• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଭୁବନେଶ୍ୱର

କାନ୍ଭାସ୍ରେ ସୁଦର୍ଶନଙ୍କ ବାଲୁକା କଳା

April 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୩(ଓଡ଼ିଶା ଡ଼ଟ୍ କମ୍) “ଇମାଜିନେସନ୍ସ ଇନ୍ ସ୍ୟାଣ୍ଡ୍” ଭୁବନେଶ୍ୱରରେ ହେବାକୁ ଥିବା ଏହି ଅଭିନବ ପ୍ରଦର୍ଶନୀରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରାନିର୍ମିତ ବାଲୁକା କଳାକୃତି ଗୁଡ଼ିକ ପ୍ରଥମଥର ପାଇଁ କାନଭାସ୍ରେ ପ୍ରଦର୍ଶିତ ହେବ ।

ରାଷ୍ଟ୍ରୀୟ ଲଳିତ କଳା ଏକାଡ଼େମୀ ଗ୍ୟାାଲେରୀରେ ଅପ୍ରେଲ ୧୪ରୁ ୧୭ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

କାନ୍ଭାସ୍ ଉପରେ ପ୍ରଦର୍ଶିତ ହେବାକୁ ଥିବା ଶ୍ରେଷ୍ଠ କଳାକୃତି ଗୁଡିକ ଉପରେ ବାଲୁକା ସ୍ଥାପନା ତଥା ରଙ୍ଗ ବ୍ୟବହାର କରି ଏହାକୁ ଅଧିକ ଜୀବନ୍ତ କରିବା ପାଇଁ ସୁଦର୍ଶନଙ୍କ ଯୋଜନା ରଖିଛନ୍ତି ।

ସାଧାରଣତଃ ବାଲୁକା କୃତି ଗୁଡ଼ିକ କ୍ଷଣସ୍ଥାୟୀ ହୋଇଥିବାରୁ, ଏହି ଆନ୍ତର୍ଜାତୀୟ ପ୍ରଦର୍ଶନୀ ମାଧ୍ୟମରେ କଳାପ୍ରେମୀ ମାନେ ଦୀର୍ଘବର୍ଷ ଧରି ସୁଦର୍ଶନଙ୍କ ଦ୍ୱାରାନିର୍ମିତ ସମସ୍ତ ପ୍ରମୁଖ ବାଲୁକା କୃତିଗୁଡିକୁ ଗୋଟିଏ ସ୍ଥାନରେ ଏକତ୍ର ଦେଖିବାର ସୁଯୋଗ ପାଇପାରିବେ ।

ଏଥିରେ ପଟ୍ଟନାୟକଙ୍କ ଦ୍ୱାରାନିର୍ମିତ ୧୦୦ରୁ ଉଦ୍ଧ୍ୱର୍ ପ୍ରସିଦ୍ଧ ବାଲୁକାକୃତି ଗୁଡ଼ିକର ଫଟୋଚିତ୍ର କାନ୍ଭାସ୍ରେ ପ୍ରଦର୍ଶୀତ ହେବ ।

“ମୋର ସମସ୍ତ ପ୍ରମୁଖ ବାଲୁକା କଳାକୃତି ଗୁଡ଼ିକୁ କାନ୍ଭାସ୍ରେ ସାଧାରଣ ଜନତା ଏବଂ
କଳାପ୍ରେମୀଙ୍କ ପାଇଁ ଏକତ୍ରିତ କରି ପ୍ରଦର୍ଶନ କରି ବାଲୁକା ଏବଂ ବାଲୁକା କଳାକୃତିକୁ ସମ୍ମାନ
ଜଣାଇବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ” ସୁଦର୍ଶନ କହିଛନ୍ତି ।

ଏହାଦ୍ୱାରାଗୋଟିଏ ସ୍ଥାନରେ ସାଧାରଣ ଜନତାମାନେ ମୋର ସମସ୍ତ ବାଲୁକା କଳାକୃତିଗୁଡିକୁ ଦେଖିପାରିବେ ବୋଲି ସେ କହିଛନ୍ତି ।

ସୁଦର୍ଶନ ୫୦ରୁ ଉଦ୍ଧ୍ୱର୍ ଅନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରି ଦେଶ ପାଇଁ ବିଭିନ୍ନ ପୁରସ୍କାର ଜିତିଛନ୍ତି । ଏହି ଚାରିଦିନିଆ ପ୍ରଦର୍ଶନୀ ସାଧାରଣ ଜନତାଙ୍କ ପାଇଁ ସକାଳ ୧୧.୩୦ରୁ ସଂଧ୍ୟା ୭.୩୦ ପର୍ଯ୍ୟନ୍ତ ଖୋଲା ରହିବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବାଲୁକା ଶିଳ୍ପୀ, ଭୁବନେଶ୍ୱର

୬୪ ତମ ରାଜଧାନୀ ପ୍ରତିଷ୍ଠା ଦିବସ

April 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅପ୍ରେଲ ୧୩(ଓଡ଼ିଶା ଡ଼ଟ୍ କମ୍) ଶୁକ୍ରବାର ଭୁବନେଶ୍ୱରରେ ୬୪ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ ହୋଇଛି ।

ରାଜଧାନୀ ପ୍ରତିଷ୍ଠା କମିଟି ପକ୍ଷରୁ ସ୍ଥାନୀୟ ପିଏମ୍ଜି ଛକଠାରେ ବେସାମରିକ ପ୍ୟାରେଡ଼ ଅନୁଷ୍ଠିତ ହୋଇଛି । ପ୍ୟାରେଡ଼ରେ ବାଚସ୍ପତି ପ୍ରଦୀପ ଅମାତ ଅଭିବାଦନ ଗ୍ରହଣ କରିଛନ୍ତି ।

ଆୟୋଜିତ ପ୍ୟାରେଡ଼ରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷଙ୍କୁ ରାଜଧାନୀ ଗୌରବ ପୁରସ୍କାର ପ୍ରଦାନ କରାଯାଇଛି ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନେକ ସଦସ୍ୟ, ବିଧାୟକ ପ୍ରମୁଖ ଯୋଗ
ଦେଇଥିଲେ । ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବାକୁ ରାଜଧାନୀ ପ୍ରତିଷ୍ଠା କମିଟି ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି ।

ଅପ୍ରେଲ ୧୩, ୧୯୪୮ରେ ଭୁବନେଶ୍ୱର ରାଜଧାନୀର ମାନ୍ୟତା ପାଇଥିଲା । । ଜର୍ମାନର ବିଶିଷ୍ଟ ସ୍ଥପତି ଓଏଚ୍ କିଙ୍ଗସ୍ବର୍ଗ ରାଜଧାନୀର ନକ୍ସା ପ୍ରସ୍ତୁତ କରିଥିଲେ । ତାଙ୍କ ଯୋଜନା ଅନୁଯାୟୀ ସହରରେ ମାତ୍ର ପଚାଶ ହଜାର ଲୋକଙ୍କ ବସବାସ ପାଇଁ ଉଦ୍ଦିଷ୍ଟ ଥିଲା ।

ଇତିମଧ୍ୟରେ ୬୩ ବର୍ଷ ବିତିଯାଇଥିବା ବେଳେ ଭୁବନେଶ୍ୱରର ବହୁ ପରିବର୍ତନ ହୋଇଛି । ବର୍ତମାନ
ଦଶ ଲକ୍ଷରୁ ଅଧିକ ଲୋକ ଏଠାରେ ବସବାସ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ, ପର୍ଯଟନ
କ୍ଷେତ୍ରରେ ଅନେକ ପରିବର୍ତନ ହୋଇଛି ।

ଏଠାରେ ଅନେକ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ, ଡ଼ାକ୍ତରଖାନା ପ୍ରତିଷ୍ଠା ହୋଇଛି । ବିକାଶ ଧାରା ଜାରି ରହିଥିବା ବେଳେ ସମସ୍ୟା ବି ବୃଦ୍ଧି ପାଇଛି । ସହରର ଜନସଂଖ୍ୟା ବୃଦ୍ଧି ପାଇଥିବା ବେଳେ ବେକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପ୍ରତିଷ୍ଠା ଦିବସ, ଭୁବନେଶ୍ୱର

ନନ୍ଦନକାନନରେ ଅସୁସ୍ଥ ସିଂହର ମୃତ୍ୟୁ

March 15, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୫(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ଉପକଣ୍ଠସ୍ଥ ନନ୍ଦନକାନନ ପ୍ରାଣୀ
ଉଦ୍ୟାନରେ ଗୁରୁବାର ଏକ ସିଂହର ମୃତ୍ୟୁ ହୋଇଛି ।

ଦୀର୍ଘଦିନ ଧରି ଅସୁସ୍ଥ ଅବସ୍ଥାରେ ଥିବା ୭ବର୍ଷର ସିଂହ “କୁନା’ର ମୃତ୍ୟୁ ଘଟିଛି । ଏହାର ମୃତ୍ୟୁ ପରେ ସଫାରୀରେ ୭ଟି ସିଂହ ଓ ୬ଟି ସିଂହୀ ଅଛନ୍ତି ।

ଗତ ଦୁଇ ବର୍ଷ ମଧ୍ୟରେ ନନ୍ଦନକାନନର ୫ଟି ସିଂହଙ୍କ ମୃତ୍ୟୁ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନନ୍ଦନକାନନ, ଭୁବନେଶ୍ୱର

ଧଉଳି ପାହାଡ଼ରୁ ତୀର୍ଥଯାତ୍ରୀ ବସ୍ ଖସି ତିନି ମୃତ

February 7, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ରାଜଧାନୀ ଭୁବନେଶ୍ୱର ଉପକଣ୍ଠସ୍ଥ ଧଉଳି ପାହାଡ଼ ଉପରୁ ମଙ୍ଗଳବାର ଏକ ତୀର୍ଥଯାତ୍ରୀ ବସ୍ ଖସିପଡ଼ି ତିନି ଜଣଙ୍କ ମୃତ୍ୟୁ ହେବା ସହ ୩୦ ଜଣ ଆହତ ହୋଇଥିବା ପୋଲିସ କହିଛି ।

ପଶ୍ଚିମବଙ୍ଗରୁ ପ୍ରାୟ ୪୦ ଜଣ ଯାତ୍ରୀ ଗତକାଲି ପୁରୀ ବୁଲିବାକୁ ଆସିଥିଲେ । ଆଜି ସେମାନେ ଏକ ଘରୋଇ ବସ୍ରେ ପାହାଡ଼ ଉପରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବସ୍ଟି ତଳକୁ ଖସିପଡ଼ିଥିଲା ।

ଘଟଣାସ୍ଥଳରେ ଦୁଇ ଜଣ ମହିଳା ଏବଂ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କ ମଧ୍ୟରୁ ଛଅ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ତୀର୍ଥଯାତ୍ରୀ ବସ୍, ଧଉଳି ପାହାଡ଼, ଭୁବନେଶ୍ୱର

ଭୁବନେଶ୍ୱରରେ ବାର୍ଡ଼ଫ୍ଲୁ ଚିହ୍ନଟ, ସତର୍କତା

February 3, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ରାଜଧାନୀ ଭୁବନେଶ୍ୱରରେ ବାର୍ଡ଼ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଥିବା ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଶନିବାର କହିଛନ୍ତି ।

କେନ୍ଦ୍ରୀୟ କୁକୁଡ଼ା ଉନ୍ନୟନ ସଂସ୍ଥା ପରିସରରେ କେତେକ କୁକୁଡ଼ା ମରିବା ପରେ ସେମାନଙ୍କ ନମୂନା ପରୀକ୍ଷା ପାଇଁ ଭୋପାଳ ପରୀକ୍ଷାଗାରକୁ ପଠାଯାଇଥିଲା ।

ସେଥିରୁ ଗୋଟିଏରେ ଏଚ୍୫ଏନ୍୧ ଭୂତାଣୁ ଚିହ୍ନଟ ହୋଇଥିବା ପଶୁସଂପଦ ବିଭାଗର ନିର୍ଦ୍ଦେଶକ ବେଣୁଧର ଦ।ସ ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ଏସଂପର୍କରେ ଶୁକ୍ରବାର ସୂଚନା ମିଳିବା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଉକ୍ତ ସଂସ୍ଥାର ତିନି
କିମି ପରୀସିମା ମଧ୍ୟରେ କୁକୁଡ଼ା ନେବା ଆଣିବା ଉପରେ କଟକଣା ଜାରି କରାଯାଇଛି ।

ବାର୍ଡ଼ଫ୍ଲୁ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ମୋବାଇଲ ଟିମ୍ ଗଠନ କରାଯାଇଛି । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା କେରଙ୍ଗ ଏବଂ ମୟୁରଭଂଜ ଜିଲ୍ଲା ବେତନଟୀରେ ବାର୍ଡ଼ଫ୍ଲୁ ଭୂତାଣୁ ଚିହ୍ନଟ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବାର୍ଡ଼ଫ୍ଲୁ, ଭୁବନେଶ୍ୱର

ମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ପ୍ରଧାନଶିକ୍ଷକ ଗିରଫ

January 31, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଜଣେ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି ।

ଆକ୍ରମଣ କରିଥିବା ଅଭିଯୁକ୍ତ ବଳଭଦ୍ର ଭୋଇର ବୟାନକୁ ଭିତ୍ତି କରି ମଙ୍ଗଳବାର ପ୍ରତାପ ପୁରୁଷୋତ୍ତମପୁର ହାଇସ୍କୁଲ ପ୍ରଧାନଶିକ୍ଷକ ବଳଭଦ୍ର ଷଡ଼ଙ୍ଗୀଙ୍କୁ ଗିରଫ କରିଥିବା ଜଣେ ପୋଲିସ ଅଧିକାରୀ ବୁଧବାର କହିଛନ୍ତି ।

ଗତ ସୋମବାର ପ୍ରତାପପୁରୁଷୋତ୍ତମପୁରରେ ଦଳୀୟ କର୍ମୀଙ୍କ ଏକ ବୈଠକରେ ଯୋଗେଇଥିବା ମହାନ୍ତିଙ୍କ ଉପରେ ଆକ୍ରମଣ ହୋଇଥିଲା ଏବଂ ପୋଲିସ ବଳଭଦ୍ରଙ୍କୁ ଗିରଫ କରିଥିଲା ।

ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହୋଇଯିବାରୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇିଆଯାଇଛି ।

ଆକ୍ରମଣରେ ଆହତ ହୋଇ ମନ୍ତ୍ରୀ ବର୍ତମାନ ଭୁବନେଶ୍ୱର ସ୍ଥିତ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆକ୍ରମଣ, ଡ଼ାକ୍ତରଖାନା, ପ୍ରଧାନଶିକ୍ଷକ, ଭୁବନେଶ୍ୱର

ରାଜ୍ୟରେ ଉତ୍ସାହ ଉଦ୍ଦୀପନା ସହ ସରସ୍ୱତୀ ପୂଜା

January 28, 2012 by admin

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୮ (ଓଡିଶା ଡଟ୍ କମ୍) ସମଗ୍ର ରାଜ୍ୟରେ ଶନିବାର ଉତ୍ସାହ ଉଦ୍ଦୀପନାର ସହିତ ସରସ୍ୱତୀ ପୂଜା ପାଳନ କରାଯାଇଛି ।

ଭୁବନେଶ୍ୱର ସମେତ ପୁରପଲ୍ଲୀରେ ଘରେ ଘରେ ତଥା ସ୍କୁଲ, କଲେଜ ଠାରୁ ଆରମ୍ଭ କରି ବିଭିନ୍ନ କ୍ଲବ୍
ଏବଂ ସାଂସ୍କୃତିକ ଅନୁଷ୍ଠାନ ଗୁଡିକ ପକ୍ଷରୁ ବେଶ୍ ଆଡମ୍ବର ସହିତ ବିଦ୍ୟାଦାତ୍ରୀଙ୍କ ପୂଜା କରାଯାଇଛି ।

ରାଜଧାନୀର ବିଭିନ୍ନ ସ୍ଥାନରେ ସୁନ୍ଦର ସୁନ୍ଦର ସରସ୍ୱତୀଙ୍କ ମୂର୍ତୀରେ ଫୁଲ ଏବଂ ହାର ମଣ୍ଡିତ କରାଯାଇ
ପୂଜା କରାଯିବା ସହିତ ବିଭିନ୍ନ ପ୍ରକାରର ତୋରଣମାନ ନିର୍ମାଣ କରାଯାଇଛି ।

ଶହୀଦ ନଗର, ୟୁନିଟ୍-୩, ବାପୁଜୀ ନଗର, ସିଆର୍ପି, ଚନ୍ଦ୍ରଶେଖରପୁର, ଶୈଳଶ୍ରୀ ବିହାର,
ଚନ୍ଦ୍ରଶେଖରପୁର ଆଦି ସ୍ଥାନରେ ଜାକଜମକରେ ପୂଜା କରାଯାଇଛି ।

ଏହି ଅବସରରେ ଅନେକ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ପ୍ରତ୍ୟେକ ବର୍ଷ ମାଘ ଶୁକ୍ଳପକ୍ଷ ପଂଚମୀ ତିଥିରେ ପବିତ୍ର ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଥାଏ । ବର୍ଷର ଏହି ମଙ୍ଗଳ ମୁହୂର୍ତରେ ତାଙ୍କର ଆବାହନ କରାଯାଇ ଶିକ୍ଷାର୍ଥୀ ତଥା ଅନ୍ୟମାନେ ସିଦ୍ଧି ନିମନ୍ତେ ପ୍ରାର୍ଥନା କରିଥାନ୍ତି ।
ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଭୁବନେଶ୍ୱର, ସରସ୍ୱତୀ ପୂଜା

ସାଧାରଣତନ୍ତ୍ର ଦିବସ ପାଇଁ ତ୍ରିସ୍ତରୀୟ ସୁରକ୍ଷା

January 24, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୫(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଦୁଇଦିନ ପୂର୍ବରୁ ସହରର ପ୍ରବେଶପଥ ଗୁଡ଼ିକୁ ସିଲ୍ କରିିଆଯିବା ସହ ହୋଟେଲ ଏବଂ ଲଜ୍ ଗୁଡ଼ିକରେ ବ୍ୟାପକ ଯାଂଚ କରାଯାଇଛି ।

ପ୍ୟାରେଡ଼ ସମୟରେ ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍ ଓଏସ୍ଏପି, ଦୁଇ ୟୁନିଟ୍ ଏସ୍ଓଜି ଏବଂ ୫୦ ଜଣ ଏପିଆର୍ଙ୍କୁ ନିୟୋଜିତ କରାଯାଇଥିବା ରାଜ୍ୟ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ସେହିପରି ସୁରକ୍ଷା ବ୍ୟବସ୍ଥା ପରିଚାଳନା ପାଇଁ ଚାରି ଜଣ ଅତିରିକ୍ତ ଡ଼ିସିପି, ତିନି ଜଣ ଡ଼ିସିପି, ୧୨ ଜଣ ଏସିପି, ୨୦ ଜଣ ଇନ୍ସପେକ୍ଟର ଏବଂ ଶହେରୁ ଉଦ୍ଧ୍ୱର୍ ଏସ୍ଆଇ ଏଏସ୍ଆଇଙ୍କୁ ନିୟୋଜିତ କରାଯାଇଛି ।

ଏହାବ୍ୟତୀତ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୭୮ ଜଣ ଟ୍ରାଫିକ୍ କନ୍ଷ୍ଟେବଲ, ୫୦ ଜଣ ମହିଳା କନ୍ଷ୍ଟେବଲ ଏବଂ ଶହେଜଣ ଗୃହରକ୍ଷୀଙ୍କୁ ନିୟୋଜିତ କରାଯାଇଥିବା ସେ କହିଛନ୍ତି ।

ସାଧାରଣତନ୍ତ୍ର ଦିବସଦିନ ସକାଳ ୬ଟାରୁ ପ୍ୟାରେଡ଼ ଶେଷ ହେବା ପର୍ଯ୍ୟନ୍ତ ରାଜମହଲ ରାମମନ୍ଦିରରୁ ମାଷ୍ଟରକ୍ୟାନ୍ଟିନ୍ ମଧ୍ୟରେ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଭୁବନେଶ୍ୱର, ସାଧାରଣତନ୍ତ୍ର ଦିବସ

ଭୁବନେଶ୍ୱର: ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

January 18, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ସ୍ଥିତ ମଂଚେଶ୍ୱର ଷ୍ଟେସନରେ ବୁଧବାର ଏକ ମାଲବାହୀ ଟ୍ରେନ୍ ଲାଇଚ୍ୟୁତ ହୋଇଥିବା ବେଳେ ଏଥିରେ କେହି ମୃତାହତ ହୋଇନାହାନ୍ତି ।

ଆନ୍ଧ୍ରପ୍ରଦେଶରୁ ଆସୁଥିବା ଏହି ସିମେଂଟ ବୋଝେଇ ଟ୍ରେନ୍ଟି ଟ୍ରାକ୍ ପରିବର୍ତନ କରୁଥିବା ବେଳେ ଏହାରଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା ।

ଫଳରେ କଟକ-ଭୁବନେଶ୍ୱର ଲାଇନରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଥିଲା । ଲାଇନ ଠିକ୍ ହେବା
ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିବା ରେଳବାଇର ଜଣେ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଭୁବନେଶ୍ୱର, ଷ୍ଟେସନ

ଭୁବନେଶ୍ୱର: ଟ୍ରେନ୍ରୁ ଖସି ଟିଟିଇଙ୍କ ମୃତ୍ୟୁ

January 15, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ସ୍ଥିତ ମଂଚେଶ୍ୱର ଷ୍ଟେସନ୍ରେ ରବିବାର ଟ୍ରେନ୍ ରୁ ଖସିପଡ଼ି ଜଣେ କାର୍ଯ୍ୟରତ ଟିଟିଇଙ୍କ ମୃତ୍ୟୁ ହୋଇଛି ।

ସଂପୃକ୍ତ ଟିଟିଇଙ୍କ ନାଁ କୋରନାଥ ସାହୁ ଓ ତାଙ୍କ ଘର ରଙ୍ଗମାଟିଆ ଅଂଚଳରେ ।

ସେ ନୂଆଦିଲ୍ଲୀ ପୁରୀ ନୀଳାଚଳ ଏକ୍ସପ୍ରେସରେ ଆସୁଥିବା ସମୟରେ ମଂଚେଶ୍ୱର ଷ୍ଟେସନରେ ଓହ୍ଲାଇବା
ବେଳେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ ।

ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଂଚଳର ଲୋକମାନେ ଷ୍ଟେସନ୍ ରେ ପହଂଚିଥିଲେ ଓ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଭୁବନେଶ୍ୱର, ମଂଚେଶ୍ୱର ଷ୍ଟେସନ୍

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Page 6
  • Interim pages omitted …
  • Page 10
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ