• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଶ୍ୱହିନ୍ଦୁ ପରିଷଦ

ସ୍ୱାମୀ ଲକ୍ଷ୍ମଣାନନ୍ଦ ଶ୍ରାଦ୍ଧବାଷିକୀ: କନ୍ଧମାଳରେ କଡା ସୁରକ୍ଷା ବ୍ୟବସ୍ଥା

August 22, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ, ଅଗଷ୍ଟ ୨୨ (ଓଡ଼ିଶା ଡ଼ଟ୍ କମ୍)-ଅଗଷ୍ଟ ୨୩ ତାରିଖରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡକୁ ୪ ବର୍ଷ ପୂରିବ । ବିଶ୍ୱହିନ୍ଦୁ ପରିଷଦ ତରଫରୁ ଏହିଦିନଟିକୁ ଚତୁର୍ଥ ଶ୍ରାଦ୍ଧବାଷିକୀ ରୂପେ ପାଳନ କରାଯିବ । ଫଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ସମଗ୍ର କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଜିଲ୍ଲାର ପ୍ରବେଶ ପଥକୁ ସିଲ କରାଯାଇଛି । ବିଭିନ୍ନ ଥାନା ଅଂଚଳରେ ପୋଲିସ ଓ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବା ପରେ ପାଟ୍ରୋଲିଂକୁ କଡାକଡି କରାଯାଇଛି । ଯାନବାହାନ ଆଦି ଚେକିଂ କରା ଯାଉଛି । ଫୁଲବାଣୀ ସହରରେ ୬ ପ୍ଲାଟୁନ ଫୋର୍ସ ମୁତୟନ କରା ଯାଇଛି ।

ସହରର ବିଭିନ୍ନ ଛକ, ବସଷ୍ଟାଣ୍ଡ, ଚର୍ଚ୍ଚ ଗୁଡିକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ଅଂଚଳରେ ୧୯ ପ୍ଲାଟୁନ ସାଦା ପୋଷାକଧାରୀ ସୁରକ୍ଷା କର୍ମୀ, ୬ ପ୍ଲାଟୁନ ଓଏସ୍ପି, ୩ ୟୁନିଟ ଓଡ୍ରାଫ ଟିମ୍ ମୁତୟନ ଅଛନ୍ତି ।

ସେହିପରି ବାଲିଗୁଡାଠାରେ ୧ ପ୍ଲାଟୁନ ଆଇଆରବି,୧ପ୍ଲାଟୁନ ଓ ଏସ୍ଏପି, ସ୍ଥାନୀୟ ପୋଲିସ ମୁତୟନ ଥିବାବେଳେ ସମ୍ବେନଶୀଳ ଅଂଚଳ ଦାରିଙ୍ଗବାଡି ଠାରେ ୧ ୟୁନିଟ ଏସ୍ଓଜି ଜବାନ,୧ ପ୍ଲାଟୁନ ଆଇଆରବି, କୋଟାଗଡଠାରେ ୨ ପ୍ଲାଟୁନ ସିଆରପିଏଫ,୧ ପ୍ଲାଟୁନ ଏସ୍ ପିଓଙ୍କୁ ମୁତୟନ କରାଯାଇଛି ।

ବାରଖମାରେ ଡିଏସ୍ପି ଅଜୁନ ବାରିକଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ଆଇଆରବି ଫୋର୍ସ ମୁତୟନ କରାଯାଇଥିବା ବିଷୟ ଡିଏସ୍ ପି ଡିଆଇଜି ଗୁପ୍ତ ଚନ୍ଦ୍ର ବେହେରା ପ୍ରକାଶ କରିଚନ୍ତି ।

ଆଜି ଫୁଲବାଣୀ ସହରରେ ବିଶ୍ୱହିନ୍ଦୁ ପରିଷଦ ତରଫରୁ ସନ୍ଥ ଚିନ୍ତନ ବଗ ଅନୁଷ୍ଠିତ ହେଉଥିଲା ବେଳେ ଆସନ୍ତାକାଲି ଗୁରୁବାର ଫୁଲବାଣୀ କୋରୋନେସନ ପଡିଆଠାରେ ଶାନ୍ତି ପ୍ରତିବାଦ ସଭା ଅନୁଷ୍ଠିତ ହେବ । ଅପରାହ୍ନ ୧.୩୦ ସମୟରେ ନଗର ଭ୍ରମଣ ଓ ୨.୩୦ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, ଫୁଲବାଣୀ, ବିଶ୍ୱହିନ୍ଦୁ ପରିଷଦ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସମସ୍ତ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯାଉ:ସାଧୁସନ୍ଥ

August 22, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ,ଅଗଷ୍ଟ ୨୨ (ଓଡ଼ିଶା ଡ଼ଟ୍ କମ୍)-ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର ଚାରିଜଣ ସହଯୋଗୀଙ୍କର ସମସ୍ତ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯାଉ, ଫୁଲବାଣୀ ଠାରେ ବିଶ୍ୱହିନ୍ଦୁ ପରିଷଦର ଧର୍ମ ପ୍ରସାର ବିଭାଗ ପକ୍ଷରୁ ଆୟୋଜିତ ସାଧୁସନ୍ଥ ସମ୍ମିଳନୀରେ ବୁଧବାର ସାଧୁସନ୍ଥମାନେ ଦାବି କରିଛନ୍ତି ।

ସମସ୍ତ ହତ୍ୟାକାରୀଙ୍କର ବିଚାର ଏକା ସାଥିରେ କରାଯାଉ,ଯଥାଶୀଘ୍ର ହତ୍ୟାକାରୀମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବାର ବ୍ୟବସ୍ଥା କରାଯାଉ,ନିଜେ ଦୋଷ ସ୍ୱୀକାର କରିଥିବା ବ୍ୟକ୍ତିଙ୍କୁ ତଦନ୍ତ କାରୀ ସଂସ୍ଥା ଦୋଷୀ ବୋଲି ଗ୍ରହଣ କରି ଗିରଫ୍ ନକରିବା ସମସ୍ତଙ୍କୁ ବିସ୍ମିତ କରିଛି ବୋଲି ସାଧୁସନ୍ଥମାନେ ମତ ପ୍ରକାଶ କରିଥିଲେ ।

ସ୍ଥାନୀୟ ବିଜୁ ସ୍ମୃତି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସାଧୁସନଙ୍କର ଚିନ୍ତନ ବୈଠକରେ ରାଜ୍ୟର ଶହଶହ ସାଧୁସନ୍ଥ ଯୋଗେଇ ରାଜ୍ୟ ସରକାରଙ୍କ ଭୋଟ ରାଜନୀତିକୁ ଧିକାର କରିଛନ୍ତି ।

୨୦୦୮ ଅଗଷ୍ଟ ୨୩ ତାରିଖରେ ଜଳେଶପଟ୍ଟା ଆଶ୍ରମରେ ଲକ୍ଷ୍ମଣାନନ୍ଦ ଓ ତାଙ୍କର ଚାରିଜଣ ସହଯୋଗୀଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ସରକାର ହତ୍ୟା ଆରୋପରେ କିଛି ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି ।

କିନ୍ତୁ କ୍ଷୋଭର ବିଷୟ ଯେ,ମୁଖ୍ୟ ଆରୋପି ଓ ଷଡଯନ୍ତ୍ର କାରୀମାନଙ୍କୁ ଧରିବାପାଇଁ ସରକାରଙ୍କ ନିକଟରେ ସକ୍ରିୟତା କମ୍ ଅଛି । ଭୋଟ ବ୍ୟାଙ୍କକୁ ଆଖି ଆଗରେ ରଖି ସେମାନଙ୍କୁ ଗିରଫ କରା ଯାଉ ନାହିଁ ସ୍ୱାମୀଜୀଙ୍କ ଭଳି ଜଣେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ସମାଜ ସଂସ୍କାରକଙ୍କର ହତ୍ୟା ଘଟଣାରେ ତଦନ୍ତ ପ୍ରକ୍ରିୟାର ମନ୍ଥରତା ସମସ୍ତଙ୍କୁ ଦୁଃଖିତ କରିଛି ।

ମାନ୍ୟବର ଉଚ୍ଚ ନ୍ୟାୟାଳୟ ମଧ୍ୟ ତଦନ୍ତର ନିଷ୍କ୍ରିୟତା ଓ ପଦ୍ଧତି ଉପରେ ଅସନ୍ତୋଷ ପ୍ରକାଶ କରି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିଦେ୍ର୍ଧଶ ଦେଇ ସାରିଛନ୍ତି ବୋଲି ସାଧୁସନ୍ଥମାନେ ମତ ପ୍ରକାଶ କରିଥିଲେ ।

ଓଡ଼ିଶା ଡ଼ଟ୍ କମ

admin
admin

Filed Under: ମୁଖ୍ୟ ଖବର Tagged With: ବିଜୁ ସ୍ମୃତି କଲ୍ୟାଣ ମଣ୍ଡପ, ବିଶ୍ୱହିନ୍ଦୁ ପରିଷଦ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ

କନ୍ଧମାଳ ଦଙ୍ଗା: ଗୃହଦାହ ମାମଲାରେ ୧୪ ଜଣଙ୍କୁ ଦଣ୍ଡାଦେଶ

November 21, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ସୀମାଞ୍ଚଳ ପଟ୍ଟନାୟକ

ଫୁଲବାଣୀ, ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ୨୦୦୮ କନ୍ଧମାଳ ଦଙ୍ଗା ସମୟରେ ହୋଇଥିବା ଘରପୋଡ଼ି ମାମଲାର ବିଚାର କରି ଶନିବାର ସ୍ଥାନୀୟ ଅଦାଲତ ୧୪ ଜଣଙ୍କୁ ତିନି ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ରାଇକିଆ ଥାନା ଅନ୍ତର୍ଗତ ବୁଦାମାହା ଗ୍ରାମର ଘରପୋଡ଼ି ମାଲାରେ ଫୁଲବାଣୀ ଫାଷ୍ଟଟ୍ରାକ୍ କୋର୍ଟ-୨ ବିଚାରପତି ସି.ଆର୍.ଦାସ ସାତ ଜଣ ଅଭିଯୁକ୍ତଙ୍କୁ ତିନି ବର୍ଷ ଲେଖାଏଁ କାରାଦଣ୍ଡାଦେ ଓ ୪୫୦୦ ଟଙ୍କା ଜରିମାନା ଆଦେଶ କରିଥିବା ଜଣେ ଆଇନଜୀବୀ କହିଛନ୍ତି ।

ସେହିପରି ବାଲିଗୁଡ଼ା ଥାନା ଅନ୍ତର୍ଗତ ସିନ୍ଧେରିଗାଁ ଘରପୋଡ଼ି ମାମଲାରେ ଅନ୍ୟ ସାତ ଜଣଙ୍କୁ ତିନି ବର୍ଷ ଲେଖାଏଁ କାରାଦଣ୍ଡାଦେଶ ସହ ୬୫୦୦ ଟଙ୍କା ଲେଖାଏଁ ଜରିମାନା ଆଦେଶ କରିଥିବା ବେଳେ ଜି.ଉଦୟଗିରି ଥାନା ଅନ୍ତର୍ଗତ ସୁଲେଦି ଗ୍ରାମର ଘରପୋଡ଼ି ମାମଲାରେ ବିଚାରପତି ପ୍ରମାଣ ଅଭାବରୁ ଛଅ ଜଣଙ୍କୁ ନିଦେ୍ର୍ଧାଶରେ ଖଲାସ କରିଦେଇଛନ୍ତି ।

୨୦୦୮ ଅଗଷ୍ଟ ୨୩ରେ ବିଶ୍ୱହିନ୍ଦୁ ପରିଷଦ ନେତା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର ଚାରି ଜଣ ସହଯୋଗୀଙ୍କ ହତ୍ୟା ପରେ ସମଗ୍ର ଜିଲ୍ଲାରେ ହିଂସାକାଣ୍ଡ ଦେଖାଦେଇଥିଲା । ହିଂସାକାଣ୍ଡରେ ୩୮ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ ଦଙ୍ଗା, ଫୁଲବାଣୀ, ବିଶ୍ୱହିନ୍ଦୁ ପରିଷଦ, ମୁଖ୍ୟ ଖବର, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ