍କ ଦ୍ୱାରାଶୋଷିତ ହେବେ । ଖୁଚୁରା ବ୍ୟବସାୟୀର ଭବିଷ୍ୟତ ଅନିଶ୍ଚିତ ହୋଇପଡିବ । ଦେଶରେ ବେକାର ସମସ୍ୟା ବୃଦ୍ଧି ଘଟିବ ।

ବିଶ୍ୱର ଯେଉଁସବୁ ଦେଶରେ ଏହିଭଳି କମ୍ପାନୀମାନେ ଖୁଚୁରା ବ୍ୟବସାୟରେ ପୁଞ୍ଜି ନିବେଶ କରି ପ୍ରବେଶ କରିଛନ୍ତି, ସେ ଦେଶ ଆଜି ସର୍ବସ୍ୱାନ୍ତ ହୋଇପଡିଛିି । ଆମ୍ ଜନତାଙ୍କ କଥା କହୁଥିବା କେନ୍ଦ୍ରର କଂଗ୍ରେସ ନେତୃତ୍ୱାଧିନ ଉପା ସରକାର ଡିଜେଲ୍ ଦର ବଢାଇବା ଏବଂ ଏଲ୍ପିଜି ସିଲିଣ୍ଡର ଉପରେ ସବସିଡି ବର୍ଷକୁ ୬ଟିରେ ସୀମିତ ରଖବା ଦୁର୍ଭାଗ୍ୟଜନକ ।

ଏହାଦ୍ୱାରାସରକାର ଦେଶର ସାଧାରଣ ଜନତାଙ୍କୁ ଧୋକା ଦେଇ ସେମାନଙ୍କ ଉପରେ ଆର୍ଥିକ ଆତଙ୍କବାଦ ଲଦି ଦେଇଛନ୍ତି ବୋଲି ଶ୍ରୀ ଓରାମ ପ୍ରକାଶ କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଡିଜେଲ୍ ଦର ବୃଦ୍ଧି, ବିଜେପି, ବିଦେଶୀ ପୁଞ୍ଜି

ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜି ପ୍ରତ୍ୟାହାର ଦାବିରେ ଧାରଣା, ସଭା

November 3, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୩ (ଓଡ଼ିଶା ଡ଼ଟ୍ କମ୍)– ସ୍ୱଦେଶୀ ଜାଗରଣ ମଞ୍ଚ, ଓଡିଶା ତରଫରୁ ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜି ନିବେଶକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।

ମଞ୍ଚର ପ୍ରାନ୍ତ ବିଚାର ପ୍ରମୁଖ ଶିକ୍ଷାବିତ୍ ଡକ୍ଟର ଧିରେନ୍ଦ୍ର ନନ୍ଦଙ୍କ ସଂଯୋଜନାରେ୍ ଅନୁଷ୍ଠିତ ହୋଇଥିବା ଗଣ ଧାରଣା ଓ ପ୍ରତିବାଦ ସଭାରେ ୬ଟି ଦାବି ସମ୍ବଳିତ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ପାଖକୁ ରାଜ୍ୟପାଳଙ୍କ ଜରିଆରେ ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମଞ୍ଚର ରଷ୍ଟ୍ରୀୟ ସହସଂଯୋଜକ ସରୋଜ ମିତ୍ର, ଅଖିଳ ଭାରତୀୟ ସଂଘର୍ଷ ବାହିନୀ ସହପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ, ପ୍ରାନ୍ତ ସହସଂଯୋଜକ ଶତୃଘ୍ନ ତରାଇ, ପ୍ରାନ୍ତ ପ୍ରଚାର ପ୍ରସାର ପ୍ରମୁଖ ପ୍ରସନ୍ନ କୁମାର ଛୋଟ୍ଟରାୟ, ପ୍ରାନ୍ତ ସମ୍ପର୍କ ପ୍ରମୁଖ ନିର୍ମଳ ଚନ୍ଦ୍ର ଷଡଙ୍ଗୀ, ପ୍ରମୁଖ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବିଦେଶୀ ପୁଞ୍ଜି, ରାଜ୍ୟପାଳ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ