• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଭିନ୍ନକ୍ଷମ ଶିଶୁ

ଭିନ୍ନକ୍ଷମ ଶିଶୁଙ୍କ ଚିକିତ୍ସା, ଯତ୍ନ ପାଇଁ ସରକାରଙ୍କ ବୁଝାମଣା

December 5, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୫(ଓଡିଶା ଡଟ୍ କମ୍)- ବଙ୍କା ପାଦଗୋଡ ନେଇ ଭିନ୍ନକ୍ଷମ ହୋଇ ଜନ୍ମ ଗ୍ରହଣ କରୁଥିବା ଶିଶୁ ମାନଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଇ ସେମାନଙ୍କୁ ଭବିଷ୍ୟତରେ ସାଧାରଣ ମଣିଷ ଭାବେ ସକ୍ଷମ ଜୀବନ ଯାପନ କରିବା ପାଇଁ ସକ୍ଷମ କରିବାକୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି ।

ସରକାରୀ-ବେସରକାରୀ ସହଭାଗୀତାରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ପାଇଁ ଆଜି ସ୍ୱାସ୍ଥ୍ୟ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ କିୟୋର ଇଣ୍ଟରନାସନାଲ ଇଣ୍ଡିଆ ସଂସ୍ଥା ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର , ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଆରତୀ ଆହୁଜା ଏବଂ କିୟୋର ଇଣ୍ଟରନାସନାଲ ଇଣ୍ଡିଆ ସଂସ୍ଥାର ନିର୍ଦ୍ଦେଶକ ସନ୍ତୋଷ ଜର୍ଜ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି ।

ଏହି ଅବସରରେ ସ୍ୱାସ୍ଥ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ ଏହିପରି ଭିନ୍ନକ୍ଷମ ହୋଇ ଜନ୍ମ ଗ୍ରହଣ କରୁଥିବା ପ୍ରତ୍ୟେକ ଶିଶୁକୁ ମାଗଣାରେ ଚିକିତ୍ସା ବ୍ୟବସ୍ଥା କରାଇ ସେମାନଙ୍କୁ ସକ୍ଷମ କରି ସ।ଧାରଣ ଜୀବନ ଯାପନ କରିବା ଦିଗରେ ସହାୟତା ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶୃତି ବଦ୍ଧତ୍ତାକୁ ବିଭାଗ ତରଫରୁ କାର୍ଯ୍ୟକାରୀ କରାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ।

ଏ ବାବଦରେ ବର୍ଷକୁ ପ୍ରାୟ ୩୦ ରୁ ୩୫ ଲକ୍ଷ ଟଙ୍କା ଆବଶ୍ୟକ ପଡିବ ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ କଟକସ୍ଥିତ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲ , ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲ , ବୁର୍ଲ୍ଳା ମେଡିକାଲ କଲେଜ ଓ ହସପିଟାଲ , ରାଉରକେଲା ସରକାରୀ ଡାକ୍ତରଖାନା (ଆର୍.ଜି.ଏଚ୍ ) ଏବଂ କୋରାପୁଟ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ସାପ୍ତାହୀକ କ୍ଲବ୍-ଫୁଟ କ୍ଲିନିକ୍ ଖୋଲାଯାଇ ଏହି ଭଳି ପିଲାମାନଙ୍କୁ ଚିକିତ୍ସା କରାଯିବ ।

ମହିଳା ଓ ଶିଶୁ ବିକାଶ ବିଭାଗ ପାଖରେ ରାଜ୍ୟର ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ଵ ଏହି ଭଳି ଭିନ୍ନକ୍ଷମ ଜନ୍ମିତ ଶିଶୁଙ୍କର ତାଲିକା ରହିଛି । ସେମାନେ ସମସ୍ତେ ଚିକିତ୍ସା ଅପେକ୍ଷାରେ ରହିଛନ୍ତି । ବର୍ତ୍ତମାନ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଦ୍ୱାରାସେହି ସମସ୍ତ ଶିଶୁ ନିଶ୍ଚିତ ଭାବେ ଉପକୃତ ହୋଇ ପାରିବେ ବୋଲି ସଚିବ ଆହୁଜା ପ୍ରକାଶ କରିଥିଲେ ।

କିୟୋର ଇଣ୍ଡିଆର ନିର୍ଦ୍ଦେଶକ ଶ୍ରୀ ଜର୍ଜ କହିଥିଲେ କି ଦେଶରେ ପ୍ରତି ୫୦୦ ରୁ ୭୫୦ ଜନ୍ମିତ ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁ ଏଭି ଭଳି ଭିନ୍ନକ୍ଷମ ହୋଇ ଜନ୍ମ ଗ୍ରହଣ କରିଥିବା ଆକଳନ କରାଯାଇଛି । ସେହି ଦୃଷ୍ଟିରୁ ଓଡିଶାର ୪ କୋଟି ଜନସଂଖ୍ୟାରେ ପ୍ରତି ବର୍ଷ ପ୍ରାୟତଃ ୨୦୦୦ ଶିଶୁ ଏହି ଭଳି ଭିନ୍ନକ୍ଷମ ହୋଇ ଜନ୍ମ ଗ୍ରହଣ କରୁଥାଇ ପାରନ୍ତି ।

ବର୍ତ୍ତମାନ ତାଙ୍କର ସଂସ୍ଥା ଦେଶର ୧୨ ଟି ରାଜ୍ୟରେ ପିପିପି ମୋଡରେ ଏହି ଚିକିତ୍ସାସେବା ଯୋଗାଇ ଦେଉଛି । ବର୍ତ୍ତମାନ ଓଡିଶାରେ ପ୍ରଥମ କରି ଦୁଇଟି ବିଭାଗ ଏକାଠି ହୋଇ ଏହି କାର୍ଯ୍ୟକ୍ରମ ଆଗେଇ ନେବା ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବବୁଝାମଣା ପତ୍ର ସ୍ୱାକ୍ଷରିତ ସମୟରେ ବିଭାଗର ସ୍ୱତନ୍ତ୍ର ସଚିବ ଡାଃ ତ୍ରିବିକ୍ରମ ପଣ୍ଡା , ଅତିରିକ୍ତ ସଚିବ ଶିବବ୍ରତ ଦାସ , ପି.ଏଲ୍.ବେହେରା , ଉପଶାସନ ସଚିବ କୁଳମଣି ମିଶ୍ର ,ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ଡାଃ ଏନ୍.କେ.ଦାସ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାଃ ବି.ଏନ୍.ଦାସଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଏସ୍.ସି.ବି ମେଡିକାଲ, ଚିକିତ୍ସା, ଭିନ୍ନକ୍ଷମ ଶିଶୁ, ସରକାର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ