• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଭଦ୍ରକ ଜିଲ୍ଲା

ଅଗ୍ନି -୧ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ ସଫଳ

December 12, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭଦ୍ରକ,ଡିସେମ୍ବର ୧୨(ଓଡିଶା ଡଟ୍ କମ୍)- ବୁଧବାର ଦିନ ସକାଳେ ୮.୧୫ମିନିଟରେ ଭଦ୍ରକ ଜିଲ୍ଲା ଧାମରା ନିକଟ ହୁଇଲର ଦ୍ୱୀପରୁ ବଙ୍ଗୋପ ସାଗର ମଧ୍ୟରେ ଅଗ୍ନି ସିରିଜର ବହୁ ପ୍ରତିକ୍ଷିତ ଆଣବିକ କ୍ଷମତା ସଂପନ୍ନ କ୍ଷେପଣାସ୍ତ୍ର ଅଗ୍ନି-୧ର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି ।

ଏହି ସିଙ୍ଗଲଷ୍ଟେଜ କଠିନ ଇନ୍ଧନ ଯୁକ୍ତ ମିଜାଇଲ ବଙ୍ଗୋପ ସାଗର ମଧ୍ୟରେ ପୂର୍ବନିର୍ଦ୍ଧାରିତ ସ୍ଥାନକୁ ଲକ୍ଷ ଭେଦ କରିପାରିଛି ବୋଲି କହିଛନ୍ତି ଡିଆରଡିଓ ବିଶେଷଜ୍ଞ । ଅଗ୍ନି-୧ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ମଧ୍ୟମ ଦୁରଗାମୀ ବାଲେଷ୍ଟାଇକି ମିଜାଇଲ୍ । ସେକେଣ୍ଡକୁ ଅଢେଇ କିଲୋମିଟର ବେଗରେ ଗତି କରୁଥିବା ଏହି ମିଜାଇଲର ଲକ୍ଷ ଭେଦ କ୍ଷମତା ୭ଶହ କିଲୋମିଟର ।

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରର ଓଜନ ୧୨ଟନ । ଲମ୍ବ ୧୫ ମିଟର ଓ ବ୍ୟାସ ୧.୩ ମିଟର । ଏକ ଟନ୍ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ଏହି ମିଜାଇଲ ।

୧୯୮୯ ମସିହାରେ ପ୍ରଥମ ଥରପାଇଁ ଚାନ୍ଦିପୁରରେ ଏହାର ପରୀକ୍ଷଣ କରାଯାଇଥିଲା । ଏହାପରେ ଅଗ୍ନି-୧ର ଲକ୍ଷଭେଦ କ୍ଷମତା ବୃଦ୍ଧି ପାଇବାପରେ ହୁଇଲର ଦ୍ୱୀପରୁ ପରୀକ୍ଷଣ କରାଯାଇ ଆସୁଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅଗ୍ନି -୧ କ୍ଷେପଣାସ୍ତ୍ର, ଭଦ୍ରକ ଜିଲ୍ଲା

୪ଦଫା ଦ।ବିରେ ପ୍ରାଣୀ ଚିକିତ୍ସକଙ୍କ ସମୂହ ଛୁଟି

March 29, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମାର୍ଚ୍ଚ ୨୯(ଓଡ଼ିଶା ଡ଼ଟ୍ କମ୍) ଚାରି ଦଫା ଦ।ବିରେ ଭଦ୍ରକ ଜିଲ୍ଲାର ୧୬ ଜଣ ପ୍ରାଣୀ ଚିକିତ୍ସକ ଓ ସହକାରୀ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଗୁରୁବାର ଠାରୁ କଳାବ୍ୟାଜ ପରିଧାନ କରି ସମୂହ ଛୁଟିରେ ଯାଇଛନ୍ତି ।

ଷଷ୍ଠ ବେତନ କମିଶନ ସୁପାରିସ ଅନୁଯାୟୀ ରାଜ୍ୟର ଅନ୍ୟ ଡ଼ାକ୍ତର ଓ ପ୍ରାଣୀ ଚିକିତ୍ସକ ସମାନ ବର୍ଗର ହୋଇଥିବା ବେଳେ ସରକାର ଅନ୍ୟ ଡ଼ାକ୍ତରଙ୍କୁ କନିଷ୍ଠ ପ୍ରଥମ ଶ୍ରେଣୀର ମାନ୍ୟତା ପ୍ରଦାନ କରିଛନ୍ତି ।

କିନ୍ତୁ ପ୍ରାଣୀ ଚିକିତ୍ସକଙ୍କୁ ତାହା ଦେଇ ନାହାନ୍ତି ବୋଲି ରାଜ୍ୟ ପ୍ରାଣୀ ଚିକିତ୍ସକ ସଂଘ ଭଦ୍ରକ ଶାଖା ପକ୍ଷରୁ କୁହାଯାଇଛି ।

ଠିକା ଭିତ୍ତିକ ପ୍ରାଣୀ ଚିକିତ୍ସକ ମାନଙ୍କୁ ନିୟମିତ କରିବା, ପ୍ରାଣୀ ଚିକିତ୍ସକଙ୍କୁ କ୍ୟାଡ଼ର ଭିତ୍ତିକ କରିବା, ଠିକା ନିଯୁକ୍ତି ବଳରେ ଆଡ଼ହକ ଆଧାରରେ ନିଯୁକ୍ତି ପାଇଁ ସେମାନେ ଦ।ବି କରିଛନ୍ତି ।

ପ୍ରତ୍ୟେକ ପ୍ରାଣୀ ଚିକିତ୍ସକ ଯୁକ୍ତ ୨ ପାସ କରି ୫ବର୍ଷ ପାଠ ପଢ଼ିବାପରେ ଡ଼ିଗ୍ରୀ ହାସଲ କରୁଥିବା ବେଳେ ଅନ୍ୟ ଡ଼ାକ୍ତରମାନେ ମଧ୍ୟ ଅନୁରୂପ ଢ଼ଙ୍ଗରେ ଡ଼ିଗ୍ରୀ ହାସଲ କରୁଛନ୍ତି । ତେଣୁ ସରକାରଙ୍କ ଏପ୍ରକାର ବୈମାତୃକ ମନୋଭାବକୁ ସଂଘ ଦୃଢ଼ ବିରୋଧ କରିଛି ବୋଲି ଡ଼ାକ୍ତର ନିର୍ମଳ ଦ।ସ କହିଛନ୍ତି ।

ବ୍ୟକ୍ତିଗତ ଅସୁବିଧା ପାଇଁ ଛୁଟି ନେବାରେ କୌଣସି ଅସୁବିଧା ନାହିଁ । କିନ୍ତୁ ବିନା ଦରଖାସ୍ତରେ କୌଣସି ଡ଼ାକ୍ତର ଛୁଟିରେ ଥିବା ମୋ ନଜରକୁ ଆସିଲେ ନିଶ୍ଚିତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡ଼ାକ୍ତର ଦେବବ୍ରତ ରଥ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପ୍ରାଣୀ ଚିକିତ୍ସକ, ଭଦ୍ରକ ଜିଲ୍ଲା

କ୍ଷେପଣାସ୍ତ୍ର ବିଧ୍ୱଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

February 10, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର, ଫେବୃୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ହ୍ୱିଲରଦ୍ୱୀପ ରୁ ଇନ୍ଟରସେପ୍ଟର
(କ୍ଷେପଣାସ୍ତ୍ର ବିଧ୍ୱଂସୀ କ୍ଷେପଣାସ୍ତ୍ର)ର ଶୁକ୍ରବାର ସଫଳ ପରୀକ୍ଷଣ କରାଯାଇଛି ।

ପ୍ରଥମେ ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଂଚ ପ୍ୟାଡ଼ରୁ ୧୦ଟା ୧୩ରେ
ମୋବାଇଲ ଲଂଚର ଯୋଗେ ମଧ୍ୟମ ଦ୍ରୁତଗାମୀ କ୍ଷେପଣାସ୍ତ୍ର “ପୃଥ୍ୱୀ’କୁ ଉତକ୍ଷେପଣ କରାଯାଇଥିଲା ଏବଂ
ଏହାର ତିନି ମିନିଟ୍ ପରେ ହ୍ୱିଲର ଦ୍ୱୀପ ରୁ ଇନ୍ଟରସେପ୍ଟରକୁ ଛଡ଼ାଯାଇଥିଲା ।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୭.୫ ମିଟର ଲମ୍ବ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ୧୫ କିମି ଦୂରତାରେ
କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଥିଲା ।

ପୂର୍ବରୁ ୨୦୦୬, ୨୦୦୭, ୨୦୦୯, ୨୦୧୦ ଏବଂ ଶେଷ ଥର ପାଇଁ ଗତ ୨୦୧୧ ମାର୍ଚ୍ଚ ୬ରେ
ଏହାର ସଫଳ ପରୀକ୍ଷଣ କରାଯାଇଥିଲା ।

ଓଡିଶା ଡଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଭଦ୍ରକ ଜିଲ୍ଲା, ହ୍ୱିଲରଦ୍ୱୀପ

ମିଥ୍ୟା ପ୍ରମାଣପତ୍ର ଯୋଗୁଁ ଦୁଇ ଶିକ୍ଷା ସହାୟକ ବହିଷ୍କୃତ

February 5, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଫେବୃୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାରେ ମିଥ୍ୟା ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରି ଚାକିରୀ କରୁଥିବା ଦୁଇ ଜଣ ଶିକ୍ଷା ସହାୟକଙ୍କୁ ବହିଷ୍କାର କରାଯାଇଛି ।

ଜିଲ୍ଲା ପ୍ରକଳ୍ପ ସଯୋଜକ ଭଣ୍ଡାରିପୋଖରୀ ବ୍ଲକ ଅର୍ନ୍ତଗତ ଫତେପୁର ଗ୍ରାମରେ ଅଜିତ କୁମାର ଜେନା ଏବଂ କିସ୍ମତପୁରକୃଷ୍ଣ ଗ୍ରାମର ସୁଶାନ୍ତ କୁମାର ଭୋଇଙ୍କୁ ବହିଷ୍କାର କରିଛନ୍ତି ।

ଜେନା ଚାକିରୀ ପାଇବା ପୂର୍ବରୁ ଧନ୍ଦାମୂଳକ ଶିକ୍ଷାଗତ ଯୋଗ୍ୟତାର ଯେଉଁ ପ୍ରମାଣପତ୍ର ପ୍ରଦାନ କରିଥିଲେ ତାହା ପରବର୍ତୀ ସମୟରେ ମିଥ୍ୟା ପ୍ରମାଣିତ ହୋଇଥିବା ବେଳେ ଭୋଇ ମନ୍ଦାରୀ କଲେଜରୁ ଯୁକ୍ତ ୨ଫେଲ ହେବାପରେ ଏକ ଜାଲ କଲେଜ ଲିଭିଂ ପ୍ରମାଣପତ୍ର ଯୋଗାଡ଼ କରି ଚାକିରୀ କରିଥିବା ପ୍ରମାଣିତ ହୋଇଥିଲା ।

କେବଳ ଏହିଦୁଇଟି ଘଟଣା ନୁହେଁ ବରଂ ଏଭଳି ଅନେକ ଜାଲ ପ୍ରମାଣପତ୍ର ଧାରୀ ଶିକ୍ଷା ସହାୟକ ପରେ ଅବସ୍ଥାପିତ ହୋଇଥିବା ସନ୍ଦେହ କରାଯାଉଛି । ଏହିପରି ଘଟଣାର ଏକ ବିଧିବଦ୍ଧ ତଦନ୍ତର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଅଂଚଳର ଲୋକମାନେ କହିଛନ୍ତି ।

ଯଦି ଶିକ୍ଷକମାନେ ମିଥ୍ୟା ପ୍ରମାଣପତ୍ର ଦେଇ ଚାକିରୀ କରିବେ ତେବେ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଇବା ସ୍ୱଭାବିକ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଭଦ୍ରକ ଜିଲ୍ଲା, ମିଥ୍ୟା ଶିକ୍ଷାଗତ

ନିମ୍ନ ମାନର ରାସ୍ତା କାର୍ଯ୍ୟକୁ ନେଇ ଅସନ୍ତୋଷ

February 3, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଫେବୃୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାରେ ରାସ୍ତାଘାଟର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବା ବେଳେ ପୂର୍ତ ବିଭାଗ ପକ୍ଷରୁ କରାଯାଉଥିବା ଏକ ନିମ୍ନମାନର ରାସ୍ତା କାର୍ଯ୍ୟକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି ।

କେବଳ କ୍ରସର ଡ଼ଷ୍ଟ ପକାଯାଇ ଉକ୍ତ ରାସ୍ତା ନିର୍ମାଣ କରାଯାଉଥିବା ସମୟରେ ସ୍ଥାନୀୟ ଲୋକ  ପ୍ରତିବାଦ କରି ଏହାକୁ ବନ୍ଦ କରିେଇଛନ୍ତି ।

ସୂଚନାଯୋଗ୍ୟଯେ ମହମ୍ମ ଜୟନ୍ତୀ ପୂର୍ବରୁ ଭଦ୍ରକ ରାଜଘାଟ ଛକ ସ୍ଥିତ ହୋଟେଲ ସମ୍ମୁଖ ରାସ୍ତାରୁ କମବେଢ଼ା, ବାଙ୍କା ବଜାର ଦେଇ ହଳୀଡ଼ିହ ବାଇପାସ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ନିର୍ମାଣ ପାଇଁ ୩୭ଲକ୍ଷ ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଥିଲା ।

ଏହାକୁ ଜନୈକ ଠିକ।।ର ୩୨ପ୍ରତିଶତ କମ୍ରେ ନେଇ କାର୍ଯ୍ୟାରମ୍ଭ କରିଥିଲେ । ମାତ୍ର ଠିକ।।ର ଜଣକ କିଛି କ୍ରସର ଡ଼ଷ୍ଟ ଆଣି ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକ ଜାଣିବା ପରେ ଏହାକୁ ବନ୍ଦ କରିେଇଥିଲେ ।

ଗ୍ରାମବାସୀମାନେ ପୂର୍ତ ବିଭାଗର ଅଧିକାରୀଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ ମଧ୍ୟ
ବିଭାଗୀୟ କର୍ତୃପକ୍ଷ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଟା ଗ୍ରହଣ କରିନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଆଗାମୀଦିନରେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଭଦ୍ରକ ଜିଲ୍ଲା

ନ୍ୟାୟ ଅପେକ୍ଷାରେ ସାଳନ୍ଦୀ ଯୋଜନା ବିସ୍ଥାପିତ

December 22, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଡ଼ିସେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାର ସାଳନ୍ଦୀ ସଂସ୍କାର ଯୋଜନା ଦ୍ୱାରା  ବିସ୍ଥାପିତ ହୋଇଥିବା ଲୋକମାନେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ନ୍ୟାୟ ମିଳିବା ଆଶାରେ ଅପେକ୍ଷା କରି ରହିଛନ୍ତି ।

ଏହି ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ ଜାତୀୟ ମାନବାଧିକାର କମିଶନଙ୍କ ଆଗମନ ପରେ ପ୍ରମାଣିତ ହୋଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ଜମିହରାଙ୍କ ଦୁଃଖ ଲାଘବ ହୋଇନାହିଁ ।

ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଗତ ନଅ ମାସ ତଳେ ଏସଂପର୍କରେ ତଦନ୍ତ କରିବାକୁ ଜିଲ୍ଲା  ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଏହା ବୁଦ୍ଧିଜୀବୀଙ୍କୁ ବିସ୍ମିତ କରିଛି ।

ଯୁବ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଉ୍ୟମରେ ଯୋଜନାରେ ହୋଇଥିବା ଦୁର୍ନୀତି ପ୍ରମାଣିତ ହୋଇଥିଲେ ମଧ୍ୟ ଏହି ଅନିୟମିତତା ପଛରେ ଥିବା ଲୋକଙ୍କ ବିରୁଦ୍ଧରେ ପ୍ରଶାସନିକ ସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନଥିବାରୁ ଯୋଜନାର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଉଲ୍ଲେଖଯୋଗ୍ୟ, ଭଦ୍ରକକୁ ସାଳନ୍ଦୀ ତଥା ଏହାର ଶାଖା ନଦୀ ମାନଙ୍କରେ ଆସୁଥିବା ବନ୍ୟା କବଳରୁ ରକ୍ଷା କରିବା ସହ ଚାଷୀମାନଙ୍କର ବିକାଶ ପାଇଁ ଏନ୍ଡିଏ ସରକାରଙ୍କ ଅମଳରେ ଶହେକୋଟି ଟଙ୍କା ବ୍ୟୟରେ ସାଳନ୍ଦୀ ନଦୀ ଖନନ ପାଇଁ ଉଦ୍ୟମ ହୋଇଥିଲା ।

ତେବେ ଏହା ବର୍ତମାନ କେତେକ ପ୍ରଶାସନିକ ଅଧିକାରୀଙ୍କ ପାଇଁ ପ୍ରହସନରେ ପରିଣତ ହୋଇଛି । ଏହି ସଂସ୍କାର ଯୋଜନାରେ ଜମି ହରାଇଥିବା ବ୍ୟକ୍ତିଙ୍କ ଜମିର ମୂଲ୍ୟାୟନ କରୁଥିବା ବିଭାଗୀୟ ଅଧିକାରୀମାନେ ବହୁ ଅବନୈତିକ ପନ୍ଥା ଅବଲମ୍ବନ କରିଥିବା ଅଭିଯୋଗ ହୋଇଛି ।

ଜମି ଅଧିଗ୍ରହଣ ସମୟରେ ପ୍ରଚୁର ପରିମାଣର ଲାଂଚ ପ୍ରାନ କରି ନିଜ ପ୍ରାପ୍ୟ କ୍ଷତିର ପରିମାଣ ଠାରୁ ବହୁ ଅଧିକ ଅର୍ଥ କ୍ଷତିପୂରଣ କରିବାରେ ସକ୍ଷମ ହୋଇଛନ୍ତି ।

ତେବେ ଜମି ହରାଇଥିଲେ ମଧ୍ୟ ଲାଂଚ ଦେଇପାରିନଥିବା ବ୍ୟକ୍ତିଙ୍କ ଜମିରେ ଲକ୍ଷାଧିକ ଟଙ୍କାର ଗଛ ଥିବା ସତ୍ୱେ ସଂପୃକ୍ତ ସ୍ଥାନରେ ଗୋଟିଏ ବି ଗଛ ନଥିବା ରେକର୍ଡ ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ହୋଇଛି ।

୨୦୦୬ରୁ ଏହି ଯୋଜନା ସାଳନ୍ଦୀ ଜଳସେଚନ ବିଭାଗ ଦ୍ୱାରାଆରମ୍ଭ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରାଶୁଭାରମ୍ଭ କରାଯାଇଥିଲା ।

ଏହାମଧ୍ୟରେ ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ସାଳନ୍ଦୀ ସଂସ୍କାର ପ୍ରକଳ୍ପର ସମସ୍ତ ବିସ୍ଥାପିତଙ୍କୁ ଭୂ-ଅଧିଗ୍ରହଣ ପରିସରକୁ ଅଣାଯାଇ ନଥିବାରୁ କ୍ଷତିଗ୍ରସ୍ତମାନେ ନ୍ୟାୟ ପାଇଁ ଚାହିଁ ବସିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଭଦ୍ରକ ଜିଲ୍ଲା, ସାଳନ୍ଦୀ ସଂସ୍କାର

ଜିଲ୍ଲା ଅଲମ୍ପିକ,ଆଥ୍ଲେଟିକ ଆସୋସିଏସନ୍ ମଧ୍ୟରେ ବିବାଦ

December 19, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଡ଼ିସେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ନେହେରୁ ଷ୍ଟାଡିୟମରେ ଏକ କ୍ରୀଡା ହଷ୍ଟେଲ ନିର୍ମାଣକୁ ନେଇ ଅଲମ୍ପିକ ଏବଂ ଆଥଲେଟିକ୍ ଆସୋସିଏସନ୍ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।

ତେବେ ଏହାକୁ ନେଇ ଅଧିକ ବାଦାନୁବାଦ ସୃଷ୍ଟି ହେବା ଉଚିତ ନୁହେଁ ବୋଲି ଜିଲ୍ଲା ଅଲମ୍ପିକ ସଂଘ ସାଧାରଣ ସଂପାଦକ ଲକ୍ଷ୍ମୀ ମହାପାତ୍ର ଏକ ପ୍ରେସ ବିବୃତିରେ କହିଛନ୍ତି ।

ଉକ୍ତ ଷ୍ଟାଡିୟମର ଜାଗାକୁ କ୍ରୀଡା ବିଭାଗକୁ ହସ୍ତାନ୍ତର କରିବା ପାଇଁ ଉକ୍ତ ବିଭାଗ ଗଣଶିକ୍ଷା ବିଭାଗକୁ ପତ୍ର ଲେଖିଥିବା ସେ କହିଛନ୍ତି ।

ଜିଲାସ୍ତରରେ କ୍ରୀଡାକୁ ପ୍ରୋତ୍ସାହନ ବୋପାଇଁ ୨୦୦୦ରେ ଜିଲ୍ଲା ଅଲମ୍ପିକ ସଂଘକୁ ପଂଜିକୃତ କରି ନେହେୁରୁ ଷ୍ଟାଡିୟମ ଠାରେ ସମସ୍ତ ଖେଳକୁର ପ୍ରସାରଣ ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିଲା ।

ତେବେ ୨୦୦୪ରେ କର୍ମଚାରୀଙ୍କ ମଧ୍ୟରେ ବୁଝାମଣା ଠିକ୍ ନହେବା ଯୋଗୁଁ ସରକାରଙ୍କ ଠାରୁ ମିଳିବାକୁ ଥିବା ଅନୁଦାନ ବନ୍ଦ ହୋଇଯାଇଥିଲା ଏବଂ ନେହେରୁ ଷ୍ଟାଡିୟମର ବିକାଶ ପାଇଁ ଆସିଥିବା ଅନୁଦାନ ୧୧ଲକ୍ଷ ଟଙ୍କା ଅନୁଦାନ କେନ୍ଦ୍ର ସରକାର ଇତିମଧ୍ୟରେ ବନ୍ଦ କରିଦେଇଛନ୍ତି ।

ଓଡ଼ିଶା ଅଲମ୍ପିକ ଆସୋସିଏସନ ଜିଲ୍ଲା ସଂଘକୁ ସ୍ୱୀକୃୃତି ଦେଇନଥିବାରୁ ରାଜ୍ୟ ସରକାର ପ୍ରଦାନ କରୁଥିବା ମଧ୍ୟ ବନ୍ଦ କରିଦେଇଛନ୍ତି । ତେବେ ଜିଲା ଅଲମ୍ପିକ ଆସୋସିଏସନ ନାମରେ ଯଦି କେହି ପ୍ରତିଯୋଗିତା ପାଇଁ ଆର୍ଥିକ ଅନୁଦାନ ମାଗୁଥାନ୍ତି ସେମାନଙ୍କୁ ପ୍ରୋତ୍ସାହନ ନ ଦେବା ପାଇଁ ସଂପାଦକ ନିବେଦନ କରିଛନ୍ତି ।

ଜିଲା କ୍ରୀଡା ଅଧିକାରୀ କ୍ରୀଡାବାସ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସଂଘକୁ ନିର୍ଦ୍ଦେଶ ଦେଇଥିବା ମହାପାତ୍ର କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଖେଳ, ନେହେରୁ ଷ୍ଟାଡିୟମ, ଭଦ୍ରକ ଜିଲ୍ଲା

ଧାମରା ବନ୍ଦର ଉ୍ଘାଟନ ନେଇ ସମାଲୋଚନା

December 18, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଡ଼ିସେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ସ୍ଥିତ ଏସିଆ ମହାଶେରଦ୍ୱିତୀୟ ଗଭୀରତମ ଧାମରା ବନ୍ଦର ରବିବାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରାଉ୍ଘାଟିତ ହୋଇଥିବା ବେଳେ ଏନେଇ ବିରୋଧୀମାନେ ସମାଲୋଚନା କରିଛନ୍ତି ।

ଏହି ବନ୍ଦର ଦୀର୍ଘ ଦେଢ଼ ବର୍ଷ ତଳୁ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ଲୋକଙ୍କୁ ଭୂଅାଁ ବୁଲାଇବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ଏହାର ଉ୍ଘାଟନ କରିଛନ୍ତି ବୋଲି ଉଭୟ ଜିଲ୍ଲା ବିଜେପି ଓ କଂଗ୍ରେସ ପକ୍ଷରୁ କୁହାଯାଇଛି ।

ପଂଚାୟତ ନିର୍ବାଚନ ପୂର୍ବରୁ ଏହି ବନ୍ଦରର ଉ୍ଘାଟନ କରିବା ଅର୍ଥ ଜିଲ୍ଲାବାସୀଙ୍କୁ ଭୂଅାଁ ବୁଲାଇବା ବୋଲି କଂଗ୍ରେସ ଜିଲା ସଭାପତି ବଦ୍ରି ନାରାୟଣ ଧଳ ଏବଂ ଜିଲା ବିଜେପି ସଭାପତି ଅକ୍ଷୟ ସାହୁ ଏକ ପ୍ରେସ ବିବୃତିରେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଧାମରା ଠାରେ ଯେଉଁ ବନ୍ଦରକୁ ଉ୍ଘାଟନ କରିଛନ୍ତି ସେହି ଅଂଚଳ ସହ ଜିଲା ସର ମହକୁମାକୁ ଯିବା ଆସିବା ପାଇଁ ଥିବା ରାସ୍ତାର ଅବସ୍ଥା ସଂପର୍କରେ ସେ ଅବଗତ ଅଛନ୍ତି କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ତେବେ ଏହି ବନ୍ଦର କାର୍ଯ୍ୟକ୍ଷମ ଦ୍ୱାରାଓଡ଼ିଶା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି ଏବଂ ପ୍ରତକ୍ଷ୍ୟ ପରୋକ୍ଷ ଭାବରେ ଯୁବକମାନେ ନିଯୁକ୍ତି ପାଇପାରିବେ ବୋଲି ଉ୍ଘାଟନ ଅବସରରେ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

୧୯୯୮-୯୯ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଏହି ବନ୍ଦର ନିର୍ମାଣ ପାଇଁ ଶିଳାନ୍ୟାଶ କରିଥିଲେ । ସରକାରଙ୍କ ସହ ପ୍ରଥମେ ଇଂଟରନ୍ୟାନାଲ ସି-ପୋର୍ଟ ପ୍ରାଇଭେଟ ଲିମିଟେଡ ଏମଓୟୁ ସ୍ୱାକ୍ଷରିତ କରି ୨୦୦୪ରେ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ପରେ ନିର୍ମାଣ କାର୍ଯ୍ୟରୁ ଆଇଏସ୍ପିଏଲ ଓହରି ଯିବା ପରେ ୨୦୦୭ରେ ଏଲଏଣ୍ଡଟି ଏବଂ ଟାଟାଷ୍ଟିଲ ୫୦ପ୍ରତିଶତ ଲେଖାଏଁ ଅର୍ଥ ବିନିଯୋଗ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର ପରେ ବନ୍ଦର ପ୍ରକଳ୍ପ ନିର୍ମାଣ କାର୍ଯ ଆରମ୍ଭ ହୋଇଥିଲା ।

ଭଦ୍ରକରୁ ଧାମରା ପର୍ଯନ୍ତ ୬୨କିଲୋମିଟର ରେଳପଥ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ଚଳିତବର୍ଷ ମଇ ମାସରେ ଏହା କାର୍ଯ୍ୟକ୍ଷମ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: ଧାମରା ବନ୍ଦର, ବିଶେଷ ଖବର, ଭଦ୍ରକ ଜିଲ୍ଲା

ଜୀବନଦର୍ଶନ ପରିଷର ୨୯ତମ ବାର୍ଷିକ ଉତ୍ସବ

November 3, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭଦ୍ରକ, ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ସରପୁର ସ୍ଥିତ ଅଧ୍ୟାତ୍ମିକ ଅନୁଷ୍ଠାନ ଜୀବନଦର୍ଶନ ପରିଷ ପକ୍ଷରୁ ୨୯ତମ ବାର୍ଷିକ ଉତ୍ସବ ଆରମ୍ଭ ହୋଇଛି ।

ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ନଅଦିନ ଧରି ଚାଲିବ ଓ ଆସନ୍ତା ୧୦ ତାରିଖରେ
ଯ୍ୟାପିତ ହେବାର କାର୍ଯ୍ୟକ୍ରମ ରହିଛି ।

ପରିଷ ପକ୍ଷରୁ ଆୟୋଜିତ ଏକ କଳସ ଶୋଭାଯାତ୍ରାରେ ଶତାଧିକ କଳସଯାତ୍ରୀ ନିକଟସ୍ଥ କପାଳି ନଦୀରୁ ଜଳ ଆଣି କାର୍ଯ୍ୟସୂଚୀ ସମ୍ବଳିତ ଉତ୍ସବ ଆରମ୍ଭ ହୋଇଛି । ମହିଳା ମାନଙ୍କ କଳସଯାତ୍ରା ସହ ପୁରୁଷ ମାନଙ୍କ ଶୃଙ୍ଖଳିତ ପଟୁଆର ବେଶ୍ ମନଛୁଅାଁ ହୋଇଥିଲା ।

ବିଭିନ୍ନ ଜିଲ୍ଲାରୁ ଅଂଶଗ୍ରହଣ କରିଥିବା ଭକ୍ତମାନଙ୍କ ଗହଣରେ ଜୀବନ ଦର୍ଶନ ପରିଷର ପ୍ରାଣ ପ୍ରତିଷ୍ଠାତା ଅକ୍ଷୟ କୁମାର ପତି ଏହାର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ତିନିଦିନ ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା କରାଯାଇଛି । ରାହାସ ପୂର୍ଣ୍ଣିମାରେ ଅଗଣିତ ଭକ୍ତଙ୍କ ଗହଣରେ ଅନ୍ୟ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହୋତ୍ସବ ପାଳନ କରାଯିବ ।

ଜନ ସମାଜରେ ହିନ୍ଦୁ ସଂସ୍କୃତିର ମହନୀୟତା, ଶାନ୍ତି, ମୈତ୍ରୀର ପ୍ରତୀକ । ଆଧ୍ୟାତ୍ମିକ ଚେତନା ଜାଗ୍ରତ କରାଇବା ଏହାର ମୂଲ ଲକ୍ଷ୍ୟ । ଆଗାମୀଦିନରେ ଜିବନ ଦର୍ଶନ ପରିଷ ତୃତୀୟ ଥର ପାଇଁ ତାର ସ୍ୱୟଂଭୁ ପତ୍ରିକା ଲୋକାର୍ପଣ କରିବ ବୋଲି ପତି କହିଛନ୍ତି ।

ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ତଥା ମନମୋହନ ସଙ୍ଗୀତ ପରିଷର ଗାୟକମାନେ ଭଜନ, ସଂକୀର୍ତ୍ତନ ଓ ପ୍ରବଚନର କାର୍ଯ୍ୟକ୍ରମ ରହିଥିବା ପରିଷର ଭଣେ ସଦସ୍ୟ କହିଛନ୍ତି ।

ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ବରିଷ୍ଠ ତଥା ସଫଳ ନାଗରିକ ମାନଙ୍କୁ ସମ୍ବର୍ଦ୍ଧନା ଦିବାକର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜୀବନଦର୍ଶନ, ଭଦ୍ରକ ଜିଲ୍ଲା

ହ୍ୱିଲର ଦ୍ଵୀପରୁ ଅଗ୍ନି-୧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

November 25, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ହେମନ୍ତ ରାଉତ

ବାଲେଶ୍ୱର, ନଭେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ହ୍ୱିଲର ଦ୍ଵୀପରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ମଧ୍ୟମ ଦୁରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୧ର ଗୁରୁବାର ସଫଳ ପରୀକ୍ଷଣ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି ।

୧୦ଟା ୧୦ରେ ପରୀକ୍ଷଣ କରାଯାଇଥିବା ଏହି କ୍ଷେପଣାସ୍ତ୍ର ଏକ ହଜାର କିଗ୍ରା ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିପାରୁଥିବା ବେଳେ ସାତ ଶହ କିମି ପର୍ଯ୍ୟନ୍ତ ଲକ୍ଷ ଭେଦ କରିବାର କ୍ଷମତା ରହିଛି ।

୧୯୮୯ରେ ଏହି କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ କରାଯାଇଥିବା ବେଳେ ଗତ ମାର୍ଚ୍ଚ ୨୮ରେ ଶେଷଥର ପାଇଁ ପରୀକ୍ଷଣ କରାଯାଇଥିଲା । ସେନା ବାହିନୀରେ ଏହାକୁ ପୂର୍ବରୁ ସାମିଲ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅଗ୍ନି -୧ କ୍ଷେପଣାସ୍ତ୍ର, ଭଦ୍ରକ ଜିଲ୍ଲା, ମୁଖ୍ୟ ଖବର, ହ୍ୱିଲର ଦ୍ଵୀପ

  • Go to page 1
  • Go to page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ