• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିସିସିଆଇ

ବାରବାଟୀରେ ପାକିସ୍ତାନ ମ୍ୟାଚ ଟିକେଟ ବ୍ୟବସ୍ଥା ହେବନି

January 22, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୨(ଓଡିଶା ଡଟ୍ କମ୍)-ଓଡିଶାରେ ମହିଳା କ୍ରିକେଟ ବିଶ୍ୱକପ୍ କରାଯିବାକୁ ସରକାର ସମ୍ମତି ଦେବାପରେ ବିସିସିଆଇ ଓ ଆଇସିସିର ପ୍ରତିନିଧି ଆସି କାର୍ଯ୍ୟସୂଚୀ ଚୂଡାନ୍ତ କରିଛନ୍ତି ।

Barabati

କଟକ ବାରବାଟୀ ଷ୍ଟାଡିୟମରେ ପାକିସ୍ତାନ ମହିଳା କ୍ରିକେଟ ଟିମ ତାର ସମସ୍ତ ମ୍ୟାଚ ଖେଳିବ ବୋଲି ସେମାନେ ପ୍ରସ୍ତାବ ଦେଇଥିବା ବେଳେ ମହିଳା ବିଶ୍ୱକପ୍ ରେ ଅନ୍ୟ ମ୍ୟାଚ ଗୁଡିକ ଟାଙ୍ଗୀସ୍ଥିତ ଡ୍ରିମ୍ସ ଷ୍ଟାଡିୟମରେ ଖେଳାଯିବାକୁ ପ୍ରସ୍ତାବ ଦେଇଛନ୍ତି ।

ମହିଳା କ୍ରିକେଟ ବିଶ୍ୱକପ ମ୍ୟାଚ ପାଇଁ ଟିକେଟ ବ୍ୟବସ୍ଥା ନାହିଁ । ନିମନ୍ତ୍ରଣପତ୍ର ଆଧାରରେ ଦର୍ଶକମାନଙ୍କୁ ଷ୍ଟାଡିୟମକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ଏଥିସହିତ ଖେଳାଳିମାନଙ୍କର ଆବଶ୍ୟକ ସୁରକ୍ଷା ବନ୍ଦୋବସ୍ତ କରିବାକୁ ବିସିସିଆଇ ସରକାରଙ୍କୁ ଅନୁରୋଧ କରିଛି ।

ବିସିସିଆଇର ମ୍ୟାନେଜର ଓ ଆଇସିସିର ଆଣ୍ଟି କରପ୍ସନ ୱଙ୍ଗ ନିର୍ଦ୍ଦେଶକ ରବି ସୱାନି ଓ ସୁର ନାୟକ ଓଡିଶା ଆସି ମଙ୍ଗଳବାର ଦିନ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଉପେନ୍ଦ୍ର ନାଥ ବେହେରା ଏବଂ କ୍ରୀଡା ବିଭାଗ ସଚିବ ଆଇ.ଶ୍ରୀନିବାସଙ୍କୁ ଭେଟିଥିଲେ ।

ବିଜୁ ପଟ୍ଟନାୟକ ବିମାନ ବନ୍ଦର ଓ କମିଶନରେଟ୍ ପୋଲିସ କାର୍ଯ୍ୟାଳୟ ନିକଟରେ ଏବିଭିପି,ବଜ୍ରଙ୍ଗଦଳ,ରାଷ୍ଟ୍ରସୁରକ୍ଷା ମଞ୍ଚ ତରଫରୁ ବିସିସିଆଇ ଓ ଆଇସିସିର ପ୍ରତିନିଧିଙ୍କୁ ବିରୋଧ କରାଯାଇ ଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବାରବାଟୀ, ବିଜୁ ପଟ୍ଟନାୟକ ବିମାନ ବନ୍ଦର, ବିସିସିଆଇ, ମହିଳା କ୍ରିକେଟ ବିଶ୍ୱକପ

ଜାତୀୟ କ୍ରିକେଟ ଏକାଡେମୀ ଅଧ୍ୟକ୍ଷ ହେଲେ ରଞ୍ଜୀବ

September 28, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) – ମୁମ୍ବଇଠାରେ ଗୁରୁବାର ଅନୁଷ୍ଠିତ ବିସିସିଆଇ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଆସନ୍ତା ୩ ବର୍ଷ ପାଇଁ ଜାତୀୟ ସିନିୟର ମନୋନୟନ କମିଟି ଗଠନ କରାଯାଇଛି ।

ଏଥିରେ ଏମ.ପି. ପାଣ୍ଡବଙ୍କ ସ୍ଥାନରେ ଓଡ଼ିଶା କ୍ରିକେଟ ଆସୋସିଏସନ ସଭାପତି ତଥା ପୂର୍ବତନ ଭାରତୀୟ ଜୁନିୟର କ୍ରିକେଟ ଦଳର ଅଧିନାୟକ ରଞ୍ଜୀବ ବିଶ୍ୱାଳଙ୍କୁ ବାଙ୍ଗାଲୋରସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ)ର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି ।

ଏହି ଉଚ୍ଚ କ୍ଷମତାସମ୍ପନ୍ନ ବିସିସିଆଇ ଟେକନିକାଲ କମିଟିର ଅଧ୍ୟକ୍ଷ ଭାବେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନରେ ପୂର୍ବତନ ଭାରତୀୟ ଅଧିନାୟକ ଅନୀଲ କୁମ୍ବଲେଙ୍କୁ ସ୍ଥାନ ମିଳିଛି ।

ସେହିପରି ପୂର୍ବାଞ୍ଚଳ ପକ୍ଷରୁ ମନୋନୟନକାରୀ ଭାବେ ଓଡ଼ିଆ କ୍ରିକେଟର ଦେବାଶିଷ ମହାନ୍ତିଙ୍କ ନାମ ଶୁଣା ଯାଉଥିଲେ ସୁଦ୍ଧା ଶେଷରେ ସବା କରିମଙ୍କ ମୁଣ୍ଡରେ ହାତୀ ସୁନାକଳସ ଢାଳିଛି । ତେବେ ଦେବାଶିଷ ଏପର୍ଯ୍ୟନ୍ତ ପ୍ରଥମଶ୍ରେଣୀ କ୍ରିକେଟରୁ ଅବସର ଗ୍ରହଣ କରିନଥିବାରୁ ତାଙ୍କର ପ୍ରାର୍ଥିତ୍ୱ ପଥରେ ଏହା ପ୍ରତିବନ୍ଧକ ସାଜିଥିଲା ।

ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ବିସିସିଆଇର ମାର୍କେଟିଂ କମିଟିରେ ସଦସ୍ୟ ଥିବା ବେଳେ ଓସିଏ କୋଷାଧ୍ୟକ୍ଷ ସତ୍ୟ ମହାନ୍ତି ଅମ୍ପାୟାର୍ସ କମିଟି, ଯୁଗ୍ମ ସମ୍ପାଦକ ରବିଶଙ୍କର ପ୍ରତିହାରୀ ବିସିସିଆଇର କର୍ପୋରେଟ ଟ୍ରଫି କମିଟି, ଯୁଗ୍ମ ସମ୍ପାଦକ ସଞ୍ଜୀବ ଦ ମୁ୍ୟଜିୟମ କମିଟି, ଯୁଗ୍ମ ସମ୍ପାଦକ ଶିବପ୍ରସାଦ ତ୍ରିପାଠୀ ମିଡିଆ କମିଟି ଏବଂ ଦେବାଶିଷ ମହାନ୍ତି ଟେକନିକାଲ କମିଟି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜାତୀୟ କ୍ରିକେଟ, ବିସିସିଆଇ, ରଞ୍ଜୀବ ବିଶ୍ୱାଳ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ