• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଶିଷ୍ଟ ସାହିତ୍ୟିକ

ପୂର୍ବତନ ମନ୍ତ୍ରୀ ନିତ୍ୟାନନ୍ଦ ମହାପାତ୍ରଙ୍କ ପରଲୋକ

April 17, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୭(ଓଡ଼ିଶା ଡ଼ଟ୍ କମ୍) ବିଶିଷ୍ଟ ସାହିତ୍ୟିକ ତଥା ପୂର୍ବତନ ମନ୍ତ୍ରୀ ନିତ୍ୟାନନ୍ଦ ମହାପାତ୍ରଙ୍କ ମଙ୍ଗଳବାର ପରଲୋକ ହୋଇଯାଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ବାର୍ଦ୍ଧକ୍ୟଜନିତ କାରଣରୁ ଗତ ଦୁଇଦିନ ତଳେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ତାଙ୍କୁ ଭର୍ତି କରାଯାଇଥିଲା ଏବଂ ସକାଳୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା । ତାଙ୍କର ଗୋଟିଏ ପୁଅ ଅଛନ୍ତି । ପାଂଚ ବର୍ଷ ପୂର୍ବରୁ ତାଙ୍କ ପତ୍ନୀ ହରପ୍ରିୟାଙ୍କ ପରଲୋକ ହୋଇଥିଲା ।

୧୯୧୨ ଜୁଲାଇ ୧୭ରେ ଜନ୍ମ ଗ୍ରହଣ କରିଥିବା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର
ନିତ୍ୟାନନ୍ଦ ୧୯୬୭-୭୧ ପର୍ଯ୍ୟନ୍ତ ରାଜେନ୍ଦ୍ର ନାରାୟଣ ସିଂହେଓଙ୍କ ମନ୍ତ୍ରୀମଣ୍ଡଳରେ ସଂସ୍କୃତି, ଖାଦ୍ୟ ଓ
ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

ସେ ଭଦ୍ରକରୁ ଦୁଇ ଥର ସ୍ୱାଧୀନ ଏବଂ ଥରେ ଜନ କଂଗ୍ରେସ ପାର୍ଟି ପ୍ରାର୍ଥୀ ଭାବେ ବିଧାନସଭାକୁ
ନିର୍ବାଚିତ ହୋଇଥିଲେ । ସେ କେନ୍ଦ୍ରୀୟ ସାହିତ୍ୟ ଏକାଡ଼େମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଗ୍ରହଣ କରିଥିଲେ ।

ପରଲୋକ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି, ଶୁଭେଚ୍ଛୁ ଖାରବେଳନଗର ସ୍ଥିତ
ବାସଭବନରେ ପହଂଚି ତାଙ୍କର ଶେଷ ଦର୍ଶନ କରିଛନ୍ତି । ତାଙ୍କ ଦ୍ୱାରାଲିଖିତ ପୁସ୍ତକ ମଧ୍ୟରୁ ଭଙ୍ଗାହାଡ଼, ଘରଡ଼ିହ, ନହମ୍ ତିଷ୍ଠାମି ବୈକୁଣ୍ଠେ ଏବଂ ପ୍ରିୟା ଓ ପ୍ରିୟତମା ଅନ୍ୟତମ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପୂର୍ବତନ ମନ୍ତ୍ରୀ, ବିଶିଷ୍ଟ ସାହିତ୍ୟିକ

ବିଶିଷ୍ଟ ସାହିତ୍ୟିକ ହରିହର ମିଶ୍ରଙ୍କୁ ଶାରଳା ପୁରସ୍କାର

October 24, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୨୪(ଓଡ଼ିଶା ଡ଼ଟ୍ କମ୍) ବିଶିଷ୍ଟ ସାହିତ୍ୟିକ, କବି ତଥା ସାରସ୍ୱତ ସାଧକ ହରିହର ମିଶ୍ରଙ୍କୁ ଚଳିତ ବର୍ଷର ଶାରଳା ପୁରସ୍କାର ପ୍ରଦାନ କରାଯାଇଛି ।

ସ୍ଥାନୀୟ ରବୀନ୍ଦ୍ରମଣ୍ଡପରେ ରବିବାର ଆୟୋଜିତ ଉତ୍ସବରେ ହିନ୍ଦି କବି ତଥା ଅନୁବାଦକ ଅଶୋକ ବାଜପେୟୀ ତାଙ୍କୁ ପୁରସ୍କାର ବାବଦରେ ଅଢେଇ ଲକ୍ଷ ଟଙ୍କା ଓ ଉପଢୌକନ ପ୍ରଦାନ କରିଛନ୍ତି ।

ଏହି ଅବସରରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ତଥା ଓଡ଼ିଶୀ ସଙ୍ଗୀତର ସାଧକ ଅରୂପଲାଲ ଘୋଷ, ସମାଜସେବା ପାଇଁ ଶ୍ରୁତି ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।

“”ସାହିତ୍ୟ ସତ୍ୟକୁ ଉନ୍ମୋଚିତ କରେ ଏବଂ ବିକଳ୍ପ ସୃଷ୍ଟି କରେ । ସାହିତ୍ୟର କଳାକୁ ଅତିକ୍ରମ କରିବାର ଶକ୍ତି ରହିଛି । ସାହିତ୍ୟ ଏକମାତ୍ର ଅନୁଶାସନ ଯାହା ନିଜ ଭାବନା ଓ ସତ୍ୟ ଉପରେ ସନ୍ଦେହ କରେ, ତେଣୁ ସାହିତ୍ୟ ହିଁ ସାଧାରଣ ଲୋକଙ୍କ ସ୍ୱର” ଏହି ଅବସରରେ ବାଜପେୟୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବିଶିଷ୍ଟ ସାହିତ୍ୟିକ, ଶାରଳା ପୁରସ୍କାର, ହରିହର ମିଶ୍ର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ