• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଧାୟକ

ବିଧାୟକଙ୍କ ମୁକ୍ତି: ୧୩ ବନ୍ଦୀଙ୍କ ମାମଲା ପ୍ରତ୍ୟାହାର ନିଷ୍ପତି

April 18, 2012 by admin

 

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୮(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଧାୟକ ଝିନ୍ନ ହିକକାଙ୍କ ମୁକ୍ତି ପାଇଁ ମାଓବାଦୀଙ୍କ ଦାବି ଅନୁଯାୟୀ ୨୯ ଜଣ ବନ୍ଦୀଙ୍କ ମଧ୍ୟରୁ ୧୩ ଜଣଙ୍କ ନାଁରେ ଥିବା ମାମଲା ପ୍ରତ୍ୟାହର କରିବାକୁ ସରକାର ବୁଧବାର ଘୋଷଣା କରିଛନ୍ତି ।

ମାଓବାଦୀଙ୍କ ୨୯ ଜଣିଆ ତାଲିକାରେ ଏହି ୧୩ ଜଣଙ୍କ ନାମ ରହିଛି । ସେମାନଙ୍କ ମଧ୍ୟରୁ ୮ ଜଣ ଚାଷୀ ମୂଲିଆ ଆଦିବାସୀ ସଂଘର ଏବଂ ୫ ଜଣ ମାଓବାଦୀ ।

ସେମାନେ ହେଲେ ଅରଗୁ ସିରିକା, ରୂପନା ହୁଲୁକା, ଦୋରା ହନ୍ତାଳ, ଧନ ହନ୍ତାଳ, ୱାଡେକା ଡିବା, ନାଚିକା ସୁବା, ରବି ତାଡିଙ୍ଗି, ହୁଲୁକା କେଶବା, ସେତୁ ପାଙ୍ଗି, ମୁଲା ନୀଲମ ରେଡ୍ଡୀ, ଦେବ ମାଢ଼ୀ, ଗଙ୍ଗା ସୋଡି ଓ ଭୀମ ପାଡିଆମା ।

ବୁଧବାର ଅପରାହ୍ନ ୫ଟା ସୁଦ୍ଧା ବିଧାୟକଙ୍କୁ ମାଓବାଦୀମାନେ ଛାଡ଼ିଦେଲେ ସରକାର ବନ୍ଦୀଙ୍କ ନାମରେ ଥିବା ମାମଲା ପ୍ରତ୍ୟାହାର ସଂପର୍କରେ ଗୁରୁତର ସହ ବିଚାର କରିବେ ବୋଲି ଗତକାଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।

ତେବେ ଦାବି ମୁତାବକ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି ଏବଂ ତାଙ୍କ ଉପରେ ଆମର ବିଶ୍ୱାସ ନାହିଁ । ତେଣୁ ସମୟସୀମା ଅନୁଯାୟୀ ଆଜି ବିଧାୟକଙ୍କୁ ମୁକ୍ତ କରାଯାଇ ପାରୁ ନାହିଁ ବୋଲି ମାଓନେତ୍ରୀ ଅରୁଣା ଗଣମାଧ୍ୟମକୁ ଏକ ଅଡ଼ିଓ ଟେପ୍ ମାଧ୍ୟମରେ ଜଣାଇଛନ୍ତି ।

ଏଥିପାଇଁ ଆଉ ସମୟସୀମା ଦିଆଯିବ ନାହିଁ ଏବଂ ପ୍ରଜାକୋର୍ଟରେ ବିଧାୟକଙ୍କ ସଂପର୍କରେ ବିଚାର କରାଯାଇ ନିଷ୍ପତି ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ସରକାର ୧୩ ଜଣ ବନ୍ଦୀଙ୍କ ନାମରୁ ମାମଲା ପ୍ରତ୍ୟାହାର କରିନେବାକୁ ଘୋଷଣା କରିଥିବାରୁ ମାଓବାଦୀମାନେ ବିଧାୟକଙ୍କୁ ତୁରନ୍ତ ଅକ୍ଷତ ଅବସ୍ଥାରେ ଛାଡିବୋକୁ ସରକାର ଅନୁରୋଧ କରିଛନ୍ତି ।

ପୂର୍ବରୁ ମାଓବାଦୀମାନେ ୩୦ ଜଣ ବନ୍ଦୀଙ୍କୁ ଖଲାସ କରିବାକୁ ଦାବି କରିଆସୁଥିବା ବେଳେ ବିଭିନ୍ନ ମାମଲାରେ ଜଡ଼ିତ ମାଓନେତା ଘାସିକୁ ଖଲାସ କରାଯାଇ ପାରିବ ନାହିଁ ବୋଲି ସରକାର କହିବା ପରେ ସେମାନେ ୨୯ ଜଣଙ୍କୁ ଖଲାସ କରିବାକୁ ଦାବି କରିଥିଲେ ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ୩୭ ବର୍ଷ ବୟସ୍କ ବିଧାୟକ ଝିନ୍ନ ହିକକାଙ୍କୁ ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ଗତ ମାର୍ଚ୍ଚ ୨୪ରେ ଅପହରଣ କରିନେଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଝିନ୍ନ ହିକକା, ବିଧାୟକ, ମାଓବାଦୀ

ପ୍ରଥମେ ବିଧାୟକଙ୍କୁ ଛାଡ଼, ପରେ ମାମଲା ପ୍ରତ୍ୟାହାର

April 17, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୭(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀମାନେ ଅପହୃତ ବିଧାୟକଙ୍କୁ ପ୍ରଥମେ ମୁକ୍ତ କରନ୍ତୁ ଓ ପରେ ସେମାନଙ୍କ ଦାବି ମୁତାବକ ବନ୍ଦୀଙ୍କ ନାଁରେ ଥିବା ମାମଲା ପ୍ରତ୍ୟହାର ପାଇଁ ପଦକ୍ଷେପ ନିଆଯିବ ବୋଲି ମଙ୍ଗଳବାର ସରକାର ମାଓବାଦୀଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ଯଦି ୧୮ ତାରିଖ ବୁଧବାର ସଂଧ୍ୟା ୫ଟା ସୁଦ୍ଧା ବିଧାୟକଙ୍କୁ ମୁକ୍ତ କରାଯାଏ ତେବେ ସରକାର ବନ୍ଦୀ ମାନଙ୍କ ମାମଲା ପ୍ରତ୍ୟାହାର ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ସରକାରଙ୍କ ମଧ୍ୟସ୍ଥି ପଞ୍ଚାୟତିରାଜ ସଚିବ ପ୍ରଦୀପ ଜେନା ଗଣମାଧ୍ୟମକୁ କହିଛନ୍ତି ।

୨୫ ଜଣଙ୍କୁ ମୁକ୍ତ କରିବା ପାଇଁ ସହାୟତ ପ୍ରଦାନ କରିବାକୁ ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି ବୋଲି ସେ କହିଛନ୍ତି ।

ବିଧାୟକଙ୍କ ମୁକ୍ତି ପାଇଁ ମାଓବାଦୀଙ୍କ ଦ୍ୱାରାଉପସ୍ଥାପନ କରାଯାଇଥିବା ଦାବି ମଧ୍ୟରେ ଥିବା ଦୁଇ ଜଣ ବନ୍ଦୀ ଇତିମଧ୍ୟରେ କୋର୍ଟରୁ ଜାମିନ ପାଇଛନ୍ତି । ତେଣୁ ଘୋଷଣା ଅନୁଯାୟୀ ସମସ୍ତ ବନ୍ଦୀଙ୍କ ଜାମିନ ପାଇଁ ପଦକ୍ଷେପ ନିଆଯିବ, ସେ କହିଛନ୍ତି ।

ତେବେ ସରକାର ବନ୍ଦୀ ମାନଙ୍କ ମୁକ୍ତି ନେଇ କଣ ପଦକ୍ଷେପ ନେବେ ସେ ସଂପର୍କରେ ଗଣମାଧ୍ୟମ ଜରିଆରେ ନିର୍ଦ୍ଧିଷ୍ଟ ସୂଚନା ଦେବା ଉଚିତ୍ ବୋଲି ଆଜି ସକାଳେ ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ସଦସ୍ୟା ମାଓନେତ୍ରୀ ଅରୁଣା ଏକ ଅଡ଼ିଓ ଟେପ୍ ରେ ଜଣାଇଛନ୍ତି ।

ଯଦି ଆମେ ସରକାରଙ୍କ ଠାରୁ ନିର୍ଦ୍ଧିଷ୍ଟ ପ୍ରତିଶୃତି ପାଇବୁ ତେବେ ବୁଧବାର ସଂଧ୍ୟା ୫ଟାରେ ବିଧାୟକ ମୁକ୍ତ ହେବେ, ସେ କହିଛନ୍ତି । ନହେଲେ ପରବର୍ତୀ ପଦକ୍ଷେପ ପାଇଁ ସରକାର ଦାୟୀ ରହିବେ ବୋଲି ସେ କହିଛନ୍ତି ।

ସରକାର ବନ୍ଦୀ ମାନଙ୍କୁ ଜାମିନ ଆବେଦନ କରିବା ପାଇଁ କହିବା ଅପେକ୍ଷା ନିଜେ ଏଥିପାଇଁ ପଦକ୍ଷେପ ନେବା ଉଚିତ୍ ।

ପୂର୍ବରୁ ମାଓବାଦୀମାନେ ୩୦ ଜଣ ବନ୍ଦୀଙ୍କୁ ଖଲାସ କରିବାକୁ ଦାବି କରିଆସୁଥିବା ବେଳେ ବିଭିନ୍ନ ମାମଲାରେ ଜଡ଼ିତ ମାଓନେତା ଘାସିକୁ ଖଲାସ କରାଯାଇ ପାରିବ ନାହିଁ ବୋଲି ସରକାର କହିବା ପରେ ସେମାନେ ୨୯ ଜଣଙ୍କୁ ଖଲାସ କରିବାକୁ ଦାବି କରିଥିଲେ ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ୩୭ ବର୍ଷ ବୟସ୍କ ବିଧାୟକ ଝିନ୍ନ ହିକକାଙ୍କୁ ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ଗତ ମାର୍ଚ୍ଚ ୨୪ରେ ଅପହରଣ କରିନେଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଝିନ୍ନ ହିକକା, ବିଧାୟକ, ମାଓବାଦୀ, ସରକାର

ବିଧାୟକଙ୍କ ମୁକ୍ତି ନେଇ ପୁଣି ସମୟସୀମା ଦେଲେ ମାଓବାଦୀ

April 15, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୫(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଧାୟକଙ୍କ ମୁକ୍ତି ପାଇଁ ଆସନ୍ତା ବୁଧବାର୧୮ ତାରିଖ ସୁଦ୍ଧା ସେମାନଙ୍କ ଦାବି ପୂରଣ କରିବାକୁ ମାଓବାଦୀମାନେ ରବିବାର ପୁଣିଦିନ ଧାର୍ଯ୍ୟ କରିଛନ୍ତି ।

ଆସନ୍ତା ୧୮ ତାରିଖ ୨୯ ଜଣ ବନ୍ଦୀଙ୍କୁ ଧରି କୋରାପୁଟ ଜିଲ୍ଲା ବାଲିପେଟାକୁ ଆସିଲେ ବିଧାୟକଙ୍କୁ ହସ୍ତାନ୍ତର କରାଯିବ ବୋଲି ମାଓନେତ୍ରୀ ଅରୁଣା କେତେକ ଗଣମାଧ୍ୟମକୁ ପଠାଇଥିବା ବାର୍ତାରେ କହିଛନ୍ତି ।

ମାଓବାଦୀମାନେ ୩୦ ଜଣ ବନ୍ଦୀଙ୍କୁ ଖଲାସ କରିବାକୁ ଦାବି କରିଆସୁଥିବା ବେଳେ ବିଭିନ୍ନ ମାମଲାରେ ଜଡ଼ିତ ମାଓନେତା ଘାସିକୁ ଖଲାସ କରାଯାଇ ପାରିବ ନାହିଁ ବୋଲି ସରକାର କହିବା ପରେ ସେମାନେ ଏହି ନୂଆ ସମୟସୀମା ଧାର୍ଯ୍ୟ କରିଛନ୍ତି ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ୩୭ ବର୍ଷ ବୟସ୍କ ବିଧାୟକ ଝିନ୍ନ ହିକକାଙ୍କୁ ସିପିଆଇ ମାଓବାଦୀ ସଂଗଠନର ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ଗତ ମାର୍ଚ୍ଚ ୨୪ରେ ଅପହରଣ କରିନେଇଲା ।

ପୂର୍ବରୁ ବିଧାୟକଙ୍କ ମୁକ୍ତି ପାଇଁ ସେମାନେ ୧୦ ତାରିଖକୁଦିନ ଧାର୍ଯ୍ୟ କରିଥିଲେ । ମାଓବାଦୀଙ୍କ ଦାବି ଅନୁଯାୟୀ ଖଲାସ ହେବାକୁ ଥିବା ବନ୍ଦୀମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀମୂଲିଆ ଆଦିବାସୀ ସଂଗଠନର ସଦସ୍ୟ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗଣମାଧ୍ୟମ, ବିଧାୟକ, ମାଓନେତ୍ରୀ ଅରୁଣା, ମାଓବାଦୀ

ବିଧାୟକ ଅପହରଣ: ବନ୍ଦୀଙ୍କ ମାମଲା ପ୍ରତ୍ୟାହାର ଦାବି

April 14, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୪(ଓଡ଼ିଶା ଡ଼ଟ୍ କମ୍) ଲକ୍ଷ୍ମୀପୁର ବିଧାୟକ ଝିନ୍ ହିକ୍କାଙ୍କ ମୁକ୍ତି ପାଇଁ କରାଯାଇଥିବା ଦାବି ମୁତାବକ ବନ୍ଦୀ ମାନଙ୍କୁ ଜାମିନ ବଦଳରେ ସେମାନଙ୍କ ମାମଲା ପ୍ରତ୍ୟାହାର କରିବାକୁ ମାଓବାଦୀମାନେ ଦାବି କରିଛନ୍ତି ।

ସରକାର ଜାମିନ ଆବେଦନ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଜେଲ୍ ରେ ଥିବା ଚାଷୀମୂଲିଆ ଆଦିବାସୀ ସଂଘର କର୍ମକର୍ତା ଓ ମାଓ କର୍ମୀଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବାକୁ ମାଓବାଦୀମାନେ ଦାବି କରିଥିବା ଶନିବାର ସେମାନଙ୍କ ଓକିଲ ନିହାର ରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ।

ତେଣୁ ଜାମିନ ପାଇଁ ଏ ଦିଗରେ ସେ ଆଲତରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି କହିଛନ୍ତି । ୩୨୧ ଧାରା ଅନୁଯାୟୀ ସରକାରଙ୍କ ପକ୍ଷରୁ ଏ ଦିଗରେ ପଦକ୍ଷେପ ନେବାପାଇଁ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସେ କହିଛନ୍ତି ।

ତେବେ ସର୍ତ ଅନୁଯାୟୀ ଘୋଷଣା କରାଯାଇଥିବା ୨୩ଜଣ ଖଲାସ ପାଇଁ ଜାମିନ ଆବେଦନ କଲେ ସରକାର ସାହାଯ୍ୟ କରିବେ ଏବଂ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଗୃହ ସଚିବ ବାରମ୍ବାର ଗଣମାଧ୍ୟମକୁ କହୁଛନ୍ତି ।

ବିଧାୟକଙ୍କୁ ନିରାପଦରେ ମୁକ୍ତ କରିବା ପାଇଁ ସେ ସରକାରଙ୍କ ପକ୍ଷରୁ ମାଓ ସଂଗଠନର ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିକୁ ନିବେଦନ କରିଛନ୍ତି ।

ଦାବି ଅନୁଯାୟୀ ଚାଷୀମୂଲିଆ ଆଦିବାସୀ ସଂଘର ୧୫ଜଣ ସଦସ୍ୟଙ୍କୁ ସରକାର ଖଲାସ କରିବାକୁ ଘୋଷଣା କରିଥିବାରୁ ସେମାନଙ୍କ ପରିବାର ଲୋକେ ଗତ ୫ିନ ଧରି ନାରାୟଣପାଟଣା ସ୍ଥିତ ବାଲିପେଟାରେ ଅପେକ୍ଷା କରି ରହିଛନ୍ତି ।

ବିଧାୟକଙ୍କ ମୁକ୍ତି ପାଇଁ ୨୭ ଜଣଙ୍କୁ ଖଲାସ କରିବାକୁ ସରକାର ଘୋଷଣା କରିଥିବା ବେଳେ ଏହା ସହ ଅନ୍ୟ ପାଞ୍ଚ ଜଣଙ୍କୁ ଖଲାସ କରିବାକୁ ଆନ୍ଧ୍ର-ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ପୂର୍ବରୁ ଦାବି କରିଛି ।

ତେବେ ଶୁକ୍ରବାର ମୁଖ୍ୟମନ୍ତ୍ରୀ କୋରାପୁଟ ଗସ୍ତରେ ସାଂସଦ, ବିଧାୟକ ଏବଂ ହିକକାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି । ମାଓବାଦୀମାନେ ଗତ ମାର୍ଚ୍ଚ ୨୪ରେ କୋରାପୁଟ ଜିଲ୍ଲାରୁ ବିଜେଡ଼ି ବିଧାୟକ ହିକକାଙ୍କୁ ଅପହରଣ କରିନେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ନାରାୟଣପାଟଣା, ବିଧାୟକ, ମାଓବାଦୀ, ଲକ୍ଷ୍ମୀପୁର

ବିଧାୟକ ଅପହରଣ: ଆଉ ପାଞ୍ଚ ଜଣଙ୍କୁ ଛାଡ଼ିବାକୁ ଦାବି

April 7, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୭(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଧାୟକ ଝିନ୍ନ ହିକକାଙ୍କ ମୁକ୍ତି ପାଇଁ ମାଓବାଦୀମାନେ ମଙ୍ଗଳବାର ପର୍ଯ୍ୟନ୍ତ ସମୟସୀମାକୁ ବୃଦ୍ଧି କରିଥିବା ବେଳେ ଆଉ ପାଞ୍ଚ ଜଣଙ୍କୁ ନିଃସର୍ତ ଖଲାସ କରିବାକୁ ଶନିବାର ଦାବି କରିଛନ୍ତି ।

ବିଧାୟକ ଓ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ଆଠ ଜଣ ମାଓବାଦୀଙ୍କ ସମେତ ୨୭ ଜଣଙ୍କୁ ଖଲାସ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିବାର ଦୁଇଦିନ ପରେ ମାଓବାଦୀମାନେ ପୁଣି ଏଭଳି ଦାବି ଉପସ୍ଥାପନ କରିଛନ୍ତି ।

ସରକାର ୨୭ ଜଣଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କୁ ଖଲାସ କରନ୍ତୁ ବୋଲି ଆନ୍ଧ୍ର-ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ସଦସ୍ୟ ଜଗବନ୍ଧୁ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ପଠାଇଥିବା ଅଡ଼ିଓ ଟେପ୍ ରେ କହିଛନ୍ତି ।

ସଂପୃକ୍ତ ମାଓନେତା ଖଲାସ ହେବାକୁ ଥିବା ଲୋକଙ୍କ ନାମ ମଧ୍ୟ ଉକ୍ତ ଟେପ୍ ରେ ଉଲ୍ଲେଖ କରିଛନ୍ତି । “ଆମେ ସମୟସୀମାକୁ ଦଶ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛୁ । ଯଦି ସେମାନଙ୍କୁ ମୁକ୍ତ କରାନଯାଏ ତେବେ ସରକାର ପରବର୍ତୀ ପଦକ୍ଷେପ ଦେଖିବେ” ସେ କହିଛନ୍ତି ।

ଗତ ମାର୍ଚ୍ଚ ୨୪ରେ କୋରାପୁଟରୁ ବିଧାୟକଙ୍କୁ ଅପହରଣ କରିନେଇଥିବା ମାଓବାଦୀମାନେ ପୂର୍ବରୁ ଶନିବାର ପର୍ଯ୍ୟନ୍ତ ସେମାନଙ୍କର ଦାବି ସଂପର୍କରେ ନିଷ୍ପତି ନେବାକୁ ସରକାରଙ୍କୁ ସମୟ ଦେଇଥିଲେ । ହିକକାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଉକ୍ତ ମାଓନେତା ଟେପ୍ ରେ କହିଛନ୍ତି ।

ସେହିପରି ଗତ ମାର୍ଚ୍ଚ ୧୪ ତାରିଖରେ କନ୍ଧମାଳ ଜିଲ୍ଲାରୁ ସିପିଆଇ ମାଓବାଦୀ ସଂଗଠନର ଓଡ଼ିଶା ଶାଖା ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷ ବୟସ୍କ ବାସୁସ୍କୋ ପାଓଲୋଙ୍କୁ ଅପହରଣ କରିନେଇଥିଲା । ତେବେ ତାଙ୍କର ମୁକ୍ତି ପାଇଁ ସଂଗଠନ ପକ୍ଷରୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଝିନ୍ନ ହିକକା, ବିଧାୟକ, ମାଓବାଦୀ, ମୁଖ୍ୟମନ୍ତ୍ରୀ

ଅପହୃତଙ୍କ ମୁକ୍ତି ପାଇଁ ୨୭ ବନ୍ଦୀଙ୍କୁ ଛାଡ଼ିବାକୁ ନିଷ୍ପତି

April 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୪(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଦେଶୀ ପର୍ଯ୍ୟଟକ ଏବଂ ବିଧାୟକଙ୍କ ମୁକ୍ତି ପାଇଁ ୨୭ ଜଣ ବନ୍ଦୀଙ୍କୁ ଜେଲ୍ ରୁ ଖଲାସ କରିବାକୁ ସରକାର ବୁଧବାର ନିଷ୍ପତି ଗ୍ରହଣ କରିଛନ୍ତି ।

ସଂଧ୍ୟାରେ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ଏସଂପର୍କରେ କହିଛନ୍ତି ।

ବିଧାୟକ ଝିନ୍ନ ହିକକାଙ୍କ ମୁକ୍ତି ପାଇଁ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଥିବା ଚାଷି ମୂଲିଆ ଆଦିବାସୀ ସଂଘର ୧୫ ଜଣ ସଦସ୍ୟ ଏବଂ ୮ ଜଣ ମାଓବାଦୀଙ୍କୁ ଜେଲରୁ ଖଲାସ କରିବାକୁ ନିଷ୍ପତି ନିଆଯାଇଛି ବୋଲି ସେ କହିଛନ୍ତି ।

ସେହିପରି ସିପିଆଇ ମାଓବାଦୀ ସଂଗଠନର ଓଡ଼ିଶା କମିଟି ଦ୍ୱାରା ଅପହୃତ ପର୍ଯ୍ୟଟକ ବାସୁସ୍କୋ ପାଓଲୋଙ୍କ ମୁକ୍ତି ପାଇଁ ମଧ୍ୟସ୍ଥିଙ୍କ ଦ୍ୱାରା ଦିଆଯାଇଥିବା ତାଲିକା ମଧ୍ୟରୁ ଚାରି ଜଣଙ୍କୁ ଖଲାସ କରିବାକୁ ନିଷ୍ପତି ନିଆଯାଇଛି, ସେ କହିଛନ୍ତି ।

ଉଭୟ ବିଧାୟକ ଏବଂ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ଜେଲରୁ ଖଲାସ ହେବାକୁ ଥିବା ବ୍ୟକ୍ତିଙ୍କ ନାମ ଗୁରୁବାର ଘୋଷଣା କରାଯିବ, ସେ କହିଛନ୍ତି ।

ଗତ ୧୪ ତାରିଖରେ କନ୍ଧମାଳ ଜିଲ୍ଲାରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷ ବୟସ୍କ ବାସୁସ୍କୋ ପାଓଲୋ ଓ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।

ତେବେ ଗତ ୨୫ ତାରିଖରେ କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଥିଲେ ।

ସେହିପରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ବିଜେଡ଼ି ବିଧାୟକ ହିକକାଙ୍କୁ ମାଓବାଦୀମାନେ ଗତ ମାର୍ଚ୍ଚ ୨୪ରେ କୋରାପୁଟ ଜିଲ୍ଲାରୁ ଅପହରଣ କରିନେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କୋରାପୁଟ, ଗଣମାଧ୍ୟମ, ଝିନ୍ନ ହିକକା, ବିଦେଶୀ ପର୍ଯ୍ୟଟକ, ବିଧାୟକ

ମୁଖ୍ୟମନ୍ତ୍ରୀଙ୍କ ଚେନ୍ନାଇ ଗସ୍ତ ସ୍ଥଗିତ

April 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅପ୍ରେଲ ୪(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀଙ୍କ ଦ୍ୱାରା ଅପହୃତ ଇଟାଲୀୟ ପର୍ଯ୍ୟଟକ ଏବଂ ବିଧାୟକଙ୍କ ମୁକ୍ତି ନେଇ କୌଣସି ନିଷ୍ପତି ହୋଇପାରିନଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚେନ୍ନାଇ ଗସ୍ତକୁ ବର୍ତମାନ ପାଇଁ ସ୍ଥଗିତ ରଖାଯାଇଛି ।

ଗୁରୁବାର ଓ ଶୁକ୍ରବାର ସେ ଦୁଇଦିନିଆ ଚେନ୍ନାଇ ଗସ୍ତରେ ଯାଇ ୬ରେ ଭୁବନେଶ୍ୱର ଫେରିଆସିବାର କାର୍ଯ୍ୟକ୍ରମ ରହିଥିଲା । ଗସ୍ତ ଅବସରରେ ସେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଉପସ୍ଥିତିରେ ଓଡ଼ିଶା ଭବନର ଭୂମି ପୂଜା କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା ।

ଏହାବ୍ୟତୀତ ବିଶିଷ୍ଟ କୃଷି ବିଜ୍ଞାନି ତଥା ଏମ୍ଏସ୍ ଫାଉଣ୍ଡେସନ ଅଧ୍ୟକ୍ଷ ଏମ୍ଏସ୍ ସ୍ୱାମୀନାଥନଙ୍କ ସହ ସାକ୍ଷାତ କରି ରାଜ୍ୟରେ କୃଷିର ବିକାଶ ଦିଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଇଟାଲୀୟ ପର୍ଯ୍ୟଟକ, ଚେନ୍ନାଇ, ବିଧାୟକ, ମୁଖ୍ୟମନ୍ତ୍ରୀ

ବିଧାୟକଙ୍କ ମୁକ୍ତି ପାଇଁ ବିଧାନସଭାରେ ସଂକଳ୍ପ ପ୍ରସ୍ତାବ

April 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୪(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକାଙ୍କ ମୁକ୍ତି ପାଇଁ ବୁଧବାର ବିଧାନସଭାରେ ସଂକଳ୍ପ ପ୍ରସ୍ତାବ ଗୃହୀତ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରାଆଗତ ଏହି ପ୍ରସ୍ତାବକୁ ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକମାନେ ସମର୍ଥନ ଜଣାଇଛନ୍ତି ।

ହିକକାଙ୍କ ଅପହରଣକୁ ଦୀର୍ଘ ୧୨ଦିନ ହୋଇଯାଇଥିଲେ ମଧ୍ୟ ତାଙ୍କ ମୁକ୍ତି ପାଇଁ କୌଣସି ନିଷ୍ପତି ହୋଇପାରି ନଥିବାରୁ ବିଧାୟକମାନେ ଉଦ୍ଦବେଗ ପ୍ରକାଶ କରିଛନ୍ତି ।

ବିଧାୟକଙ୍କ ମୁକ୍ତି ପାଇଁ ସରକାରଙ୍କ ସହ ଆଲୋଚନା କରିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ଚାଷୀ ମୂଲିଆ ଆଦିବାସୀ ସଂଘ ନେତା ନାଚିକା ଲିଙ୍ଗାଙ୍କୁ ଆମନ୍ତ୍ରଣ କରିଥିଲେ ।

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ବିଜେଡ଼ି ବିଧାୟକ ହିକକାଙ୍କୁ ମାଓବାଦୀମାନେ ଗତ ମାର୍ଚ୍ଚ ୨୪ରେ କୋରାପୁଟ ଜିଲ୍ଲାରୁ ଅପହରଣ କରିନେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କୋରାପୁଟ, ବିଧାନସଭା, ବିଧାୟକ, ମୁଖ୍ୟମନ୍ତ୍ରୀ

ବିଧାୟକ ଅପହରଣ: ଆଲୋଚନା ପାଇଁ ନାଚିକାଙ୍କୁ ନିମନ୍ତ୍ରଣ

April 3, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୩(ଓଡ଼ିଶା ଡ଼ଟ୍ କମ୍) ବିଧାୟକ ଝିନ ହିକକାଙ୍କ ମୁକ୍ତି ପାଇଁ ମାଓବାଦୀମାନେ ଗିରଫ ଚାଷୀ ମୂଲିଆ ଆଦିବାସୀ ସଂଘର କିଛି ସଭ୍ୟଙ୍କ ଖଲାସ ଦାବି କରିଥିବା ବେଳେ ଏନେଇ ଆଲୋଚନା ପାଇଁ ସରକାର ସଂଘର ନେତା ନାଚିକା ଲିଙ୍ଗାଙ୍କୁ ଆମନ୍ତ୍ରଣ କରିଛନ୍ତି ।

ମାଓବାଦୀଙ୍କ ଦାବି ସଂପର୍କରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । କିନ୍ତୁ ମାଓବାଦୀମାନେ ମଧ୍ୟସ୍ଥିଙ୍କ ଜରିଆରେ ଆଲୋଚନା ପାଇଁ ରାଜି ନାହାଁନ୍ତି ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ଦେଇ କହିଛନ୍ତି ।

ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗାଙ୍କୁ ଏ ସଂପର୍କରେ ଆଲୋଚନା ପାଇଁ ସରକାର ନିମନ୍ତ୍ରଣ କରିଛନ୍ତି, ସେ କହିଛନ୍ତି ।

ହିକକା ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି । ସେ କେବଳ ଜଣେ ଯୁବ ବିଧାୟକ ନୁହଁନ୍ତି, ଆଦିବାସୀଙ୍କ ଉନ୍ନତି ପାଇଁ ବହୁଦିନ ଧରି କାମ କରି ଆସୁଛନ୍ତି ତେଣୁ ମାନବିକତା ଦୃଷ୍ଟିକୋଣରୁ ତାଙ୍କୁ ଛାଡି ଦେବାକୁ ମୁଁ ନିବେଦନ କରି ଆସୁଛି ବୋଲି ନବୀନ କହିଛନ୍ତି ।

ନାଚିକା ଆଲୋଚନା ପାଇଁ ଆଗେଇ ଆସିଲେ ତୁରନ୍ତ କଥାବାର୍ତା ଆରମ୍ଭ ହେବ । ସରକାରଙ୍କ ପକ୍ଷରୁ ଗୃହ ସଚିବ,ପଞ୍ଚାୟତିରାଜ ସଚିବ ଏବଂ ତଫସିଲଭୁକ୍ତ ଜାତି ଓ ଜନଜାତି ବିଭାଗ ସଚିବ ଆଲୋଚନାରେ ଭାଗ ନେବେ ବୋଲି ସେ କହିଛନ୍ତି ।

୫ ତାରିଖ ସୁଦ୍ଧା ସରକାର ସେମାନଙ୍କ ଦାବି ପୂରଣ କରିବାକୁ ମାଓବାଦୀମାନେ ସମୟସୀମା ଦେଇଥିବାରୁ ଏହି ତାରିଖ ଘୁଞ୍ଚାଇବାକୁ ସରକାରଙ୍କ ପକ୍ଷରୁ ମାଓବାଦୀଙ୍କୁ ଅନୁରୋଧ କରାଯାଇଛି ।

ଇଟାଲୀୟ ନାଗରିକ ପାଓଲୋ ବସୁସ୍କୋଙ୍କୁ ଛାଡି ଦେବା ପାଇଁ ମୁଖ୍ୟମନ୍ତ୍ରୀ ମାଓବାଦୀଙ୍କୁ ପୁଣି ଥରେ ଅନୁରୋଧ କରିଛନ୍ତି ।

ପାଓଲୋଙ୍କ ମୁକ୍ତି ପାଇଁ ଇତିମଧ୍ୟରେ ମାଓ ମଧ୍ୟସ୍ଥି ବି.ଡି. ଶର୍ମା ଓ ଦଣ୍ଡପାଣି ମହାନ୍ତିଙ୍କ ସହିତ ପୁଣି ଥରେ ଆଲୋଚନା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଝିନ ହିକକା, ବିଧାୟକ, ମାଓବାଦୀ

ଦରକାର ପଡ଼ିଲେ ଇସ୍ତଫା ଦେବି: ଅପହୃତ ବିଧାୟକ

April 3, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୩(ଓଡ଼ିଶା ଡ଼ଟ୍ କମ୍) ମୁଁ ମାଓବାଦୀ କ୍ୟାମ୍ପରେ ସୁରକ୍ଷିତ ଅଛି ଏବଂ ଦରକାର ପଡ଼ିଲେ ଇସ୍ତଫା ଦେବି ବୋଲି ଉଲ୍ଲେଖ କରି ଅପହୃତ ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକା ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ପଠାଇଛନ୍ତି ।

ମୁଁ ଆଦିବାସୀ ହୋଇଥିବାରୁ ମୋର ମୁକ୍ତି ନେଇ ଅବହେଳା କରାଯାଉଛି । ଏଭଳି ପରିସ୍ଥିତିରେ ନିଜ ଅଞ୍ଚଳ ପାଇଁ କାମ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।

ମିଥ୍ୟା କେଶ୍ ରେ ଜେଲ୍ ରେ ଥିବା ଆଦିବାସୀଙ୍କୁ ଶୀଘ୍ର ମୁକ୍ତି କରାଯାଉ । ସେମାନଙ୍କୁ ଖଲାସ କରାଗଲେ ମୁଁ ସୁରକ୍ଷିତ ଭାବେ ଶୀଘ୍ର ଫେରିଯିବି, ସେ କହିଛନ୍ତି ।

ମାଓବାଦୀଙ୍କ ଦାବି ଶୀଘ୍ର ପୂରଣ କରାଯାଉ ବୋଲି ଉଲ୍ଲେଖ କରି ପୂର୍ବରୁ ମଧ୍ୟ ହିକକା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଦେଇଥିଲେ ।

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ବିଜେଡ଼ି ବିଧାୟକ ହିକକାଙ୍କୁ ମାଓବାଦୀମାନେ ଗତ ମାର୍ଚ୍ଚ ୨୪ରେ କୋରାପୁଟ ଜିଲ୍ଲାରୁ ଅପହରଣ କରିନେଇଥିଲେ ।

ତେବେ ବିଧାୟକଙ୍କ ମୁକ୍ତି ପାଇଁ ଆସନ୍ତା ଗୁରୁବାର ୫ ତାରିଖ ସୁଦ୍ଧା ସରକାର ସେମାନଙ୍କର ଦାବି ପୂରଣ କରିବାକୁ ମାଓବାଦୀ ସଂଗଠନର ଆନ୍ଧ୍ର-ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ସଂପାଦକ ଚନ୍ଦ୍ରମୌଲି ମଙ୍ଗଳବାର ଗଣମାଧ୍ୟମକୁ ଏକ ଅଡ଼ିଓ ଟେପ୍ ପଠାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଆଦିବାସୀ, ବିଧାୟକ, ମାଓବାଦୀ

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ