• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଭୂଷଣ

ଦୁଇ ଭୂଷଣ ଉପ ସଭାପତିଙ୍କୁ ୧୪ ଲକ୍ଷ ଟଙ୍କା ଜରିମାନା ଆଦେଶ

June 10, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଢେଙ୍କାନାଳ, ଜୁନ ୧୦ (ଓଡିଶା ଡଟ୍ କମ୍): ସୁରକ୍ଷା ଅବହେଳା ସମ୍ପର୍କିତ ସାତୋଟି ଭିନ୍ନ ଭିନ୍ନ ମାମଲାରେ ଢେଙ୍କାନାଳ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ରେଖା ପ୍ରସାଦ ମଙ୍ଗଳବାର ସ୍ଥାନୀୟ ଭୂଷଣ ଷ୍ଟିଲ ପ୍ଲାଣ୍ଟର ଦୁଇ ଜଣ ଉପ ସଭାପତିଙ୍କ ଉପରେ ସାତ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆଦେଶ କରିଛନ୍ତି ।

୨୦୦୯ ଓ ୨୦୧୦ ମଧ୍ୟରେ ହୋଇଥିବା ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୁଇ ଉପ ସଭାପତି ହେଲେ ରାହୁଲ ସେନ ଗୁପ୍ତା ଓ ସତୀଶ ତ୍ୟାଗୀ । ବିଚାରପତିଙ୍କ ଆଦେଶ ପରେ ଉଭୟ ଜରିମାନା ଟଙ୍କା କୋର୍ଟ ରେ ଦାଖଲ କରିଥିବା, ଜଣେ ସରକାରୀ ଓକିଲ କହିଛନ୍ତି । ସୁରକ୍ଷା ଅବହେଳା ସମ୍ପର୍କିତ ମାମଲାରେ ଭୂଷଣ କମ୍ପାନୀ ଦଣ୍ଡିତ ହେବାର ଗତ ତିନିମାସ ମଧ୍ୟରେ ଏହା ତୃତୀୟ ଘଟଣା ।

ଚଳିତ ବର୍ଷ ଏପ୍ରିଲ ୭ ତାରିଖରେ ସେଫଟି ଆଣ୍ଡ୍ ସିକ୍ୟୁରିଟି ଆଇନ ଉଲଂଘନ ପାଇଁ ଦାଏର ହୋଇଥିବା ବିଭିନ୍ନ ମାମଲାରୁ ପାଞ୍ଚଟିରେ କୋର୍ଟ ରାୟ ଶୁଣାଇ ଉଭୟଙ୍କୁ ୫ ଲକ୍ଷ ଲେଖାଏଁ ଜରିମାନା ଦେବାକୁ ନିର୍ଦେଶ ଦେଇଥିଲେ ।

ଠିକ ସେହି ପରି ସେହି ମାସ ୧୬ ତାରିଖ ରେ ଅନ୍ୟ ଦଶଟି ସମାନ ପ୍ରକାର ମାମଲାରେ ଉକ୍ତ ଅଦାଲତ ସେମାନଙ୍କୁ ୧୦ ଲକ୍ଷ ଲେଖାଏଁ ଜରିମାନା ରାଶି ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ ୨୦୦୮-୦୯ ରେ କମ୍ପାନୀ ସେଫଟି ଆଣ୍ଡ୍ ସିକ୍ୟୁରିଟି ଆଇନ ଉଲଂଘନ କରିବାରୁ ସାତଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ସେମାନଙ୍କ ମଧ୍ୟରୁ ବାସୁଦେବ ସାମଲ ଓ ସତ୍ୟେନ୍ଦ୍ର ସିଂହଙ୍କର ପ୍ଳାଣ୍ଟ ଭିତରେ ରୋଡ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାବେଳେ କାମ କରୁଥିବା ବେଳେ ଉପରୁ ଖସି ଭୀମସେନ ରାଉତ ଓ ଇ.ଏସ ରାଓଙ୍କର ମୃତ୍ୟୁ ହୋଇଥିଲା ।

ସେହିପରି ଅନ୍ୟ ତିନିଜଣ କର୍ମଚାରୀ ଅଗ୍ନି କାଣ୍ଡ ତଥା ଅନ୍ୟ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ଫ୍ୟାକଟ୍ରିଜ୍ ଆଣ୍ଡ୍ ବଏଲର୍ ବିଭାଗ ଭୂଷଣ ନାମରେ ସୁରକ୍ଷା ଅବହେଳା ସମ୍ପର୍କିତ ସମୁଦାୟ ୮୨ ଟି ମାମଲା ଦାଏର କରିଥିବା ଫ୍ୟାକଟ୍ରିଜ୍ ଆଣ୍ଡ୍ ବଏଲର୍ ର ସହ ନିର୍ଦ୍ଦେଶକ ବିଭୁ ପ୍ରସାଦ ଜେନା କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ମୋଟ ୧୭ଟି ମାମଲାରେ କମ୍ପାନୀ ୩୪ ଲକ୍ଷ ଜରିମାନା ଦାଖଲ କରିଥିବା ଜଣେ ସରକାରୀ ଓକିଲ କହିଛନ୍ତି।

ଓଡିଶା ଡଟ କମ

News Bureau
News Bureau

Filed Under: ଅର୍ଥ-ବ୍ୟବସାୟ Tagged With: ଭୂଷଣ, ସୁରକ୍ଷା ଆଇନ ଉଲଂଘନ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ