• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବ୍ଲକ ଆବଣ୍ଟନ

କୋଇଲା ଦୁର୍ନୀତି: ମନମୁଖିଭାବେ ବ୍ଲକ ଆବଣ୍ଟନ କରିଛି କେନ୍ଦ୍ର: ମହତାବ

November 3, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୩ (ଓଡ଼ିଶା ଡ଼ଟ୍ କମ୍)– କୋଇଲା ଦୁର୍ନୀତିର ତଦନ୍ତ ପାଇଁ ଓଡିଶା ଆସିଥିବା ସଂସଦର ପବ୍ଲକ ଏକାଉଣ୍ଟସ କମିଟି ତଦନ୍ତଜାରି ରଖିଛି ।

କମିଟିର ସଦସ୍ୟ ଭତୃହରି ମହତାବ କହିଛନ୍ତି କେନ୍ଦ୍ର ସରକାର ଓଡିଶାରେ ଯେତିକି କୋଇଲା ଆବଣ୍ଟନ କରିଛନ୍ତି ତାହା ମନମୁଖିଭାବରେ କରାଯାଇଥିବାର କମିଟି ହୃଦବୋଧ କରିଛି ।

ଯେତେ ପରିମାଣର କୋଇଲା ବ୍ଲକ ଓଡିଶାରୁ ଦିଆଯାଇଛି ସଂଖ୍ୟାଧିକ ବ୍ଲକକୁ କେନ୍ଦ୍ର ସରକାର ମନମୁଖିଭାବେ ଆବଣ୍ଟନ କରିଛନ୍ତି ।

ଗୋଟିଏ କଂପାନୀ ପାଇଁ ରାଜ୍ୟ ସରକାର ସୁପାରିଶ କରିଥିବାବେଳେ କେନ୍ଦ୍ର ସରକାର ଆଉ ତିନୋଟି କଂପାନୀକୁ ତା ସହିତ ଯୋଡି କରିଦେଇଛନ୍ତି ସେ ତଥ୍ୟ ମଧ୍ୟ ପଦାକୁ ଆସିଛି ।

ଏହାବାଦ ଓମ୍ସି -ସୈନିକ ଖଣି ବାବଦରେ ରାଜ୍ୟ ସରକାରଙ୍କୁ ତଥ୍ୟ ମାଗିଛନ୍ତି ପିଏସି ବୋଲି ମହାତାବ ଉଲ୍ଲେଖ କରିଛନ୍ତି ।

ଏମ୍ସିଏଲର ବରିଷ୍ଠ ଅଧିକାରୀଙ୍କ ସହ ପିଏସିର ୭ଜଣ ସଦସ୍ୟ ଆଲୋଚନା କରିଥିଲେ ।

କମିଟିରେ ମହତାବଙ୍କ ସମେତ କଂଗ୍ରେସ ସାଂସଦ ସୈଫସୁଦ୍ଧିନ ସୋଜ, ସିପିଏମର ପ୍ରଶାନ୍ତ ଚାଟାର୍ଜୀ, ବିଜେପିର ଅନନ୍ତ ହେଗଡେ ଓ ଶ୍ରୀପଦ ନାୟକ, ତୃଣମୂଳ କଂଗ୍ରେସର ଶୁଭେନ୍ଦୁ ଶେଖର ରାୟ ଓ ଶିବସେନାର ଆନନ୍ଦ ରାଓ ଆଦସୁଲ ସାମିଲ ଅଛନ୍ତି ।

ଶନିବାରଠାରୁ ପିଏସି କୋଇଲା ଦୁର୍ନୀତି ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି । ଏହି କ୍ରମରେ ୨୦୦୫ରୁ ୨୦୦୯ମସିହା ମଧ୍ୟରେ ରାଜ୍ୟରେ ହୋଇଥିବା କୋଇଲା ବ୍ଳକ ଆବଂଟନ ସଂକ୍ରାନ୍ତ କାଗଜପତ୍ର ଯାଂଚ କରୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କୋଇଲା ଦୁର୍ନୀତି, ବ୍ଲକ ଆବଣ୍ଟନ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ