• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବୌଦ୍ଧ

ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା

December 23, 2019 by ଓଡିଶା ଡଟ କମ Leave a Comment

ଆପଣ ଯଦି ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ସଂପର୍କରେ ଗୁଗୁଲରେ ଖୋଜିବା ଆରମ୍ଭ କରିବେ, ତେବେ ନିଶ୍ଚୟ ସେ ଆପଣଙ୍କୁ ବୌଦ୍ଧ ନିକଟରେ ପହଞ୍ଚାଇଦେବ।

କନ୍ଧମାଳଠାରୁ ଅଲଗା ହୋଇ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିବା ବୌଦ୍ଧ ଜିଲ୍ଲା ଓଡ଼ିଶାର ଅନ୍ୟତମ ଛୋଟିଆ ଜିଲ୍ଲା (ଲୋକସଂଖ୍ୟା ତୁଳନାରେ ଦେବଗଡ଼ ପରେ)।

ମୁଁ ବଲାଙ୍ଗିର ଜିଲ୍ଲାପାଳ ଥିବା ସମୟରେ ଅନେକ ଥର ବୌଦ୍ଧ ରାସ୍ତା ଦେଇ ଯାଇଛି, ହେଲେ କେବେ ଏଠାରେ ଅଟକି ଏହାକୁ ନିରୀକ୍ଷଣ କରିନାହିଁ।

ତେବେ ମୁଁ ଜଳସଂପଦ ବିଭାଗ ସଚିବ ଥିବା ସମୟରେ ଏହି ଜିଲ୍ଲାରେ ବାଘ୍ ଜଳସେଚନ ପ୍ରକଳ୍ପ ହୋଇଥିଲା ଏବଂ ମୋତେ ବୌଦ୍ଧଠାରେ ଗୋଟେ ରାତି କଟାଇବାକୁ ପଡ଼ିଥିଲା।

ଗୌତମ ବୁଦ୍ଧଙ୍କ ନାମରେ ନାମିତ ଏହି ଜିଲ୍ଲାରେ ତିନିଟି ଉଚ୍ଚ ବୌଦ୍ଧ ମୂର୍ତ୍ତି ସମେତ ପଥର ଓ ବାଲିପଥରରେ ନିର୍ମିତ ଅନେକ ଗନ୍ଧର୍ବ ମୂର୍ତ୍ତି ଏଠି ସେଠି ରହିଛି।

ବୌଦ୍ଧ ସହର ଭିତରେ ଏଥିରୁ ଗୋଟିଏ ବିରାଟ ବୁଦ୍ଧ ମୂର୍ତ୍ତି ରହିଥିବାବେଳେ ଅନ୍ୟ ଦୁଇଟି ଶ୍ୟାମସୁନ୍ଦରପୁର ଓ ପ୍ରଗଲପୁରଠାରେ ରହିଛି।

ତିନିଟି ଉଲ୍ଲେଖନୀୟ ବୁଦ୍ଧ ମୂର୍ତ୍ତି ଥିବାରୁ ଏହି ଜିଲ୍ଲାର ବୌଦ୍ଧ ସଂସ୍କୃତି ସହ ସଂପୃକ୍ତ ଥିବାର ପ୍ରମାଣ ମିଳେ।

ସେହିପରି ବୌଦ୍ଧ ସହରରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ରାମେଶ୍ବର ବା ରାମନାଥ ମନ୍ଦିର ନବମ ଶତାବ୍ଦୀରେ ନିର୍ମିତ ହୋଇଥିବା ଐତିହାସିକମାନେ କହନ୍ତି।

ବୌଦ୍ଧ ସହରର ଆଉ ଏକ ଆକର୍ଷଣ ହେଉଛି ଏଠାକାର ଯୋଗିନ୍ଦ୍ର ଭିଲ୍ଲା ପେଲେସ୍, ଯାହା ସ୍ଥାନୀୟ ଲୋକଙ୍କ ମୁହଁରେ ରାଜବାଟୀ ଭାବେ ପରିଚିତ।

ଜଣେ ଉଦାର ଓ ଦାନଶୀଳ ରାଜା ଭାବେ ପରିଚିତ ରାଜା ଯୋଗେନ୍ଦ୍ର ଦେବ ତାଙ୍କ ଶାସନ କାଳରେ ଏହାକୁ ନିର୍ମାଣ କରିଥିଲେ।

ଏହି ରାଜବାଟୀ ନିକଟରୁ ଆପଣ ମହାନଦୀକୁ ସଂପୂର୍ଣ୍ଣ ଦେଖିପାରିବେ।

ସେହିପରି ଏହି ରାଜବାଟୀ ଭିତରେ ଭୈରବୀ ଓ ମଦନମୋହନ ମନ୍ଦିରରେ ଠାକୁରଙ୍କୁ ଦର୍ଶନ ମଧ୍ୟ କରିପାରିବେ।

ସେହିପରି ବୌଦ୍ଧ ସହରଠାରୁ ୧୬ କିଲୋମିଟର ଦୂର ଗନ୍ଧରାଡ଼ି ଗାଁ ନିକଟରେ ରହିଛି ଜଗତି।

ଏଠାରେ ନୀଳମାଧବ ଓ ସିଦ୍ଧେଶ୍ବର ମନ୍ଦିର ଅବସ୍ଥିତ।

ନବମ ଶତାବ୍ଦୀରେ ଖିଞ୍ଜଳି ମଣ୍ଡଳର ଭଂଜ ରାଜାମାନେ ଏହାକୁ ନିର୍ମାଣ କରିଥିବା ଐତିହାସିକମାନେ ମତ ଦିଅନ୍ତି।

ଏହି ଦୁଇଟି ମନ୍ଦିର ଦେଖିବାକୁ ଏକାଭଳି, ତେବେ ବାମ ପଟରେ ଥିବା ମନ୍ଦିର ଶିବ (ସିଦ୍ଧେଶ୍ବର)ଙ୍କର
ହୋଇଥିବାବେଳେ ଅନ୍ୟଟି ବିଷ୍ଣୁ (ନୀଳମାଧବ)ଙ୍କର।

ସିଦ୍ଧେଶ୍ବର ମନ୍ଦିରର ଶିଖର ଶିବଲିଙ୍ଗ ଆକୃତିର ଓ ନୀଳମାଧବ ମନ୍ଦିରର ଶିଖର ବ୍ଲୁ କ୍ଲୋରାଇଟରେ ନିର୍ମିତ ଏକ ଚକ୍ରାକୃତିର।

ମହାନଦୀ ଭିତରେ ଥିବା ହନୁମାନ ମନ୍ଦିର ମଧ୍ୟ ଏକ ଆକର୍ଷଣ।

ସେପଟେ ମହାନଦୀ ଭିତରେ ଥିବା ଚନ୍ଦ୍ରଚୂଡ଼ ଓ ମାତଙ୍ଗେଶ୍ବର ମନ୍ଦିର ସେମାନଙ୍କର ଆକୃତି ଓ କାରୁକାର୍ଯ୍ୟ ପାଇଁ
ଯେକୌଣସି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରନ୍ତି।

ଏହି ଦୁଇଟିଯାକ ହେଉଛି ଶିବ ମନ୍ଦିର।

ବୌଦ୍ଧ ସହରରେ ବି ରହିଛି ପୁରାତନ ଜଗନ୍ନାଥ ମନ୍ଦିର।

ବୌଦ୍ଧ ଜିଲ୍ଲା ବୁଲିବା ବେଳେ ଯଦି ଆପଣଙ୍କ ହାତରେ ସମୟ ଥାଏ, ତେବେ ଆପଣ ନାୟକପଡ଼ା ଗୁମ୍ଫା ଓ ପଦ୍ମତୋଳା ଅଭୟାରଣ୍ୟ ମଧ୍ୟ ବୁଲିବାକୁ ଯାଇପାରିବେ।

ଡମ୍ବରୁଗଡ଼ା ପାହାଡ଼ ଉପରେ ଚଢ଼ି ଆପଣ ମହାନଦୀର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।

ସେହିପରି ମହାନଦୀର ଅପରପାର୍ଶ୍ବରେ ଅବସ୍ଥିତ ମାର୍ଜାକୁଦ ଦ୍ବୀପ ମଧ୍ୟ ଆପଣଙ୍କୁ ନିଶ୍ଚୟ ଆକର୍ଷିତ କରିବ।

ଆପଣ ଭୁବନେଶ୍ବର, ପୁରୀ, କୋଣାର୍କ ଓ ଚିଲିକା ବାରମ୍ବାର ଦେଖିସାରିବା ପରେ ରାଜ୍ୟର ଏହି ପଶ୍ଚିମ ପ୍ରାନ୍ତକୁ ଆସି ଏଠାକାର ପର୍ଯ୍ୟଟନସ୍ଥଳୀର ମଜା ନେଇପାରିବେ।

( ଲେଖକ ୧୯୮୫ ବ୍ୟାଚର ଓଡିଶା କ୍ୟାଡର ଆଇ.ଏ.ଏସ୍. ଅଫିସର । ଏବେ ସେ କେନ୍ଦ୍ର ସରକାରଙ୍କ ଜଳସଂପଦ ମନ୍ତ୍ରାଳୟର ସଚିବ ଭାବେ ଅବସ୍ଥାପିତ)


ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ପର୍ଯଟନ, ବିଶେଷ ଖବର Tagged With: ପର୍ଯଟନ, ବୌଦ୍ଧ

ବୌଦ୍ଧ: ବିଷାକ୍ତ ଖାଦ୍ୟ ଖାଇ ୪ ଜଣଙ୍କ ମୃତ୍ୟୁ

July 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ,ଜୁଲାଇ ୧୯(ଓଡ଼ିଶା ଡ଼ଟ୍ କମ୍) ବୌଦ୍ଧ ଜିଲ୍ଲାର ଏକ ସଂକୀର୍ତନ ଦଳ ନୟାଗଡ଼ର ଜିଲ୍ଲାରେ ଆୟୋଜିତ ନାମ ସଂକୀର୍ତନରେ ଯୋଗଦେବାକୁ ଯାଇଥିବାବେଳେ ସେଠାରେ ବିଷାକ୍ତ ଖାଦ୍ୟ ଖାଇ ଗୁରୁବାର ଚାରି ଜଣଙ୍କ ଜଣଙ୍କର ମୃତ୍ୟୁ ହୋଇଛି ।

ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କ ନୟାଗଡ଼ ବାଣିଗୋଚ୍ଛା ଠାରେ ମୃତ୍ୟୁ ହୋଇଥିବାବେଳେ ଆନ୍ୟ ୨ଜଣଙ୍କର ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି । ଅନ୍ୟ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଖାଦ୍ୟ ଖାଇବା ପରେ ଏହି ଲୋକ ମାନଙ୍କ ପେଟ ଫୁଲିବା ସହ ବାନ୍ତି ହୋଇ ଛାତିରେ ଯନ୍ତ୍ରଣା ହୋଇଥିଲା ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଅକ୍ଷୟ ବିନ୍ଧାଣୀ ଅଞ୍ଜନ ମାନୀ, ଯଶୋବନ୍ତ ପ୍ରଧାନ, ଶାନ୍ତନୁ ବେହେରା, ସୂର୍ଯ୍ୟମଣିମଲ୍ଲିକ ପ୍ରମୁଖ ଏକ ୭ଜଣିଆ ଦଳ ଏହି ନାମ ସଂକୀର୍ତନରେ ଯୋଗଦେବାକୁ ଯାଇଥିଲେ ।

ବିଷାକ୍ତ ଖାଦ୍ୟ ଯୋଗୁଁ ଏମାନଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଫୁଲବାଣୀ, ବୌଦ୍ଧ

ତୃତୀୟ ପର୍ଯ୍ୟାୟରେ ୬୯ ପ୍ରତିଶତ ମତଦାନ

February 15, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ବୁଧବାର ଅନୁଷ୍ଠିତ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୬୯ ପ୍ରତିଶତ ମତାନ ହୋଇଛି ।

ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୮୫ ପ୍ରତିଶତ ଓ କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ୫୦ ପ୍ରତିଶତ ମତାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ।

ସମସ୍ତ ଜିଲ୍ଲାର ୧୮୮ଟି ଜିଲ୍ଲା ପରିଷ ସଭ୍ୟ, ୧୩୫୦ଟି ସରପଂଚ ଓ ୧୩୫୦ ସମିତି ସଭ୍ୟ ସମେତ
ସବୁ ୱାର୍ଡମେମ୍ବର ପବୀ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା ।

ଏଥିପାଇଁ ୧୯ ହଜାର ୬୮ଟି ବୁଥ୍ରେ ୫୩ଲକ୍ଷ ୮୮ ହଜାର ୬୬୪ଜଣ ଭୋଟର ସେମାନଙ୍କର
ମତାନ ସାବ୍ୟସ୍ତ କରିଛନ୍ତି ।

ବିଭିନ୍ନ କାରଣରୁ ନଅଟି ଜିଲ୍ଲାର ୧୪ଟି ବ୍ଲକରେ ଭୋଟ୍ ଗ୍ରହଣ ବାଧାପ୍ରାପ୍ତ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପଞ୍ଚାୟତ ନିର୍ବାଚନ, ବୌଦ୍ଧ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ