• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିରୋଧ

ଇଣ୍ଡିଆନ ଅଏଲ ବିରୋଧରେ ଜମିହରା ପରିବାରଙ୍କ ବିକ୍ଷୋଭ

May 11, 2015 by News Bureau Leave a Comment

ଓଡିଶା ଡଟ କମ: ଅମରନାଥ ପରିଡା

ଜଗତସିଂହପୁର, ମଇ ୧୧ (ଓଡିଶା ଡଟ କମ) ବିଭିନ୍ନ ଦାବି ନେଇ ଭୂମିହରା କୃଷକ ଏକତା ମଞ୍ଚ ଆନୁକୁଲ୍ୟରେ ସୋମବାର ପାରାଦୀପ ଠାରେ ଇଣ୍ଡିଆନ ଅଏଲ ପ୍ରକଳ୍ପର ବିଶୋଧନ ପ୍ରକଳ୍ପ ସମ୍ମୁଖରେ ଶତାଧିକ ବିସ୍ଥାପିତ ପରିବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

11360001 11360002ପ୍ରକଳ୍ପ ପାଇଁ ୩୩୩୦ ଏକର ଘରୋଇ ଜମି ଦେଇଥିବା ସତ୍ଵେ ସେମାନଙ୍କ ସ୍ଵାର୍ଥ ପ୍ରତି କମ୍ପାନୀ ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ କରି ସେମାନେ ଏକ ବିରାଟ ପଟୁଆର ରେ ଆସି ଧାରଣାରେ ବହୁ ସମୟ ଧରି ବସିରହିଥିଲେ ।

ପ୍ରକଳ୍ପ ଆରମ୍ଭ ହେଲେ ତାଙ୍କୁ ଉପଯୁକ୍ତ କ୍ଷତି ପୂରଣ ଓ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିବା ବେଳେ, ଏବେ କମ୍ପାନୀ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।

ଇଣ୍ଡିଆନ ଅଏଲ କର୍ପୋରେଶନ ଅଶି ହଜାର ଟଙ୍କା ଏକର ପ୍ରତି ଦରରେ ତାଙ୍କଠାରୁ ଜମି ଅଧିଗ୍ରହଣ କରିଥିବା ବେଳେ, ଉକ୍ତ ଅଞ୍ଚଳରେ ପ୍ରକଳ୍ପ ସ୍ଥାପନ କରିଥିବା ଏସାର ଭଳି ଅନ୍ୟ କମ୍ପାନୀ ଏକର ପିଛା ଅଣେଇଶ ଲକ୍ଷ ରୁ ଊର୍ଦ୍ଧ୍ଵ କ୍ଷତିପୂରଣ ଦେଇଛନ୍ତି ।

ଅଞ୍ଚଳରେ ତୈଳ ପ୍ରକଳ୍ପ ଦ୍ଵାରା ପ୍ରଭାବିତ ହୋଇଥିବା ପ୍ରାୟ ୧୭୫୨ ପରିବାରର କାହାକୁ ବି ଚାକିରି ଦିଆଯାଇ ନ ଥିବା ସେମାନେ ଅଭିଯୋଗ କରିଛନ୍ତି ।

ବାମପନ୍ଥୀ ନେତା ରାମକୃଷ୍ଣ ପଣ୍ଡା, ଅଭୟ ସାହୁ ଓ ଅଭୟ ସାମଲ ଆଦି ଏହି ବିକ୍ଷୋଭର ନେତୃତ୍ଵ ନେଇଥିଲେ। ଜମି ହରା ପରିବାରଙ୍କୁ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ସେମାନେ ଉଦବୋଧନ ଦେଇ କହିଥିଲେ ।

ଓଡିଶା ଡଟ କମ

Filed Under: ରାଜନୀତି Tagged With: ଇଣ୍ଡିଆନ ଅୟେଲ, ଜଗତସିଂହପୁର, ବିରୋଧ

କେନ୍ଦ୍ରୀୟ ବିଦ୍ୟାଳୟରେ ପିଛିଲା ବର୍ଦ୍ଧିତ ସ୍କୁଲ ଫି ଆଦାୟକୁ ବିରୋଧ

May 3, 2015 by News Bureau Leave a Comment

ଓଡିଶା ଡଟକମ ସଂବାଦ ଦାତା

ଭୁବନେଶ୍ୱର,ମଇ ୩ (ଓଡିଶା ଡଟ କମ), ୨୦୧୦ରେ ହୋଇଥିବା ସ୍କୁଲ ଫି ବୃଦ୍ଧିକୁ ନିକଟରେ ହାଇକୋର୍ଟ ଯଥାର୍ଥ ଦର୍ଶାଇବା ପରେ କେନ୍ଦ୍ରୀୟ ବିଦ୍ୟାଳୟ କତ୍ତୃପକ୍ଷ ପିଛିଲା ତାରିଖରୁ ଛାତ୍ର ଛାତ୍ରୀଙ୍କୁ ତାହା ଏକ କାଳୀନ ପଇଠ କରିବା ଓ ବର୍ଦ୍ଧିତ ସ୍କୁଲ ଫି ନିୟମିତ ଦାଖଲ ପାଇଁ ଦେଇଥିବା ନିର୍ଦ୍ଦେଶକୁ ଅଭିଭାବକ ମାନେ ବିରୋଧ କରିଛନ୍ତି ।

ପୂର୍ବରୁ ପ୍ରଥମରୁ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ଜଣ ପିଛା ମାସିକ ୧୬୦ ଟଙ୍କା ଦେଉଥିବା ବେଳେ ଚତୁର୍ଥ ଶ୍ରେଣୀର ଛାତ୍ରଛାତ୍ରୀ ମାସିକ ୧୮୦ ଟଙ୍କା ଦେଉଥିଲେ । ଏବେ ସେମାନଙ୍କୁ ଏହାର ଦୁଇ ରୁ ତିନି ଗୁଣ ପର୍ଯ୍ୟନ୍ତ ପଇଠ କରିବାକୁ ପଡିବ ।

ଠିକ ସେହିପରି ସବୁ ଛାତ୍ର ଛାତ୍ରୀଙ୍କୁ ପିଛିଲା ତାରିଖରୁ ବର୍ଦ୍ଧିତ ଫି ଦେବାକୁ କୁହାଯାଇଥିବାରୁ ଜଣେ ଜଣେ ଦଶ ହଜାରରୁ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ ବାଧ୍ୟ ହେବେ ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ।ଏହାର ବିରୋଧ କରି ସେମାନେ ରାମ ମନ୍ଦିର ନିକଟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ-୧ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ମଞ୍ଚେଶ୍ୱରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଡେପୁଟି କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଶତାଧିକ ଅଭିଭାବକ ପ୍ରାୟ ୮ଘଣ୍ଟା ଧରି ଶନିବାର ଦିନ ଧାରଣାରେ ବସି ରହିଥିଲେ ।

ପରେ ପୋଲିସ ସହାୟତାରେ ଡେପୁଟି କମିଶନର ଅଭିଭାବକ ସଂଘକୁ ଆଲୋଚନା ପାଇଁ ଡକାଇ କେନ୍ଦ୍ରୀୟ ବିଦ୍ୟାଳୟ ୧ ର ଅଭିଭାବକ ସଂଘର ଉପାଧ୍ୟକ୍ଷ ସାମ୍ବାଦିକ ଗିରିଜା ଶଙ୍କର ଦାଶ, ଦାମୋଦର ମଲ୍ଲିକ, ଆଡଭୋକେଟ ଅଶ୍ୱିନୀ ପ୍ରଧାନ, ବ୍ରଜକିଶୋର ପାତ୍ର, ଦୀପକ ମିଶ୍ର, ପ୍ରଭାତି ଦାଶ, ପ୍ରଶାନ୍ତ ସ୍ୱାଇଁଙ୍କ ସମେତ ୯ଜଣଙ୍କ ସହ ଆଲୋଚନା କରିଥିଲେ ।

ଅଭିଭାବକ ସଂଘ ଅଦାଲତରେ ରାୟର ପୁନର୍ବିଚାର ପାଇଁ ଏକ ରିଭ୍ୟୁ ପିଟିସନ ଦାଖଲ କରିବେ ବୋଲି କହିଛନ୍ତି ।

ଓଡିଶା ଡଟ କମ

Filed Under: ଶିକ୍ଷା Tagged With: କେନ୍ଦ୍ରୀୟ ବିଦ୍ୟାଳୟ, ଛାତ୍ରଛାତ୍ରୀ, ବିରୋଧ

ଜମି ଅଧ୍ୟାଦେଶକୁ ବିରୋଧ କର, ବିଜେଡିକୁ କହିଲେ ରମେଶ

April 6, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ଏପ୍ରିଲ ୬ (ଓଡିଶା ଡଟ କମ) ସଂଶୋଧିତ ଜମି ଅଧିଗ୍ରହଣ ଅଧ୍ୟାଦେଶକୁ ଚାଷୀ ବିରୋଧୀ ଦର୍ଶାଇ ରାଜ୍ୟସଭାରେ ଏହାର ବିରୋଧ କରିବାକୁ ପୂର୍ବତନ ପରିବେଶ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓଡିଶାର ଶାସକ ବିଜୁ ଜନତା ଦଳକୁ ଆହ୍ଵାନ ଦେଇଛନ୍ତି ।

Jairam_rameshଯଦି ବିଜେଡି କୃଷକ ଓ ଆଦିବାସୀଙ୍କ ସ୍ଵାର୍ଥ ରକ୍ଷା ସପକ୍ଷରେ ତେବେ ସେ ଏହି ଅଧ୍ୟାଦେଶର ନିଶ୍ଚିତ ବିରୋଧ କରିବା ଉଚିତ, ଭୁବନେଶ୍ଵରରେ ଏକ ସାମ୍ବାଦିକ ସମ୍ମିଳନୀରେ ରମେଶ କହିଛନ୍ତି। ଲୋକସଭାରେ ବିଜେଡ଼ିର ଅଧ୍ୟାଦେଶ ପ୍ରତି ମନୋଭାବକୁ ଉଲ୍ଲେଖକରି ସେ ଉଭୟ ପାର୍ଟି ମଧ୍ୟରେ ଗୋପନ ବୁଝ।ମଣ। ହୋଇଥିବା ଅଭିଯୋଗ କରିଥିଲେ।

ବିଜେଡି ଓ ବିଜେପିକୁ ଗୋଟିଏ ମୁଦ୍ରାର ଏ ପାଖ ଓ ସେପାଖ ଦର୍ଶାଇ ପୂର୍ବତନ ମନ୍ତ୍ରୀ କହିଥିଲେ ଦୁଇ ପାର୍ଟି ମଧ୍ୟରେ ଥିବା ବୁଝାମଣା ଆଉ ଗୋପନ ହୋଇ ରହିନି । ପରସ୍ପରକୁ ସାହାଯ୍ୟ କରିବା ପାଇଁ ଦୁଇ ଦଳ ମଧ୍ୟରେ ବୁଝାମଣା ହୋଇ ଥାଇପାରେ ।

ଚିଟଫଣ୍ଡ ଦୁର୍ନୀତିରେ ନିଜକୁ ବଞ୍ଚାଇବା ପାଇଁ ବିଜେଡି ବିଜେପିର ଖଣି ବିଲ ଓ ଜମି ଅଧ୍ୟାଦେଶକୁ ସମର୍ଥନ କରୁଥାଇପାରେ, ସେ କହିଛନ୍ତି। ବର୍ତମାନ ନବୀନ ପଟନାୟକଙ୍କ ପାଖରେ କୃଷକ ବିରୋଧୀ ଓ ଗଣତନ୍ତ୍ର ବିରୋଧୀ ଅଧ୍ୟାଦେଶକୁ ବିରୋଧ କରିବାର ସୁଯୋଗ ରହିଛି।

ମୁଖମନ୍ତ୍ରୀ ପଟନାୟକ ନିଜକୁ ଚାଷୀଙ୍କ ସ୍ଵାର୍ଥପାଇଁ କାର୍ଯ୍ୟକରୁଥିବା ଦାବି କରୁଥିବାବେଳେ  ବାସ୍ତବରେ ଏ ସମ୍ପର୍କରେ ସେ କେତେ ଗମ୍ଭୀର ତାହା ପ୍ରଦର୍ଶିତ କରିବାର ସମୟ ଆସିଛି, ରମେଶ କହିଥିଲେ।

ଓଡିଶା ଡଟ କମ

Filed Under: ରାଜନୀତି Tagged With: ଆଦିବାସୀ, କୃଷକ, ଜମି ଅଧ୍ୟାଦେଶ, ବିଜେଡ଼ି, ବିରୋଧ

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ