• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଭଦ୍ରକ

ଭଦ୍ରକ : ଥଣ୍ଡା ବୋତଲରେ ମୃତ ଝିଟିପିଟି

May 12, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୧୨(ଓଡ଼ିଶା ଡ଼ଟ୍ କମ୍) ଆଜିକାଲି ଖରାଦିନରେ ବଜାରରେ ବିଭିନ୍ନ କମ୍ପାନୀର ମୃଦ୍ୟୁ ପାନୀୟ ଉପଲବ୍ଧ ହେଉଥିବା ବେଳେ ଶନିବାର ଭଦ୍ରକ ସହରରେ ଏଭଳି ଥଣ୍ଡା ବୋତଲରେ ମୃତ ଝିଟିପିଟି ରହିଥିବା ଦେଖିବାକୁ ମିଳିଛି ।

ଜଗନ୍ନାଥପୁର ଗ୍ରାମର ଯୁବ ସମାଜସେବୀ ପ୍ରସନ୍ନ ମହାପାତ୍ର ନିଜ ସାଙ୍ଗ ସହ ବନ୍ତ ଛକସ୍ଥିତ ଏକ ଦୋକାନକୁ ଯାଇ ଥଣ୍ଡା ପାନୀୟ ମାଗିଥିଲେ ।

ଦୋକାନୀ ଦୁଇ ଜଣଙ୍କୁ ଦୁଇଟି ଥମ୍ପସ୍-ଅପ ବୋତଲ ଦେଇଥିଲେ । ମାତ୍ର ପ୍ରସନ୍ନ ଉକ୍ତ ବୋତଲରୁ ଦୁଇ ଢ଼ୋକ ପିଇବାପରେ ତାଙ୍କ ମୁଣ୍ଡ ବୁଲାଇଥିଲା ।

ଫଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ବୋତଲକୁ ପରୀକ୍ଷା କରି ଦେଖିବାରୁ ତା’ଭିତରେ ଏକ ମୃତ ଝିଟିପିଟି ଖେିବାକୁ ମିଳିଥିଲା ଏହି ଘଟଣାପରେ ପ୍ରସନ୍ନ ନିଜକୁ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସେଠାରୁ ଏକ ଘରୋଇ ନର୍ସିଂହୋମକୁ ନିଆଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଖରାଦିନ, ଭଦ୍ରକ, ମୃଦ୍ୟୁ ପାନୀୟ

ଭଦ୍ରକ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବଦଳ ଅଭିଯୋଗ

May 2, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୨(ଓଡ଼ିଶା ଡ଼ଟ୍ କମ୍) ନିକଟରେ କଟକ ଶ୍ରୀରାମମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଶିଶୁ ଅଦଳବଦଳ ଘଟଣା ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଅନୁରୂପ ଅଭିଯୋଗ ହୋଇଛି ।

ତିହିଡ଼ି ବ୍ଲକ ବଉଳପାଳ ଗ୍ରାମର ଭାଗବତ ବାରିକଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ପ୍ରସବ ଯନ୍ତ୍ରଣା ଅନୁଭବ କରିବାପରେ ତାଙ୍କୁ ସୋମବାର ରାତିରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ।

କିନ୍ତୁ ମଙ୍ଗଳବାର ସକାଳେ ଜନୈକ ଆଶାକର୍ମୀ ଲକ୍ଷ୍ମୀପ୍ରିୟାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ଖବର ଦେବାରୁ ତାଙ୍କ ମା’ ସତ୍ୟଭାମା ଖୁସୀରେ ସେଠାରେ ଥିବା କର୍ମଚାରୀ ମାନଙ୍କୁ ୨ଶହ ଟଙ୍କା ମିଠା ଖାଇବାକୁ ଦେଇ ନିଜ ଶୌଚାଳୟ ଚାଲିଯାଇଥିଲେ ।

କିଛି ସମୟ ପରେ ସେ ପ୍ରସୂତୀ ବିଭାଗରେ ପହଞ୍ଚି ନିଜ କନ୍ୟା ଲକ୍ଷ୍ମୀଙ୍କ ନିକଟରେ ଏକ କନ୍ୟା ସନ୍ତାନ ଶୋଇଥିବା ଦେଖିଥିଲେ । ସେ ଏହାକୁ ସହଜରେ ଗ୍ରହଣ କରିନପାରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ନବଜାତ ଶିଶୁକୁ ବଦଳ କରି ଦିଆଯାଇଥିବା ଅଭିଯୋଗ ଆଣିଥିଲେ ।

ଡ଼ାକ୍ତରଖାନା କର୍ତୃପକ୍ଷ ଏହି ଘଟଣାର ତଦନ୍ତ କରି ସେଦିନ ୪ଟି କନ୍ୟା ଓ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ତଥା ଲକ୍ଷ୍ମୀପ୍ରିୟାଙ୍କ କନ୍ୟା ସନ୍ତାନ ହୋଇଥିବା ଗଣମାଧ୍ୟମକୁ କହିଥିଲେ ।

ତେବେ ଲକ୍ଷ୍ମୀପ୍ରିୟା ଉକ୍ତ କନ୍ୟାକୁ ନିଜର ସନ୍ତାନ ଭାବରେ ସହଜରେ ଗ୍ରହଣ କରିନପାରି ବହୁ ଅନୁରୋଧ ପରେ ଦୀର୍ଘ ୧୪ଘଣ୍ଟା ପରେ କ୍ଷୀର ପାନ କରଇଥିଲେ ।

ଏସଂପର୍କରେ ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ଭାଗବତ ଟାଉନ ଥାନାରେ ଏକ ଏତଲା ଦେବା ସହ ତାଙ୍କ ପୁତ୍ର ସନ୍ତାନକୁ ଫେରାଇ ଦେବା ଏବଂ ଆବଶ୍ୟକ ପଡ଼ିଲେ ନବଜାତ ଶିଶୁର ଡ଼ିଏନ୍ଏ ପରୀକ୍ଷା ପାଇଁ ନିବେଦନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଚିକିତ୍ସାଳୟ, ଭଦ୍ରକ

ବାଳ ଅପରାଧିକୁ ସଫେଇ କାର୍ଯ୍ୟ କରିବାକୁ ଦଣ୍ଡାଦେଶ

April 28, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଅପ୍ରେଲ ୨୮(ଓଡ଼ିଶା ଡ଼ଟ୍ କମ୍) ଚୋରି ଅଭିଯୋଗରେ ଗିରଫ ଜଣେ ନାବାଳକକୁ ସ୍ଥାନୀୟ ଅଦାଲତ ୬ମାସ ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଫେଇ କାର୍ଯ୍ୟ କରିବାକୁ ଦଣ୍ଡାଦେଶ ଦେଇଛନ୍ତି ।

ଭଦ୍ରକ ଜିଲ୍ଲା ବିଚାର ବିଭାଗୀୟ ମୁଖ୍ୟ ବିଚାରପତି ନମିତା ଦାସ ଶୁକ୍ରବାର ଏହି ଐତିହାସିକ ରାୟ ଶୁଣାଇ ଘଟଣାରେ ସଂପୃକ୍ତ ୨ଜଣ ବାଳ ଅପରାଧୀଙ୍କ ମଧ୍ୟରୁ ଜଣଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଥିବା ବେଳେ ଅନ୍ୟଜଣଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

ଏହାସହ ସଂପୃକ୍ତ ବାଳ ଅପରାଧିକୁ ନିଜର କାର୍ଯ୍ୟକାଳ ସମୟରେ ଜିଲାମୁଖ୍ୟ ଚିକିତ୍ସାଧିକାରୀ ତାର ସୁଧାର ଦିଗରେ ସମସ୍ତ ଲକ୍ଷଣ ସମ୍ବନ୍ଧୀୟ ତଥ୍ୟ ପ୍ରତ୍ୟେକ ମାସରେ କୋର୍ଟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାନ୍ଦିଆ ଗ୍ରାମର ଖୁିରାମ ସାହୁ ନାମକ ଜନୈକ ବ୍ୟକ୍ତିଙ୍କ ଘରୁ ଗତ ୨୦୧୧ ଅଗଷ୍ଟ ୬ ତାରିଖଦିନ ୫୧,୨୦୦ ଟଙ୍କା ଚୋରି ହୋଇଥିଲା ।

ଚୋରି ସଂପର୍କରେ ବ୍ୟକ୍ତି ଜଣକ ନିଜ ଘରେ କାମ କରୁଥିବା ସ୍ଥାନୀୟ ଅଞ୍ଚଳର ଟୁଲୁ ବେହେରା ଏବଂ ବାଙ୍ଗୁରୁଙ୍କ ନାମ ସନ୍ଦେହରେ ପୋଲିସକୁ କହିଥିଲେ । ଫଳରେ ଗ୍ରାମାଞ୍ଚଳ ଥାନା ପୋଲିସ ଟୁଲୁ ପାଖରୁ ୨୦ହଜାର ଏବଂ ବାଙ୍ଗୁର ଘରୁ ୧୪ହଜାର ଟଙ୍କା ଜବତ କରିଥିଲା ।

ଏହି ମାମଲାର ବିଚାର କରି ଅଦାଲତ ପ୍ରମାଣ ଅଭାବରୁ ବାଙ୍ଗୁରୁକୁ ଖଲାସ କରିଥିବା ବେଳେ ଟୁଲୁକୁ ଦୋଷୀ ସାବ୍ୟସ୍ତ କରି ସେ ଜଣେ ବାଳ ଅପରାଧି ହୋଇଥିବାରୁ ତା ସଂପର୍କରେ ଜିଲ୍ଲା ପ୍ରୋବେସନ୍ ଅଫିସରଙ୍କୁ ତଥ୍ୟ ମାଗିଥିଲେ ।

ସଂପୃକ୍ତ ଅଫିସରଙ୍କ ତଥ୍ୟକୁ ଆଧାର କରି ସେ ଅତ୍ୟନ୍ତ ଗରିବ ଯୋଗୁଁ ଆର୍ଥିକ ଅନାଟନରେ ଏଭଳି ପ୍ରଥମ ଅପରାଧ କରିଥିବାରୁ ବିଚାରପତି ତାର ସଂସ୍କାର ଦିଗରେ ମଇ ୧ତାରିଖଠାରୁ ସଫେଇ କାର୍ଯ୍ୟ କରିବାକୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ବାଳ ଅପରାଧି, ଭଦ୍ରକ

ଅପହରଣ ମାମଲାରେ ଅଭିଯୁକ୍ତକୁ ୭ବର୍ଷ ଜେଲ

April 23, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଅପ୍ରେଲ ୨୩(ଓଡ଼ିଶା ଡ଼ଟ୍ କମ୍) ବଳାତ୍କାର ଓ ଅପହରଣ ମାମଲାର ବିଚାର କରି ସୋମବାର ସ୍ଥାନୀୟ ଅଦାଲତ ଅଭିଯୁକ୍ତକୁ ସାତ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ମୁଖ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନମିତା ଦାସ ଅଭିଯୁକ୍ତ ରବିନ୍ଦ୍ର ପୋଥାଳକୁ ଦୋଷୀ ସାବ୍ୟସ୍ତ କରି ଏହି କାରାଦଣ୍ଡାଦେଶ ସହିତ ୫ହଜାର ଟଙ୍କା ଜରିମାନା ଓ ଅନାଦେୟ ପୁନଶ୍ଚ ୧ବର୍ଷ ସଶ୍ରମ କାରାଦଣ୍ଡା ଦେଶ ଦେଇଛନ୍ତି ।

ଭଣ୍ଡାରିପୋଖରୀ ଥାନା ଅର୍ନ୍ତଗତ ପତ୍ରିବିନ୍ଧା ଗ୍ରାମର ସୁଧାକର ରାଉତଙ୍କ ସାଙ୍ଗର ପୁତୁରା ତଥା ପିରିପୁର ଗ୍ରାମର ନାରାୟଣ ପୋଥାଳଙ୍କ ପୁତ୍ର ରବିନ୍ଦ୍ରର ଘରୋଇ ସଂପର୍କ ଥିଲା । ଉକ୍ତ ସଂପର୍କ କ୍ରମେ ରବିନ୍ଦ୍ର ଗତ ୨୦୦୭ ଅପ୍ରେଲ ୫ରେ ସୁଧାକରଙ୍କ ନାବାଳିକା କନ୍ୟାଙ୍କୁ ଟେଲିଫୋନ ଯୋଗେ ଫତେପୁର ରାମନବମୀ ପଡ଼ିଆକୁ ଡ଼କାଇଥିଲା ।

ଆସିବା ସମୟରେ ସେ ସାଙ୍ଗରେ ୨୫ହଜାର ଟଙ୍କା ଓ ସୁନା ଗହଣାନେଇ ଆସିଥିଲା । ପ୍ରଥମେ ରବିନ୍ଦ୍ର ତା’କୁ ବାଲେଶ୍ୱର ଜିଲ୍ଲା ମିଶ୍ରପୁର ଗ୍ରାମରେ ରଖିଥିଲା ।

ପରେ ରବିନ୍ଦ୍ର ସଂପୃକ୍ତ ନାବାଳିକାଙ୍କ ସହ କୋର୍ଟକୁ ଯାଇ ତାଙ୍କ ଠାରୁ କେତେକ ସାଦା କାଗଜରେ ଦସ୍ତଖତ ନେବା ପରେ ନିକଟସ୍ଥ ଜଗନ୍ନାଥ ମନ୍ଦିରରେ ବିବାହ କରିବା ପାଇଁ କହିବାରୁ ନାବାଳିକା ଜଣକ ଏଥିରେ ରାଜି ହୋଇନଥିଲେ ।

ଏହାପରେ ରବିନ୍ଦ୍ର ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ନେଇ ବଳାତ୍କାର କରିବା ସହ ମାଡ଼ମାରି ଧମକ ମଧ୍ୟ ଦେଇଥିଲା । ଏସଂପର୍କରେ ପୀଡ଼ିତାଙ୍କ ପରିବାର ଲୋକେ ଧୁଷୁରୀ ଥାନାରେ ଅଭିଯୋଗ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଭଦ୍ରକ, ମାଜିଷ୍ଟ୍ରେଟ

ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଇ ୫ ଛାତ୍ର-ଛାତ୍ରୀ ଅସୁସ୍ଥ

April 21, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଅପ୍ରେଲ ୨୧(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ଚରମ୍ପା-ଡ଼ଗରାସାହି ନଟବର ନୋଡ଼ାଲ ସ୍କୁଲର କେତେକ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି ।

ପ୍ରଥମ ଓଦ୍ୱିତୀୟ ଶ୍ରେଣୀର ଏହି ୫ଜଣ ଛାତ୍ରଛାତ୍ରୀ ପଚା ଅଣ୍ଡା ଖାଇ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ଅସୁସ୍ଥ ଛାତ୍ରଛାତ୍ରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ପୂର୍ବାହ୍ନରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନରେ ଭାତ ଓ ଡ଼ାଲି ଖାଇବାକୁ ଦିଆଯିବା ପରେ ଛୁଟିର ଅଧଘଣ୍ଟା ପୂର୍ବରୁ ସିଝା ଅଣ୍ଡା ଦିଆଯାଇଥିଲା ।

ପରେ ଛୁଟି ହେବାରୁ ଘରକୁ ଯାଉଥିବା ଏହି ଛାତ୍ରଛାତ୍ରୀମାନେ ରାସ୍ତାରେ ବାନ୍ତି କରି ଅସୁସ୍ଥ ହୋଇପଡ଼ିଥିଲେ । ଫଳରେ ସେମାନଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବା ପରେ ପଚା ସିଝା ଅଣ୍ଡା ଖାଇ ସେମାନଙ୍କର ଏଭଳି ପରିସ୍ଥିତି ହୋଇଥିବା ଡ଼ାକ୍ତର ଜାଣିବାକୁ ପାଇଥିଲେ ।

ଏହି ଘଟଣା ପରେ ସ୍ଥାନୀୟ ଲୋକେ ଏବଂ ଅବିଭାବକମାନେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଚିକିତ୍ସାଳୟ, ଛାତ୍ର ଛାତ୍ରୀ, ଭଦ୍ରକ

ହ୍ୱିଲ ଦ୍ଵୀପରୁ ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

April 18, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭଦ୍ରକ, ଅପ୍ରେଲ ୧୯(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ହ୍ୱିଲର ଦ୍ଵୀପରୁ ଗୁରୁବାର ଅନ୍ତଃ ମହାଶେୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଥିବା ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ପ୍ରତିରକ୍ଷା ବିଭାଗର ବହୁ ବରିଷ୍ଠ ଅଧିକାରୀ ତଥା ବୈଜ୍ଞାନିକଙ୍କ ଉପସ୍ଥିତିରେ ଚାରି ନମ୍ବର ଲଞ୍ଚପ୍ୟାଡ଼ରୁ ସକାଳ ୮ଟା ୫ରେ ଏହାର ପରୀକ୍ଷଣ କରାଯାଇଛି ।

୧୭.୫ ମିଟର ଲମ୍ବ ଓ ୫୦ ଟନ୍ ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେନ କ୍ଷମତା ପାଞ୍ଚ ହଜାର କିମି ଓ ଏହା ୧୧ କ୍ଵିଣ୍ଟାଲ ଓଜନର ଯୁଦ୍ଧାସ୍ତ୍ର ବହନ କରିପାରିବ ।

ଖରାପ ପାଗ ଯୋଗୁଁ ବୁଧବାର ହେବାକୁ ଥିବା ଏହାର ପରୀକ୍ଷା ସ୍ଥଗିତ ରହିଥିଲା ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଅଗ୍ନି-୫ କ୍ଷେପଣାସ୍ତ୍ର, ଭଦ୍ରକ, ହ୍ୱିଲର ଦ୍ଵିପ

ଭଦ୍ରକ : କାଳବୈଶାଖି ପ୍ରଭାବରେ ଜୀବନଯାତ୍ରା ବ୍ୟାହତ

April 18, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଅପ୍ରେଲ ୧୮(ଓଡ଼ିଶା ଡ଼ଟ୍ କମ୍) କାଳବୈଶାଖି ପ୍ରଭାବରେ ଭଦ୍ରକ ସହରରେ ବୁଧବାର ପ୍ରବଳ ବର୍ଷା ଓ ପବନ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି ।

ପ୍ରବଳ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା, ଘଡ଼ଘଡ଼ି, କୁଆପଥର ମାଡ଼ ଯୋଗୁଁ ସହରର ତଥା ଆଖପାଖ ଅଞ୍ଚଳ ମାନଙ୍କରେ ପ୍ରଭୂତ କ୍ଷତି ଘଟିବା ସହ ଗଛ ଗୁଡ଼ିକର ଡ଼ାଳ ଭାଙ୍ଗି ପଡ଼ିବାରୁ ବହୁସ୍ଥାନରେ ତାର ଛିଣ୍ଡି ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି ।

ଏଥିସହ ପ୍ରବଳ କୁଆପଥର ବୃଷ୍ଟି ହେବାରୁ ଅମଳ ଅପେକ୍ଷାରେ ଥିବା ବିଲ ମାନଙ୍କରେ ପାଚିଲା ଧାନ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଚାଷୀଙ୍କ ମଧ୍ୟରେ ହତାଶା ଭାବ ସୃଷ୍ଟି ହୋଇଛି ।

ସହରର ବହୁ ବ୍ୟବସାୟ ପ୍ରତିଷ୍ଠାନର ହୋର୍ଡ଼ିଂ ପବନରେ ଉଡ଼ିଯାଇଛି । ବହୁସ୍ଥାନରେ ବିଦ୍ୟୁତ ସଂଯୋଗ ହୋଇ ପାରିନଥିବାରୁ ସହରର ଅଧିକାଂଶ ସ୍ଥାନ ଅନ୍ଧାରରେ ରହିଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ବର୍ଷା, ଭଦ୍ରକ

ଭଦ୍ରକ: ଦେବାଦେବୀ ପୂଜାସ୍ଥଳୀ ଉଚ୍ଛେଦକୁ ବିରୋଧ

April 17, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଅପ୍ରେଲ ୧୭(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ସହରର କେତେକ ମନ୍ଦିର ଉଚ୍ଛେଦ ପାଇଁ ଜିଲ୍ଲା ପ୍ରଶାସନ ନୋଟିସ ଜାରି କରିଥିବା ବେଳେ ବହୁଦିନରୁ ପୂଜା ପାଉଥିବା ହିନ୍ଦୁ ବୋବେୀ ମନ୍ଦିର ଭାଙ୍ଗିବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି ନଗର ବିଜେପି ପକ୍ଷରୁ କୁହାଯାଇଛି ।

ଭଦ୍ରକ ତହସିଲାରଙ୍କ ଦ୍ୱାରା ଏକ ନାଟିସ ଜାରି କରାଯାଇ ମନ୍ଦିର ସହ ଜଡ଼ିତ ବ୍ୟକ୍ତି ମାନଙ୍କୁ ହାଜର ହେବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିବାରୁ ଏହାକୁ ଦୃଢ଼ ବିରୋଧ କରିବା ପାଇଁ ଦଳ ପକ୍ଷରୁ ସଂପୃକ୍ତ ମନ୍ଦିର ପରିଚାଳନା କମିଟି ମାନଙ୍କୁ ଆହ୍ୱାନ ଦିଆଯାଇଛି ।

ଦୀର୍ଘ ତିନି ଦଶନ୍ଧି ଧରି ରହିଆସିଥିବା ଶାନ୍ତ ପରିବେଶକୁ ଅଶାନ୍ତ କରିବାକୁ ପ୍ରଶାସନ ଯେଉଁ ହୀନ ପ୍ରୟାସ ଆରମ୍ଭ କରିଛି ତାହାର ଦୃଢ଼ ବିରୋଧ କରାଯିବ ବୋଲି ନଗର ସଭାପତି ସମୀର ଗୋସ୍ୱାମୀ, ଯୁବମୋର୍ଚ୍ଚା ସଭାପତି ଘାଉଲି ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନ ସହରର ବିଭିନ୍ନ ସ୍ଥାନରେ ଥିବା ୬୩ଟି ମନ୍ଦିର ଉଛେଦ କରିବାକୁ ନୋଟିସ ଜାରି କରିଛି ।

ଓଡ଼ିଶା ଭୂମି ଅଧିକାର ଦଖଲ ନିବାରଣ ଅଧିନିୟମ ଅନୁଯାୟୀ ସରକାରୀ ଜମିକୁ ବିନା ଅନୁମତିରେ ଦଖଲ କରିଥିବାରୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ତାହାର କାରଣ ର୍ଶାଇବା ସହ ୩୦ଦିନ ମଧ୍ୟରେ ଅବରୋଧ ହୋଇଥିବା ସ୍ଥାନରୁ ଅପସରି ଯିବାପାଇଁ ନୋଟିସ ଜାରି ହୋଇଛି ।

ନଚେତ ସରକାର ସଂପୃକ୍ତ ଜମିକୁ ନିଜ ଖଲକୁ ନେବା ସହ ସେହି ସ୍ଥାନରେ ଥିବା ସମସ୍ତ ସଂପତିକୁ ବ୍ୟାଜାପ୍ତ କରିବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।

ତେବେ ବହୁଦିନରୁ ପୂଜା ପାଇ ଆସୁଥିବା ଏହି ମନ୍ଦିର ଗୁଡ଼ିକକୁ ଉଚ୍ଛେଦ କରିବା ନୋଟିସ ସହରରେ ସମସ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ବିଜେପି, ଭଦ୍ରକ

ସମାଜସେବୀ ନିତ୍ୟାନନ୍ଦ ମହାପାତ୍ରଙ୍କ ବିୟୋଗରେ ଶୋକ

April 17, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଅପ୍ରେଲ ୧୭(ଓଡ଼ିଶା ଡ଼ଟ୍ କମ୍) ପୂର୍ବତନ ମନ୍ତ୍ରୀ, ସ୍ୱାଧିନତା ସଂଗ୍ରାମୀ, ସମାଜସେବୀ ତଥା ସାହିତି୍ୟକ ନିତ୍ୟାନନ୍ଦ ମହାପାତ୍ରଙ୍କ ବିୟୋଗରେ ମଙ୍ଗଳବାର ତାଙ୍କ ଜନ୍ମମାଟି ଭଦ୍ରକ ଜିଲ୍ଲାର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

‘ବନେ୍ଦ ଉକôଳ ଜନନୀ’ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମିକାନ୍ତ ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ଶତାୟୁ ପୁରୁଷ ସ୍ୱର୍ଗତ ମହାପାତ୍ର ଏକାଧାରରେ ଜଣେ ସୁସାହିତି୍ୟକ, ସ୍ୱାଧିନତା ସଂଗ୍ରାମୀ ଥାଇ ରାଜ୍ୟ ସଂସ୍କୃତି ଓ ଯୋଗାଣ ମନ୍ତ୍ରୀ ଭାବେ ନିଜର କ୍ଷତା ପ୍ରତିପାନ କରିଯାଇଛନ୍ତି ।

ଭଦ୍ରକ ପୂଜା ସଂସ ପକ୍ଷରୁ ସଂପାକ ଅପୂର୍ବ ରଞନ ରାୟ, ଓଡ଼ିଶା ସାହିତ୍ୟ ଏକାଡ଼େମୀର ସସ୍ୟ ଇଂ ଅଭୟ ସୂତାର, ଭଦ୍ରକ ସାଂସ ଅର୍ଜୁନ ସେଠୀ, ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ରାଜ୍ୟ ଯୁବ ଜନତା ଳର ସଂପାକ ଇଂ ପ୍ରୟାସକାନ୍ତି ସାମଲ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ବାର୍ଦ୍ଧକ୍ୟଜନିତ କାରଣରୁ ଗତ ଦୁଇଦିନ ତଳେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ତାଙ୍କୁ ଭର୍ତି କରାଯାଇଥିଲା ଏବଂ ସକାଳୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ମୃତୁ୍ୟ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା । ସେ ଭଦ୍ରକରୁ ଦୁଇ ଥର ସ୍ୱାଧୀନ ଏବଂ ଥରେ ଜନ କଂଗ୍ରେସ ପାର୍ଟି ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ କେନ୍ଦ୍ରୀୟ ସାହିତ୍ୟ ଏକାଡ଼େମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଗ୍ରହଣ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଭଦ୍ରକ, ସ୍ୱାଧିନତା ସଂଗ୍ରାମୀ

ଭଦ୍ରକ: ଛାତ୍ରଛାତ୍ରୀଙ୍କ ବିପଦସଂକୁଳ ସ୍କୁଲ ଯାତ୍ରା

April 14, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଅପ୍ରେଲ ୧୪(ଓଡ଼ିଶା ଡ଼ଟ୍ କମ୍) ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ସ୍କୁଲଯାତ୍ରା ପାଇଁ ଅତୀତରେ ବହୁ ନିର୍ଦ୍ଦେଶନାମା ଜାରୀ କରାଯାଇଥିବା ବେଳେ ଭଦ୍ରକ ଜିଲ୍ଲାରେ ଏହାର ଉଲଂଘନ କରାଯାଇ ବିପଦସଙ୍କୁଳ ଅବସ୍ଥାରେ ସେମାନଙ୍କୁ ସ୍କୁଲ ନେବା ଆଣିବା କରାଯାଉଛି ।

ଗତବର୍ଷ ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା କୋମଳମତୀ ଶିଶୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ନ୍ୟାୟାଳୟର ନିର୍ଦ୍ଦେଶନାମା ଆଧାରରେ ‘ରୋଡ଼ ସେଫ୍ଟି ଫୋରମ’ ପକ୍ଷରୁ ମାସାଧିକକାଳ ବିଭିନ୍ନ ଗଣମାଧ୍ୟମର ପ୍ରଥମ ପୃଷ୍ଠାରେ କେତେକ ନିୟମ ପାଳନ ପାଇଁ ସ୍କୁଲ କର୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଥିଲା ।

ପରାମର୍ଶର ସାମାନ୍ୟତମ ପ୍ରଭାବ ଜିଲ୍ଲାର ବିଭିନ୍ନ ଇଂରାଜୀ ମାଧ୍ୟମ ସ୍କୁଲ କର୍ତୃପକ୍ଷଙ୍କ ଉପରେ ପଡ଼ିନଥିବା ପରିଲକ୍ଷିତ ହୋଇଛି ।

କେବଳ ସ୍କୁଲ କର୍ତୃପକ୍ଷ ନିଜ ଅନୁଷ୍ଠାନର ବସ ଗୁଡ଼ିକୁ କେବଳ କଳା ଓ ହଳଦିଆ ରଙ୍ଗରେ ସଜାଇ ଝରକା ମାନଙ୍କରେ ତାରଜାଲି ଲଗାଇ ନିଜର କର୍ତବ୍ୟ ସଂପାଦନ କରିଦେଇଛନ୍ତି ।

ନିର୍ଦ୍ଧାରିତ ସିଟ୍ ଠାରୁ ଅଧିକ ଛାତ୍ରଛାତ୍ରୀ ନ ନେବା, ସିଟ୍ ବେଲ୍ଟକୁ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରିବା, ପ୍ରତି ସ୍କୁଲ ବସ୍ ର ଆଗରେ ଓ ପଛରେ ଅକ୍ଷରରେ ସ୍କୁଲ ବସ୍ ଲେଖାଯିବା ଇତ୍ୟାଦି ନିର୍ଦ୍ଦେଶନାମା ରହିଥିବା ବେଳେ ଏଥିପ୍ରତି ଧ୍ୟାନ ଦିଆଯାଉ ନାହିଁ ।

ପ୍ରତି ବସ୍ ରେ ଫାଷ୍ଟଏଡ଼୍ ବ୍ୟବସ୍ଥା ରଖିବା, ଅଗ୍ନି ନିର୍ବାପକ ବ୍ୟବସ୍ଥା ରଖିବା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ସତ୍ୱେ ଜିଲ୍ଲାରେ ଅଧିକାଂଶ ସ୍କୁଲ କର୍ତୃପକ୍ଷ ଏହାକୁ ମାନୁନଥିବାରୁ ଅବିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ବହୁ ଅବିଭାବକ ଏସଂପର୍କରେ ସ୍କୁଲ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲେ ମଧ୍ୟ ନିଜ ପିଲା ସଂପୃକ୍ତ ସ୍କୁଲରେ ପଢ଼ୁଥିବା ତଥା କୌଣସି ବ୍ୟକ୍ତିଗତ ଆକ୍ରୋଶର ଶିକାର ନହେବା ପାଇଁ ସେମାନେ ନୀରବ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ଜଣେ ଅବିଭାବକ କହିଛନ୍ତି ।

ଗତ ବର୍ଷ ଜାନୁଆରୀ ୧୨ତାରିଖ ସୁଦ୍ଧା ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସରକାରୀ ସ୍ତରରେ ନିର୍ଦ୍ଦେଶ ଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ଏହାକୁ ଅଧିକାଂଶ ସ୍କୁଲରେ ପାଳନ କରାଯାଇ ନାହିଁ ।

ଏହା ବ୍ୟତୀତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ବହୁ ରିକ୍ସା, ଅଟୋ ରିକ୍ସା ଓ ଟ୍ରଲିରେ ଅତ୍ୟନ୍ତ ବିପଦଜନକ ଭାବେ ସ୍କୁଲ ଯାଉଛନ୍ତି । ତେଣୁ ଜିଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ ଅଧିକାରୀ ଏଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: ଛାତ୍ରଛାତ୍ରୀ, ବିଦ୍ୟାଳୟ, ଭଦ୍ରକ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Interim pages omitted …
  • Go to page 10
  • Go to Next Page »

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ