• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବ୍ରହ୍ମପୁର

ଗଞ୍ଜାମ: ମାଓବାଦୀର ଆତ୍ମସମର୍ପଣ

March 1, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ମାର୍ଚ୍ଚ ୧(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା ପୋଲିସ ନିକଟରେ ଗୁରୁବାର ଜଣେ ମାଓବାଦୀ ଅତ୍ମସମର୍ପଣ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଏସ୍ପି ରାଜେଶ ପଣ୍ଡିତଙ୍କ ନିକଟରେ ବଡ଼ଗଡ଼ ଅଞ୍ଚଳର ମାଓବାଦୀ ତୋଫାନ ସାହୁ ଆତ୍ମସମର୍ପଣ କରିଥିବା ବେଳେ ସେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ଘନିଷ୍ଠ ସହଯୋଗୀ ବୋଲି ସେ କହିଛନ୍ତି ।

ଗତ କିଛିଦିନ ତଳେ ଦୁଇ ଜଣ ମହିଳାଙ୍କ ସହ ତିନି ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗଞ୍ଜାମ, ବ୍ରହ୍ମପୁର, ମାଓବାଦୀ

ଅପ୍ରେଲ ସୁଦ୍ଧା ବ୍ରହ୍ମପୁରରେ ପାନୀୟଜଳ ଟ୍ରିଟମେଂଟ ପ୍ଲାଂଟ

February 29, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ବ୍ରହ୍ମପୁର ସହରକୁ ଜଳ ଯୋଗାଣ ପାଇଁ ନିର୍ମାଣଧିନ ଟ୍ରିଟ୍ମେଂଟ ପ୍ଲାଂଟ ଚଳିତ ଅପ୍ରେଲ ୧୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ବୁଧବାର ଏକ ଉଚ୍ଚ ସ୍ତରୀୟ ବୈଠକରେ କୁହାଯାଇଛି ।

ଏହାଦ୍ୱାରାସହରବାସୀଙ୍କୁ ଦୈନିକ ଅଧିକ ୨୦ ମିଲିଅନ ଲିଟର ପାନୀୟ ଜଳ ଯୋଗାଣ ହୋଇ ପାରିବ । ବର୍ତମାନ ସହରବାସୀଙ୍କୁ ବିଭିନ୍ନ ସୂତ୍ରରୁ ଦୈନିକ ୩୭ ମିଲିଅନ ଲିଟର ଜଳ ଯୋଗାଣ କରାଯାଉଛି । ନୂଆ ପ୍ଲାଂଟ କାର୍ଯ୍ୟକ୍ଷମ ହେବାପରେ ଦୈନିକ ୫୭ ମିଲିଅନ ଲିଟର ଜଳ ଯୋଗାଣ କରାଯାଇ ପାରିବ ।

ସହରକୁ ୨୪ ଘଂଟିଆ ଜଳ ଯୋଗାଣ ଭିତ୍ତିଭୂମି ସୁୃଢୀକରଣ ପ୍ରକଳ୍ପ ପାଇଁ ୫୯ କୋଟି ଟଙ୍କା ବିନିଯୋଗ କରିବାକୁ ନିଷ୍ପତି ହୋଇଛି ।

ସେହିପରି ସହରର ଦୀର୍ଘକାଳୀନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ବୃହତ୍ ପ୍ରକଳ୍ପ ପାଇଁ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଆସନ୍ତା ୩୦ ବର୍ଷର ଆବଶ୍ୟକତା ପାଇଁ ଜାନିଭିଲି ଆନିକଟରୁ ୧୨୫ ମିଲିଅନ ଲିଟର ଜଳ ଉଠାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିପାଇଁ ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବୈଠକ, ବ୍ରହ୍ମପୁର

୨ ମହିଳାଙ୍କ ସହ ତିନି ମାଓବାଦୀ ଗିରଫ

February 14, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲାରେ ପୋଲିସ ମଙ୍ଗଳବାର ଦୁଇ ଜଣ ମହିଳାଙ୍କ ସମେତ ତିନି ଜଣ ମାଓବାଦୀଙ୍କୁ ଗିରଫ କରିଛି ।

ଜିଲ୍ଲା ପୋଲିସ ଓ ସିଆର୍ପିଏଫ୍ ଯବାନମାନେ ମିଳିତ ଭାବେ ଚଢ଼ାଉ କରି ଏହି ତିନି ଜଣଙ୍କୁ ଗିରଫ କରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଗିରଫ ମାଓବାଦୀମାନେ ହେଲେ ମାଳତୀ ମାଝି, ତଲୋମ ସନୋ ଓରଫ ରତ୍ନା ଓ କଦମ୍ବ ବୁଲୁ ଓରଫ ବିଜଲ । ମାଳତୀ ୨୦୦୭ରେ ମାଓବାଦୀ ସଂଗଠନରେ ଯୋଗଦେଇଥିବା ବେଳେ ସେ ନୟାଗଡ଼ଆକ୍ରମଣ ସହ ଅନ୍ୟ ଘଟଣାରେ ସଂପୃକ୍ତ ଥିବା ଏସ୍ପି ଗଣମାଧ୍ୟମକୁ କହିଛନ୍ତି ।

ସେହିପରି ତଲୋମ ୨୦୧୦ରେ ସଂଗଠନରେ ଯୋଗଦେଇ ଛତିଶଗଡ଼ ସିଆର୍ପିଏଫ୍ କ୍ୟାମ୍ପ ଆକ୍ରମଣ ଘଟଣାରେ ସଂପୃକ୍ତ ଏବଂ ବିଜଲ ୨୦୦୮ରେ ଛତିଶଗଡ଼ ମାଓ ସଂଗଠନରେ ଯୋଗେଇ ଶ୍ରୀରାମପୁର ବିସ୍ଫୋରଣ ସହିତ ଅନ୍ୟ ବିସ୍ଫୋରଣ ଘଟଣାରେ ସାମିଲ ଥିଲା ବୋଲି ସେ କହିଛନ୍ତି ।

ରତ୍ନା ଓ କମ୍ବ ଭଞ୍ଜନଗର ଛତିଶଗଡ଼ ଡିଭିଜନର ମାଓବାଦୀ ହୋଇଥିବା ବେଳେ ମାଳତୀ ସବ୍ୟସାଚୀ ପଣ୍ଡାଙ୍କ ଦେହରକ୍ଷୀ ଭାବେ ଭାବେ କାର୍ଯ୍ୟ କରୁଥିଲେ, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଗଞ୍ଜାମ ଜିଲ୍ଲା, ବ୍ରହ୍ମପୁର, ମାଓବାଦୀ, ସିଆର୍ପିଏଫ୍ ଯବାନ

ବ୍ରହ୍ମପୁର: ବନ୍ଧୁକ ତିଆରି କାରଖାନା ଠାବ, ୧ଗିରଫ

February 2, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ଫେବୃୟାରୀ ୨(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା ଅଙ୍ଗାରଗାଁ ପଂଚାୟତର ନୂଆଗଡ଼ରେ ବେଆଇନ ଭାବେ ଚାଲିଥିବା ଏକ ଦେଶୀ ବନ୍ଧୁକ କାରଖାନା ଗୁରୁବାର ପୋଲିସ ଠାବ କରିବା ସହ ଜଣେ ବ୍ୟକ୍ତିଙ୍କଚ ଗିରଫ କରିଛି ।

ପୋଲିସ ଉକ୍ତ କାରଖାନାରୁ ପାଂଚଟି ଦେଶୀ ବନ୍ଧୁକ ଏବଂ ବନ୍ଧୁକ ତିଆରି ବିଭିନ୍ନ ସାମଗ୍ରୀ ଜବତ କରିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ପୋଲିସ କୌଣସି ସୂତ୍ରରୁ ଖବର ପାଇ ବୁଧବାର ରାତିରେ ଜଣେ ବ୍ୟକ୍ତିଙ୍କ ଘର ଉପରେ ଚଢ଼ାଉ କରି ଦୁଇଟି ଦେଶୀ ବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା ।

ସଂପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା ସମୟରେ ସେ ଏହି କାରଖାନା ସଂପର୍କରେ ସୂଚନା ଦେବାରୁ ପୋଲିସ ସେଠାରେ ଚଢାଉ କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବନ୍ଧୁକ କାରଖାନା, ବ୍ରହ୍ମପୁର

ଜାନୁୟାରୀ ୧୭ ମଙ୍ଗଳବାର ବ୍ରହ୍ମପୁର ମହାନଗର ମହୋତ୍ସବ ପକ୍ଷରୁ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ଡ଼ଟ୍ କମ୍ର ସଂପାଦକ ପ୍ରଶାନ୍ତ ପଟ୍ଟନାୟକଙ୍କୁ ସମ୍ମାନୀତ କରାଯାଇଛି ।

January 18, 2012 by ଓଡିଶା ଡଟ କମ Leave a Comment

ଜାନୁୟାରୀ ୧୭ ମଙ୍ଗଳବାର ବ୍ରହ୍ମପୁର ମହାନଗର ମହୋତ୍ସବ ପକ୍ଷରୁ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ଡ଼ଟ୍ କମ୍ର ସଂପାଦକ ପ୍ରଶାନ୍ତ ପଟ୍ଟନାୟକଙ୍କୁ ସମ୍ମାନୀତ କରାଯାଇଛି ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବ୍ରହ୍ମପୁର

ଦୁର୍ଦ୍ଦିନରେ ବ୍ରହ୍ମପୁର ପ୍ରସୂତି ଚିକିତ୍ସାଳୟ

December 6, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର,ଡ଼ିସେମ୍ବର୭(ଓଡ଼ିଶା ଡ଼ଟ୍ କମ୍)ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବୋ ପାଇଁ ବ୍ରହ୍ମପୁରଠାରେ ଥିବା ପ୍ରସୂତି ଚିକିତ୍ସାଳୟ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ।

ଏହି ଚିକିତ୍ସାଳୟ ୧୯୬୦ମସିହାରେ ଆର୍ନ୍ତଜାତୀୟ ରେଡ଼୍କ୍ରସ ସଂଘ ସହାୟତାରେ ନିର୍ମାଣ କରାଯାଇଥିଲା । ଏଠାରେ ପ୍ରସବ କରାଇଲେ ମହିଳାମାନେ ସରକାରଙ୍କ ଦ୍ୱାରାଯୋଗାଇ ଦିଆଯାଉଥିବା “ମମତା’ ଓ “ଜନନୀ ସୁରକ୍ଷା’ ଯୋଜନାଗୁଡ଼ିକର ସୁଫଳ ପାଇପାରୁନାହାନ୍ତି ।

ତେଣୁ ପ୍ରାୟତଃ ଗର୍ଭବତୀ ମହିଳାମାନ ଏଠାକୁ ଆସିବା ପାଇଁ ରାଜି ହେଉନାହାନ୍ତି । “”ଏହି ଡ଼ାକ୍ତରଖାନାକୁ ଜଣେ ବି କେହି ଗର୍ଭବତୀ ମହିଳା ପ୍ରସବ କରାଇବା ପାଇଁ ଆସୁନାହାନ୍ତି ।

ସେମାନେ କେବଳ ମାସିକ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ଆସିଥାଆନ୍ତି”ବୋଲି ବ୍ରହ୍ମପୁର ସିଟି ହସପିଟାଲରୁ ଡ଼େପୁଟେସନରେ ଆସିଥିବା ଜଣେ ଡ଼ାକ୍ତର କହିଛନ୍ତି ।

“”ହସ୍ପିଟାଲର ଆର୍ଥିକ ଦୂରାବସ୍ଥା ଯୋଗୁଁ ଆମେ ଏହାର ଶଯ୍ୟା ତଥା କର୍ମଚାରୀ ସଂଖ୍ୟା ହ୍ରାସ କରିଦେଇଛୁ । ଏ ସଂପର୍କରେ ମୁଁ ଉଭୟ ରେଡ଼୍କ୍ରସ ଓ ରାଜ୍ୟ ସରକାରଙ୍କୁ ପତ୍ର ଦେଇଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳିପାରିନାହିଁ ”ଏହାର ଅବୈତନିକ ଅଧୀକ୍ଷକ ଡା଼. ଏନ୍.ସି ପାଢୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପ୍ରସୂତି ଚିକିତ୍ସାଳୟ, ବ୍ରହ୍ମପୁର

କାର୍ତିକ ପୂର୍ଣ୍ଣିମା ପାଇଁ ସ୍ୱତନ୍ତ୍ର ଟ୍ରେନ୍

November 8, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) କାର୍ତିକ ପୂର୍ଣ୍ଣିମା, ପଂଚୁକ ତଥା ଛାଡ଼ଖାଇ ପାଇଁ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଏବଂ ବ୍ରହ୍ମପୁର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ମଙ୍ଗଳବାର କୁହାଯାଇଛି ।

ବ୍ରହ୍ମପୁର-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ବ୍ରହ୍ମପୁରରୁ ୯ ତାରିଖଦିନ ୧ଟାରେ ବାହାରି ସେହିଦିନ ୭.୩୦ରେ ପୁରୀରେ ପହଂଚିବ । ଫେରିବା ବେଳେ ଟ୍ରେନ୍ଟି ପୁରୀରୁ ୧୦ ତାରିଖ କାର୍ତିକ ପୂର୍ଣ୍ଣିମାଦିନ ୧୧ଟାରେ ବାହାରି ୧୧ ତାରିଖ ଭୋର ୫ଟାରେ ବ୍ରହ୍ମପୁରରେ ପହଂଚିବ ।

ସେହିପରି ଅନ୍ୟ ଏକ ଯାତ୍ରୀବାହୀ ଟ୍ରେନ୍ ୧୧ ତାରିଖ ଛାଡ଼ଖାଇଦିନ ୯ଟାରେ ପୁରୀରୁ ବାହାରି ସେହିିଦିନ ୨ଟା ୩୦ରେ ବ୍ରହ୍ମପୁରରେ ପହଂଚିବ । ଏହି ଯାତ୍ରୀବାହୀ ଟ୍ରେନ ଗୁଡ଼ିକ ପୁରୀ-ବ୍ରହ୍ମପୁର ମଧ୍ୟରେ ସମସ୍ତ ଷ୍ଟେସନରେ ରହିବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କାର୍ତିକ ପୂର୍ଣ୍ଣିମା, ପୁରୀ, ପୂର୍ବତଟ ରେଳବାଇ, ବ୍ରହ୍ମପୁର

  • « Go to Previous Page
  • Page 1
  • Page 2

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ