• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଦ୍ୟାଳୟ

ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଳି ଦ।ବିରେ ସ୍କୁଲ ଫାଟକରେ ତାଲା

January 4, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମୁଖି କାଯ୍ୟକୁ ବିରୋଧ କରି ତାଙ୍କ ବଳି ଦ।ବିରେ ବୁଧବାର ଭଦ୍ରକ ଠାରେ ଶତାଧିକ ମହିଳା ଅଭିଭାବକମାନେ ସ୍କୁଲ ଫାଟକରେ ତାଲା ପକାଇ ଦେଇଛନ୍ତି ।

ଚରମ୍ପା-ଖଣ୍ଡିଆ ବଜାର ଆଦିବାସୀ ସାହି ପ୍ରାଥମିକ ବ୍ୟିାଳୟରେ ୧୫୦ରୁ ଉଦ୍ଧ୍ୱର୍ ଆଦିବାସୀ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଏଠାରେ ଠିକ୍ ଭାବରେ ପାଠ ପଢା ହେଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ପ୍ରଧାନଶିକ୍ଷୟିତ୍ରୀ ଭୋଜିଭାତରେ ମାତୁଛନ୍ତି । ପିଲାମାନଙ୍କୁ ଭୋଜିଭାତର ଅଇଁଠା ବାସନ କୁସନ ମଜାଉଛନ୍ତି ଏବଂ ବହୁ ସମୟରେ ତାଙ୍କ ସମେତ ଅନ୍ୟ ଶିକ୍ଷୟତ୍ରୀମାନେ ପାଠପଢ଼ା ବେଳେ ସୁଇଟର ମଫଲର ଭଳି ପୋଷାକ ବୁଣିବାରେ ସମୟ ବିତାଉଥିବା ସେମାନେ କହିଛନ୍ତି ।

ବିଦ୍ୟାଳୟରେ ଖାଲି ପଡ଼ିଥିବା ଗୃହରେ ଅଙ୍ଗନବାଡ଼ି ବିଦ୍ୟାଳୟର ପିଲାମାନଙ୍କୁ ପଢ଼ାଇବା ପାଇଁ ଦ।ବି ହୋଇଆସୁଥିଲେ ମଧ୍ୟ ତାଙ୍କ ପ୍ରରୋଚନାରେ ଏଥିପାଇଁ ଅନୁମତି ନମିଳିବାରୁ ବହୁ ପିଲା ପାଠପଢ଼ାରୁ ବଂଚିତ ହେଉଛନ୍ତି ।

ଘଟଣାସ୍ଥଳରେ ବିଡ଼ିଓ ରମେଶ ଜେନା ପହଂଚି ଆସନ୍ତା ୩ମାସ ମଧ୍ୟରେ ଦ।ବି ପୂରଣର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପ୍ରଧାନ ଶିକ୍ଷୟତ୍ରୀ, ବିଦ୍ୟାଳୟ

ଆମ ଗାଁ ଆମ ବିଦ୍ୟାଳୟ ଉଦଘାଟିତ

December 15, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଗୁଣପୁର, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଗୁଣୁପୁର ଜୋନାଲ ଅଫିସର “ଆମଗାଁ ଆମ ବିଦ୍ୟାଳୟ’ ଉଦଘାଟିତ ହୋଇଛି ।

ଗୁରୁବାର ଏହି ଉଦଘାଟନ ଉତ୍ସବରେ ଦିଲ୍ଲୀସ୍ଥିତ”ବେକ୍ଟ ଇଣ୍ଡିଆ’ ପକ୍ଷରୁ ଲିଷ୍ଟ ଏନ୍ଜିଓର ପରିଚାଳକ କୈଳାଶ ଶବର ଏବଂ ସିମାଂଚଳ କୁମ୍ଭାର ଯୋଗ ଦେଇଥିଲେ ।

ଏହାବ୍ୟତୀତ ରାମନାଗୁଡ଼ା ବ୍ଲକର ଶିବପ୍ରସାଦ ପଣ୍ଡା, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ, ୱାର୍ଡ଼ସଭ୍ୟ, ଗ୍ରାମବାସୀ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ ।

ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଏବଂ ସଂଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ମାଗଣାରେ ଶିକ୍ଷା ପ୍ରଦାନ କରିବା ବେକ୍ଟ ଇଣ୍ଡିଆର ମୁଖ୍ୟ ଲକ୍ଷ୍ୟ ବୋଲି ପଣ୍ଡା ଲୋକଙ୍କୁ କହିଥିଲେ ।

ଏହାସହ ଗରିବ ଆଦିବାସୀ, ମୁଲିଆ, ହରିଜନ ବର୍ଗର ପିଲା ମାନଙ୍କୁ କିପରି ଭଲ ଜ୍ଞାନ, କମ୍ପ୍ୟୁଟର ଶିକ୍ଷା, ସଂଗୀତ, ଯୋଗ ଶିକ୍ଷା, ବେଦଶିକ୍ଷା ଆଦି ପ୍ରଦାନ କରାଯାଇପାରିବ ସେଦିଗରେ ବହୁତ ଲକ୍ଷ୍ୟ ରହିଛି, ସେ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବିଦ୍ୟାଳୟ, ରାୟଗଡ଼ା

ସ୍କୁଲରୁ ମିଳିବ ଜାତି, ଆୟ ଏବଂ ବାସସ୍ଥାନ ପ୍ରମାଣପତ୍ର

December 7, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ଏଣିକି ସ୍କୁଲ ଗୁଡ଼ିକରୁ ଜାତି, ଆୟ ଏବଂ ବାସସ୍ଥାନ ପ୍ରମାଣପତ୍ର ମିଳିବ ବୋଲି ବୁଧବାର ସରକାର ନିଷ୍ପତି ଗ୍ରହଣ କରିଛନ୍ତି ।

ଏହାଦ୍ୱାରା ନବମ ଓ ଦଶମ ଶ୍ରେଣୀର ଦଶ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନୂଆ କାର୍ଯ୍ୟକ୍ରମକୁ ସ୍କୁଲ ସାର୍ଟିଫିକେଟ ଯୋଜନା ଭାବରେ ନାମିତ କରାଯାଇଛି ।

ଯୋଜନା ଅନୁଯାୟୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ବିଦ୍ୟାଳୟ ପରିସରରେ ବିଭିନ୍ନ ସରକାରୀ ସାର୍ଟିଫିକେଟ ଦିଆଯିବ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ସରକାରୀ ଓ ବ୍ଲକଗ୍ରାଂଟ ତଥା ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟକୁ ସାମିଲ କରାଯାଇଛି ।

ତହସିଲଦାର କିମ୍ବା ରାଜସ୍ୱ ବିଭାଗ ଅଧିକାରୀମାନେ ଉଚ୍ଚ ବିଦ୍ୟାଳୟ ମାନଙ୍କରେ କ୍ୟାମ୍ପକରି ବିଦ୍ୟାଳୟ ପ୍ରଧାନଶିକ୍ଷକ, ପରିଚାଳନା କମିଟି ତଥା ସ୍ଥାନୀୟ ପଂଚାୟତିରାଜ ପ୍ରତିନିଧିଙ୍କ ସହାୟତାରେ ସାର୍ଟିଫିକେଟ ଦେବାର ବ୍ୟବସ୍ଥା କରାଯିବ ।

ଏହି ପ୍ରମାଣପତ୍ର ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି କୋର୍ଟ ଫି ଦେବାକୁ ପଡ଼ିବ ନାହିଁ ଏବଂ ଏହା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କ ଦ୍ୱାରାଗ୍ରହଣ କରିବା ବାଧ୍ୟତାମୂଳକ ହେବ ବୋଲି ନିଷ୍ପତି ନିଆଯାଇଛି ।

ଚଳିତ ଶିକ୍ଷା ବର୍ଷ ଶେଷ ସୁଦ୍ଧା ନବମ ଓ ଦଶମ ଶ୍ରେଣୀର ସମସ୍ତ ପିଲାଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: ଛାତ୍ରଛାତ୍ରୀ, ପ୍ରମାଣପତ୍ର, ବିଦ୍ୟାଳୟ, ବିଶେଷ ଖବର

ଡ଼ିସେମ୍ବର ୧୫ସୁଦ୍ଧା ଆଦିବାସୀ ସ୍କୁଲରେ ଶିକ୍ଷକ ନିଯୁକ୍ତି

November 24, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ ଦ୍ୱାରାପରିଚାଳିତ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଅଭାବ ପୂରଣ କରିବା ନିମନ୍ତେ ଆସନ୍ତା ଡ଼ିସେମ୍ବର ୧୫ ମଧ୍ୟରେ ଦୁଇ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ସରକାର ଗୁରୁବାର ନିଷ୍ପତି ଗ୍ରହଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଥିବା ବେଳେ ତିନି ଲକ୍ଷ ଆଦିବାସୀ ଝିଅ ଏବଂ ୪୦ ହଜାର ଆଦିବାସୀ ପୁଅଙ୍କ ପାଇଁ ୩୩୬୨ଟି ହଷ୍ଟେଲ ନିର୍ମାଣ ପାଇଁ ଯୋଜନା କରାଯାଇଥିବା କୁହାଯାଇଛି ।

ଆଉ ୯୩୫ଟି ଛାତ୍ରୀ ନିବାସର ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ଏହା ଆଗାମୀ ଶିକ୍ଷା ବର୍ଷରୁ କାର୍ଯ୍ୟକ୍ଷମ ହେବ । ଜନଜାତି ପିଲା ମାନଙ୍କୁ ବଡ଼ ସହରରେ ରଖି ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ନିମନ୍ତେ ହଷ୍ଟେଲ ନିର୍ମାଣ ପାଇଁ ଭୁବନେଶ୍ୱରରେ ତିନୋଟି ସ୍ଥାନ ଚିହ୍ନଟ କରାଯାଇଥିବା ବୈଠକରେ କୁହାଯାଇଛି ।

ଏହାବ୍ୟତୀତ ବ୍ରହ୍ମପୁରରେ ୧୫୦ ପିଲାଙ୍କ ପାଇଁ ହଷ୍ଟେଲ ପ୍ରସ୍ତୁତ କରାଯାଇଥିବା ବେଳେ ରାଉରକେଲାରେ ମଧ୍ୟ ହଷ୍ଟେଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅନୁସୂଚିତ ଜନଜାତି, ବିଦ୍ୟାଳୟ

  • « Go to Previous Page
  • Page 1
  • Page 2

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ