• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଭୁବନେଶ୍ୱର

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସ୍ତାବ ନାହିଁ: ମଂଟେକ୍

January 6, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ବର୍ତମାନ କୌଣସି ପ୍ରସ୍ତାବ ନାହିଁ ବୋଲି ଶୁକ୍ରବାର ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଯୋଜନା କମିଶନ ଉପାଧ୍ୟକ୍ଷ ମଂଟେକ ସିଂ ଆହ୍ଲୁୱାଲିଆ କହିଛନ୍ତି ।

“”ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଯୋଜନା କମିଶନଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ” ସେ ସାମ୍ବାଦିକଙ୍କୁ କହିଛନ୍ତି ।

ଗତ ୩ ତାରିଖରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଓଡ଼ିଶା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଦ।ବି କରିବାର ତିନିଦିନ ପରେ କମିଶନ ଉପାଧ୍ୟକ୍ଷ ଏହି ମନ୍ତବ୍ୟ ଦେଇଛନ୍ତି ।

“”ଆମେ ବିଭିନ୍ନ ରାଜ୍ୟରୁ ଏଭଳି ଅନୁରୋଧ ପାଇଛୁ । ପ୍ରତି ରାଜ୍ୟରୁ ଆସୁଥିବା ଏଭଳି ଅନୁରୋଧ ବିଷୟରେ ମୁଁ କହିପାରିବି ନାହିଁ” ମଂଟେକ୍ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡିଶା, ଭୁବନେଶ୍ୱର, ସ୍ୱତନ୍ତ୍ର ରାଜ୍ୟ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

December 30, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୩୧(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱରରେ ହେବାକୁ ଥିବା ଜାତୀୟ ବିଜ୍ଞାନ କଂଗ୍ରେସରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

କିଟ୍ ବିଶ୍ୱବ୍ୟିାଳୟରେ ବିଜ୍ଞାନ କଂଗ୍ରେସ ୩ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ୨ତାରିଖ ସଂଧ୍ୟାରେ ଭୁବନେଶ୍ୱରରେ ପହଂଚି ୩ ତାରିଖରେ କିଟ୍ ପରିସର ଓ କଂଗ୍ରେସ ଭବନରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ତାଙ୍କର ସୁରକ୍ଷା ବ୍ୟବସ୍ଥା ତାରଖ ପାଇଁ ଏସ୍ପିଜି ଡିଆଇଜି ପିୟୁଷ ପାଣ୍ଡେଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ଟିମ୍ ଶୁକ୍ରବାର ଭୁବନେଶ୍ୱରରେ ପହଂଚି ରାଜଧାନୀର ବିଭିନ୍ନ ସ୍ଥାନ ବୁଲି ସୁରକ୍ଷା ବ୍ୟବସ୍ଥା ଯାଂଚ କରିଛନ୍ତି ।

ବିଜୁ ପଟ୍ଟନାୟକ ବିମାନବନ୍ଦର କର୍ତୃପକ୍ଷ, ସିଆଇଏସ୍ଏଫ୍ ଅଧିକାରୀ ଓ ପୋଲିସ କମିଶନର ଏନେଇ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଯିବା ଆସିବାର ୧୫ ମିନିଟ୍ ପୂର୍ବରୁ ଉକ୍ତ ରାସ୍ତାକୁ ସିଲ୍ କରିିଆଯିବ ସମୟରେ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପ୍ରଧାନମନ୍ତ୍ରୀ, ଭୁବନେଶ୍ୱର

ତୃତୀୟ ସହର ଭାବେ କଳାହାଣ୍ଡି ଜିଲ୍ଲା ଧୂମମୁକ୍ତ ଘୋଷିତ

December 25, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାର ଭୁବନେଶ୍ୱର ଓ ଭଦ୍ରକ ପରେ କଳାହାଣ୍ଡି ଜିଲ୍ଲାକୁ ତୃତୀୟ ଧୂମମୁକ୍ତ ସହର ଭାବେ ଘୋଷଣା କରାଯାଇଛି ।

ଭାରତୀୟ ତମାଖୁ ନିରୋଧ ଆଇନ ଅନୁସାରେ ଗତ ୨୩ ତାରିଖରେ ଜିଲ୍ଲାପାଳ ଜିଲ୍ଲାକୁ ଧୂମମୁକ୍ତ ସହର ଘୋଷଣା କରିଛନ୍ତି ।

ହୃଦୟ ନାମକ ଅନୁଷ୍ଠାନ ପକ୍ଷରୁ ଓଡ଼ିଶା, ବିହାର, ହରିୟାଣା, କର୍ଣ୍ଣାଟକ ଏବଂ ଉତରାଖଣ୍ଡ ଆଦି
ପାଂଚଟି ରାଜ୍ୟରେ ତମାଖୁ ନିରୋଧ ଆଇନ କାର୍ଯ୍ୟକାରୀ କରିବା ପାଇଁ ସଚେତନତା ସୃଷ୍ଟି କରାଯାଇଛି ।

ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ ହେଲ୍ଥ ସହ ମିଳିତ ଭାବରେ ଏହି ଅନୁଷ୍ଠାନ ରାଜ୍ୟର କଳାହାଣ୍ଡି, ଭଦ୍ରକ, ଗଜପତି, ଅନୁଗୁଳ ଏବଂ ନାୟଗଡ଼ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ତଥା ଧୂମମୁକ୍ତ କରିବା ପାଇଁ କାର୍ଯ୍ୟ କରୁଛି ।

ତମାଖୁ ନିରୋଧ ଆଇନର କାର୍ଯ୍ୟକାରିତା ଉପରେ ଭାରତୀୟ ଜନସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହି
ପାଂଚଟି ଜିଲ୍ଲାରେ ବିଭିନ୍ନ କର୍ମଶାଳା ଆୟୋଜନ କରାଯାଇ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକୁ ତାଲିମ ପ୍ରଦାନ କରାଯାଇଛି ।

ଗ୍ଲୋବାଲ ଆଡ଼ଲ୍ଟ ଟୋବାକୋ ସର୍ଭେ ଅନୁଯାୟୀ ଓଡ଼ିଶାର ୪୬ ପ୍ରତିଶତ ଲୋକ ଧୂମପାନ କରନ୍ତି । ପୂର୍ବରୁ କେବଳ ଭୁବନେଶ୍ୱରକୁ ଧୂମମୁକ୍ତ ଭାବେ ଘୋଷଣା କରାଯାଇଥିବା ବେଳେ ଗତ ନଭେମ୍ବରରେ ଭଦ୍ରକ ଜିଲ୍ଲାକୁ ଧୂମମୁକ୍ତ ଘୋଷଣା କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: ଓଡ଼ିଶାର, ବିଶେଷ ଖବର, ଭୁବନେଶ୍ୱର

ରେକର୍ଡ଼ ପାଇଁ ୫୦୦ରୁ ଉଦ୍ଧ୍ୱର୍ ଶିଳ୍ପୀଙ୍କ ଓଡ଼ିଶୀ ପରିବେଷଣ

December 23, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ଗିନିଜ ବୁକ୍ ଅଫ୍ ରେକର୍ଡ଼ରେ ଓଡ଼ିଶୀ ନୃତ୍ୟକୁ ସାମିଲ କରିବା ଲକ୍ଷ୍ୟରେ ଶୁକ୍ରବାର ଭୁବନେଶ୍ୱରରେ ପାଂଚ ଶହରୁ ଉଦ୍ଧ୍ୱର୍ ଶିଳ୍ପୀ ଓଡ଼ିଶୀ ପରିବେଷଣ କରିଛନ୍ତି ।

କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦ଟି ଦେଶର ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଥିଲେ । ୩ଟା ୩୦ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୩୦ ମିନିଟ ଧରି ଚାଲିଥିଲା ।

ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ, ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ଇଣ୍ଡିଆନ ପରଫର୍ମିଙ୍ଗ ଆର୍ଟସ୍ ପ୍ରୋମୋଶନ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ର ସହାୟତାରେ ଆୟୋଜିତ କରାଯାଇଥିଲା ।

ସମଗ୍ର ବିଶ୍ୱରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଶିଳ୍ପୀ ଏକତ୍ରିତ ହୋଇ ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି ବୋଲି ଜଣେ ଆୟୋଜକ କହିଛନ୍ତି ।

ଏହା ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନ ପାଇବ ବୋଲି ଆୟୋଜକମାନେ ଆଶା କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଓଡ଼ିଶୀ ନୃତ୍ୟ, ଭୁବନେଶ୍ୱର

୧୫ ଡ଼ିସେମ୍ବର ଗୁରୁବାର ଭୁବନେଶ୍ୱରରେ ବ୍ଲକଗ୍ରାଂଟ ଶିକ୍ଷକ ଓ କର୍ମଚାରୀଙ୍କ ଆନ୍ଦୋଳନ ।

December 15, 2011 by ଓଡିଶା ଡଟ କମ

୧୫ ଡ଼ିସେମ୍ବର ଗୁରୁବାର ଭୁବନେଶ୍ୱରରେ ବ୍ଲକଗ୍ରାଂଟ ଶିକ୍ଷକ ଓ କର୍ମଚାରୀଙ୍କ ଆନ୍ଦୋଳନ ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଭୁବନେଶ୍ୱର

୧୧ ଡ଼ିସେମ୍ବର ରବିବାର ଭୁବନେଶ୍ୱରରେ ଇଣ୍ଡିଆ ଏଗେନ୍ଷ୍ଟ କରପ୍ସନ୍ ପକ୍ଷରୁ ଶୋଭାଯାତ୍ରା ।

December 11, 2011 by ଓଡିଶା ଡଟ କମ

୧୧ ଡ଼ିସେମ୍ବର ରବିବାର ଭୁବନେଶ୍ୱରରେ ଇଣ୍ଡିଆ ଏଗେନ୍ଷ୍ଟ କରପ୍ସନ୍ ପକ୍ଷରୁ ଶୋଭାଯାତ୍ରା ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଭୁବନେଶ୍ୱର

ଖଣି ତଦନ୍ତ ପାଇଁ ଭୁବନେଶ୍ୱରରେ ଶାହା କମିଶନ

December 7, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ହୋଇଥିବା ବେଆଇନ ଖଣି କାରବାର ଅଭିଯୋଗର ତଦ ନ୍ତ ପାଇଁ ଜଷ୍ଟିସ ଏମ୍ବି ଶାହାଙ୍କ ନେତୃତ୍ୱରେ ଏକ ସାତ ଜଣିଆ ସ୍ୱତନ୍ତ୍ର ଦଳ ଭୁବନେଶ୍ୱରରେ ପହଂଚିଛନ୍ତି ।

ବୁଧବାର ସଂଧ୍ୟାରେ ଏହି ଦଳ ପହଂଚିବା ପରେ ଜଷ୍ଟିସ ଶାହା ଏବଂ ତାଙ୍କ ପତ୍ନୀ ରାଜଭବନକୁ ଯାଇଥିବା ବେଳେ ଅନ୍ୟ ସସ୍ୟମାନେ ରାଜ୍ୟ ଅତିଥିଭବନରେ ଅବସ୍ଥାନ କରିଛନ୍ତି ।

ଏହି ଦଳ ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଖଣି ଅଂଚଳ ପରିଦର୍ଶନ କରି ସଂପୃକ୍ତ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ଏବଂ ୧୧ରେ ଭୁବନେଶ୍ୱରରେ ଜନସାଧାରଣ ଓ ବିଭିନ୍ନ ସଂଗଠନ ସହ ଆଲୋଚନା କରିବେ ।

କମିଶନ ଖଣି ଦୁର୍ନୀତି ସହ ଏମ୍ଏମ୍ଡ଼ି.ଆର୍ ଆଇନ ଏବଂ ଜଙ୍ଗଲ ଆଇନ ଉଲଂଘନ ଉପରେ ତଦନ୍ତ କରିବେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବେଆଇନ ଖଣି, ଭୁବନେଶ୍ୱର

ବିଶ୍ୱ ଏଡ୍ସ ଦିବସ ଅବସରରେ ମିନି ମାରାଥନ୍

December 1, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ବିଶ୍ୱ ଏଡ୍ସ ଦିବସ ଅବସରରେ ଏଡ୍ସ ରୋଗ ପ୍ରତି ଜନସଚେତନତା ସୃଷ୍ଟି କରିବାର ଲକ୍ଷ୍ୟରେ ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ମିନି ମାରାଥନ୍ ଆୟୋଜିିତ ହୋଇଯାଇଛି ।

ଇନ୍ଫୋସିଟି ଠାରୁ କଳିଙ୍ଗ ଷ୍ଟାଡ଼ିୟମ ପର୍ଯ୍ୟନ୍ତ ହୋଇଥିବା ଏହି ମାରାଥନ ଦୌଡ଼ରେ ଛାତ୍ରଛାତ୍ରୀ, କର୍ପୋରେଟ୍ ଅଧିକାରୀ, ଆରକ୍ଷୀ ବାହିନୀ, ସିଆର୍ପିଏଫ୍ ଯବାନ, ଅଭିନେତା, ବୁଦ୍ଧିଜୀବି, ଖେଳାଳୀ ଅଂଶଗ୍ରହଣ କରିଥିଲେ ।

ଗତ ତିନି ବର୍ଷ ଧରି ଓଟିଭି ପକ୍ଷରୁ ଏଭଳି ଗଣଦୌଡର ଆୟୋଜନ କରାଯାଉଛି । ସମାଜକୁ ସଂମ୍ପୂର୍ଣ୍ଣ ଏଡ୍ସ୍ ମୁକ୍ତ କରିବା ସମସ୍ତଙ୍କର ସମର୍ଥନ ଦରକାର ବୋଲି ଏହି ଅବସରରେ ଓଟିଭି ନେଟ୍ୱର୍କର ନିର୍ଦ୍ଦେଶିକା ଜାଗୀମଙ୍ଗତ ପଣ୍ଡା କହିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ପୋଲିସ କମିଶନର ବିଜୟ ଶର୍ମା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସ୍ୱାସ୍ଥ୍ୟ Tagged With: ବିଶ୍ୱ ଏଡ୍ସ ଦିବସ, ଭୁବନେଶ୍ୱର, ସ୍ୱାସ୍ଥ୍ୟ

ଭୁବନେଶ୍ୱର ରେଳଷ୍ଟେସନରୁ ଛଅ ଶିଶୁ ଶ୍ରମିକ ଉଦ୍ଧାର

November 29, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ସ୍ଥିତ ରେଳ ଷ୍ଟେସନରୁ ରେଳବାଇ ପୋଲିସ ମଙ୍ଗଳବାର ଛଅ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ।

ଭଦ୍ରକ ଜିଲ୍ଲା ତିହିଡ଼ିରୁ ଏହି ଶିଶୁ ଶ୍ରମିକ ମାନଙ୍କୁ ମୁରାଇ ନିଆଯାଉଥିଲା । ତେବେ ଘଟଣାସ୍ଥଳରୁ ଏଶିଶୁ ମାନଙ୍କୁ ନେଉଥିବା ଲାଲ ଫେରାର ହୋଇଯାଇଥିବା ପୋଲିସ କହିଛି ।

ଏମାନଙ୍କ ମଧ୍ୟରେ ପାଂଚ ଜଣ ବାଳିକା ଓ ଜଣେ ବାଳକ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଭୁବନେଶ୍ୱର, ରେଳ ଷ୍ଟେସନ

ଡ଼ିଏଭି ଛାତ୍ରୀ ଶୀତଲଙ୍କୁ ଜାତୀୟ ଶିଶୁ ପୁରସ୍କାର

November 18, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଡ଼ିଏଭି ପବ୍ଲିକ ସ୍କୁଲରଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଶୀତଲ ଚଳିତ ବର୍ଷ ଜାତୀୟ ଶିଶୁ ପୁରସ୍କାର ହାସଲ କରି ସମଗ୍ର ରାଜ୍ୟ ଓ ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି ।

ଶିଶୁ ଦିବସ ପାଳନ ସମାରୋହରେ ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କ୍ରିଷ୍ଣା ତୀରଥ୍ ତାଙ୍କୁ ପୁରସ୍କାର ବାବଦକୁ ପ୍ରଶଂସା ପତ୍ର, ପକ ଓ ନଗ ଶହଜାର ଟଙ୍କା ପ୍ରଦାନ କରିଛନ୍ତି ।

ଗତ ୫ବର୍ଷ ମଧ୍ୟରେ ଡ଼ିଏଭି ଚନ୍ଦ୍ରଶେଖରପୁରର ଏହା ଚତୁର୍ଥ ପୁରସ୍କାର । ପୂର୍ବରୁ ୨୦୦୬ରେ ସୌମ୍ୟଶାନ୍ତ ନାୟକ, ୨୦୦୯ରେ ଆକାଂକ୍ଷା କବି ଓ ୨୦୧୦ରେ ବାଗ୍ମିଶ୍ରୀ ଏହି ପୁରସ୍କାର ହାସଲ କରିଥିଲେ ।

ରାଜ୍ୟରୁ ଏକମାତ୍ର ତଥା ସର୍ବକନିଷ୍ଠ ଭାବେ ଏହି ପୁରସ୍କାର ଲାଭ କରିଥିବା ଶୀତଲ ଉଭୟ ଶୈକ୍ଷିକ ଓ ସହଶୈକ୍ଷିକ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି ।

ଏହି ସଫଳତା ପାଇଁ ତାଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ବାର୍ଷିକୋତ୍ସବରେ ଦଶ ହଜାର ଟଙ୍କା ଅର୍ଥ ରାଶି ସହ ସମ୍ବର୍ଦ୍ଧିତ କରାଯିବ ବୋଲି ସ୍କୁଲ ଅଧ୍ୟକ୍ଷ କେଶବ ଚନ୍ଦ୍ର ଶତପଥୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଭୁବନେଶ୍ୱର, ଶିଶୁ ପୁରସ୍କାର

  • « Go to Previous Page
  • Page 1
  • Interim pages omitted …
  • Page 3
  • Page 4
  • Page 5
  • Page 6
  • Page 7
  • Interim pages omitted …
  • Page 10
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ