• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିସ୍ଫୋରଣ

ମାଓବାଦୀଙ୍କ ବିସ୍ଫୋରଣରେ ତିନି ବିଏସଏଫ ଯବାନ ସମେତ ଚାରି ମୃତ

August 26, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ମାଲକାନଗିରି, ଅଗଷ୍ଟ ୨୬ (ଓଡିଶା ଡଟ କମ) ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳ ଚିତ୍ରକୋଣ୍ଡା ଯାନବାଇ ଘାଟି ନିକଟରେ ମାଓଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ତିନ ଜଣ ଯବାନଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଛଅ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିବା ପୁଲିସ କହିଛି ।

ବିଏସଏଫ ଯବାନ ମାନେ ମାଓ ବିରୋଧୀ ଅଭିଯାନ ଚଳାଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ରାଜ୍ୟ ପୁଲିସ ମୁଖ୍ୟ ସଂଜୀବ ମାରିକ ଓଡିଶା ଡଟ କମକୁ କହିଛନ୍ତି ।

ମୃତ ଯବାନଙ୍କ ମଧ୍ୟରେ ଜଣେ ଏଏସଆଇ, ଜଣେ ହାବିଲଦାର ଓ ଜଣେ କନେଷ୍ଟବଳ ରହିଛନ୍ତି । ଆହତ ହୋଇଥିବା ଯବାନମାନଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ବ୍ୟାପକ ଖାନ ତଲାସ କରାଯାଉଛି ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ Tagged With: ବିସ୍ଫୋରଣ, ମାଓବାଦୀ, ମାଲକାନଗିରି

ବିସ୍ଫୋରଣରେ ବିଏସ୍ଏଫ୍ କମାଣ୍ଡେଣ୍ଟଙ୍କ ସମେତ ଚାରି ସହିଦ

February 10, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ଫେବୃୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ଶୁକ୍ରବାର ମାଓବାଦୀଙ୍କ ବିସ୍ଫୋରଣରେ ଜଣେ ବିଏସ୍ଏଫ୍ କମାଣ୍ଡିଙ୍ଗ ଅଫିସରଙ୍କ ସମେତ ଚାରିଜଣ ସହିଦ ହୋଇଥିବା ପୋଲିସ କହିଛି ।

ଏହି ଅଧିକାରୀମାନେ ଜିଲ୍ଲା ପ୍ରଶାସନ ସହ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗାଡ଼ିରେ ଫେରୁଥିବା ବେଳେ ଚିତ୍ରକୋଣ୍ଡା ଥାନା ଅର୍ନ୍ତଗତ ଜାନବାଇ ଅଞ୍ଚଳରେ ବିସ୍ଫୋରଣ ହୋଇଥିଲା ।

ସହିଦ ଅଧିକାରୀମାନେ ହେଲେ କମାଣ୍ଡେଣ୍ଟ ଜି.ଆର୍. ଖାସୱାନ, ଡ଼େପୁଟି କମାଣ୍ଡେଣ୍ଟ ରାଜେଶ ଶରଣ, ଇନ୍ସ୍ପେକ୍ଟର ଅଶୋକ ଏବଂ ଏଏସ୍ଆଇ ଯୀତେନ୍ଦ୍ର ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବିଏସ୍ଏଫ୍ କମାଣ୍ଡ, ବିସ୍ଫୋରଣ, ମାଓବାଦୀ

କନ୍ଧମାଳ ବିସ୍ଫୋରଣ ଘଟଣାର ତଦନ୍ତ ନିର୍ଦ୍ଦେଶ

January 6, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୭(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ ଘଟାଇଥିବା ବିସ୍ଫୋରଣ ଏବଂ ଏଥିରେ ତିନି ଜଣ ପୋଲିସ କର୍ମଚାରୀ ଶହୀଦ ହେବା ଘଟଣାର ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଏବଂ ମାଓ ପ୍ରଭାବିତ ଅଂଚଳରେ ଅପରେଶନରେ ଯିବା ବେଳେ ଯେଉଁ ନିୟମ ରହିଛି ତାହା ପାଳନ କରାଯାଇଛି କି ନାହିଁ ସେ ସଂପର୍କରେ ରିପୋର୍ଟ ବୋକୁ ଜିଲ୍ଲା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

ପୋଲିସର ଅସାବଧାନତାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗକୁ ଆଧାର କରି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶୁକ୍ରବାର ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ କହିଛନ୍ତି । ସଂପୃକ୍ତ ଅଂଚଳରେ ନିୟମ ଉଲଂଘନ ହୋଇଛି କି ନାହିଁ ତା’ର ସମୀକ୍ଷା କରାଯିବ, ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବିସ୍ଫୋରଣ ହୋଇଥିବା ଏକ ସ୍ଥାନକୁ ଗୁରୁବାର ଛଅଜଣ ପୋଲିସ ଗୋଟିଏଗାଡ଼ିରେ ଯାଉଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ ତିନି ଜଣ ଶହୀଦ ହୋଇଯାଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିଲେ ।

ଆହତ ମାନଙ୍କୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ ପିଟାଲରେ ଭର୍ତି କରାଯାଇଛି । ବିସ୍ଫୋରଣ ପରେ ପୋଲିସ ପକ୍ଷରୁ ସଂପୃକ୍ତ ଅଂଚଳରେ ବ୍ୟାପକ କୁମ୍ବିଂ ଅପରେଶନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍ ।

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, ବିସ୍ଫୋରଣ

ବିସ୍ଫୋରଣ ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା, ସହାୟତା ଘୋଷଣା

January 5, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୫(ଓଡ଼ିଶା ଡ଼ଟ୍ କମ୍) ଗୁରୁବାର ସକାଳେ କନ୍ଧମାଳ ଜିଲ୍ଲାରେ ହୋଇଥିବା ବିସ୍ଫୋରଣ ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିବା ସହ ଏଥିରେ ମୃତ୍ୟୁବରଣ କରିଥିବା ପୋଲିସ କର୍ମଚାରୀଙ୍କ ପରିବାରଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ଆଠ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ବୀମା ସହାୟତା ଦଶ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରାଯାଇଛି ।

ଏହାବ୍ୟତୀତ ମୃତ ବ୍ୟକ୍ତିଙ୍କ ପରିବାରର ଜଣକୁ ସରକାରୀ ଚାକିରୀ ଏବଂ ସ୍ୱତନ୍ତ୍ର ପରିବାର ପେନ୍ସନ୍ଯୋ ଯୋଗାଇ ଦେବା ସହ ଆହତ ପୋଲିସ କର୍ମଚାରୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରାଯାଇଛି ।

ଆହତ କନେଷ୍ଟବଲ ନାହା ପ୍ରଧାନ, ଲାନ୍ସ ନାୟକ ବସନ୍ତ ବେହେରା ଓ ଗୃହରକ୍ଷୀ ପାଣ୍ଡବଙ୍କ ମୁଖ୍ୟମନ୍ତ୍ରୀ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଗତକାଲି ବିସ୍ଫୋରଣ ହୋଇଥିବା ସ୍ଥାନକୁ ଛଅ ଜଣ ପୋଲିସ କର୍ମଚାରୀ ଏକ ଟାଟା ସୁମୋ ଗାଡ଼ିରେ ଯାଉଥିବା ବେଳେ କୋଟଗଡ଼ ଥାନା ଅର୍ନ୍ତଗତ ଶ୍ରୀରାମପୁର ଗାଁ ଜଙ୍ଗଲ ରାସ୍ତାରେ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ କନେଷ୍ଟବଲ ସୁନାଶିର ମହାନ୍ତି, ଉମାଜାନି ଓ ସଂଗ୍ରାମ ଲେଙ୍କା ପ୍ରାଣ ହରାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ ଜିଲ୍ଲା, ବିସ୍ଫୋରଣ, ମୁଖ୍ୟମନ୍ତ୍ରୀ

ସ୍କୁଲରେ ବୋମା ବିସ୍ଫୋରଣ, ଚାରି ଛାତ୍ରଛାତ୍ରୀ ଗୁରୁତର

December 18, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଅନୁଗୁଳ, ଡ଼ିସେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ଅନୁଗୁଳ ଜିଲ୍ଲାର ଏକ ସ୍କୁଲରେ ଶନିବାର ବୋମା ବିସ୍ଫୋରଣ ଘଟି ଚାରି ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଥିବା ପୋଲିସ କହିଛି ।

କରଡ଼ାପାଳ ପଞ୍ଚାୟତ ଅନ୍ତର୍ଗତ ବନ୍ଧକାନି ଠାରେ ଥିବା ଏମ୍.ଇ ସ୍କୁଲରେ ସକାଳୁ ଛାତ୍ରଛାତ୍ରୀମାନେ ସଫେଇ କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣେ ଅଧିକାରୀ କହିଛନ୍ତି ।

ଗୁରୁତର ଆହତଙ୍କ ମଧ୍ୟରେ ଦୁଇ ଜଣ ଛାତ୍ର ଓ ଦୁଇ ଜଣ ଛାତ୍ରୀ ଅଛନ୍ତି । ସେମାନଙ୍କୁ ଅନୁଗୁଳ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅନୁଗୁଳ, ଅନୁଗୁଳ ଜିଲ୍ଲା, ବିସ୍ଫୋରଣ, ମୁଖ୍ୟ ଖବର, ସ୍କୁଲ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ