• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଭବାନୀପାଟଣା

ରେଳ ବଜେଟ୍ କୁ ନେଇ ଓଡ଼ିଶାରେ ମିଶ୍ର ପ୍ରତିକ୍ରିୟା

February 27, 2013 by ଓଡିଶା ଡଟ କମ Leave a Comment

ପ୍ରଫୁଲ ଦାଶ

ଭୁବନେଶ୍ୱର, ଫେବୃଆରୀ ୨୭ (ଓଡ଼ିଶା ଡ଼ଟ୍ କମ୍), ମଙ୍ଗଳବାର ରେଳ ମନ୍ତ୍ରୀ ପୱନ କୁମାର ବଂଶଲ ଲୋକସଭାରେ ଉପସ୍ଥାପନ କରିଥିବା ରେଳ ବଜେଟ୍ କୁ ନେଇ ଓଡ଼ିଶାରେ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି ।

କଂଗ୍ରେସ ଏହାକୁ ଏକ ଲୋକାଭିମୁଖୀ ଓ ସମତୁଲ ବଜେଟ୍ କହୁଥିବା ବେଳେ ବିରୋଧି ଦଳମାନେ ଏହାକୁ ସମାଲୋଚନା କରିଛନ୍ତି ।

ଏହି ବଜେଟ୍ ରେ ଓଡ଼ିଶାରେ ୬ଟି ନୂଆ ଏକ୍ସପ୍ରେସ ଟ୍ରେନ ଯାତାୟାତ କରିବ । ସେଗୁଡ଼ିକ ହେଲା ଭୁବନେଶ୍ୱର-ନିଜାମୁଦ୍ଧିନ ଭାୟା ସମ୍ବଲପୁର(ସାପ୍ତାହିକ),ପୁରୀ-ଶିରିଡ଼ି ଭାୟା
ସମ୍ବଲପୁର-ଟିଟିଲାଗଡ଼(ସାପ୍ତାହିକ),ତିରୁପତି-ଭୁବନେଶ୍ୱର(ସାପ୍ତାହିକ),ବିଶାଖାପାଟଣା-ଯୋଧପୁର ଭାୟା କେସିଙ୍ଗା-ଟିଟିଲାଗଡ଼,ପୁରୀ-ଆଜମିର ଏକ୍ସପ୍ରେସ,ହାଓଡ଼ା-ଚେନ୍ନାଇ ଏସି ଏକ୍ସପ୍ରେସ(ସପ୍ତାହରେ ଦୁଇଦିନ) ।

ଏଥିସହ ୩ଟି ଟ୍ରେନ କୁ ସଂପ୍ରସାରିତ କରାଯାଇଛି । ସେଗୁଡ଼ିକ ହେଲା ଭୁବନେଶ୍ୱର-ଭବାନୀପାଟଣାରୁ ଜୁନାଗଡ଼,ଏଲଟିଟି-ଭୁବନେଶ୍ୱରରୁ ପୁରୀ,ପୁରୀ-ଦରଭଙ୍ଗାରୁ ଜୟନଗର ପର୍ଯ୍ୟନ୍ତ ସଂପ୍ରସାରିିତ କରାଯାଇଛି ।

ଏଥିସହିତ ଗଞ୍ଜାମ ରେ ୱାଗନ କାରଖାନା, କଳାହାଣ୍ଡିରେ ମାଲଗାଡ଼ି କୋଚ୍ ମରାମତି କେନ୍ଦ୍ର, ନିରାକାରପୁର-ତାପଙ୍ଗ ନୂଆ ବାଇପାସ୍ ଲାଇନ୍, କୋରାପୁଟରେ ଖୋଲିବ ଯୁବଗୋଷ୍ଠୀ ତାଲିମ କେନ୍ଦ୍ର ଏବଂ ରାୟପୁର-ଝାରସୁଗୁଡ଼ା ନୂଆ ଲାଇନ୍ ନିର୍ମାଣ ହେବ । ସମ୍ବଲପୁର-ହଜୁର ସାହାବ ନନେ୍ଦଦ ଏକ୍ସପ୍ରେସ୍ ଚଳାଚଳ ସପ୍ତାହରେ ତିନିଦିନକୁ ବୃଦ୍ଧି କରାଯାଇଛି ।

ରେଳ ବଜେଟ୍ କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଏହି ବଜେଟ୍ ନୈରାଶ୍ୟଜନକ ଅଟେ । ଓଡ଼ିଶା ରେଳ ମନ୍ତ୍ରଣାଳୟ ନିକଟରେ ୩୦୫୦କୋଟି ଟଙ୍କା ଦାବି ରଖିଥିବା ବେଳେ ବଜେଟ୍ ରେ ମାତ୍ର ୮୬୯କୋଟି ଟଙ୍କାର ପ୍ରସ୍ତାବ ରହିଛି ।

ଓଡ଼ିଶା ବର୍ଷକୁ ରେଳବାଇକୁ ପ୍ରାୟ ୧୪୦୦୦କୋଟି ଟଙ୍କା ରାଜସ୍ୱ ଦେଉଥିବା ବେଳେ ପୁଣି ଥରେ କେନ୍ଦ୍ର ଓଡ଼ିଶାକୁ ନିରାଶ କରିଛି ବୋଲି ସେ କହିଛନ୍ତି ।

ରେଳମନ୍ତ୍ରୀ ଓଡ଼ିଶାକୁ ଭଣ୍ଡାଇଛନ୍ତି ବୋଲି ବିଜେପି ନେତା ଜୁଏଲ ଓରାମ କହିଛନ୍ତି । ଭୁବନେଶ୍ୱରକୁ ଅନ୍ତର୍ଜାତିକ ସ୍ତରର ରେଳ ଷ୍ଟେସନ କରାଯିବ ବୋଲି ଘୋଷଣା କରାଯାଇଥିଲେ ସୁଦ୍ଧା ଏଥର ସେଥିପ୍ରତି ଗୁରୁତ୍ୱ ଦିଆଯାଇନାହିଁ ବୋଲି ସେ କହିଛନ୍ତି ।

ଓଡ଼ିଶା ପାଇଁ ଏହା ସବୁଠୁ ଭଲ ରେଳ ବଜେଟ୍ ବୋଲି କଂଗ୍ରେସ ସାଂସଦ ଭକ୍ତଚରଣ ଦାସ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଏହି ବଜେଟ୍ ରେ ଅନେକ ପ୍ରକଳ୍ପ ଓଡ଼ିଶା ପାଇଁ ରହିଛି ଓ ଗୁଡ଼ାଏ ନୂଆ ଟ୍ରେନ ଓଡ଼ିଶା ଦେଇ ଯିବ । ଏଥିରେ କଳାହାଣ୍ଡିରେ ୱାର୍କସପ ପାଇଁ ଘୋଷଣା ରହିଛି । ଯାହାଦ୍ୱାରା ୧୨୦୦ରୁ ୧୫୦୦କର୍ମଚାରୀ ଏଥିରେ ନିଯୁକ୍ତି ପାଇବେ ।

ଏହା ଏକ ନିର୍ବାଚନମୁଖୀ ବଜେଟ୍ ଏହା ନିର୍ବାଚନକୁ ଆଖି ଆଗରେ ରଖି କରାଯାଇଛି । ଏଥିରେ ସବୁ ବର୍ଗର ଲୋକଙ୍କୁ ଖୁସି କରିବାକୁ ଛେଷ୍ଟା କରାଯାଇଛି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି ।

ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ସ୍ୱାର୍ଥ ପାଇଁ ଏହି ବଜେଟ୍ ପ୍ରସ୍ତୁତ କରିଛି ବୋଲି ସମାଜବାଦୀ ପାର୍ଟି ସଭାପତି ରବି ବେହେରା କହିଛନ୍ତି । ଅଣକଂଗ୍ରେସ ଶାସିତ ରାଜ୍ୟମାନଙ୍କ ପାଇଁ ରେଳ ବଜେଟ୍ ରେ ବିଶେଷ କିଛି ନାହିଁ ।

ରାୟବରେଲି ଭଳି ଆସନ ପାଇଁ ୪ଟି ବଡ଼ ପ୍ରକଳ୍ପ ଘୋଷଣା ପଛରେ ଗାନ୍ଧୀ ପରିବାରର ସ୍ୱାର୍ଥକୁ ଦେଖାଯାଇଛି । ଏହା ପୱନ ଏକ୍ସପ୍ରେସରେ ହାୱା ମିଠାଇ ବୋଲି ଓଡ଼ିଶା ଜନମୋର୍ଚା ତରଫରୁ
କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ ସାଂସଦ, କଳାହାଣ୍ଡି, ଜୁଏଲ ଓରାମ, ଭବାନୀପାଟଣା

ଭବାନୀପାଟଣା ସମାବେଶ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଉଛି: ଜନମୋର୍ଚ୍ଚା

November 6, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଧର୍ମଗଡ,ନଭେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) -ଓଡିଶା ଜନମୋର୍ଚ୍ଚାର ୧୯ ନଭେମ୍ବର ଭବାନୀପାଟଣା ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଉଛି ବୋଲି ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି ।

ଏକ ଚକ୍ରାନ୍ତକାରୀ ଗୋଷ୍ଠୀ ନବୀନ ନିବାସ ଇଙ୍ଗିତରେ ଏହାକୁ ଭଣ୍ଡୁର କରିବା ପାଇଁ ଲାଗିଛନ୍ତି । ସେମାନଙ୍କର ଚକ୍ରାନ୍ତ ବିଫଳ ହେବ ଏବଂ ଯାହାକଲେ ବି ମୋର୍ଚ୍ଚର ଏହି ସମାବେଶ ଅଧିକରୁ ଅଧିକ ସଫଳ ହେବ ବୋଲି ଧର୍ମଗଡରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି ମୋର୍ଚ୍ଚାର ପ୍ରବକ୍ତା ଯଜ୍ଞେଶ୍ୱର ବାବୁ ।

ସେ କହିଛନ୍ତି ବର୍ତମାନ ଜନସାଧାରଣ ସଚେତନ ଓ ଜାଗରୁକ ହୋଇଛନ୍ତି । ଏଭଳି କାମ କରିବା ଦ୍ୱାରାଚକ୍ରାନ୍ତକାରୀ ଗୋଷ୍ଠୀଙ୍କର ହିନମନ୍ୟତାର ଭାବ ପ୍ରକାଶ ପାଉଛି । ଜନସାଧାରଣ ତାର ଠିକ୍ ପ୍ରତିହତ କରିବେ । ଆମ ତରଫରୁ ଆମେ କୌଣସି ଅଗଣତାନ୍ତ୍ରୀକ ପଦ୍ଧତି ଅବଲମ୍ବନ କରିବୁ ନାହିଁ ।

ପୂର୍ବତନ ମନ୍ତ୍ରୀ ପଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି କୌଣସି ସମାବେଶକୁ ନେଇ ବିଜେଡି ବିଚଳିତ ନୁହେଁ । ଜନମୋର୍ଚ୍ଚା ନିଜେ ନିଜର ଭୟକୁ ବାହାରେ ପ୍ରକାଶ କରୁଛନ୍ତି । ସେମାନେ ଭୟ କରୁଛନ୍ତି । କହୁଛନ୍ତି ବିଜୁ ଜନତାଦଳ ସମାନ୍ତରାଳ ମିଟିଙ୍ଗ କରୁଛନ୍ତି । ଏକଥା ବିଜୁ ଜନତା ଦଳ କେତେବଳେ କହିନାହିଁ । ଦଳ ପକ୍ଷରୁ ସେଭଳି ନିସ୍ପତି ନିଆଯାଇ ନାହିଁ କି ନିଆଯିବାର ଆବଶ୍ୟକତା ନାହିଁ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ଜନମୋର୍ଚ୍ଚା, ଭବାନୀପାଟଣା, ସାମ୍ବାଦିକ ସମ୍ମିଳନୀ

ଅଗ୍ନିକାଣ୍ଡରେ ଠିକା ସଂସ୍ଥା ମ୍ୟାନେଜର ଜୀବନ୍ତ ଦଗ୍ଧ

April 29, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭବାନୀପାଟଣା, ଅପ୍ରେଲ ୨୯(ଓଡ଼ିଶା ଡ଼ଟ୍ କମ୍) ଭବାନୀପାଟଣା ସ୍ଥିତ ଏକ ଠିକା ସଂସ୍ଥା ଗେଷ୍ଟ ହାଉସ୍ରେ ରବିବାର ଅଗ୍ନିକାଣ୍ଡ ଯୋଗୁଁ ଜଣେ ପ୍ରୋଜେକ୍ଟ ମ୍ୟାନେଜରଙ୍କ ମୃତ୍ୟୁ ହୋଇଛି ।

ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀରେ ନିୟୋଜିତ ଏଚ୍ଡିଓର ପ୍ରୋଜେକ୍ଟ ମ୍ୟାନେଜର ପି.ଗଣେଶନ୍ ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି ।

ଫାଇବରରେ ତିଆରି ଉକ୍ତ ଘରେ ପାଂଚ ଜଣ ଶୋଇଥିବା ବେଳେ ହଠାତ୍ ନିଅାଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ସଂପର୍କରେ ଜାଣିପାରି ଚାରି ଜଣ ବାହାରକୁ ଚାଲି ଆସିଥିଲେ । କିନ୍ତୁ ଗଣେଶନ୍ ଘର ଭିତରୁ ଆସିପାରିନଥିଲେ ।

ମୃତ ଗଶେଶନ୍ ତାମିଲନାଡ଼ୁର ଜଣେ ସିଭିଲ ଇଂଜିନିୟର୍ । ତେବେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଭବାନୀପାଟଣା, ମ୍ୟାନେଜର

ସାହିତ୍ୟ ପତ୍ରିକା ‘ପ୍ରକୃତି’ ଉନ୍ମୋଚିତ

January 7, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭବାନୀପାଟଣା, ଜାନୁୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ଭବାନୀପାଟଣା ନିକଟସ୍ଥ ଭବାନୀପୁର ସ୍ଥିତ ଆମ୍ରକୁର ପ୍ରାକୃତିକ ପରିବେଶ ମଧ୍ୟରେ ସାହିତ୍ୟ ପତ୍ରିକା ‘ପ୍ରକୃତି’ ଉନ୍ମୋଚିତ ହୋଇଯାଇଛି ।

କଳାହାଣ୍ଡି ଲେଖକ କଳା ପରିଷଦ ଦ୍ୱାରାଆୟୋଜିତ ବନାନୀ କବି ସମ୍ମିଳନୀ ଅବସରରେ ବିଶିଷ୍ଟ ଲେଖକ ରାସବିହାରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତ୍ରିକାର ଉନ୍ମୋଚନ କରିଥିଲେ ।

‘ସାହିତ୍ୟମନ୍ଦିର’ ନର୍ଲା ଆନୁକୂଲ୍ୟରେ ସାହିତ୍ୟିକ କୁଳମଣି ସାହୁଙ୍କ ଦ୍ୱାରାପ୍ରକାଶିତ ଏହି ତ୍ରୈମାସିକ ପତ୍ରିକାର ସଂପାଦନା ଦ।ୟିତ୍ୱରେ ସୁଧୀର କୁମାର ଧଙ୍ଗଡ଼ାମାଝୀ ଥିବାବେଳେ ଏଥିରେ ଓଡ଼ିଶାର ଅନେକ ପ୍ରତିଷ୍ଠିତ ଲେଖକଙ୍କ ଲେଖା ପ୍ରକାଶ ପାଇଛି ।

ଏହି ଅବସରରେ ଲେଖକ ନାରାୟଣ ପ୍ରସାଦ ପଟ୍ଟନାୟକ, ସ୍ନେହଲତା ମହାପାତ୍ର ଓ ଦ।ଶରଥି ଆଚାର୍ଯ୍ୟ
ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ ।

ଓଡ଼ିଆ ସାହିତ୍ୟରେ ‘ପ୍ରକୃତି’ ଏକ ମାଇଲ୍ଖୁଣ୍ଟ ହେବ ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ
କରିଥିଲେ ।

ପତ୍ରିକା ପାଇଁ ଯୋଗାଯୋଗ
ନୀଳକଣ୍ଠ ଣ୍ଡସେନା, ପରିଚାଳନା ସଂପାଦକ:‘ପ୍ରକୃତି’, ସାହିତ୍ୟମନ୍ଦିର, ନର୍ଲା, କଳାହାଣ୍ଡି,
ମୋ:୯୯୩୮୦୫୬୩୫୬ । ସଂପାଦକଙ୍କ ମୋବାଇଲ ନମ୍ବର:୯୭୭୭୯୪୯୮୦୦ ରେ
ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଭବାନୀପାଟଣା, ସାହିତ୍ୟ ପତ୍ରିକା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ