• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବେଆଇନ କ୍ରସର

ବେଆଇନ କ୍ରସର ରୋକିବାରେ ସରକାରଙ୍କ ଅସହାୟତା

August 28, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୮(ଓଡ଼ିଶା ଡ଼ଟ୍ କମ୍)-ରାଜ୍ୟରେ ଚାଲିଥିବା ବେଆଇନ କ୍ରସର ନେଇ ବିଧାୟକମାନେ ବିଧାନସଭାରେ ଉ୍ବେଗ ପ୍ରକାଶ କରିଥିଲେ ।

ଜାତୀୟ ରାଜପଥ ପାଶ୍ୱର୍ରେ ଓ ବିଭିନ୍ନ ସ୍ଥାନରେ ବେଆଇନ ଭାବେ କ୍ରସର କରାଯାଇ ବ୍ୟାପକ ଚାଷଜମି ନଷ୍ଟ କରାଯାଉଥିବା ବିଧାୟକମାନେ ଅଭିଯୋଗ କରିଥିଲେ ।

ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଥିଲେ । ଏଥିପାଇଁ ଏକ ଟାସ୍କଫୋର୍ସ ଗଠନ ଲାଗି ବିଧାୟକମାନେ ପ୍ରସ୍ତାବ ରଖିଥିଲେ ।

ବିଧାୟକ ସନ୍ତୋଷ ସିଂ ସାଲୁଜା,ଦେବାଶୀଷ ନାୟକ, କନକ ବର୍ଦ୍ଧନ ସିଂହେଓ, ପ୍ରତାପ ଷଡଙ୍ଗୀ, ଆଦିକନ୍ଦ ସେଠୀ, ନବ କିଶୋର ଦାସ, ପ୍ରଦୀପ ପାଣିଗ୍ରାହୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନବୀନ ନନ୍ଦ ଓ ସାଧୁ ନେପାକ ପ୍ରମୁଖଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତରରରେ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଲେ କ୍ରସର ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆବଶ୍ୟକ ଏନଫୋର୍ସମେଣ୍ଟ କ୍ଷମତା ସରକାରଙ୍କ ପାଖରେ କମ୍ ଓ ଦୁର୍ବଳ ।

ଏହି କ୍ଷମତା ବଢାଇବା ପାଇଁ ଅର୍ଥ ବିଭାଗକୁ ପ୍ରସ୍ତାବ ଦିଆଯାଇଛି । ବେଆଇନ କ୍ରସର ରୋକିବାକୁ ଏକ ଟାସ୍କଫୋର୍ସ ଗଠନ ଆବଶ୍ୟକ । ସରକାର ଚେଷ୍ଟା କରୁଥିବା ବେଳେ ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସର ସହଯୋଗ ଦରକାର ।

ରାଜ୍ୟରେ ୧୭୦୦ କ୍ରସର ଅଛି । ୧୦୦୯ କ୍ରସର ପରିବେଶ ବିଭାଗ ବିନା ଅନୁମତିରେ ଚାଲୁଥିବା ବେଳେ ୩୭୯ କ୍ରସରକୁ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି । ମାତ୍ର ୭୨୫ଟି କ୍ରସର ୟୁନିଟ୍ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ପାଇଛନ୍ତି ।

ବେଆଇନ କ୍ରସରର ବିଦ୍ୟୁତ ସଂଯୋଗ କାଟିବାକୁ ଜିଲ୍ଲାପାଳ ଏବଂ ବିଦ୍ୟୁତ ବିଭାଗକୁ କୁହାଯାଇଛି ଏବଂ ଫୌଜଦାରୀ ମାମଲା ରୁଜ ପାଇଁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି । ଜାତୀୟ ରାଜପଥଠାରୁ ୫ଶହ ମିଟର ଦୁରରେ କ୍ରସର ବସାଇବାର ନିୟମ ଥିଲେ ମଧ୍ୟ ତାକୁ କେହି ମାନୁ ନାହାଁନ୍ତି ।

ରାଜ୍ୟରେ ୧୯ଟି ହଟମିକ୍ସ ମେସିନ ଚାଲିଥିବା ବେଳେ ୪ଟି ପ୍ରଦୁଷଣ ନିୟନ୍ତ୍ରଣ ବୋଡର ବିନାନୁମତିରେ ଚାଲିଛି ବୋଲି ମନ୍ତ୍ରୀ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଅର୍ଥ-ବ୍ୟବସାୟ, ମୁଖ୍ୟ ଖବର Tagged With: ଟାସ୍କଫୋର୍ସ ଗଠନ, ବେଆଇନ କ୍ରସର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ