• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଭୂମିକମ୍ପ

ରାଜ୍ୟର ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟକା

May 12, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୨ (ଓଡିଶା ଡଟ କମ) ମଙ୍ଗଳବାର ରାଜ୍ୟର କଟକ, ଭୁବନେଶ୍ୱର ଓ ରାଉରକେଲା ସମେତ ବହୁ ସ୍ଥାନରେ ଭୁକମ୍ପର ଝଟକା ଅନୁଭୂତ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ନେପାଳରେ ଅପରାହ୍ନ ପ୍ରାୟ ୧୨.୩୫ରେ ହୋଇଥିବା ୭.୩  ରିକ୍ଟର ସ୍କେଲ ମାତ୍ରାର ଏହି ଭୂକମ୍ପର ପ୍ରଭାବ ଯୋଗୁଁ ଏହି ଝଟକା ଅନୁଭବ ହୋଇଥିବା ଏଠାରେ ସ୍ଥାନୀୟ ପାଣିପାଗ କାର୍ଯ୍ୟ।ଳୟ କହିଛି ।
ତେବେ ମାତ୍ର କେଇ ସେକେଣ୍ଡ ପାଇଁ ଅନୁଭୂତ ହୋଇଥିବା ଏହି ଭୂକମ୍ପ ର ପ୍ରଭାବ ଯୋଗୁଁ ରାଜ୍ୟରେ କୌଣସି କ୍ଷୟ କ୍ଷତି ହୋଇ ଥିବା ସୂଚନା ମିଳିନାହିଁ ।

ତେବେ ଭୁକମ୍ପନ ଅନୁଭବ କରି ଲୋକେ ବହୁତଳ ପ୍ରାସାଦ ଓ ଏପାର୍ଟମେଣ୍ଟରୁ ଖୋଲା ଯାଗାକୁ କିଛି ସମୟ ପାଇଁ ଚାଲି ଯାଇଥିଲେ । ପରବର୍ତୀ ସମୟରେ ପରିସ୍ଥିତି ସାମାନ୍ୟ ହୋଇଥିଲେ ମଧ୍ୟ କିଛି ଲୋକ ଖୋଲା ଜାଗାରେ ରହିଥିବାର ଦେଖା ଯାଇଥିଲା ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: ଓଡିଶା, ନେପାଳ, ଭୂମିକମ୍ପ

ନେପାଳରେ ଓଡିଶାର ସମସ୍ତ ୪୪୫ ଜଣ ସୁରକ୍ଷିତ

April 30, 2015 by News Bureau Leave a Comment

ଭୁବନେଶ୍ଵର, ଏପ୍ରିଲ ୩୦ (ଓଡିଶା ଡଟ କମ) ଭୂକମ୍ପ ପ୍ରଭାବିତ ନେପାଳରେ ରହୁଥିବା ଅଥବା ସେଠାକୁ ବୁଲିବାକୁ ଯାଇଥିବା ଓଡିଶାର ପ୍ରାୟ ସମସ୍ତ ୪୪୫ ଜଣ ବ୍ୟକ୍ତି ସୁରକ୍ଷିତ ଥିବାର ସୂଚନା ମିଳିଥିବା ସ୍ଵତନ୍ତ୍ର ରାଜସ୍ଵ କମିଶନର ପ୍ରଦୀପ୍ତ ମହାପାତ୍ର ଗୁରୁବାର ସୂଚନା ଦେଇଛନ୍ତି ।

ସେମାନଙ୍କ ମଧ୍ୟରୁ ୩୦ ଜଣ ଦେଶକୁ ଅଥବା ରାଜ୍ୟକୁ ଫେରିଆସିଥିବା ସେ କହିଛନ୍ତି । କାଠମାଣ୍ଡୁ ବିମାନବନ୍ଦର ରେ ବ୍ୟାପକ ଭିଡ ଥିବାରୁ କେତେକ ବ୍ୟକ୍ତି ସଡକ ମାର୍ଗରେ ପ୍ରତ୍ୟାବର୍ତନ କରିଥିବା ସେ କହିଛନ୍ତି ।

କେନ୍ଦ୍ରାପଡାରୁ ସର୍ବାଧିକ ୩୭୬ ଜଣ ନେପାଳରେ ଭୂମିକମ୍ପ ସମୟରେ ଥିବା ସୂଚନା ମିଳିଥିବା ବେଳେ, ବଲାଙ୍ଗିର, ଖୋର୍ଦ୍ଧା, କେନ୍ଦୁଝର, ନବରଙ୍ଗପୁର ଓ ଅନ୍ୟାନ୍ୟ ଜିଲ୍ଲାରୁ ଯଥାକ୍ରମେ ୩, ୯, ୪୮, ୧, ଓ ୮ ଜଣ ଥିବା ସୂଚନା ମିଳିଛି ।

ଏହା ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାର ୧୮ ଜଣ, ବଲାଙ୍ଗିରର ୮, ନବରଙ୍ଗପୁରର ୧, ଏବଂ ଅନ୍ୟ ଜିଲ୍ଲାର ଆଠ ଜଣ ପ୍ରତ୍ୟାବର୍ତ୍ତନ କରିଥିବା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ସୂଚନା ଦେଇଥିବା ସେ କହିଛନ୍ତି ।

News Bureau
News Bureau

Filed Under: ପ୍ରବାସୀ ଓଡିଆ Tagged With: ଓଡିଆ, ଓଡିଶା, ନେପାଳ, ଭୂମିକମ୍ପ

ଓଡିଶାରୁ ଘର ଅଭିମୁଖେ ନେପାଳୀ ଛାତ୍ରଛାତ୍ରୀ

April 30, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର ଏପ୍ରିଲ ୩୦(ଓଡିଶା ଡଟ କମ) ଓଡିଶା ର ଭୁବନେଶ୍ଵର ସ୍ଥିତ କିଟ ବିଶ୍ୱବିଦ୍ୟାଳୟରେ ପଢୁଥିବା ଶତାଧିକ ନେପାଳୀ ଛାତ୍ରଛାତ୍ରୀ ବୁଧବାର ନିଜ ଦେଶ ନେପାଳକୁ ଫେରିଛନ୍ତି। କେବଳ ପରୀକ୍ଷା ଚାଲୁଥିବାରୁ ସେମାନେ ନିଜ ଦେଶକୁ ଫେରି ପାରି ନଥିଲେ।

ଭୂମିକମ୍ପ ପରେ ବହୁ ଛାତ୍ରଛାତ୍ରୀ ନିଜ ପରିବାର ଲୋକଙ୍କ ସହ ସଂମ୍ପର୍କ ସ୍ଥାପନ କରିପାରିନାହାଁନ୍ତି । ଯିବା ପୂର୍ବରୁ ଛାତ୍ରୀ ସ୍ଵପ୍ନା ଗୁପ୍ତା କହିଛନ୍ତି ଯେ, ”ଭୂମିକମ୍ପରେ ସେ ତାଙ୍କ ଜେଜେମାଙ୍କୁ ହରାଇଥିବା ବେଳେ ତାଙ୍କ ପରିବାର ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଓ ସେମାନେ ଆଶ୍ରୟ ନେଇ ଟେଣ୍ଟରେ ରହୁଛନ୍ତି। ପରିବାରଲୋକଙ୍କ ମନାକରିବା ପରେ ବି ସେ ଘରକୁ ଆତ୍ମୀୟ ସହୋଦରଙ୍କ ସହ ମିଶିବା ପାଇଁ ଯାଇଛିନ୍ତି ।

ଆଉଜଣେ ଛାତ୍ର ରଜତ ବଜ୍ରଚର୍ଯା କହିଛନ୍ତି ସେ ତାଙ୍କର କଲେଜ ପରୀକ୍ଷା ଶେଷ କରି ଘରକୁ ଆଉ ଏକ ବଡ ପରୀକ୍ଷା ଦେବା ପାଇଁ ଯାଉଛନ୍ତି । କାରଣ ସେ ହେଲେ ଘରର ବଡପୁଅ ଓ ଏପରି ଘଡି ସନ୍ଧି ମୂହୁର୍ତ୍ତରେ ତାଙ୍କ ଛଡା ପରିବାରର ଆଉ କିଏ ଅଛି ।

ଏହି ଛାତ୍ରଛାତ୍ରୀମାନେ କିପରି ସେମାନଙ୍କ ଦେଶରେ ପହଞ୍ଚିଯିବେ ସେଥିପାଇଁ ଭାରତ ସରକାର ଉଦ୍ୟମ କରିଛନ୍ତି ଏବଂ କିଟ ପକ୍ଷରୁ ପିଲାମାନଙ୍କୁ ନେଇ ଷ୍ଟେସନରେ ଛାଡିଦେବାର ସୁବିଧା କରଯାଇଥିଲା । କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନେପାଳ ଭୂକମ୍ପ ପୀଡିତଙ୍କୁ ଦଶଲକ୍ଷ ଟଙ୍କା ସାହାଯ୍ୟ ଦେଇଥିବା ବେଳେ ଘରକୁ ପ୍ରତ୍ୟାବର୍ତ୍ତନ କରିଥିବା ଛାତ୍ର ଓ ଛାତ୍ରୀ ଓ ତାଙ୍କ ପରିବାରର ଶୁଭ କାମନା କରିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ଶିକ୍ଷା Tagged With: ଛାତ୍ରଛାତ୍ରୀ, ଭୁବନେଶ୍ଵର, ଭୂମିକମ୍ପ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ