• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଭୂକମ୍ପ

ନେପାଳରୁ ରାଜ୍ୟର ଆଉ ୬୩ ଜଣଙ୍କ ଗୃହ ପ୍ରତ୍ୟାବର୍ତ୍ତନ

May 2, 2015 by News Bureau Leave a Comment

ଭୁବନେଶ୍ଵର, ମଇ ୨ (ଓଡିଶା ଡଟ କମ) ଭୂକମ୍ପ ପ୍ରଭାବିତ ନେପାଳରୁ ଓଡିଶାର ଆହୁରି ୬୩ ଜଣ ଗୃହ ପ୍ରତ୍ୟାବର୍ତନ କରିଥିବା ରାଜ୍ୟ ସରକାର କହିଛନ୍ତି । ଏହାକୁ ମିଶାଇ ନେପାଳରୁ ରାଜ୍ୟରେ ନିଜ ଘରକୁ ଫେରି ଆସିଥିବା ବ୍ୟକ୍ତିଙ୍କ ସଂଖ୍ୟା ୯୨ରେ ପହଞ୍ଚିଛି ।

ସ୍ଵତନ୍ତ୍ର ରାଜସ୍ଵ କମିଶନରଙ୍କ ଅଫିସରୁ ମିଳିଥିବା ସୂଚନା ଅନୁସାରେ ନେପାଳରେ ଏବେ ମଧ୍ୟ ରାଜ୍ୟର ପ୍ରାୟ ତିନିଶହରୁ ଅଧିକ ଲୋକ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇ ସୁରକ୍ଷିତ ରହିଛନ୍ତି ଓ ସେମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି ।

ଏହା ମଧ୍ୟରେ ତୀର୍ଥ ଯାତ୍ରାରେ ଯାଇ ଉତ୍ତରାଖଣ୍ଡରେ ଫସିଯାଇଥିବା ଭଦ୍ରକର ୫୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ଏହି ଅଫିସ ସୂଚନା ଦେଇଛି  ।

ଓଡିଶା ଡଟ କମ

Filed Under: ପ୍ରବାସୀ ଓଡିଆ Tagged With: ନେପାଳ, ପ୍ରତ୍ୟାବର୍ତ୍ତନ, ଭୂକମ୍ପ

ଭୂକମ୍ପ-ମୃତାହତଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ସଭା, ଶୋଭାଯାତ୍ରା

April 27, 2015 by News Bureau Leave a Comment

ଭଦ୍ରକ, ଏପ୍ରିଲ ୨୭ (ଓଡିଶା ଡଟ କମ) ଗତ ଦୁଇଦିନ ତଳେ ଘଟିଯାଇଥିବା ପ୍ରଳୟଙ୍କରୀ ଭୂକମ୍ପରେ ଭାରତ ତଥା ନେପାଳର ମୃତାହତଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଜିଲା ସାମ୍ବାଦିକଙ୍କ ପକ୍ଷରୁ ସୋମବାର ଏକ ସଭା କରାଯିବା ସହ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏହି ଭୂକମ୍ପରେ ନେପାଳରେ ସର୍ବାଧିକ କ୍ଷୟକ୍ଷତି ହୋଇ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଭାରତରେ ମଧ୍ୟ ଏହି ପ୍ରାକୃତିକ ବିପର୍ଯ୍ୟୟରେ ଧନଜନ ନଷ୍ଟ ହୋଇଛି । ଏହି ଦୁଃଖଦ ଘଟଣା ପ୍ରତି ସମବେଦନା ଜଣାଇ ସାମ୍ବାଦିକ ମାନଙ୍କ ପକ୍ଷରୁ ଏକ ଶୋକସଭା ସ୍ଥାନୀୟ ବାଲଟୋ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା ।

Candel Sobhayatraସାମ୍ବାଦିକ ଅଶୋକ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ଭୂମିକମ୍ପରେ ମୃତ୍ୟୁ ଘଟିଥିବା ଲୋକମାନଙ୍କ ପାଇଁ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ଆହତ ହୋଇଥିବା ବ୍ୟକ୍ତିମାନଙ୍କର ଆଶୁ ଆରୋଗ୍ୟ କାମନା କରି ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରାଯାଇଥିଲା ।

ଏହି ଦୁଃଖଦ ସମ୍ବାଦକୁ ଗଣମାଧ୍ୟମ ବହୁ ମାତ୍ରାରେ ପ୍ରଚାର ପ୍ରସାର କରିବା ସହିତ ସମସ୍ତେ ନିଜ କ୍ଷମତା ମୁତାବକ ସହଯୋଗ କରିବା ଉଚିତ ବୋଲି ସାମ୍ବାଦିକମାନେ ମତାମତ ଦେଇଥିଲେ । ଏହି ଅବସରରେ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯଥାସମ୍ଭବ ଅର୍ଥରାଶି ସହାୟତା କରିବାକୁ ସର୍ବସମ୍ମତି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ଏହି ଶୋକସଭାରେ ସାମ୍ବାଦିକ ଭଜ ଗୋବିନ୍ଦ ଜେନା, ନିହାର ଦାସ, ପ୍ରମୋଦ ରାୟ, ପ୍ରତାପ ଦାସ, ଡ.ହରିହର ନାୟକ, ତପନ ମିଶ୍ର, ସ୍ମୃତି ରଞ୍ଜନ ସାହୁ, ଅତିଶ ବେହେରା, ବିଭୁପ୍ରସାଦ ବେହେରା, ଚାରୁଦ ନାୟକ,ପ୍ରିୟ ଦର୍ଶନ ବୋଇତି, ଉମାକଲ୍ୟାଣ ମହାପାତ୍ର, ଜ୍ଞାନ ପ୍ରକାଶ ପାଣି, ଅବିନାଶ ପଣ୍ଡା, ସମ୍ବିତ ନାୟକ, ରୂପକ ରାୟ, ଲାଲା ପ୍ରମୋଦ ରାୟ,ଶୈଳେନ୍ଦ୍ର ପଲେଇ,ପାର୍ଥ ସାରଥି ନାୟକ,ସର୍ବେଶ୍ୱର ନାଥ, ଗୌରହରି ନାୟକ,ନରେନ୍ଦ୍ର ସାମଲ,ରବିନାରାୟଣ ଖିଲାର, ଜଗନ୍ନାଥ ମଲ୍ଲିକ, ଲକ୍ଷ୍ମୀକାନ୍ତ ନାଥ, ରବିନାରାୟଣ ସାହୁ, ରାଜେନ୍ଦ୍ର ପ୍ରସାଦ ଜେନା,ଶ୍ରୀକାନ୍ତ ତ୍ରିପାଠୀ, ଶୁଭେନ୍ଦୁ ଧଳ, ମନୋଜ ପଣ୍ଡା, ସ୍ନିଗ୍ଧା ରାୟ, ପ୍ରିୟଙ୍କା ପଣ୍ଡା, ସିପ୍ରା ରାୟ, ଅପୂର୍ବ ରଂଜନ ବେହେରା, ମହେଶ ମିଶ୍ର, ନବକିଶୋର ସ୍ୱାଇଁ, ତପନ ସ୍ୱାଇଁ, ଉଦ୍ଧବ ଚରଣ ମିଶ୍ର, ଶାନ୍ତନୁ ପଣ୍ଡା, ଆଶିଷ ଅମିତାଭ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ମୃତାହତ ବ୍ୟକ୍ତି ମାନଙ୍କ ପ୍ରତି ଶ୍ରଦ୍ଧାଞଳି ଜଣାଇ ସନ୍ଧ୍ୟାରେ ଏକ ମହମବତୀ ଶୋଭାଯାତ୍ରା ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିଥିଲା ।
ଓଡିଶା ଡଟ କମ

Filed Under: ସଭା ସମିତି Tagged With: ନେପାଳ, ଭୂକମ୍ପ, ମହମବତୀ, ଶୋଭାଯାତ୍ରା, ଶ୍ରନ୍ଧାଞ୍ଜଳି

ରାଜ୍ୟରେ ପୁଣି ସାମାନ୍ୟ ଭୂକମ୍ପ ଝଟକା

April 26, 2015 by News Bureau Leave a Comment

ଭୁବନେଶ୍ଵର, ଏପ୍ରିଲ ୨୬ (ଓଡିଶା ଡଟ କମ) ଶନିବାର ଭୂମିକମ୍ପ ପରେ ରାଜ୍ୟର କେତେକ ସ୍ଥାନରେ ରବିବାର ମଧ୍ୟ ନେପାଳରେ ହୋଇଥିବା ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ପାଣିପାଗ କାର୍ଯ୍ୟ।ଳୟ କହିଛି ।

ଅପରାହ୍ନ ୧୨.୪୯ ରେ ମାତ୍ର କେଇ ସେକେଣ୍ଡ ପାଇଁ ଅନୁଭୂତ ହୋଇଥିବା ଏହି ଭୂକମ୍ପ ର ପ୍ରଭାବ ରାଜ୍ୟରେ ସାମାନ୍ୟ ଥିଲା ଓ ଏହାଦ୍ଵାରା କୌଣସି କ୍ଷୟ କ୍ଷତି ହୋଇନଥିବା ସରକାର କହିଛନ୍ତି ।

ତେବେ ଭୁକମ୍ପନ ଅନୁଭବ କରି ଲୋକେ ବହୁତଳ ପ୍ରାସାଦ ଓ ଏପାର୍ଟମେଣ୍ଟରୁ ଖୋଲା ଯାଗାକୁ କିଛି ସମୟ ପାଇଁ ଚାଲି ଯାଇଥିଲେ ।

ପରବର୍ତୀ ସମୟରେ ପରିସ୍ଥିତି ସାମାନ୍ୟ ହୋଇଥିଲା । ଏଠାରେ ଉଲ୍ଲେଖ ଯୋଗ୍ୟଯେ ଶନିବାର ଦିନ ନେପାଳ ଭୂମିକମ୍ପ ପ୍ରଭାବରେ ରାଜ୍ୟରେ ଦିନ ୧୧.୪୧ ଓ ୧୨.୧୫ ସମୟରେ ଭୂକମ୍ପନ ଅନୁଭୂତ ହୋଇଥିଲା ।

ଓଡିଶା ଡଟ କମ

Filed Under: ପର୍ଯଟନ Tagged With: ନେପାଳ, ପାଣିପାଗ, ଭୂକମ୍ପ

ରାଜ୍ୟରେ ନେପାଳ ଭୂକମ୍ପର ଝଟକା

April 25, 2015 by News Bureau Leave a Comment

ଭୁବନେଶ୍ଵର, ଏପ୍ରିଲ ୨୫ (ଓଡିଶା ଡଟ କମ) ନେପାଳ ର କାଠମାଣ୍ଡୁ ଠାରୁ ପ୍ରାୟ ୮୦ କିମି ଦୂରରେ ଶନିବାର ହୋଇଥିବା ଏକ ବଡ ଭୂମିକମ୍ପର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ହୋଇଛି।

କୋଠାଘର ଦୋହଲିବା ସହ, ପଙ୍ଖା ଓ ଘରର ଆସବାବପତ୍ର ହଲିବା ଯୋଗୁଁ ବିଭିନ୍ନ ଏପାର୍ଟମେଣ୍ଟ ଓ ବହୁତଳ ପ୍ରାସାଦରୁ ଲୋକମାନେ ନିଜ ପରିବାର ସହ ପାଖ ଆଖ ପଡିଆ ଓ ରାସ୍ତାକୁ ଚାଲି ଆସିଥିଲେ ।

ରାଜ୍ୟର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ସ୍ଵତନ୍ତ୍ର ରିଲିଫ କମିଶସନର ପ୍ରଦୀପ୍ତ ମହାପାତ୍ର ଓଡିଶା ଡଟ କମ କୁ କହିଛନ୍ତି । ତେବେ କୌଣସି ସ୍ଥାନରୁ କ୍ଷୟ କ୍ଷତିର କୌଣସି ସୂଚନା ନ ଥିବା ସେ କହିଛନ୍ତି ।

ଭାରତୀୟ ପାଣିପାଗ କେନ୍ଦ୍ର ନେପାଳରେ ହୋଇଥିବା ଏହି ଭୂକମ୍ପର ମାତ୍ରା ରିକ୍ଟର ସ୍କେଲରେ ୭.୯ ମପା ଯାଇଥିବା କହିଛି ।

ଓଡିଶା ଡଟକମ

Filed Under: ପର୍ଯଟନ Tagged With: କାଠମାଣ୍ଡୁ, ନେପାଳ, ପାଣିପାଗ, ଭୂକମ୍ପ

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ