• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଭାରତୀୟ ଜନତା ପାର୍ଟି

ରାଜ୍ୟରେ ଆଦିବାସୀ ପ୍ରତାଡିତ: ଜୁଏଲ

June 16, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୩ (ଓଡିଶା ଡଟ କମ) ଭୁବନେଶ୍ଵରରେ ମଙ୍ଗଳବାର ଆରମ୍ଭ ହୋଇଥିବା ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚାର ଦୁଇ ଦିନିଆଁ ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ବୈଠକରେ ଉଦବୋଧନ ଦେଇ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ରାଜ୍ୟରେ ଆଦିବାସୀ ମାନଙ୍କୁ ପ୍ରତାଡିତ କରାଯାଉଥିବା ଅଭିଯୋଗ କରିଛନ୍ତି ।

BJP bjp1କେନ୍ଦ୍ର ରାଜ୍ୟର ଆଦିବାସୀ ମାନଙ୍କ ବିକାଶ ପାଇଁ ୪୨୧ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ ମଧ୍ୟ ତାହାକୁ ଠିକ ଭାବରେ ବିନିଯୋଗ କରାଯାଉନାହିଁ । ଆଦିବାସୀଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ଅନ୍ୟତ୍ର ବିନିଯୋଗ କରାଯାଉଛି ।

ଜନଜାତି ଛାତ୍ର ଓ ଛାତ୍ରୀଙ୍କୁ ଷ୍ଟାଇପେଣ୍ଡ ଠିକ ସମୟରେ ମିଳୁନାହିଁ । ଆଦିବାସୀ ବେକାର ଯୁବକ ଯୁବତୀଙ୍କୁ ଚାକିରି ମିଳୁନାହିଁ । ଯେଉଁ ମାନେ ଚାକିରି କରୁଛନ୍ତି ତାଙ୍କୁ ପଦୋନ୍ନତି ଦିଆ ଯିବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି ।

ସରକାର ନିୟମ ପ୍ରଣୟନ କରିଥିଲେ ମଧ୍ୟ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଜମି ପଟ୍ଟା ନ ମିଳିବା ଏବଂ ବନଜାତ ଦ୍ରବ୍ୟ ବିକ୍ରୟ କରି ଜୀବିକା ନିର୍ବାହ କରୁଥିବା ଲୋକଙ୍କୁ ଉପଯୁକ୍ତ ମୂଲ୍ୟ ମିଳୁ ନ ଥିବା ସେ ଅଭିଯୋଗ କରିଥିଲେ । ରାଜ୍ୟରେ ବିଭିନ୍ନ ସରକାରୀ ଆଦିବାସୀ ହୋଷ୍ଟେଲ ରେ ଛାତ୍ରୀ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ଅନାଚାରକୁ ନେଇ ମଧ୍ୟ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

ଏହି ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ବୈଠକରେ ରାଜ୍ୟ ତଥା ରାଜ୍ୟ ବାହାରର ଜଣାଶୁଣା ଆଦିବାସୀ ନେତା ମାନେ ଯୋଗଦେଇଛନ୍ତି ।

ସେମାନଙ୍କ ମଧ୍ୟରେ ପୂର୍ବତନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଫଗନ ସିଂହ କୁଳସ୍ତେ, ବିଜେପି ଶାସିତ ରାଜ୍ୟର ଆଦିବାସୀ ବ୍ୟାପାର ମନ୍ତ୍ରୀ, ଏମପି, ଏମଏଲଏ, ପାର୍ଟିର ଜନଜାତି ମୋର୍ଚାର ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ଅନ୍ତର୍ଭୁକ୍ତ ।

ବିଜେପି ବିଧାୟକ ତଥା ରାଜ୍ୟ ଜନଜାତି ମୋର୍ଚା ର ମୁଖ୍ୟ ରବି ନାୟକ ପୂର୍ବତନ ବିଧାୟକ ମୋହନ ମାଝି, ଟ୍ରାଇଫେଡର ପୂର୍ବତନ ଅଧକ୍ଷ୍ୟା ତଥା ଜନଜାତି ମୋର୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶ୍ରୀ ସୁକେଶୀ ଓରାମ ତଥା ପାର୍ଟିର ଜନଜାତି ମୋର୍ଚାର ରାଜ୍ୟରେ ଥିବା ବରିଷ୍ଠ କର୍ମକର୍ତ୍ତା ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି। କିଟ୍ ର ସାତ ନମ୍ବର କ୍ୟାମ୍ପସର ଦୁଇ ନମ୍ବର ଅଡିଟୋରିଅମରେ ଏହି ବୈଠକ ଅନୁଷ୍ଠିତ ହେଉଅଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ଅନୁସୂଚିତ ଜନଜାତି ମୋର୍ଚା, ଜୁଏଲ ଓରାମ, ଭାରତୀୟ ଜନତା ପାର୍ଟି

ପେଟ୍ରୋଲ ମୂଲ୍ୟବୃଦ୍ଧି ପ୍ରତିବାଦରେ ବନ୍ଦ,ଜୀବନଯାତ୍ରା ପ୍ରଭାବିତ

May 31, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ମଇ ୩୧(ଓଡ଼ିଶା ଡ଼ଟ୍ କମ୍) ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ଗୁରୁବାର ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡ଼ାକରା ଯୋଗୁଁ ରାଜ୍ୟରେ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ବିକ୍ଷୋଭକାରୀମାନେ ଜାତୀୟ ରାଜପଥରେ ଟାୟାର ଜାଳି ଅବରୋଧ କରିଥିବାରୁ ଶତାଧିକ ଟ୍ରକ୍ ଏବଂ ଅନ୍ୟାନ୍ୟ ଯାନବାହାନ ମଧ୍ୟ ଅଟକି ରହିଛି । କଟକ ଏବଂ ଭୁବନେଶ୍ୱର ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଶାସକ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟରେ ବନ୍ଦ ଡ଼ାକରା ଦିଆଯାଇଥିବା ବେଳେ ଭାରତୀୟ ଜନତା ପାର୍ଟି ଏବଂ ବାମ ଦଳ ପକ୍ଷରୁ ମଧ୍ୟ ଅଲଗା ଅଲଗା ବନ୍ଦ ଡ଼ାକରା ଦିଆଯାଇଛି ।

ଭୁବନେଶ୍ୱରରେ ବିଜେଡ଼ି କର୍ମୀମାନେ କେନ୍ଦ୍ର ସରକାର ବିରୋଧୀ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ସ୍ଥାନରେ ଧାରଣା ଦେଇଛନ୍ତି । ଏନ୍ଡ଼ିଏ ପକ୍ଷରୁ ମଧ୍ୟ ଭାରତ ବନ୍ଦ ଡ଼ାକରା ଦିଆଯାଇଥିବା ବେଳେ ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ରେଳ ରୋକ କରିଛନ୍ତି ।

କଟକ ଭୁବନେଶ୍ୱର ବ୍ୟତୀତ ସମ୍ବଲପୁର, ବଲାଙ୍ଗୀର, ବାଲେଶ୍ୱର, ସୁନ୍ଦରଗଡ଼, ବ୍ରହ୍ମପୁର ଓ ଅନ୍ୟାନ୍ୟ ସହରରେ ମଧ୍ୟ ଅନୂରୂପ ବନ୍ଦ ପାଳନ କରାଯାଇଛି । ଏହି ଜିଲ୍ଲା ଗୁଡ଼ିକରେ ଦୋକାନ ବଜାର, ଯାନବାହାନ, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।

ରାଜଧାନୀ ଭୁବନେଶ୍ୱରରେ ପୋଲିସ କେତେକ ବିକ୍ଷୋଭକାରୀଙ୍କୁ ଗିରଫ କରିଛି । ତେବେ ବନ୍ଦ ପାଳନ ବେଳେ କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ପୋଲିସ କହିଛି ।

ସେହିପରି ବରଗଡ଼ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ମୋଟର ସାଇକେଲ ର୍ୟାଲି ସହ ସହରରେ ପିକେଟିଂ କରାଯାଇ ଦୋକାନ ବଜାର ସବୁ ବନ୍ଦ କରାଯାଇଛି ।

ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ବ୍ୟବସାୟିକ ପ୍ରତିଷ୍ଠାନ ସବୁ ବନ୍ଦ କରାଯାଇଛି । ପରେ ଆନ୍ଦୋଳନକାରୀମାନେ ସ୍ଥାନୀୟ ଗାନ୍ଧି ଛକରେ ଟାୟର ଜାଳି ୬ନମ୍ବର ଜାତୀୟ ରାଜପଥକୁ କିଛି ସମୟ ଅବରୋଧ କରିଥିଲେ ।

ପେଟ୍ରୋଲ ଦରବୃଦ୍ଧି ଲୋକଙ୍କୁ ଏତେ ବାଧିଛି ଯେ ବ୍ୟବସାୟୀମାନେ ସ୍ୱତଃପ୍ରବୃତ ଭାବେ ଏହି ବନ୍ଦକୁ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ କରିେଇଥିବା ବଣିକ ସଂଘ ସଭାପତି ପ୍ରୀଦିପ ବେତା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ