• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବେଲବାହାଳି

କେନ୍ଦ୍ରୀୟ ଟିମର ବେଲବାହାଳି ବିବାଦୀୟ ସେତୁ ସ୍ଥଳ ପରିଦର୍ଶନ

October 5, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟକମ ସଂବାଦଦାତା

କେନ୍ଦୁଝର , ଅକ୍ଟୋବର ୫ (ଓଡିଶା ଡଟ କମ) କେନ୍ଦୁଝର ଜିଲ୍ଲାରେ କୁଶେଇ ନଦୀ ଉପରେ ବ୍ରିଜ୍ ନିର୍ମାଣକୁ ନେଇ ସ୍ତୃଷ୍ଟି ହୋଇଥିବା ବିବାଦ ପରେ ଖଡଗ୍‌ପୁର ଆଇଆଇଟିର ଏକ ବୈଷୟିକ ଦଳ ପ୍ରସ୍ତାବିତ ସେତୁ ନିର୍ମାଣସ୍ଥଳ ପରିଦର୍ଶନ କରିଦେଖିଛନ୍ତି ।

ଏହି ତିନି ଜଣିଆ ଟିମରେ ଇଞ୍ଜିନିୟର ସଭାଥି ଶତପଥି,କୁଲଦିପ୍‌ ସ୍ବର୍ଣ୍ଣକାର ଓ ତର୍ପଣ ତିଲକ ପାତ୍ର ରହିଛନ୍ତି ।

ସେତୁ ନିର୍ମାଣସ୍ଥଳ ପରିଦର୍ଶନ କରିସାରିବାପରେ ସେମାନେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଖୁବ୍‌ଶୀଘ୍ର ଏହି ଟିମ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କୁ ଏନେଇ ରିପୋର୍ଟ ପ୍ରଦାନ କରିବ ।

ଗତ ଜୁଲାଇ ମାସରେ ଏହି ସେତୁର ନିର୍ମାଣକୁ କେନ୍ଦ୍ରକରି ଜନତା ଓ ପୋଲିସଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା ଯେଉଁଥିରେ ଶତାଧିକ ଲୋକ ଗିରଫ ହୋଇଥିଲେ । ଘଟଣାକୁନେଇ ରାଜ୍ୟ ରାଜନୀତି ବି ସରଗରମ ହୋଇଥିଲା ।

ପରେ ସ୍ଥାନୀୟ ଲୋକ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏଥିସହିତ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟ ଏପ୍ରସଙ୍ଗରେ ନୀତିନ ଗଡକାରୀଙ୍କ ସହିତ ଆଲୋଚନା କରିଥିଲେ ।

ଓଡିଶା ଡଟ କାମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମାନବାଧିକାର Tagged With: ବେଲବାହାଳି, ମାନବାଧିକାର

ବେଲବାହାଳି ଘଟଣାରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ନିର୍ଦ୍ଦେଶ

September 24, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୨୪ (ଓଡିଶା ଡଟ କମ) କେନ୍ଦୁଝର ଜିଲ୍ଲାରେ କୁଶେଇ ନଦୀ ଉପରେ ବ୍ରିଜ୍ ନିର୍ମାଣକୁ ବିରୋଧ କରୁଥିବା ଲୋକଙ୍କ ଉପରେ ପୁଲିସ୍ ଅତ୍ୟାଚାର କରିଥିବା ଅଭିଯୋଗ ଉପରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି ସେ ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିବାକୁ ଜାତୀୟ ମାନବାଧିକାର କମିଶନ ରାଜ୍ୟ ପୁଲିସ୍ ମୁଖ୍ୟ ସଂଜୀବ ମାରିକଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।

akhand-humanrights akhand-humanrights-2ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ଆବେଦନ ଉପରେ ବିଚାର କରି କମିଶନ ଏହି ନିଦେ୍ର୍ଧଶ ଦେଇଛନ୍ତି । ଆବେଦନକାରୀ ଦର୍ଶାଇଥିଲେ ଯେ, ଗତ ଜୁଲାଇ ୭ ତାରିଖ ଦିନ ବେଲବାହାଳିରେ କୁଶେଇ ନଦୀରେ ବ୍ରିଜ୍ ନିର୍ମାଣକୁ ବିରୋଧ କରି ଚାଲିଥିବା ଗଣଧାରଣାକୁ ଭଣ୍ଡୁର କରିବା ପାଇଁ ପୁଲିସ୍ ଅଚାନକ ଲାଠିଚାର୍ଜ କରିବା ସହିତ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା ।

ପୁଲିସ୍ ର ଆଖିବୁଜା ମାଡରେ ୨୦ ଜଣ ଗୁରୁତର ଆହତ ହୋଇଥିବା ବେଳେ ବହୁ ଲୋକ ଖଣ୍ଡିଆ ଖାବର ହୋଇଥିବା ଅଭିଯୋଗ ହୋଇଥିଲା । ବିଧବା, ବୃଦ୍ଧ, ଶିଶୁ, ରୋଗୀମାନଙ୍କୁ ମଧ୍ୟ ପୁଲିସ୍ ପିଟିଥିଲା । କେବଳ ସେତିକି ନୁହେଁ ବିଭିନ୍ନ ଗୁରୁତର ଦଫାରେ ପୁଲିସ୍ ଶତାଧିକ ଲୋକଙ୍କୁ ଗିରଫ କରି ଜେଲ୍ ପଠାଇଥିବା ସେ ଅଭିଯୋଗ କରିଥିଲେ ।

ଏହି ଘଟଣାକୁ ନେଇ ‘ସିଭିଲ୍ ସୋସାଇଟି ଫୋରମ୍ ଅନ୍ ହୁ୍ୟମାନ୍ ରାଇଟ୍ସ’ ପକ୍ଷରୁ ଏକ ଚାରି ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଦଳ ବେଳବାହାଳି ଗସ୍ତ କରିବା ସହ ସେଠାରେ ପ୍ରତ୍ୟେକ୍ଷଦର୍ଶୀ ଓ ପୁଲିସ୍ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲା ।  ଏହି ରିପୋର୍ଟ ଆଧାରରେ ଫୋରମ୍ ର ୱାର୍କିଂ ଗ୍ରୁପ୍ ସଦସ୍ୟ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ୍ ଦାଖଲ କରିଥିଲେ ।

ଦୋଷୀ ପୁଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ, ଆହତମାନଙ୍କୁ କ୍ଷତିପୂରଣ ଓ ମିଥ୍ୟାକେସ୍ ପ୍ରତ୍ୟାହାର ପାଇଁ ସେ ନିବେଦନ କରିଥିଲେ । କମିଶନ ଏହାର ବିଚାର କରି ପୁଲିସ୍ ବିରୁଦ୍ଧରେ ହୋଇଥିବା ଏହି ଅଭିଯୋଗ ଉପରେ ଉଚ୍ଚ କର୍ତୁପକ୍ଷ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ସେ ସମ୍ପର୍କୀତ ରିପୋର୍ଟ ଚାରି ସପ୍ତାହ ମଧ୍ୟରେ ଦାଖଲ ପାଇଁ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମାନବାଧିକାର Tagged With: ବେଲବାହାଳି, ମାନବାଧିକାର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ