• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବୋଇତ ବନ୍ଦାଣ

ବୋଇତ ବନ୍ଦାଣ ପାଇଁ ଦିଲ୍ଲୀହାଟରେ ଲୋକଙ୍କ ଭିଡ଼

November 30, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତ

ନୂଆଦିଲ୍ଲୀ, ନଭେମ୍ବର ୩୦ ( ଓଡିଶା ଡଟ୍ କମ୍)-କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଦିଲ୍ଲୀର ସାଂସୃତିକ ଅନୁଷ୍ଠାନ ଓଡ଼ିଆ ପୁଅ ତରଫରୁ ନୂଆଦିଲ୍ଲୀରେ ଅବସ୍ଥିତ ଦିଲ୍ଲୀହାଟରେ ଆୟୋଜିତ ରଙ୍ଗାରଙ୍ଗ ସାଂସୃତିକ କାର୍ଯ୍ୟକ୍ରମରେ ଶହସ୍ରାଧିକ ଲୋକଙ୍କର ଭିଡ଼ ଜମିଥିଲା ।

ବିଶେଷ କରି ଓଡ଼ିଶାର ଲୋକନୃତ୍ୟ ଜରିଆରେ ଓଡ଼ିଶାର କଳା ସଂସୃତି ଓ ଲୋକ ନୃତ୍ୟ ତଥା ଦେଶ ବିଦେଶରେ ଓଡ଼ିଆ ସାଧବ ପୁଅ ବଣିଜ ବେପାରର ଇତି କଥାକୁ ଆକର୍ଷଣୀୟ ଭାବରେ ଉପସ୍ଥାପିତ କରାଯାଇଥିବାରୁ ଦୀର୍ଘ ସମୟ ଧରି ଦର୍ଶକମାନେ ବାନ୍ଧି ହୋଇ ରହିଥିଲେ ।

ଉଦ୍ଘାଟନ କରି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଧର୍ମଗୁରୁ ଚନ୍ଦ୍ରଭାନୁ ଶତପଥୀ ଓଡ଼ିଶା ସଂସୃତିର ମହନୀୟତା ଓ ଦେଶ ଗଠନରେ ଏହାର ପ୍ରଜୁର୍ଯ୍ୟତା ବିଷୟରେ ସୁଚନା ଦେଇଥିଲେ ।

ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ, ମହାନଦୀ କୋଇଲା କଂପାନୀ ଓ ଇନ୍ ଲଜିଷ୍ଟିକ୍ କଂପାନୀଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରୀ ନିକଟସ୍ଥ ରଘୁରାଜ ପୁରର “ଅଭିନ୍ନ ସୁନ୍ଦର ଗୋଟିପୁଅ ପରିଷଦ” ସାଂସୃତିକ ଅନୁଷ୍ଠାନର ପନ୍ଦର ଜଣ କଳାକାର ଗୋଟିପୁଅ, ଘଣ୍ଟମର୍ଦଳ, ପହଣ୍ଡିବିଜେ “ସଂଗୀତ ସାଧନା” ସାଂସୃତିକ ଅନୁଷ୍ଠାନର ପନ୍ଦର ଜଣ କଳାକାର ରସରକେଲି, ଡାଲ୍ଖାଇ, ଭାଇଜଉନ୍ତିଆ ଆଦି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ଏହି ଉତ୍ସବରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୨୦୧୧ ବାର୍ଷିକ ବର୍ଷ ପାଇଁ ଡ. ପ୍ରସନ୍ନ କୁମାର ମହାନ୍ତି, ଦେବୀ ପ୍ରସାଦ ଦାଶ ଏବଂ ୨୦୧୨ ବାର୍ଷିକ ବର୍ଷ ପାଇଁ ସିନେମା ନିର୍ମାତା ତଥା ନିଦେ୍ର୍ଧଶକ ନୀଳ ମାଧବ ପଣ୍ଡା, ମାନସ ଶଙ୍କର ରାୟ ଏବଂ ବିମଳ ପ୍ରସାଦ ଶର୍ମାଙ୍କୁ “ଓଡ଼ିଆ ପୁଅ” ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ଏହି ଉତ୍ସବରେ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ବରିଷ୍ଠ ପ୍ରଶାସକ ନୀଳମାଧବ ମହାନ୍ତି, ଡ. ଅରୁଣ କୁମାର ରଥ, ରବିନାରାୟଣ ଦାସ, ଆୟକର ଆୟୁକ୍ତ ଦେବେନ୍ଦ୍ର ନାରାୟଣ କର, ମହାନଦୀ କାଇଲା କଂପାନୀର ବିତ୍ତ ନିଦେ୍ର୍ଧଶକ କୁଳମଣି ବିଶ୍ୱାଳ, ମହାନଦୀ କାଇଲା କଂପାନୀର ନିର୍ଦ୍ଦେର୍ଶକ ଏମ୍. ଶ୍ରୀଧରନ୍, ଦିଲ୍ଲୀ ଓଡ଼ିଆ ସାମ୍ବାଦିକ ସଂଘର ସଭାପତି ତଥା ସମାଜର ପ୍ରତିନିଧି କିଶୋର ଦ୍ୱିବେଦୀ ଉପସ୍ଥିତ ଥିଲେ ।

ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ପାଫ୍ୱାର ଗ୍ରୀଡ୍ କର୍ପୋରେସନ୍ ର ନିର୍ଦ୍ଦେଶକ ବିଶ୍ୱରଂଜନ ମିଶ୍ର, ସେଣ୍ଟାଲ୍ ୱେୟାର ହାଉସିଂ କର୍ପୋରେସନ୍ ର ମହାନିର୍ଦ୍ଦେର୍ଶକ ବିଭୁତି ଭୁଷଣ ପଟ୍ଟନାୟକ, ପଲ୍ଲୀବାଣୀର ସଂପାଦକ ରାମଚନ୍ଦ୍ର ନାଥ, ଚିତ୍ରଶିଳ୍ପୀ ଡ. ଦିଲ୍ଲୀପ ତ୍ରିପାଠୀ, ଧରତ୍ରୀ ପ୍ରତିନିଧି ନିଗମାନନ୍ଦ ପୃଷ୍ଟି, ବିଲ୍ଡ ଇଂଡିଆ ଗୃପ୍ର ସଭାପତି ବିରଜା ମହାପାତ୍ର, ପ୍ରଶାସକ ମାଧବ ଚନ୍ଦ୍ର ମହାପାତ୍ର ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଆୟୋଜକ ଓଡ଼ିଆ ପୁଅର ସଂପାଦକ ଶ୍ୟାମସୁନ୍ଦର ସାହୁ ଶେଷରେ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବୋଇତ ବନ୍ଦାଣ, ସାମ୍ବାଦିକ ସଂଘ

ନୂଆଦିଲ୍ଲୀରେ ବୋଇତ ବନ୍ଦାଣ ଉତ୍ସବ

November 10, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ନଭେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ୍ରେ ଗୁରୁବାର ସେଠାରେ ରହୁଥିବା ଓଡ଼ିଆମାନେ ଏକତ୍ରିତ ହୋଇ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଛନ୍ତି ।

ଗତ ୧୫ ବର୍ଷ ଧରି ଳିତ ଲୋକଙ୍କ ପାଇଁ କାର୍ଯ୍ୟକରି ଆସୁଥିବା ବାଲ ଜାଗୃତି ସଂଘ ପକ୍ଷରୁ ଓଡ଼ିଶାର ପାରମ୍ପରିକ ଡ଼ଙ୍ଗା ଭସା ଏବଂ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଛି ।

ଭୋର ସକାଳୁ ହୃଷୀକେଶ ପାଣିଗ୍ରାହୀ ଶଂଖ ଧ୍ୱନୀ ଓ ବେଦ ପାଠ କରିବା ପରେ ଉତ୍ସବ ଆରମ୍ଭ କରାଯାଇଥିଲା । କାର୍ତିକ ମାସର ପୂର୍ଣ୍ଣମୀଦିନ ଓଡ଼ିଆ ସାଧବ ପୁଅମାନେ ବେପାର ବଣିଜ କରିବାକୁ ସାତ ଦରିଆପାରି ହୋଇଯାଉଥିଲେ, ଏହି ପରମ୍ପରାକୁ ମନେପକାଇବା ପାଇଁ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଥାଏ ।

ଏହିଦିନ ରାଧା କୃଷ୍ଣଙ୍କ ରାଷ ପୂର୍ଣ୍ଣିମା ଉତ୍ସବ ମଧ୍ୟ ସଂଘ ପକ୍ଷରୁ ପାଳନ କରାଯାଇଥାଏ ବୋଲି ବୋଇତ ବନ୍ଦାଣ ଉତ୍ସବର ଅଧ୍ୟକ୍ଷ ତଥା ସଂଘର ସଭାପତି ଗୋବର୍ଦ୍ଧନ ଧଳ କହିଛନ୍ତି ।

ଏହି ଆଧ୍ୟାତ୍ମିକ କାର୍ଯ୍ୟ ଅବସରରେ କସ୍ତୁରୀ ପଟ୍ଟନାୟକଙ୍କ ସଂକଳ୍ପ ଗୃପର କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ଗୁରୁ ହରିନାରାୟଣ ଓଡ଼ିଶୀ ଭଜନ ପରିବେଷଣ କରିଥିଲେ ।

ସାଧବ ମାନଙ୍କ ନୌବାଣିଜ୍ୟ ପରମ୍ପରା ଅନୁଯାୟୀ ସଂଘ ପକ୍ଷରୁ ସୁସଜ୍ଜିତ ଡ଼ଙ୍ଗା ଭସାଣିର ଆୟୋଜନ କରାଯାଇଥିଲା ଏବଂ ଲୋକମାନେ ଏଥିରେ ବସିଥିଲେ ।

ସାଂସଦ ବୈଷ୍ଣବ ପରିଡ଼ା, ଅମରେନ୍ଦ୍ର ଖଟୁଆ, ସୂର୍ଯ୍ୟମଣି ଖୁନ୍ଟିଆ, ଏନ୍.କେ.ସାହୁ, ଶ୍ରୀଦେବ ନନ୍ଦ, ଅରୁଣ କୁମାର ରଥ, ଜି.ଏସ୍.ପଟ୍ଟନାୟକ, ମୋନିକା ଦ।ଶ, ପି.କେ.ହୋତା, ପି.କେ.ମହାପାତ୍ର ଏବଂ ତୁଷାର ମହାପାତ୍ର ପ୍ରମୁଖ ଉତ୍ସବରେ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନୂଆଦିଲ୍ଲୀ, ବୋଇତ ବନ୍ଦାଣ

ଓଡ଼ିଶା ସୋସାଇଟି ଅଫ୍ କାନାଡ଼ା ପକ୍ଷରୁ ବୋଇତବନ୍ଦାଣ

December 9, 2010 by ଓଡିଶା ଡଟ କମ Leave a Comment

ବିଶ୍ୱଜିତ ମିଶ୍ର

ଟରଣ୍ଟୋ, ଡ଼ିସେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ସୋସାଇଟି ଅଫ୍ କାନାଡ଼ା ପକ୍ଷରୁ ଟରଣ୍ଟୋ ଠାରେ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି ।

ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ଗତ ଡ଼ିସେମ୍ବର ୪ରେ ଏହା ମହାସମାରୋହରେ ପାଳିତ ହୋଇଯାଇଛି । ବୋଇତ ବନ୍ଦାଣର ମହତ୍ୱ ବିଷୟରେ ସେଲିନା ବେହେରା ଓ ପ୍ରଜ୍ଞା ସୂଚନା ପ୍ରାପ୍ତ କରିଥିବା ବେଳେ ସୋସାଇଟିର ଆଜୀବନ ସଦସ୍ୟ ସଂଧ୍ୟା ପଠାଣିଆ ପାରମ୍ପରିକ ଡ଼ଙ୍ଗା ଭଷାଣି କରିଥିଲେ ।

ଓଡ଼ିଶାରେ ବୋଇତ ବନ୍ଦାଣ ଉତ୍ସବ ଦିନ ଭୋରରୁ ମହିଳା ଓ ପୁରୁଷମାନେ ବିଭିନ୍ନ ନଦୀ ଓ ପୋଖରୀରେ ଡ଼ଙ୍ଗା ଭଷାଣିକରିଥିବା ବେଳେ ବେଳେ ଏଠାରେ ଥିବା ଅଡ଼ିଟୋରିୟମର ଛୋଟ ଡ଼ଙ୍ଗା ଭଷାଣି କରାଯାଇଥିଲା ।

ଏହାର ସଭାପତି ବିଶ୍ୱଜିତ ମିଶ୍ର ଉପସ୍ଥିତ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ସୋସାଇଟି ଆୟୋଜିତ କରୁଥିବା ବିଭିନ୍ନ ପର୍ବପର୍ବାଣୀ(ବୋଇତ ବନ୍ଦାଣ, ଓଡ଼ିଶା ଦିବସ, ସ୍ୱାଧିନତା ଦିବସ) ବିଷୟରେ କହିଥିଲେ ।

ଏହି ଅବସରରେ କ୍ରୀଷ୍ନା ଦ।ଶଙ୍କ ଦ୍ଵାରା ଓଡ଼ିଶାର ଇତିହାସ ଓ ସଂସ୍କୃତି ଉପରେ ପ୍ରସ୍ତୁତ ଏକ ଅଡ଼ିଓ ଭିଜୁଆଲ ଉପସ୍ଥାପନ କରାଯାଇଥିଲା ।

ବୋଇତ ବନ୍ଦାଣ ଅବସରରେ “”ଗାନ୍ଧୀଜୀ ଥିଲେ ବୋଲି” ଶିଶୁ ମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ନାଟକ ପରିବେଷଣ କରାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା । ଏହାସହ ଓଏସ୍ସିର ବରିଷ୍ଠ ସସ୍ୟଙ୍କ ଦ୍ୱାରା “”ବିରଳ ଚୌକି”ନାଟକ ପରିବେଷଣ କରାଯାଇଥିଲା ।

ନାଟକଟି ବିରେନ୍ଦ୍ର ମିଶ୍ରଙ୍କ ଦ୍ୱାରା ଲେଖାଯାଇଥିବା ବେଳେ କୋହିନୁର ବାନାର୍ଜୀ ଏହାର ନିର୍ଦ୍ଦେଶନା ଦେଇଥିଲେ । ଏହି ଅବସରରେ ସୋସାଇଟିର ବିଭିନ୍ନ ସସ୍ୟଙ୍କ ଦ୍ୱାରା ସାମରିକ କଳା, ଆତ୍ମରକ୍ଷା କଳା ପ୍ରର୍ଶନ, ଓଡ଼ିଆ ଓ ହିନ୍ଦୀ ସଂଗୀତ ପରିବେଷଣ କରାଯାଇଥିଲା ।

ସୋସାଇଟିର ପୂର୍ବତନ ସଭାପତି ବିଭୂ ମହାନ୍ତିଙ୍କ ଦ୍ୱାରା ପୁରସ୍କାର ବିତରଣ ଓ ବିଶ୍ୱ ପଟ୍ଟନାୟକଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ସହ ଆୟୋଜିତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା । ସଂଧ୍ୟାରେ ଉପସ୍ଥିତ ସସ୍ୟଙ୍କୁ ଚାଟ୍, ସମୋସା ଓ ଓଡ଼ିଶା ଖ୍ୟାଦ୍ୟ ପରିବେଷଣ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଟରଣ୍ଟୋ, ବୋଇତ ବନ୍ଦାଣ, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ